ନବୀନ ନେତାଙ୍କୁ ମାରିଛନ୍ତି- ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର, ୨୬/୧୨: ବିଜେଡିକୁ କେହି କେବେ ଭାଙ୍ଗିପାରିବେନି, ଶହେ ବର୍ଷ ରହିବ ବିଜେଡି । ପ୍ରତିଷ୍ଠା ଦିବସରେ ନବୀନଙ୍କ ଏଭଳି କଡା ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ନବୀନଙ୍କୁ ବିତର୍କ ପାଇଁ ଆହ୍ୱାନ ଦେଉଛୁ । ଆଇନଶୃଙ୍ଖଳା କଥା କହୁଛନ୍ତି ଯଦି ଗୃହରେ ମୁଲତବି ପ୍ରସ୍ତାବ ଆଣନ୍ତୁ । ସରକାର ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି । ବିଜେପି ଜନସେବାରେ ବ୍ୟସ୍ତ ଅଛି, ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା […]

ସଂପୂର୍ଣ୍ଣ ପଢନ୍ତୁ

ଜମି ବିବାଦକୁ ନେଇ ପୁଟିଲା ବୋମା: ୩ ଆହତ

କଣାସ, ୨୬/୧୨: ପୁରୀ ଜିଲା ପିପିଲି କଣାସ ବ୍ଲକ ଗୋପୀନାଥପୁର ଗ୍ରାମରେ ବୋମା ମାଡ ହୋଇଛି । ଜମିବାଡି ବିବାଦକୁ ନେଇ ବୋମାମାଡ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଜମି ପାଣି ମଡାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗତକାଲି ସନ୍ଧ୍ୟାରେ ପାଟି ତୁଣ୍ଡ ଲାଗିରହିଥିଲା । ଆଜି ସକାଳ ସମୟରେ ପ୍ରକାଶ ପ୍ରଧାନ ଦୋକାନକୁ ଯାଉଥିବା ସମୟରେ ଟୁଲୁ ପ୍ରଧାନ ୩ ଟି ବୋମା ପିଙ୍ଗିଥିଲା । ବୋମା ମାଡ଼ରେ ଦିଲୀପ ପ୍ରଧାନ […]

ସଂପୂର୍ଣ୍ଣ ପଢନ୍ତୁ

ଜଙ୍ଗଲବାବୁଙ୍କ ଅମାପ ସମ୍ପତ୍ତି, କେଜିଏ ସୁନା ଜବତ

ଭୁବନେଶ୍ୱର, ୨୬/୧୨: କୋରାପୁଟର ବନ ବିଭାଗ ଫରେଷ୍ଟର ଶ୍ରୀ ନିରଞ୍ଜନ ଶତପଥୀଙ୍କ ଦ୍ୱାରା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାଧିକ ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌ । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଅନୁମତି ପରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଛି । ଏଥିରେ ୬ଜଣ ଡିଏସପି, ୭ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ତଲାସ କରାଯାଉଛି । ଜଗତସିଂହପୁର ଏବଂ କୋରାପୁଟ ଜିଲା ୫ଟି ସ୍ଥାନରେ ଚଢାଉ ହୋଇଛି […]

ସଂପୂର୍ଣ୍ଣ ପଢନ୍ତୁ

ଦାମ୍ପତ୍ୟ କଳହର ପରିଣତି: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ଵାମୀ

ଦେଓଗାଁ, ୨୫/୧୨:ସନ୍ଧ୍ୟାରେ ଖାଇପିଇ ଆରାମରେ ଶୋଇଥିଲେ ସ୍ଵାମୀ ଓ ସ୍ତ୍ରୀ। ରାତିରେ ଆରମ୍ଭ ହୋଇଥିଲା ଦୁହିଁଙ୍କ ଭିତରେ ଝାମେଲା। ରାଗ ଜର ଜର ହୋଇଥିବା ସ୍ବାମୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି କରିଥିଲା ହତ୍ୟା।ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲାର ଦେଓଗାଁ ଥାନା ଗାଇବାହାଲ ପଞ୍ଚାୟତର ଜୂର୍ଲା କାନି ଗାଁରେ। ଏହି ଗାଁର ମାଧବ ମଲ୍ଲିକ ନିଜ ସ୍ତ୍ରୀ ତପଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରି ଶବ ନେଇ ଅନ୍ୟତ୍ର ଫିଙ୍ଗି ଦେବାକୁ ଚେଷ୍ଟା କରୁଥିବା ବେଳେ […]

ସଂପୂର୍ଣ୍ଣ ପଢନ୍ତୁ

ଘରୋଇ ହସ୍ପିଟାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଯାଜପୁର, ୨୫/୧୨: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲାଗି ଏକ ଘରୋଇ ହସ୍ପିଟାଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଜୀବନ ଜ୍ୟୋତି ମେଡିକାଲରେ ଆସନ୍ତା କାଲି ରାତିରେ ସସ୍ମିତା ଜେନା ନାମକ ଗର୍ଭବତୀ ମହିଳାଙ୍କର ଅପରେସନ ବେଡରେ ମୃତ୍ୟୁ ହୋଇଛି। ପ୍ରସୂତି ମହିଳା ମୃତ୍ୟୁକୁ ନେଇ ଯାଜପୁରର ଜୀବନଜ୍ୟୋତି ଚିକିତ୍ସାଳୟରେ ଉତ୍ତେଜନା। ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅସ୍ତ୍ରୋପଚାର ପରେ ଶିଶୁ ପୁତ୍ର ଜନ୍ମ ହେଲେ ମଧ୍ୟ ମା’ର […]

ସଂପୂର୍ଣ୍ଣ ପଢନ୍ତୁ

ଧନୁଯାତ୍ରା ଦେଖି ବାଇକ ଯୋଗେ ଘରକୁ ଫେରୁଥିଲେ, ପାଣିରେ ବୁଡ଼ି ପ୍ରାଣ ହରାଇଲେ ଦୁଇ, ଅନ୍ୟ ୨ଜଣ ଗୁରୁତର

କୋମନା, ୨୫/୧୨: ଧନୁଯାତ୍ରା ଦେଖି ଏକ ବାଇକ ଯୋଗେ ଚାରିଜଣ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ପାଣିରେ ପଡି ଦୁଇଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି l ମିଳିଥିବା ସୁଚନା ଅନୁସାରେ, ନୂଆପଡା ଜିଲ୍ଲା କୋମନା ଥାନା ତରବୋଡ଼ ଗାଁରେ ଧନୁଯାତ୍ରା ଚାଲିଛି l ଧନୁଯାତ୍ରା ଦେଖିବାକୁ କୋମନା ଥାନା ଅନ୍ତର୍ଗତ ବାବେଘାଟି ଗାଁର ଶୋଭାରାମ ହଂସ, ରଂଜିତ ହଂସ, ଭାଗବତ ମାଝୀ, ଓ ହାତୀସରା ଗାଁର […]

ସଂପୂର୍ଣ୍ଣ ପଢନ୍ତୁ

ବାରିପଦା ପୁଲିସ ପଞ୍ଝାରେ ବାଇକ ଚୋରି ରାକେଟ, ୫ ଅଭିଯୁକ୍ତ ଗିରଫ, ବେହେରାମାଲରୁ ଧରାପଡ଼ିଲେ ୭ ଜୁଆଡ଼ି

ବାରିପଦା, ୨୫/୧୨: ବାରିପଦା ସଦର ଥାନା ପୁଲିସ ବାଇକ ଚୋରି କରୁଥିବା ରାକେଟକୁ ଧରିଛି। ଏହି ରାକେଟରେ ଜଡିତ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ, ଗୋଟିଏ ହ୍ୟୁଣ୍ଡାଇ ଭେନ୍ୟୁ କାର ସହ ୪୧ଟି ଚୋରା ମୋଟରସାଇକେଲ ଜବତ କରାଯାଇଛି। ଏହା ସହ ରାକେଟରେ ଅନ୍ୟ ବଡ଼ ଅପରାଧୀ ଜଡିତ ଥିବା ସନ୍ଦେହରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସର ସୂଚନା ଅନୁଯାୟୀ, ଡିସେମ୍ବର ୨୩ ସନ୍ଧ୍ୟା ୭ଟା ୪୫ ମିନିଟ ସମୟରେ ସଦର […]

ସଂପୂର୍ଣ୍ଣ ପଢନ୍ତୁ

ଖରା ପୁଉଁଥିବା ବେଳେ ଚଢ଼ିଗଲା ଟ୍ରାକ୍ଟର, ମାଆ ଗୁରୁତର, ଅଢ଼େଇ ବର୍ଷର ଶିଶୁପୁତ୍ର ମୃତ

କିଶୋରନଗର, ୨୫/୧୨: ଆଜି ସକାଳେ କିଶୋରନଗର ଥାନା ଜଏରାଟ ପଞ୍ଚାୟତ କରମଲକଟା ଗାଁରେ ଘଟିଛି ଅଭାବନୀୟ ଘଟଣା। ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଘର ସାମ୍ନାରେ ବସି ଖରା ପୁଉଁଥିବା ବେଳେ ମା’ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର। ସକାଳ ପ୍ରାୟ ୯ଟାରେ ଘଟିଥିବା ଏହି ଘଟଣାରେ ମା’ ଗୁରୁତର ହୋଇଥିବା ବେଳେ ଅଢ଼େଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ କରମଲକଟା ଗାଁର ଜନ୍ମୀ ଦେହୁରୀ (୨୫) ଓ ତାଙ୍କ ପୁଅ ଶ୍ରେୟାନ୍ […]

ସଂପୂର୍ଣ୍ଣ ପଢନ୍ତୁ

ଏନକାଉଣ୍ଟରରେ ୪ ମାଓବାଦୀ ନିହତ, କୋଟିଏ ଟଙ୍କାର ପୁରସ୍କାର ରାଶି ଥିବା ଗଣେଶ ଉଇକେ ମୃତ

କନ୍ଧମାଳ, ୨୫/୧୨:ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର ସୀମାରେ ଥିବା ରମ୍ଭା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ କହିଛି ଯେ, ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ଦୁଇ ମହିଳାଙ୍କ ସମେତ ଚାରି ଜଣ ମାଓବାଦୀ ନିହତ ହୋଇଛନ୍ତି। ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି, ନିହତ ମାଓବାଦୀଙ୍କ ମଧ୍ୟରୁ ଜଣଙ୍କୁ ଓଡ଼ିଶାର ଶୀର୍ଷ ମାଓ ନେତା ଗଣେଶ ଉଇକେ ଭାବରେ ଚିହ୍ନଟ କରାଯାଇଛି। ତାଭ୍‌କର ମୁଣ୍ଡ ଉପରେ ୧.୧ […]

ସଂପୂର୍ଣ୍ଣ ପଢନ୍ତୁ

ଆଡ଼ମ୍ବରରେ ପାଳିତ ହେଲା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବଡ଼ ଦିନ

ଘୁ.ଉଦୟଗିରି, ୨୫/୧୨: ଖ୍ରୀଷ୍ଟ ସମ୍ପ୍ରଦାୟର ମହାପର୍ବ ସବୁଠାରୁ ବଡ଼ ଉତ୍ସବ କହିଲେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ। ଡିସେମ୍ବର ୨୫ ତାରିଖରେ ବଡ଼ଦିନ ମହାଆଡ଼ମ୍ବରରେ ସ୍ଥାନୀୟ ଅଞ୍ଚଳରେ ପାଳିତ ହୋଇଯାଇଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ ପାଳନ ପାଇଁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାର୍ଥନା ଗୃହ ଓ ଚର୍ଚ୍ଚ ଗୁଡ଼ିକ ରଙ୍ଗ ବେରଙ୍ଗର ବିଭିନ୍ନ ଆଲୋକମାଳରେ ସୁସଜ୍ଜିତ ହୋଇଥିବା ଦେଖିବାକୁ ମିଳିଥିଲା। ମୁଖ୍ୟତଃ ସ୍ଥାନୀୟ ସହରର ନୂଆସାହି ବାପଟିଷ୍ଟ ଚର୍ଚ୍ଚ, ମାଲିକାପଡ଼ି ବାପଟିଷ୍ଟ ଚର୍ଚ୍ଚ, […]

ସଂପୂର୍ଣ୍ଣ ପଢନ୍ତୁ