ଫେବୃଆରୀ ସୁଦ୍ଧା ମାଓବାଦୀଙ୍କ ସମୂହ ଆତ୍ମସମର୍ପଣ ପ୍ରତିଶ୍ରୁତି

ମୁମ୍ବଇ, ୨୫/୧୧: ଆସନ୍ତାବର୍ଷ ଫେବୃଆରୀ ସୁଦ୍ଧା ମାଓବାଦୀମାନେ ସମୂହ ଆତ୍ମସମର୍ପଣ କରିବେ ବୋଲି ମାଓବାଦୀ ସଂଗଠନ ପକ୍ଷରୁ କୁହାଯାଇଛି। ସଂଗଠନ ପକ୍ଷରୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଏଭଳି ପ୍ରତିଶ୍ରୁତି ଦିଆଯାଇଛି। ସୂଚନାଯୋଗ୍ୟ ଏହି ତିନି ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ କମ୍ବିଂ ଅପରେସନ କରାଯାଉଥିବାବେଳେ ଏକାଧିକ ମାଓବାଦୀ ଓ ସେମାନଙ୍କର କମାଣ୍ଡର ପ୍ରାଣ ହରାଇସାରିଲେଣି। ଏଥିରେ ଭୟଭୀତ ହୋଇ ଲାଲବାହିନୀ ବର୍ତ୍ତମାନ ଆତ୍ମସମର୍ପଣ ପାଇଁ ଏକପ୍ରକାର […]

ସଂପୂର୍ଣ୍ଣ ପଢନ୍ତୁ

୧୪୧ ବର୍ଷ ବୟସରେ କଇଁଛର ମୃତ୍ୟୁ

ୱାଶିଂଟନ, ୨୫/୧୧: ଆରପାରିରେ ଆମେରିକାର ସନ ଡିଏଗୋ ଚିଡିଆଖାନାର ବୟୋଜ୍ୟେଷ୍ଠ ଗ୍ୟାଲାପାଗୋସ ପ୍ରଜାତିର କଇଁଛ ଗ୍ରେମା । ମୃତ୍ୟୁ ବେଳକୁ କଇଁଛର ବୟସ ୧୪୧ ବର୍ଷ ହୋଇଥିଲା । ଏହି ଶାନ୍ତ , ସରଳ କଇଁଛଟି ଚିଡିଆଖାନାକୁ କେବେ ଆସିଥିଲା , ତାହା ସଠିକ୍ ଭାବେ ଜଣାପଡିନି। ତଥାପି ୧୯୨୮ କିମ୍ବା ୧୯୩୧ରେ ଏହା ଗ୍ୟାଲାପୋଗୋସ କଇଁଛର ପ୍ରଥମ ଗ୍ରୁପ ଭାବେ ଏଠାକୁ ଆସିଥିଲା । ବୟସ ବଢ଼ିବା ପରେ ଗ୍ରେମାର ହାଡ ସମସ୍ୟା ଦେଖାଦେଇଥିଲା। ଶେଷରେ […]

ସଂପୂର୍ଣ୍ଣ ପଢନ୍ତୁ

ଏନପିଏସ, ୟୁପିଏସ ବିରୁଦ୍ଧରେ ଦିଲ୍ଲୀରେ ବିଶାଳ ସମାବେଶ

ଦିଲ୍ଲୀ: ୨୫/୧୧: ପୁରୁଣା ପେନସନ ଲାଗୁ ପାଇଁ ସାରା ଦେଶ ଏକନେସନାଲ ମୁଭମେଣ୍ଟ ଫର୍ ଓଲ୍ଡ ପେନସନ ସ୍କୀମ ସଂଗଠନ (ଏନ୍ ଏମ ଓ ପି ଏସ) ର ଆନ୍ଦୋଳନ ଡାକରାରେ ଆଜି ନୂଆଦିଲ୍ଲୀ ସ୍ଥିତ ଜନ୍ତର ମନ୍ତର ଠାରେ ସବୁ ରାଜ୍ୟର କର୍ମଚାରୀମାନେ ଏନ ପି ଏସ, ୟୁ ପି ଏସ ହଟାଇ ପୁରୁଣା ପେନସନ ଲାଗୁ ନେଇ ଏକାଠି ହୋଇଛନ୍ତି। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ୨୦୦୪ ମସିହାରୁ ଓ ରାଜ୍ୟ ସରକାର ୨୦୦୫ […]

ସଂପୂର୍ଣ୍ଣ ପଢନ୍ତୁ

ଧର୍ମଧ୍ବଜା ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଅଯୋଧ୍ୟା, ୨୫/୧୧: ଶ୍ରୀରାମ ମନ୍ଦିରରେ ଧର୍ମଧ୍ବଜା ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ମୋଦୀ କହିଛନ୍ତି ଧର୍ମଧ୍ବଜା ଭାରତୀୟ ସଭ୍ୟତାର ପୁନଃ ଜାଗରଣର ପ୍ରତୀକ। ଏହା ହେଉଛି ପ୍ରତିଶ୍ରୁତି ପାଳନର ପ୍ରତୀକ। ବିଗତ ୧୧ ବର୍ଷରେ ସବୁ ବର୍ଗକୁ ବିକାଶରେ ଯୋଡାଯାଇଛି। ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତର ସ୍ଵପ୍ନ ପୂରଣ କରାଯିବ। ଆମେ ନଥିଲା ବେଳେ ଏହି ଦେଶ ଥିଲା। ତେଣୁ ଆମକୁ ଭବିଷ୍ୟତ ପିଢି ପାଇଁ କାର୍ଯ୍ୟ କରିବାକୁ ପଡିବ। ଭାରତ […]

ସଂପୂର୍ଣ୍ଣ ପଢନ୍ତୁ

ପୁଣି ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ, ୩୩ ମୃତ

ମସ୍କୋ, ୨୪/୧୧: ରୁଷ୍‌ ସେନା ପକ୍ଷରୁ ଶନିବାର ୟୁକ୍ରେନର ଏକାଧିକ ସହର ଉପରେ ପ୍ରବଳ ଆକ୍ରମଣ କରାଯାଇଥିବାବେଳେ ୩୩ ଜଣଙ୍କର ପ୍ରାଣହାନି ଘଟିଛି। ଶତାଧିକ ଆହତ ହୋଇଥିବାବେଳେ କୋଠା, ସଡକ ଓ ଅନ୍ୟ ଭିତ୍ତିଭୂମିର ବ୍ୟାପକ କ୍ଷତି ଘଟିଛି। ମୃତକଙ୍କ ମଧ୍ୟରେ ୬ ଶିଶୁ ସାମିଲ ଥିବାବେଳେ ଆଉ କେତେକ ଧ୍ବଂସସ୍ତୂପ ତଳେ ପୋତି ହୋଇପଡିଥିବା ଆଶଙ୍କା କରାଯାଉଛି। ରୁଷ୍‌ ସେନା ପକ୍ଷରୁ ୧୦୦୦ ଡ୍ରୋନ, ୧୦୦୦ ଗ୍ଲାଇଡ୍ ବୋମା ଏବଂ ବିଭିନ୍ନ ପ୍ରକାରର ୬୦ଟି କ୍ଷେପଣାସ୍ତ୍ର […]

ସଂପୂର୍ଣ୍ଣ ପଢନ୍ତୁ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ ୨୪/୧୧: ଭାରତର ୫୩ତମ ପ୍ରଧାନ ବିଚାରପତି (ସି​‌େ​‌ଜଆଇ) ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ କରିଛନ୍ତି । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ଭୁଟାନ, କେନିଆ, ମାଲେସିଆ, ମରିସସ୍‌, ନେପାଳ ଓ ଶ୍ରୀଲଙ୍କା ଭଳି ଦେଶର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତି ଏବଂ ସେମାନଙ୍କ ପରିବାର ସଦସ୍ୟ ଯୋଗ […]

ସଂପୂର୍ଣ୍ଣ ପଢନ୍ତୁ

ଧର୍ମେନ୍ଦ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ମୁମ୍ବାଇ, ୨୪/୧୧ : ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବାବେଳେ ଆଜି ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ଧର୍ମେନ୍ଦ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଭାରତୀୟ ସିନେମାର ଏକ ଯୁଗର ଅନ୍ତଃ ଘଟିଛି। ସେ ଜଣେ ଅସାଧାରଣ ଅଭିନେତା ଥିଲେ , ପ୍ରତ୍ୟେକ ଚରିତ୍ର ତାଙ୍କ ଆକର୍ଷଣ ଭରି ଦେଇଥିଲା। ତାଙ୍କର ବିବିଧ ଚରିତ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଭାରତକୁ ପ୍ରଥମଥର ବିଶ୍ୱ ଚାମ୍ପିୟନ କରାଇଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ,୨୩/୧୧: ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍ ଇତିହାସ ରଚି ପ୍ରଥମ ଥର ପାଇଁ ଆୟୋଜିତ ମହିଳା ଟି-୨୦ ବିଶ୍ୱକପ୍ ରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। କଲମ୍ବୋରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍‌ରେ ଭାରତୀୟ ଦଳ ନେପାଳକୁ ୭ ୱିକେଟ୍‌ରେ ପରାସ୍ତ କରିଛି।ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ନେପାଳକୁ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ବିନିମୟରେ ୧୧୪ ରନ୍‌ରେ ସୀମିତ ରଖିଥିଲା। ଜବାବରେ ଭାରତୀୟ ବ୍ୟାଟର୍‌ମାନେ ଦମଦାର ପ୍ରଦର୍ଶନ […]

ସଂପୂର୍ଣ୍ଣ ପଢନ୍ତୁ

ଦେଶରେ ଲାଗୁ ହେଲା ନୂଆ ଲେବର କୋଡ୍

ନୂଆଦିଲ୍ଲୀ, ୨୩/୧୧: କେନ୍ଦ୍ର ସରକାର ଦେଶରେ ୨୯ଟି ପୁରୁଣା ଶ୍ରମ ଆଇନ ବଦଳରେ ୪ଟି ନୂତନ ଶ୍ରମ ସଂହିତା (Labour Codes) କାର୍ଯ୍ୟକାରୀ କରିଛନ୍ତି। ଏହି ବ୍ୟାପକ ସଂସ୍କାର ଦ୍ୱାରା ଦରମା, ଛୁଟି, କାର୍ଯ୍ୟ ସମୟ ଓ ସାମାଜିକ ସୁରକ୍ଷା ଭଳି ଅନେକ ନିୟମରେ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି, ଯାହା ପ୍ରାୟ ସବୁ କ୍ଷେତ୍ରର କର୍ମଚାରୀଙ୍କୁ ପ୍ରଭାବିତ କରିବ।କର୍ମଚାରୀଙ୍କ ପାଇଁ ୧୦ଟି ମୁଖ୍ୟ ପରିବର୍ତ୍ତନ:୧. ୧ ବର୍ଷରେ ମିଳିବ ଗ୍ରାଚୁଇଟି: ସ୍ଥାୟୀ କର୍ମଚାରୀଙ୍କ ସମେତ ଫିକ୍ସଡ୍-ଟର୍ମ (Fixed-Term) […]

ସଂପୂର୍ଣ୍ଣ ପଢନ୍ତୁ

ଜି-୨୦ ଶିଖର ସମ୍ମିଳନୀ ୨୦୨୫ରେ ମୋଦୀ

ଜୋହାନ୍ସବର୍ଗ, ୨୩/୧୧: ପ୍ରଥମ ଥର ପାଇଁ ଆଫ୍ରିକା ମାଟିରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ ଅନେକ କାରଣରୁ ସମଗ୍ର ବିଶ୍ବର ଫୋକସ୍‌ରେ ରହିଛି। ଆମେରିକାର ଅସହଯୋଗ ପଦକ୍ଷେପ ଏବଂ ମିଳିତ ଘୋଷଣାପତ୍ର ଜାରି ନକରିବା ପାଇଁ ଦିଆଯାଇଥିବା ସଙ୍କେତକୁ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ପ୍ରତ୍ୟାଖ୍ୟାନ କରିଛନ୍ତି। ରାମାଫୋସାଙ୍କ ନେତୃତ୍ୱରେ ସମ୍ମିଳନୀ ସବୁଦିଗରୁ ସଫଳ ହୋଇଛି ଏବଂ ଏକ ବିସ୍ତୃତ ଘୋଷଣାପତ୍ର ଗୃହୀତ ହୋଇଛି। ଏହି ଘୋଷଣାପତ୍ରରେ ଋଣଗ୍ରସ୍ତ ଦେଶମାନଙ୍କ ପାଇଁ ତୁରନ୍ତ ଋଣ ମୁକ୍ତି, […]

ସଂପୂର୍ଣ୍ଣ ପଢନ୍ତୁ