America 750x430

ଆମେରିକାରେ ଭାରତୀୟ ବଂଶୋଦ୍ଭବ ବାପା-ଝିଅଙ୍କୁ ଗୁଳି କରି ହତ୍ୟା

ଦେଶବିଦେଶ
Spread the love

ଓ୍ବାଶିଂଟନ: ଆମେରିକାରେ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ତାଙ୍କ ଝିଅକୁ ଗୁଳି କରି ହତ୍ୟା କରାଯାଇଛି। ଏକ ତେଜରାତି ଦୋକାନରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁହେଁ ସେହି ତେଜରାତି ଦୋକାନରେ କାମ କରୁଥିଲେ। ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତେବେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅପରପକ୍ଷେ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ତାଙ୍କ ଝିଅର ହତ୍ୟା ଖବର ଶୁଣି ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରଦୀପ କୁମାର ପଟେଲ ଏବଂ ତାଙ୍କ ଝିଅ ଭର୍ଜିନିଆର ଲ୍ୟାଙ୍କଫୋର୍ଡ ହାଇୱେସ୍ଥିତ ଆକୋମାକ୍ କାଉଣ୍ଟିରେ ଏକ ଦୋକାନରେ କାମ କରୁଥିଲେ। ଏହି ଦୋକାନରେ ଗୁଳି ବିନିମୟ ହୋଇଥିଲା। ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ ସମୟରେ ଗୁଳି ବିନିମୟ ସମ୍ପର୍କରେ ପୁଲିସ ସୂଚନା ପାଇଥିଲା। ପୁଲିସ ପହଞ୍ଚିବା ପରେ ପ୍ରଦୀପ କୁମାର ପଟେଲ(୫୬)ଙ୍କ ମୃତଦେହ ଏବଂ ତାଙ୍କ ୨୪ ବର୍ଷୀୟା ଝିଅଙ୍କୁ ଘଟଣାସ୍ଥଳରୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲା। ଉଭୟଙ୍କୁ ଗୁଳି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଝିଅର ମଧ୍ୟ ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *