ଶତାୟୁ ମହିଳା ରୁକ୍ମଣୀ ଦେବୀଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ

ମାହାଙ୍ଗା : ମାହାଙ୍ଗା ବ୍ଲକ ପଣସପୁର ପଞ୍ଚାୟତର ଆକରପଡ଼ାସ୍ଥିତ ସୁନନ୍ଦା ମଣ୍ଡପ ପରିସରରେ ଧର୍ମପ୍ରାଣା ଶତାୟୁ ମହିଳା ରୁକ୍ମଣୀ ସମନ୍ତରାୟଙ୍କ ଏକାଦଶାହ ତିଥିରେ ଏକ ଭାବପୂର୍ଣ୍ଣ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗୀୟା ରୁକ୍ମଣୀ ଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସ୍ୱର୍ଗୀୟା ରୁକ୍ମଣୀ ଦେବୀ ଜଣେ ଆଦର୍ଶ ଗୃହିଣୀ, ମେଳାପୀ, ମିଷ୍ଟଭାଷୀ ଏବଂ ଆଧ୍ୟାତ୍ମିକବାଦୀ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାମେସରେ  ସପ୍ତଦଶ ‘ସାରଳା ମେଳା’ ମହୋତ୍ସବ ଅତି ଆନନ୍ଦ ଓ ଉଲ୍ଲାସର ସହ ଅନୁଷ୍ଠିତ

ଜଗତସିଂହପୁର (ତିର୍ତ୍ତୋଲ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ ବାଣୀକ୍ଷେତ୍ରସ୍ଥିତ  ଆଦିକବି ସାରଳାଦାସ ମହାବିଦ୍ୟାଳୟ ସମ୍ମୁଖସ୍ଥ ସାରଳା ମେସରେ  ସପ୍ତଦଶ ‘ସାରଳା ମେଳା’ ମହୋତ୍ସବ ଅତି ଆନନ୍ଦ ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି।  ଏହି ମହୋତ୍ସବ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଗତ ଗୁରୁବାର ପୂର୍ବାହ୍ନରେ, ପୁଣ୍ୟତୋୟା ଉତ୍କଳଗଙ୍ଗା ମହାନଦୀରୁ ପବିତ୍ର ତୀର୍ଥଜଳ ସଂଗ୍ରହ କରାଯାଇ ଏକ ବିଶାଳ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ମହାନଦୀ ବେଳାଭୂମିରୁ ବାହାରି […]

ସଂପୂର୍ଣ୍ଣ ପଢନ୍ତୁ

ସାଇବର ଅପରାଧୀଙ୍କ ବିରୋଧରେ ଓଡ଼ିଶା ପୋଲିସର ‘ଜିରୋ ଟଲେରାନ୍ସ’ ନୀତି: ରାଜ୍ୟରେ ଖୋଲିବ ଆଉ ୨୦ଟି ନୂଆ ସାଇବର ଥାନା

କଟକ: ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ଏବେ ଆକ୍ସନ ମୋଡ୍‌ରେ। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଇବର ଅପରାଧୀଙ୍କ ବିରୋଧରେ ‘ଜିରୋ ଟଲେରାନ୍ସ’ ନୀତି ଆପଣାଇବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ୨୦ଟି ନୂଆ […]

ସଂପୂର୍ଣ୍ଣ ପଢନ୍ତୁ

କଟକ ସାଂଗଠନିକ ଜିଲ୍ଲା ଲାଗି ବିଜେପିର ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ

କଟକ ସଦର: କଟକ ବିଜେପି ସାଂଗଠନିକ ଜିଲ୍ଲା ଅନ୍ତର୍ଗତ ୫ ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ନୂତନ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାମ ଘୋଷଣା କରାଯାଇଛି। ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳଙ୍କ ସୁପାରିଶ ଏବଂ ଜିଲ୍ଲା ପ୍ରଭାରୀ ଇଂ ଜ୍ଞାନ ଦେବ ବେଉରାଙ୍କ ଅନୁମୋଦନ କ୍ରମେ ଏହି ନାମ ଘୋଷଣା ହୋଇଛି। ଏହି କ୍ରମରେ,  କଟକ ସଦର ନିର୍ବାଚନ ମଣ୍ଡଳୀ ପାଇଁ ଗୀତାରାଣୀ ଦାସ ପ୍ରଭରୀ ଏବଂ ସହ ପ୍ରଭାବରୀ ଭାବରେ ଜଗଦାନନ୍ଦ ତ୍ରିପାଠୀଙ୍କୁ ନିଯୁକ୍ତି ମିଳିଛି | […]

ସଂପୂର୍ଣ୍ଣ ପଢନ୍ତୁ

ଗ୍ରାମାଞ୍ଚଳ ଗମନାଗମନରେ ଆସିବ ବୈପ୍ଳବିକ ପରିବର୍ତ୍ତନ: ୫.୪୬ କୋଟି ଟଙ୍କାର ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ପ୍ରକାଶ ସେଠୀ

କଟକ ସଦର :  କଟକ ସଦର ନିର୍ବାଚନ ମଣ୍ଡଳୀରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୫.୪୬ କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେବାକୁ ଥିବା ‘ଦିଘି-ପାଇକସାହି-ଚାଞ୍ଚପଡା’ ରାସ୍ତାର ଶିଳାନ୍ୟାସ ହୋଇଯାଇଛି। କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ […]

ସଂପୂର୍ଣ୍ଣ ପଢନ୍ତୁ

ଜାତୀୟ ସବ୍ ଜୁନିୟର ଖୋ-ଖୋ ଚମ୍ପିୟାନ ଓଡ଼ିଶା ଦଳର ସଦସ୍ୟ ରୋହନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଝଙ୍କଡ଼, ୧୧/୦୨/୨୦୨୬ : ହରିଆନାର କୁରୁକ୍ଷେତ୍ରଠାରେ ଅନୁଷ୍ଠିତ ଜାତୀୟ ସ୍ତରର ସବ୍ ଜୁନିୟର ଖୋ-ଖୋ ପ୍ରତିଯୋଗିତାରେ ଓଡ଼ିଶା ଦଳ ଚମ୍ପିୟାନ  ହୋଇ ରାଜ୍ୟ ପାଇଁ ଗୌରବ ଆଣିଛି। ଏହି ବିଜୟୀ ଦଳର ଅଂଶବିଶେଷ ଥିବା ତିର୍ତ୍ତୋଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ର ପି.ଆର. ରୋହନ କୁରୁକ୍ଷେତ୍ରରୁ ନିଜ ଅଞ୍ଚଳକୁ ଫେରିବା ପରେ ଆଜି ତାଙ୍କୁ ବିଦ୍ୟାଳୟ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କଟକ-ପାରାଦୀପ ରାସ୍ତାର ନେହେରୁ […]

ସଂପୂର୍ଣ୍ଣ ପଢନ୍ତୁ

ଯଶିପୁରରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ: ୧୧୬ ଲିଟର ମହୁଲି ମଦ ଜବତ, ୭ ଗିରଫ

ଯଶିପୁର  :  ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକର ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ପ୍ରାୟ ୧୧୬ ଲିଟର ମହୁଲି ମଦ ଜବତ କରାଯାଇଥିବା ବେଳେ ଏହି ବେଆଇନ କାରବାରରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ପ୍ରଥମେ ନିମସାହି ଗ୍ରାମରେ ଚଢ଼ାଉ କରି ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣର ମଦ ଜବତ କରିଛି। ଗିରଫ […]

ସଂପୂର୍ଣ୍ଣ ପଢନ୍ତୁ

ଦୀର୍ଘ ୪୯ ବର୍ଷର ନିରବଚ୍ଛିନ୍ନ ସେବା ପରେ ଅବସର ନେଲେ ଡାକ ସେବକ ଭବେଶ ନନ୍ଦୀ: କନକପୁର ଉପଡାକ ଘରେ ଭବ୍ୟ ସମ୍ବର୍ଦ୍ଧନା

ଝଙ୍କଡ଼ : ଝଙ୍କଡ଼ ସାରଳାପୀଠ ନିକଟସ୍ଥ କନକପୁର ଉପଡାକ ଘରେ ଗ୍ରାମୀଣ ଡାକ ସେବକ (ପ୍ୟାକର) ଭାବେ ଦୀର୍ଘ ୪୯ ବର୍ଷ କାଳ ନିରବଚ୍ଛିନ୍ନ ଓ ନିଷ୍ଠାପର ସେବା ପ୍ରଦାନ କରିବା ପରେ ଭବେଶ କୁମାର ନନ୍ଦୀ ଅବସର ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ଗତ ବୁଧବାର ଦିନ ତାଙ୍କୁ ଏକ ଭବ୍ୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କନକପୁର ଉପଡାକ ଘରର ଡାକ ସହାୟକ ସତ୍ୟଜିତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ […]

ସଂପୂର୍ଣ୍ଣ ପଢନ୍ତୁ

ପରମହଂସନାଥ ପୀଠରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ: ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ଓ ସେବାୟତଙ୍କ ସମନ୍ୱୟ ବୈଠକ

କଟକ ସଦର : କଟକ ପୂର୍ବାଞ୍ଚଳ ତଥା ସଦର ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ପରମହଂସନାଥଙ୍କ ଆଗାମୀ ମହାଶିବରାତ୍ରି ଓ ଜାଗର ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଆସନ୍ତା ୧୫ ତାରିଖ ରବିବାର ଠାରୁ ଆରମ୍ଭ ହେବାକୁ ଥିବା ଏହି ୫ ଦିନିଆ ମହୋତ୍ସବର ସଫଳତା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିର ପରିସରରେ ତୃତୀୟ ତଥା ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପରମହଂସ ସରପଞ୍ଚ ଅଶୋକ ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ […]

ସଂପୂର୍ଣ୍ଣ ପଢନ୍ତୁ

ବୃତ୍ତି ପରୀକ୍ଷାରେ କୃତିତ୍ୱ : ପୁଟିଙ୍ଗ ସରକାରୀ ବିଦ୍ୟାଳୟର ଛାତ୍ର ସ୍ୱୟଂ ସ୍ୱାଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ପୁଟିଙ୍ଗ ଜୟସିଂହପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ସ୍ୱୟଂ ସ୍ୱାଇଁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଚଳିତ ୨୦୨୫-୨୬ ଶିକ୍ଷାବର୍ଷର ବୃତ୍ତି ପରୀକ୍ଷାରେ ସ୍ୱୟଂ ପ୍ରଥମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଥିବାରୁ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦ୍ୟାଳୟ ପରିସରରେ […]

ସଂପୂର୍ଣ୍ଣ ପଢନ୍ତୁ