ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର, ୧୦/୧୨: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ ଉଚ୍ଚ-ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ନିକୋ ପାର୍କ ଓ ତାହାର ପରିବେଶର ସମଗ୍ର ଉନ୍ନତି ସହିତ ଭୁବନେଶ୍ୱରର ଝଡ଼ଜଳ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଗଲା । ବୈଠକରେ ବିଧାୟକ ଶ୍ରୀ ବାବୁ ସିଂହ, […]

ସଂପୂର୍ଣ୍ଣ ପଢନ୍ତୁ

ଓପିଟିସିଏଲ ଓ ନାବାର୍ଡ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, ୧୦/୧୨: ଓଡିଶାରେ ବିଦ୍ୟୁତ୍ ଭିତ୍ତିଭୂମି ବିକାଶ ପାଇଁ ଓପିଟିସିଏଲ ଏବଂ ନାବାର୍ଡ ମଧ୍ୟରେ ଏକ ଦୀର୍ଘକାଳୀନ ଋଣ ଚୁକ୍ତିନାମା ସ୍ୱାକ୍ଷରିତ ଲୋକସେବା ଭବନରେ ହୋଇଛି। ଏହି ରଣନୈତିକ ଆର୍ଥିକ ସହଭାଗିତା ରାଜ୍ୟର ଆଗାମୀ ଶିଳ୍ପ ପ୍ରକଳ୍ପ ଓ ଗ୍ରାହକମାନଙ୍କ ପାଇଁ ଗୁଣାତ୍ମକ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ଲକ୍ଷ୍ୟ ରଖିଛି। ଏହି ବୁଝାମଣା ପତ୍ର ଅନୁଯାୟୀ, ନାବାର୍ଡ ବାର୍ଷିକ ୭.୭୫% ଆକର୍ଷଣୀୟ ସୁଧ ହାରରେ ଓପିଟିସିଏଲକୁ ₹୧,୬୮୫.୨୭ କୋଟି ଋଣ ପ୍ରଦାନ କରିଛି। […]

ସଂପୂର୍ଣ୍ଣ ପଢନ୍ତୁ

କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା ପାଇଁ ଓଡିଶା ପୋଲିସ କଠୋର ପଦକ୍ଷେପ

କଟକ, ୧୦/୧୨: ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା ପାଇଁ ଓଡିଶା ପୋଲିସ କଠୋର ପଦକ୍ଷେପ ଗ୍ରହଣ କରୁଛି। ବିଗତ କିଛି ଦିନ ମଧ୍ୟରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କରାଯାଇ ବିପୁଳ ପରିମାଣର କଫ୍‌ ସିରପ ଜବତ ସହିତ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମୋଟ ୬୧ଟି ମାମଲା ରୁଜୁ କରାଯିବା ସହ ମୋଟ ୭୩,୧୮୧ ବୋତଲ ନିଶାଦ୍ରବ୍ୟ ମିଶ୍ରିତ କଫ ସିରପ ଜବତ କରାଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ବାରବାଟୀରେ ଭାରତର ବଡ ବିଜୟ

କଟକ, ୯/୧୨: ବାରବାଟୀରେ ଭାରତର ବଡ ବିଜୟ । ୧୦୧ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା । ୭୪ରେ ଦକ୍ଷିଣ ଆଫ୍ରିକା ଅଲ୍‌ ଆଉଟ୍‌ । ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ପରାସ୍ତ କରିଛି ମେନ୍ ଇନ୍ ବ୍ଲୁ । ଭାରତୀୟ ବୋଲରଙ୍କୁ ସାମ୍ନା କରି ପାରି ନଥିଲା ଦକ୍ଷିଣ ଆଫ୍ରିକା । ସ୍ଥିତି ଏପରି ହେଲା ଯେ ଶହେ ରନ୍ ଛୁଇଁ ପାରି ନଥିଲା ପ୍ରତିପକ୍ଷ ଟିମ୍ । ମାତ୍ର ୭୪ରେ ଦଳ ସମସ୍ତ ଓ୍ବିକେଟ୍ […]

ସଂପୂର୍ଣ୍ଣ ପଢନ୍ତୁ

ମା ତାରିଣୀ , ବିରିବ|ଟି ଙ୍କ ପବିତ୍ର ଜନ୍ମ ଉତ୍ସବ ଉପଲକ୍ଷେ ପରିଷଦ ର ବୈଠକ

କଟକ, ୯/୧୨: ବିରିବାଟି ମା ତାରିଣୀ ପରିଷଦର ପବିତ୍ର ଜନ୍ମଉତ୍ସବ ବୈଠକ ତା -୭/୧୨/୨୦୨୫ ରବିବାର ଦିନ ମା’ଙ୍କ ପୀଠ ବିରିବାଟି ରେ ସଭାପତି ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ବିଶ୍ୱାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି | ସର୍ବ ପ୍ରଥମେ ମାଙ୍କ ପାଦପଦ୍ମରେ ଦୀପ ପ୍ରଜ୍ବଳନ କରି ସଭା ଆରମ୍ଭ କରାଯାଇଥିଲା | ପ୍ରତି ବର୍ଷ ପରି ମାଙ୍କ ପବିତ୍ର ଜନ୍ମଉତ୍ସବ ତା – ୨୬/୧୨/୨୦୨୫ ଶୁକ୍ରବାର ଓ ହରିହାଟ ତା – ୨୭/୧୨/୨୦୨୫ ଶନିବାର […]

ସଂପୂର୍ଣ୍ଣ ପଢନ୍ତୁ

ଉଚ୍ଚନ୍ୟାୟାଳୟ ର ନିର୍ଦ୍ଦେଶ ପରେ, ରାସ୍ତା ଜବରଦଖଲ ର ମାପଚୁପ ହେଲା

ଝଙ୍କଡ଼, ୯/୧୨: ତିର୍ତ୍ତୋଲ ବ୍ଲକ, ଗରାମ ପଞ୍ଚାୟତ ଅଧିନ ଖଣ୍ତକୋପାଳ ଗ୍ରାମର ଉତ୍ତମ ବାରିକ ନାମକ ଜଣେବ୍ୟକ୍ତି ସରକାରୀ ରାସ୍ତା ଉପରେ, ଜବରଦଖଲ କରି ବାରଣ୍ଡା ନିର୍ମାଣ କରିଥିବାରୁ, ଦୀର୍ଘ ଦୁଇଦଶନ୍ଧି ଧରି ଏଠାରେ ସରକାରଙ୍କ ଅନୁଦାନ ରେ କଂକ୍ରିଟରୋଡ଼ ନିର୍ମାଣ ହୋଇ ପାରିନଥିଲା l ଏହାର ପ୍ରତିବାଦ ରେ ଆଖପାଖ ତୁଳଙ୍ଗ, ଜଗନ୍ନାଥପୁର, ଗୋବିନ୍ଦପୁର ଆଦି ଚାରି ପଞ୍ଚାୟତ ର ଅଧିବାସୀ ମାନେ ବାରମ୍ବାର ରାଜସ୍ବନିରୀକ୍ଷକ ଙ୍କ କାର୍ଯ୍ୟାଳୟ, ତିର୍ତ୍ତୋଲ ତହସିଲ ଅଫିସ ଓ ଜିଲ୍ଲାପାଳ […]

ସଂପୂର୍ଣ୍ଣ ପଢନ୍ତୁ

ମାଲକାନଗିରିରେ ଉତ୍ତେଜନା: ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି, ୯/୧୨: ମାଲକାନଗିରି ଜିଲ୍ଲାର ଏମଭି-୨୬ ଗ୍ରାମରେ ଗତକାଲି ଏବଂ ସୋମବାର ହଜାର ହଜାର ଆଦିବାସୀ ଗାଁରେ ନିଆଁ ଲଗାଇ ସବୁ ଛାରଖାର କରିଦେଇଛନ୍ତି। ଏଥିରୁ ଗାଁର ଗୋଟିଏ ବି ଘର ବର୍ତ୍ତି ନାହିଁ। ଲୋକେ ଭୟରେ ଗାଁ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି। ପୁଲିସ ଏଠାରେ ଦେଖଣାହାରୀ ହୋଇ ରହିଯାଇଥିଲା। କିଛି କରିବା ପୂର୍ବରୁ ହଜାର ହଜାର ଲୋକଙ୍କ ଉଗ୍ରରୂପ ସମସ୍ତଙ୍କୁ ଭୟଭୀତ କରିଥିଲା। ତେବେ ଗୋଟିଏ ପଟେ ଆଦିବାସୀ ମେଳି କରି ବୈଠକ କରୁଥିବା ବେଳେ […]

ସଂପୂର୍ଣ୍ଣ ପଢନ୍ତୁ

ସୂର୍ଯ୍ୟମନ୍ଦିର କାନ୍ଥର ବାଲି, ପଥର ଆଇଆଇଟି ମାଡ୍ରାସ ଲ୍ୟାବ୍‌କୁ ଗଲା

କୋଣାର୍କ, ୯/୧୨: ସୂର୍ଯ୍ୟମନ୍ଦିର କେତେ ସୁରକ୍ଷିତ ? ମନ୍ଦିରର ଗର୍ଭଗୃହରୁ ବାଲି କଢ଼ାଗଲେ ଏହା ସୁରକ୍ଷିତ ରହିବ କି ନାହିଁ ? ଏହାକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)ର ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍‌ ଆରମ୍ଭ କରିଛି ପରୀକ୍ଷାନିରୀକ୍ଷା। ଗତକାଲି ମନ୍ଦିରର ୮୦ ଫୁଟ ଉଚ୍ଚରେ ଡ୍ରିଲିଂ ଆରମ୍ଭ ହୋଇଥିଲା। ଆଜିସୁଦ୍ଧା ମନ୍ଦିର କାନ୍ଥକୁ ୨୬ ଫୁଟରୁ ଅଧିକ (୮ ମିଟର) ଡ୍ରିଲିଂ ପରେ ବାଲି ସ୍ତରକୁ ଛୁଇଁଥିଲା ମେସିନ୍‌। ତେଣୁ ମନ୍ଦିର କାନ୍ଥର ଚଉଡ଼ା ବା […]

ସଂପୂର୍ଣ୍ଣ ପଢନ୍ତୁ

କୋଟିଆରେ ଆନ୍ଧ୍ରର ଦାଦାଗିରି: ବ୍ଲକ୍‌ ପ୍ରଶାସନର ଫଳକ ଭାଙ୍ଗିଲେ

ପଟାଙ୍ଗି, ୯/୧୨: ବିତାଡ଼ିତ ଓ ଅପଦସ୍ଥ ହେବାର ଜବାବ ଦେଇଛି ଆନ୍ଧ୍ର। ଆଜି କୋଟିଆର ବିବାଦୀୟ ଭୂଖଣ୍ଡରେ ଏଜେଣ୍ଟଙ୍କ ଜରିଆରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରିଛି। ବାରମ୍ବାର ଏଜେଣ୍ଟ ନାଲିଆଖି ଦେଖାଉଥିଲେ ସୁଦ୍ଧା ପୁଲିସ ଓ ପ୍ରଶାସନ ନିରବ ରହୁଛି। ଯାହାଫଳରେ ଏଜେଣ୍ଟଙ୍କ ସାହସ ବଢ଼ି ଯାଇଛି। ଓଡ଼ିଶା ସରକାରଙ୍କ ବିରୋଧରେ ଖୋଲାଖୋଲି ବୟାନ ଦେବା ଆରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ଆନ୍ଧ୍ରର ଅନୁପ୍ରବେଶ ଯଥେଷ୍ଟ କମିଛି। କିନ୍ତୁ କୋଟିଆ ମୋହ […]

ସଂପୂର୍ଣ୍ଣ ପଢନ୍ତୁ

ସରକାରୀ ମାନ୍ୟତା ଦା‌ବିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ଧାରଣା

ଭୁବନେଶ୍ୱର, ୯/୧୨: ସରକାରୀ ମାନ୍ୟତା ସହିତ ୧୩ ଦଫା ଦାବିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ଲୋୟର୍ ପିଏମ୍‌ଜିରେ ଧାରଣା ଦିଆଯାଇଛି। ଆଜି ପୂର୍ବାହ୍‌ଣରେ ମହାସଂଘର ଶିକ୍ଷକମାନେ ବିଭିନ୍ନ ଜିଲ୍ଲାରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏକାଠି ହୋଇ ବିଧାନସଭା ଆଡ଼କୁ ଶୋଭାଯାତ୍ରାରେ ଯାଇଥିଲେ। ଲୋୟର ପିଏମ୍‌ଜିରେ ପୁଲିସ ପକ୍ଷରୁ ବ୍ୟାରିକେଡ୍ କରାଯାଇ ସେମାନଙ୍କୁ ଅଟକାଯାଇଥିଲା। ସେଠାରେ ଏକ ପ୍ରତିବାଦ ସଭା‌ କରି ଶିକ୍ଷକ ନେତୃବୃନ୍ଦ କହିଥିଲେ ଯେ ପୂର୍ବ ସରକାର ୧୦ ବର୍ଷ ତଳେ ଓଡ଼ିଶାରେ […]

ସଂପୂର୍ଣ୍ଣ ପଢନ୍ତୁ