ନକଲି ଘିଅ କାରଖାନାରେ ଚଢ଼ାଉ

କଟକ, ୧୮/୧୧: ଫୁଲନଖରା ଅଞ୍ଚଳରେ ଏକ ନକଲି ଘିଅ କାରଖାନାରେ ଚଢ଼ାଉ ହୋଇଛି। ଉକ୍ତ କାରଖାନାରେ ନକଲି ଦୀପ ଘିଅ ଏବଂ ଖାଇବା ଘିଅ ପ୍ରସ୍ତୁତ ହେଉଥିବା ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅପମିଶ୍ରଣ ପାଇଁ ରଖାଯାଇଥିବା ବିଭିନ୍ନ ସାମଗ୍ରୀ, ଲେବୁଲ ଓ ଅନ୍ୟାନ୍ୟ ଜିନିଷକୁ ଯାଞ୍ଚ କରାଯାଇଥିଲା। ଏଠାରୁ ରାଜ୍ୟର କେଉଁ ଅଞ୍ଚଳକୁ ନକଲି ଘିଅ ପଠାଯାଉଥିଲା ସେ ନେଇ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ସିଏମସିର ଖାଦ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଶେଖ ହସିନାଙ୍କୁ ମୃତ୍ୟୁଦଣ୍ଡ ଦେଲେ କୋଟ

ନୂଆଦିଲ୍ଲୀ, ୧୭/୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଛନ୍ତି। କୋର୍ଟଙ୍କ ଏଭଳି ରାୟକୁ ନେଇ ଶେଖ ହସିନା ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏ ନିଷ୍ପତ୍ତିକୁ ସେ ଏକପାଖିଆ ଓ ରାଜନୀତିରୁ ପ୍ରେରିତ ବୋଲି ଦାବି କରିଛନ୍ତି। ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ କହିଛନ୍ତି, “ମୋ ପକ୍ଷ ନଶୁଣି କୋର୍ଟ ଏଭଳି ରାୟ ଶୁଣାଇଛନ୍ତି। ଏହି ନିଷ୍ପତ୍ତି ଏମିତି ଏକ ଟ୍ରିବ୍ୟୁନାଲ୍ ଦେଇଛନ୍ତି ଯାହାକୁ ଅଣନିର୍ବାଚିତ […]

ସଂପୂର୍ଣ୍ଣ ପଢନ୍ତୁ

ଜଗତସିଂହପୁରରେ ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ

ଜଗତସିଂହପୁର, ୧୭/୧୧: ଜଗତସିଂହପୁର ସଦର ଥାନା ବେହରାମପୁର ବସ୍ତିରେ ଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର ଉପରେ ବୁଲିଲା ବୁଲଡୋଜର । ମାଜିଷ୍ଟ୍ରେଟ ଓ ଉପଜିଲ୍ଲପାଳଙ୍କ ଉପସ୍ଥିତିରେ ୧୦ବଖରା ଘର ଭଙ୍ଗାଯାଇଛି । ଜିଲା ପ୍ରଶାସନ କହିଛି ଯେ ମାମଲାକୁ ଗୁରୁତର ସହ ନିଆଯାଇଛି । ସବୁ ଦିଗରୁ ତଦନ୍ତ ଚାଲିଛି ବୋଲି କହିଛନ୍ତି ଜିଲ୍ଲାପାଳ । କେମିତି ଆସିଲେ, କଣ ଲିଙ୍କ ଅଛି, କିଏ ଆଣି ରଖିଲା ତଦନ୍ତ କରୁଛୁ । ଯିଏ ବି ଦୋଷୀ ସାବ୍ୟସ୍ତ […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦ୍ରାପଡା ଓ ଜଗତସିଂହପୁର ରେ ବାଂଲାଦେଶୀ ଯାଞ୍ଚ

ଜଗତସିଂହପୁର, ୧୭/୧୧: ଜଗତସିଂହପୁର ଥାନା ଅଧୀନ ତରିକୁନ୍ଦ ଫାଣ୍ଡି ପଛପଟେ ଥିବା ବେହରାମପୁର ବସ୍ତିରେ ପୁଲିସ ରବିବାର ରାତିରେ ବାଂଲାଦେଶୀ ରହୁଥିବା ଖବର ପାଇ ଚଢଉ କରିଥିଲା। ସନ୍ଦିଗ୍ଧ ବାଂଲାଦେଶୀଙ୍କ କାରନାମା ସାମ୍ନାକୁ ଆସିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାଂଲାଦେଶୀଙ୍କୁ ଧରିବା ଲାଗି ଯାଞ୍ଚ କରାଯାଉଛି। ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଯାତ୍ରୀବାହୀ ବସ୍ ଓ ଅନ୍ୟ ଯାନବାହାନ ଗୁଡିକୁ ପୁଲିସ ଯାଞ୍ଚ କରୁଛି। ଦୁହୁରିଆ, ଗରାପୁର, ରାଜକନିକା, ପଟ୍ଟାମୁଣ୍ଡାଇ, ରାଜନଗର ଓ ମହାକାଳପଡା ଆଦି […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀ ବିସ୍ଫୋରଣ ପଛରେ ବାଂଲାଦେଶ ଲିଙ୍କ୍‌

ନୂଆଦିଲ୍ଲୀ, ୧୭/୧୧: ଦିଲ୍ଲୀ ଲାଲ୍ କିଲ୍ଲା ନିକଟରେ ଗତ ୧୦ ତାରିଖରେ ଘଟିଥିବା କାର ବିସ୍ଫୋରଣ ଘଟଣାରେ ବାଂଲାଦେଶ ଲିଙ୍କ୍‌ ସାମ୍ନାକୁ ଆସିଛି। ଏହି ଆତ୍ମଘାତୀ ଆକ୍ରମଣ ପଛରେ ବାଂଲାଦେଶର ହାତ ଥିବା ତଦନ୍ତକାରୀ ସଂସ୍ଥା ଏନଆଇଏକୁ ସୂଚନା ମିଳିଛି। ଆକ୍ରମଣ ପୂର୍ବରୁ ବାଂଲାଦେଶର ରାଜଧାନୀ ଢାକାରେ ଷଡ଼ଯନ୍ତ୍ରକାରୀ ଆତଙ୍କୀଙ୍କ ବୈଠକ ବସିଥିଲା। ଏହି ବୈଠକରେ ଆକ୍ରମଣର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ ହୋଇଥିଲା। ବୈଠକରେ ଆତଙ୍କବାଦୀ ସୈଫୁଲ୍ଲା ସୈଫ, ହିଜବୁଲ ଆତଙ୍କୀ ସଂଗଠନର ଢାକା ମୁଖ୍ୟ ଜୁବେର […]

ସଂପୂର୍ଣ୍ଣ ପଢନ୍ତୁ

ପୁତ୍ରସନ୍ତାନ ଜନ୍ମ ନ ହେବାରୁ ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲା ସ୍ଵାମୀ

ଭୁବନ, ୧୬/୧୧: ଏବେ ବି ରହିଛି ତୁଛ ମାନସିକତା। ଅଲୋଡ଼ା ହୋଇଯାଉଛି କନ୍ୟାସନ୍ତାନ। ଢେଙ୍କାନାଳଜିଲ୍ଲା ଭୁବନ ଅଞ୍ଚଳର ଜଣେ ମହିଳାଙ୍କ ପୁତ୍ର ସନ୍ତାନ ଜନ୍ମ ନ ହେବାରୁ ତାଙ୍କ ସ୍ବାମୀ ମାଡ଼ମାରି ଘରୁ ତଡ଼ି ଦେଇଛନ୍ତି। ମହିଳା ଜଣକ ନିଜର ୫ଝିଅ ସହ ଭୁବନ ଡାକ୍ତରଖାନା ବାରଣ୍ଡାରେ ଆଶ୍ରୟ ନେଇଥିବା ଦେଖାଯାଇଛି। ଶୁକ୍ରବାର ସନ୍ଧ୍ୟାରେ କୋଳରେ ୪୦ ଦିନର ଶିଶୁକନ୍ୟା ସମେତ ୫ ଜଣ କନ୍ୟାସନ୍ତାନଙ୍କୁ ଧରି ସୁଲୋଚନା ନାୟକ (୩୨ବର୍ଷ) ଭୁବନ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତର […]

ସଂପୂର୍ଣ୍ଣ ପଢନ୍ତୁ

ଆଜିଠୁ ସଡ଼କ ସୁରକ୍ଷା ପକ୍ଷ : ନିୟମ ଭାଙ୍ଗିଲେ କଡ଼ା ଦଣ୍ଡ

ଭୁବନେଶ୍ବର, ୧୬/୧୧: ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜିଠୁ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଶୂନ୍ୟ ମୃତ୍ୟୁ ପକ୍ଷ ପାଳନ କରାଯାଉଛି । ଏହି ଅଭିଯାନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହାର କମାଇବାକୁ ଲକ୍ଷ୍ୟ ରଖି ଆୟୋଜନ କରାଯାଇଛି । ୧୫ ଦିନ ଧରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ଚଢ଼ଉ, ସଡ଼କ ସୁରକ୍ଷା ଆଦି କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଛି।ପରିବହନ ବିଭାଗ ସହିତ ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ, ପଞ୍ଚାୟତିରାଜ, ଶିକ୍ଷା, ନଗର […]

ସଂପୂର୍ଣ୍ଣ ପଢନ୍ତୁ

ଭତ୍ତା ଟଙ୍କା ପାଇଁ ବାପାକୁ ହତ୍ୟା ପୁଅ !

କବିସୂର୍ଯ୍ୟନଗର, ୧୬/୧୧: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ. ବରିଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଜନ୍ମକଲା ବାପାକୁ ହତ୍ୟା କଲା ପୁଅ। ମୃତକ ପଦ୍ମନାଭ ସାହୁ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମଝିଆ ପୁଅ ରମେଶ ଚନ୍ଦ୍ର ସାହୁ ବାପା ପଦ୍ମନାଭଙ୍କ ସହ ଭତ୍ତା ଟଙ୍କା ଏବଂ ଦ୍ଵିତୀୟ ବିବାହକୁ କେନ୍ଦ୍ର କରି ବଚସା ହୋଇଥିଲା। ପରେ ତାହା ଉଗ୍ରରୂପ ନେଇଥିଲା।ପୁଅ ରମେଶ ଛୁରୀ ଭୁସି ଓ ପିଟିପିଟି ନିଜ ବାପାକୁ […]

ସଂପୂର୍ଣ୍ଣ ପଢନ୍ତୁ

ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି

ଫୁଲବାଣୀ, ୧୬/୧୧ : ଆତ୍ମସମର୍ପଣ କଲେ ଦୁଇ ମାଓବାଦୀ । କନ୍ଧମାଳ ଏସ୍‌ପିଙ୍କ ଅଫିସରେ ଦକ୍ଷିଣାଞ୍ଚଳ ଆଇଜିଙ୍କ ଉପସ୍ଥିତିରେ ଉଭୟ ଆତ୍ମସମର୍ପଣ କରିଛନ୍ତି। ଦୁଇ ମାଓବାଦୀ ଛତିଶଗଡର ଉନ୍‌ଗା କାଲମୁ ଏବଂ ମାସେ ମାଡଭି ବୋଲି ଜଣାପଡିଛି। ଉଭୟେ ସ୍ଵାମୀ ଏବଂ ସ୍ତ୍ରୀ ହୋଇଥିବାବେଳେ ୨୦୧୮ ମସିହାରୁ ସିପିଆଇ ମାଓବାଦୀ ସଂଗଠନରେ କାମ କରୁଥିଲେ। ଉଭୟଙ୍କ ନାଁରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଥିଲା। ସେମାନଙ୍କ ନିକଟରୁ ଅନେକ ମାଓ ସାମଗ୍ରୀ ମିଳିଛି।

ସଂପୂର୍ଣ୍ଣ ପଢନ୍ତୁ

ଚାଞ୍ଚଲ୍ୟକର ତଥ୍ୟ, ନିଲମ୍ବନ ପରେ ପୁନଃନିଯୁକ୍ତି

କଟକ, ୧୬/୧୧: ଚୌଦ୍ଵାର ଜେଲରୁ କଏଦୀ ଚମ୍ପଟ ମାରିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଜେଲ ବିଭାଗର କଳା କାରନାମା ଉପରୁ ପରଦା ହଟାଇଛି ଏହି ଘଟଣା। କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କୁ ଜେଲ ବିଭାଗ କିପରି ଅହେତୁକ ଅନୁକମ୍ପା ଦେଖାଇଛି ତାହା ସାମ୍ନାକୁ ଆସିଛି।ସୂଚନା ଅନୁସାରେ, ଚୌଦ୍ଵାର ଜେଲରୁ ୨ କଏଦୀ ଚମ୍ପଟ ମାରିବା ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ମୁଖ୍ୟ ଓ୍ବାର୍ଡର ଭଗତ ଚରଣ ରାମଙ୍କୁ ଗତ ଅକ୍ଟୋବର ୩ ତାରିଖରେ ନିଲମ୍ବନ […]

ସଂପୂର୍ଣ୍ଣ ପଢନ୍ତୁ