ଜଗତସିଂହପୁର/ଝଙ୍କଡ଼ : ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ରେ ମୋଟ ୨୯ ଟି ଗ୍ରାମପଞ୍ଚାୟତ ମଧ୍ୟରୁ କନକପୁର ଗ୍ରାମ ପଞ୍ଚାୟତ ସର୍ବଶ୍ରେଷ୍ଠ ଆଦର୍ଶ ଗ୍ରାମପଞ୍ଚାୟତ ଭାବରେ ବିବେଚିତ ହୋଇଥିବାରୁ ଗତ ଗୁରୁବାର ଦିନ ତିର୍ତ୍ତୋଲ ବ୍ଲକ ପରିସରରେ ଆୟୋଜିତ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳନ ଅବସରରେ ଏହି ପଞ୍ଚାୟତର ସରପଞ୍ଚ ରେବତୀ ମହାନ୍ତି ଙ୍କୁ କାର୍ଯକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବିଧାୟକ ପ୍ରଫେସର ଡଃ ରମାକାନ୍ତ ଭୋଇ ଓ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ଶିଲ ଟ୍ରଫି ମାନପତ୍ର ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନିତ ଅ ସମ୍ବର୍ଦ୍ଧିତ କରାଯାଇଥିଲା। ସରକାରଙ୍କର ବିଭିନ୍ନ ଜନହିତକାରୀ ଯୋଜନା କୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚେଇବା କ୍ଷେତ୍ରରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହିତ ଅନ୍ ଲାଇନ୍ ମାଧ୍ୟମରେ ସମସ୍ତ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟର ସଠିକ୍ ତଥ୍ୟ ବ୍ଲକପ୍ରଶାସନ ନିକଟରେ ପହଞ୍ଚାଇ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିବାରୁ ,କନକପୁର ଗ୍ରାମ ପଞ୍ଚାୟତ କୁ ସର୍ବଶ୍ରେଷ୍ଠ ଆଦର୍ଶ ଗ୍ରାମପଞ୍ଚାୟତ ଭାବରେ ବିବେଚିତ କରାଯାଇଛି। ଏହି ପୁରସ୍କାର ପାଇବାପରେ, ଝଙ୍କଡ଼ ସାରଳା ପୀଠ କନକପୁର ଅଞ୍ଚଳର ଅଧିବାସୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନବର୍ଗର ଲୋକମାନଙ୍କ ତରଫରୁ ଏଥିପାଇଁ ସରପଞ୍ଚ ରେବତୀ ମହାନ୍ତି ଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଥିବାର ଦେଖିବାକୁ ମିଳୁଛି।
