ପାରାଦ୍ୱୀପ ରେ ଭାଗବତ ପ୍ରଚାର ସମିତିର ୧୯ତମ ସମାରୋହ ଉଦଯାପିତ

ଝଙ୍କଡ, ୨୨/୧୦: ବନ୍ଦରନଗରୀ ପାରାଦ୍ୱୀପ ର ମଧୁବନ, ଗୋପାଳଜୀଉ କଲୋନୀରେ ବାବା ବୈକୁଣ୍ଠ ନାଥ ଭାଗବତ ପ୍ରଚାର ସମିତି ର ୧୯ ତମ ସମାରୋହ ଗତ ୧୫/୧୦ ରୁ ଶୁଭାରମ୍ଭ ହୋଇ ୨୧/୧୦ରିଖ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି !ଏହି ଉପଲକ୍ଷେ ଅଯୋଜିତ କାର୍ଯ୍ୟକ୍ରମ ଶ୍ରୀଜଗନ୍ନାଥ ରାଷ୍ଟ୍ରୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ମାର୍ଗଦର୍ଶକ ଓ ଧାରାବାହିକ ପ୍ରବଚକ ଭାବରେ ଯୋଗଦେଇ ଶ୍ରୀମଦ ଭାଗବତ ର ତତ୍ତ୍ଵ ଦର୍ଶନ, […]

ସଂପୂର୍ଣ୍ଣ ପଢନ୍ତୁ

ସରଳା କେନାଲ ରେ ଅଚିହ୍ନା ମହିଳାଙ୍କ ଶବ କୁ ନେଇ ଚର୍ଚ୍ଚା

ଝଙ୍କଡ଼, ୨୨/୧୦: ତାଳଦଣ୍ଡା ମୁଖ୍ୟ କେନାଲ ରୁ ନୂଆପଡ଼ା ପାଖରୁ ବାହାରିଥିବା ୧୨ ନମ୍ବର ସାରଳା କେନାଲ ରେ ଗତ ମଙ୍ଗଳବାର ଦିନ ମଧ୍ୟାହ୍ନରେ ଜଣେ ଅଚିହ୍ନା ମହିଳାଙ୍କ ଶବ ଭାସି ଭାସି ଆସୁଥିବାର ଦେଖିବାକୁ ମିଳିଥିଲା। ସାରଳା ହାଟ ପୋଲ ନିକଟରେ ଏହି ଅଘଟଣ ଦେଖିବା ପରେ ସେଠାରେ ଶହ ଶହ ଲୋକ ଜମା ହୋଇ ଯାଇଥିଲେ । କିଛି ସମୟ ମଧ୍ୟରେ ଖବର ପାଇ ତିର୍ତ୍ତୋଲ ପୋଲିସ ଓ ପରେ ପରେ ଅଗ୍ନିଶମ ବାହିନୀର […]

ସଂପୂର୍ଣ୍ଣ ପଢନ୍ତୁ

ମୋହନାରେ ବନ୍ଧୁକ ତିଆରି କାରଖାନା ଠାବ

ମୋହନା,୨୨/୧୦ : ଏକ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି। ୧୨ ଦେଶୀ ବନ୍ଧୁକ ସହ ଦୁଇ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଡମ୍ବଗୁଡ଼ା ପଞ୍ଚାୟତର ଗୋଲାପାଜୁ ଗ୍ରାମରେ। ଗ୍ରାମର ଘନଶ୍ୟାମ ପ୍ରଧାନ ଦୀର୍ଘବର୍ଷ ଧରି ଗ୍ରାମଠାରୁ ଏକ ପାହାଡ଼ରେ ଏକ ଦେଶୀ ବନ୍ଧୁକ ତିଆରି କାରଖାନା କରି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲାରେ ବିକ୍ରି କରୁଥିଲା। ଖବର ପାଇ ମୋହନା ଓ ଅଡ଼ବା ପୋଲିସ ମିଳିତରେ ଚଢ଼ାଉ […]

ସଂପୂର୍ଣ୍ଣ ପଢନ୍ତୁ

ୟୁନିଟ୍‌-୧ ପରିବା ମାର୍କେଟ୍‌ରେ ନିଆଁ

ଭୁବନେଶ୍ଵର, ୨୨/୧୦ : ଭୁବନେଶ୍ଵର ୟୁନିଟ୍-୧ ପରିବା ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୧୫ରୁ ଅଧିକ ଦୋକାନ ଘର ଜଳିଯାଇଛି। ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମବାହିନୀ ଉଦ୍ୟମ ଜାରି ରଖିଛନ୍ତି। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ। ନିଆଁ ଲାଗିବାରୁ ପୁରା ପରିବା ମାର୍କେଟ୍ ଧୂଆଁମୟ ହୋଇପଡିଛି। ସେପଟେ ଅଗ୍ନିକାଣ୍ଡ ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ୍‌ ଉପସ୍ଥିତିରେ ଗୋଡାଇ ଗୋଡାଇ ପିଟିବା ଏବଂ ଚେୟାର ଉଠାଇ ଆକ୍ରମଣ କରିବାର ଦୃଶ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଦୁଷ୍କର୍ମ ଅଭିଯୋଗରେ ଇନ୍ସପେକ୍ଟର ଗିରଫ

ଭୁବନେଶ୍ଵର, ୨୨/୧୦ : ଲଭ୍‌, ସେକ୍ସ, ଧୋକା ଅଭିଯୋଗରେ ପୁଲିସ୍‌ ଇନ୍ସପେକ୍ଟର ଗିରଫ। ରାଜଧାନୀରେ ଆଇଆଇସିଙ୍କୁ ମହିଳା ଥାନା ପୁଲିସ୍‌ ଗିରଫ କରିଛି। ମହିଳା ସବ୍ ଇନ୍ସପେକ୍ଟରଙ୍କ ଅଭିଯୋଗ ପରେ ଆଇଆଇସିଙ୍କୁ ଗିରଫ କରାଯାଇଛି। ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ନିକଟରେ ସେ ସବ୍ ଇନ୍ସପେକ୍ଟରରୁ ଇନ୍ସପେକ୍ଟରକୁ ପଦୋନ୍ନତି ହୋଇଥିଲେ।

ସଂପୂର୍ଣ୍ଣ ପଢନ୍ତୁ

ପୀତବାସ ପଣ୍ଡା ହତ୍ୟା ମାମଲା: ଚାଞ୍ଚଲ୍ୟକର ଖୁଲାସା ବିକ୍ରମ ପଣ୍ଡା ଗିରଫ

ବ୍ରହ୍ମପୁର, ୨୨/୧୦: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ସବୁ ରହସ୍ୟ ଉପରୁ ପରଦା ହଟାଇଛନ୍ତି ବ୍ରହ୍ମପୁର ଏସପି । ଆଜି ସାମ୍ବାଦିକ ସମ୍ମିଳନୀ କହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଏସପି ଶ୍ରବଣା ବିବେକ ଏମ୍‌ । ପୀତବାସଙ୍କୁ ହତ୍ୟା କରିବା ପାଇଁ ସେପ୍ଟମ୍ବରରେ ଷଡଯନ୍ତ୍ର ହୋଇଥିଲା । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା । ଉମା ବିଷୋୟୀ ପାଖରେ ସବୁ ଡିଲ୍‌ ଟଙ୍କା ରହିଛି । ସେପ୍ଟେମ୍ବର […]

ସଂପୂର୍ଣ୍ଣ ପଢନ୍ତୁ

ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜେରା କରୁଛି ପୁଲିସ

ବ୍ରହ୍ମପୁର, ୨୨/୧୦: ବ୍ରହ୍ମପୁରର ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜେରା କରୁଛି ପୁଲିସ । ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ତଥା ଜିଲା ସଭାପତି ବିକ୍ରମ ପଣ୍ଡାଙ୍କୁ ମଙ୍ଗଳବାର ରାତିରେ ପୁଲିସ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି । ପୂର୍ବରୁ ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିଜେଡି ସଦସ୍ୟ ମଦନ ଦଳେଇ ଓ ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କୁ ପୁଲିସ ପଚରାଉଚରା […]

ସଂପୂର୍ଣ୍ଣ ପଢନ୍ତୁ

କଟକ ବଡ଼ ଡାକ୍ତରଖାନା ଚିକିତ୍ସା ବ୍ୟବସ୍ତା ସଙ୍କଟରେ: ୨୯ ବିଭାଗରେ ୯୧ଟି ମେସିନ୍‌ କାମ କରୁନି

କଟକ, ୨୨/୧୦: କଟକ ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ରେ ଚିକିତ୍ସା ବ୍ୟବସ୍ଥା ଏବେ ସଙ୍କଟରେ। ଓଡ଼ିଶା ରାଜ୍ୟ ମେଡିକାଲ ନିଗମରୁ ମିଳିଥିବା ତଥ୍ୟ ଅନୁସାରେ ୨୯ଟି ବିଭାଗରେ ୯୧ଟି ମେସିନ ଏବେ ଅଚଳ। ଯେଉଁଥିରେ ସେଣ୍ଟ୍ରାଲ ଆଇସିୟୁ, ଆଇସିୟୁ, ଏସ୍‌ଏନ୍‌ସିୟୁ, ସର୍ଜରୀ ଓ ଟ୍ରମା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ମେସିନ୍‌ ସବୁ ରହିଛି। ରୋଗୀଙ୍କ ଜୀବନ ବଞ୍ଚାଇବା ଦିଗରେ ଏହି ଯନ୍ତ୍ରାଂଶଗୁଡ଼ିକର ବିଶେଷ ଆବଶ୍ୟକତା ଥିବା ବେଳେ ଏହା କାର୍ଯ୍ୟକ୍ଷମ ହେଉନଥିବାରୁ ରୋଗୀ ସେବା କେମିତି […]

ସଂପୂର୍ଣ୍ଣ ପଢନ୍ତୁ

ବାପା ଓ ମାଆଙ୍କୁ ହାଣିଲା ନୃଶଂସ ପୁଅ

ଚାନ୍ଦବାଲି: ପାରିବାରିକ କଳହରେ କରୁଣ ପରିଣତି ଦେଖିବାକୁ ମିଳିଛି । ସମ୍ପତ୍ତି ପାଇଁ ପୁଅ ଭୁଲିଗଲା ସମ୍ପର୍କ ।ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ଖେରଙ୍ଗ ପଂଚାୟତ ତଳବନ୍ଧ ଗାଁରେ ବାପା ଓ ମା କୁ ହାଣିଲା ନୃଶଂସ ପୁଅ । ଗୁରୁତୁର ଅବସ୍ଥାରେ ବୃଦ୍ଧ ବାପା ମାଙ୍କୁ ଉଦ୍ଧାର କରାଯାଇ ଚାନ୍ଦବାଲି ମେଡିକାଲରେ ଭର୍ତି କରାଯାଇଥିଲା। ଅବସ୍ଥା ସଂକଟପର୍ଣ୍ଣ ହେବାରୁ ପରେ ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ପୁଅ ହେଉଛି […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡ଼ା ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା ଦୈଠ

କଟକ, ୨୨/୧୦: ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ମଣ୍ଡଳୀରେ ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବହାଦୁର ଖୁରାନିଆ ଆଜି ପୋଲିସ ମୁଖ୍ୟାଳୟ ଠାରେ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି। ଡିଜିପି ଶ୍ରୀ ଖୁରାନିଆ ଏକ ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ । ନିର୍ବାଚନ ଆଚରଣ ବିଧିର କଡାକଡି ଅନୂପାଳନ ଏବଂ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ […]

ସଂପୂର୍ଣ୍ଣ ପଢନ୍ତୁ