ପୋଲିସ ପାଟ୍ରୋଲିଂ ବେଳେ ୧୭ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ୨ ଗିରଫ

ବାରିପଦା: ଆସନ୍ତାକାଲି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ଥିବା ବେଳେ ରାଜ୍ୟରେ ଚାଲିଛି ବେଆଇନ କାରବାର। ରାଜ୍ୟରେ ଯୁଗ୍ମ ନିର୍ବାଚନ ପୂର୍ବରୁ ବେଆଇନ କାର୍ଯ୍ୟକଳାପ ଉପରେ ଚାଲିଥିବା କଟକଣା ସମୟରେ ବାରିପଦାଠାରେ ଧରାପଡିଛନ୍ତି ଡ୍ରଗ୍ସ ବେପାରୀ। ଉକ୍ତ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇ ପୋଲିସ ସେମାନଙ୍କଠାରୁ ୧୭ ଲକ୍ଷରୁ ଅଧିକ ମୂଲ୍ୟର ହେରୋଇନ ଜବତ କରିଛି। ଶନିବାର ରାତିରେ ସହରର ଦେବେନ୍ଦ୍ରପୁର ଅଞ୍ଚଳରେ ତୀବ୍ର ପାଟ୍ରୋଲିଂ ବେଳେ ଏହି ନିଶାଦ୍ରବ୍ୟ ଜବତ କରାଯାଇଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଝାରସୁଗୁଡ଼ାରେ ଚାଞ୍ଚଲ୍ୟ: କାର୍ ଭିତରୁ ସ୍ବାମୀ, ସ୍ତ୍ରୀ ଓ ଝିଅର ମୃତଦେହ ଉଦ୍ଧାର, ସମସ୍ତଙ୍କ ମୁଣ୍ଡରେ ବାଜିଛି ଗୁଳି

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବାଣିପାହାଡ଼ ନିକଟ ପଡିଆରେ ୩ ଜଣଙ୍କ ମୃତଦେହ ଠାବ ହୋଇଛି। ୩ ଜଣ ଯାକ ଓରିଏଣ୍ଟ ଥାନା ଅଞ୍ଚଳର ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ମୃତକ ହେଲେ ଓରିଏଣ୍ଟ ଥାନା ଅଞ୍ଚଳର କାଳୀନଗରର ସୁଜିତ ରାୟ, ସ୍ତ୍ରୀ ଖୁସବୁ ରାୟ ଓ ଝିଅ ଅର୍ପିତା ରାୟ। ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିବା ସୂଚନା। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନିଖୋଜ ମାମଲା ଦାୟର କରିଥିଲେ ମୃତକ ସୁରଜଙ୍କର ପରିବାରଲୋକେ। […]

ସଂପୂର୍ଣ୍ଣ ପଢନ୍ତୁ

କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ; ଟଳିଲେ ୨ ମାଓବାଦୀ

ଟଳିଲେ ୨ ମାଓବାଦୀ । କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ । ନବରଙ୍ଗପୁର ଜିଲ୍ଲା ରାଇଘରରେ ଏନକାଉଣ୍ଟର । ଦୀର୍ଘ ସମୟ ହେବ ଚାଲିଥିଲା ଗୁଳି ବିନିମୟ । ଆଜି ସକାଳୁ ସକାଳୁ ନବରଙ୍ଗପୁର ଜିଲ୍ଲା ରାଇଘରରେ କମ୍ବିଂ ଅପରେସନ କରୁଥିବା ବେଳେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା । ଏଥିରେ ସୁରକ୍ଷାକର୍ମୀମାନେ ୨ ମାଓବାଦୀଙ୍କୁ ଏନକାଉଣ୍ଟର କରିଥିଲେ । ବର୍ତ୍ତମାନ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ […]

ସଂପୂର୍ଣ୍ଣ ପଢନ୍ତୁ

ପୋଲିସ ହାତରେ ଧରା ପଡ଼ିଲେ କୁଖ୍ୟାତ ଚୋର

କଟକ : ଦିନକୁ ଦିନ ମାତୁଛନ୍ତି ଚୋର । ଚୋର ଭୟରେ ଦିନ କାଟୁଥିଲେ ଲୋକେ । ଏବେ ପୋଲିସ ହାତରେ ଧରା ପଡ଼ିଲେ କୁଖ୍ୟାତ ଚୋର । ଦିନରେ ବୁଲି ଘର ଦେଖୁଥିଲେ ରାତିରେ ଆସି ଲୁଟୁଥିଲେ । ଲୋକଙ୍କ ଆଖିରେ ଧୁଳି ଦେଇ ଘରେ ବୁଲାଉଥିଲେ କଳାକନା । ଖାଲି ଖୋଜି ବୁଲୁଥିଲେ ଘରେ କେହି ନଥିବାର ସୁଯୋଗ । ଆଉ ଯେତେବେଳେ ଘରେ କେହି ରହୁନଥିଲେ ସେହି ସୁଯୋଗ ନେଇ ଘରେ ପଶୁଥିଲେ । […]

ସଂପୂର୍ଣ୍ଣ ପଢନ୍ତୁ

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ: ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଭିତରେ ୨ ମହିଳା ମାଓବାଦୀ ଥିବା ଜଣାଯାଇଛି।ସମସ୍ତ ୯ ମାଓବାଦୀ ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାର ବୋଲି ସୂଚନା ରହିଛି। ସେମାନେ ମୁଖ୍ୟ ସ୍ରାତରେ ସାମିଲ ହେବାକୁ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି। ଦୁଇ ମହିଳା ମାଓବାଦୀଙ୍କ ନାମ ୟୋଗି ମାଡଭି ଓ ପୋଜେ ମାଡଭି ବୋଲି ଜଣାଯାଇଛି। ଠିକ୍ ସେହିପରି ପୁରୁଷ ମାଓବାଦୀମାନେ ହେଲେ ଭୀମ କାଡଟି, ଭୀମ ବଂଜାମ, ବନ୍ଦୀ ବଂଜାମ, […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରାଇଭେଟ୍ ପାର୍ଟ ଭିତରେ ଲୁଚାଇଥିଲେ ୨.୭୯ କୋଟି ଟଙ୍କାର ସୁନା, ୪ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସୁନା ଚୋରା ଚାଲାଣର ଏକ ଅଜବ ତରିକା ସାମ୍ନାକୁ ଆସିଛି । ବିଦେଶରୁ ଆସିଥିବା ଚାରି ଜଣ ତସ୍କର ନିଜର ମଳାଶୟରେ ୩ କେଜି ଉର୍ଦ୍ଧ୍ବ ମୂଲ୍ୟର ସୂନା ଲୁଚାଇ ଆଣିଥିଲେ । ଏୟାରପୋର୍ଟରେ ସ୍କ୍ରିନିଂ ବେଳେ ସେମାନଙ୍କ ମଳାଶୟରେ ସୁନା ଥିବା ଜଣାପଡିଥିଲା । ଘଟଣା ପରେ ପୋଲିସ ସମସ୍ତଙ୍କୁ ଗିରଫ କରିନେଇଛି । ଜବତ ସୁନାର ମୂଲ୍ୟ ପ୍ରାୟ ୨ କୋଟି ରୁ ଅଧିକ […]

ସଂପୂର୍ଣ୍ଣ ପଢନ୍ତୁ

ରାଜଧାନୀରେ ରାସ୍ତା ପାର ହେଉଥିଲେ; ୨ ଜଣଙ୍କୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା ଟ୍ରକ୍

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ପଳାଶୁଣୀଠାରେ ଦୁଇ ପୁରୁଷ ଓ ମହିଳା ରାସ୍ତା ପାରି ହେଉଥିବାବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଏପରିକି ଗାଡ଼ିର ବେଗ ଏତେ ଅଧିକ ଥିଲା ଯେ ଦୁର୍ଘଟଣା ପରେ ନ ରୋକି ଉକ୍ତ ବ୍ୟକ୍ତି ଜଣଙ୍କୁ ପଳାଶୁଣୀରୁ ସତ୍ୟବିହାର ଯାଏଁ ୫୦୦ ମିଟର ଘୋଷାଡ଼ି ନେଇଥିଲା। ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉଭୟେ ଦମ୍ପତି ବୋଲି ଜଣାଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ଚାକିରି ଦେବା ନାମରେ ୧୭ ଲକ୍ଷ ଟଙ୍କା ଠକେଇ, ଗିରଫ ହେଲେ ୩ ଠକ

କେନ୍ଦୁଝର : ଚାକିରି ନାଁରେ ଯୁବକ ଓ ଯୁବତୀଙ୍କ ସହ ଖେଳାଯାଉଛି ଖେଳ । ବର୍ତ୍ତମାନର ଯୁବପିଢ଼ି ଚାକିରି ଆଶାରେ ଠକାମିର ଶିକାର ହେଉଛନ୍ତି । ଦିନକୁ ଦିନ ବଢ଼ିଚାଲିଛି ଠକେଇର ମାମଲା । ଠକମାନେ ଟଙ୍କା ଲୁଟିବା ପାଇଁ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ଆଉ ସୁଯୋଗ ପାଇଲେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ମାରୁଛନ୍ତି । ବର୍ତ୍ତମାନ ଲୋକମାନଙ୍କୁ ଚାକିରି ମିଳୁନି । ତେଣୁ ଚାକିରି ଆଶାୟୀଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ରାଜଧାନୀରେ ନକଲି NCERT ବହି ଭଣ୍ଡାର ଠାବ

ଭୁବନେଶ୍ୱର : ରାଜଧାନୀରେ ନକଲି ଏନସିଇଆରଟି ବହି ।  ନକଲି ଏନସିଇଆରଟି ବହି ଭଣ୍ଡାର ଠାବ କରିଛି କମିଶନରେଟ୍ ପୋଲିସ ।  ଭୁବନେଶ୍ବର ବଡ଼ଗଡ଼ ଥାନା ଅନ୍ତର୍ଗତ ଶୁଭମ ବୁକଷ୍ଟୋରରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବହି ଜବତ ହୋଇଛି ।  ଭୁବନେଶ୍ବରର ୩ଟି ସ୍ଥାନରେ ରେଡ୍ ହୋଇଛି  ।  ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ । ସୂଚନା ଅନୁସାରେ ଖାରବେଳ ନଗର ଥାନା ଅଞ୍ଚଳରେ ଥିବା ବିଦ୍ୟାର୍ଥୀ ବୁକ୍ ଷ୍ଟୋର […]

ସଂପୂର୍ଣ୍ଣ ପଢନ୍ତୁ

ବିଦ୍ୟୁତ୍‌ ଆଘାତରେ ବାପାପୁଅ ମୃତ

ଯାଜପୁର: ବିଦ୍ୟୁତ୍‌ ଆଘାତରେ ବାପାପୁଅ ମୃତ । ଯାଜପୁର ରୋଡ୍ ଥାନା ବେଙ୍ଗପାଟିଆ ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।ଘରେ ବାପପୁଅ ବିଦ୍ୟୁତ୍‌ କାମ କରୁଥିବା ବେଳେ ଏହି ଅଘଟଣ ଘଟିଛି । ଏଥିରେ ବାପାପୁଅ ଙ୍କର ମୃତ୍ୟୁ ହୋଇଥିବା ବେଳେ  ମା’ ଗୁରୁତର । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ପ୍ରଥମେ ପୁଅ ଆଶୁ ମଣ୍ଡଳଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ପୁଅକୁ ବଞ୍ଚାଇବାକୁ ବାପା ମା’ […]

ସଂପୂର୍ଣ୍ଣ ପଢନ୍ତୁ