ବାଣ ଫୁଟି ପୁଅ ମୃତ, ବାପା ଗୁରୁତର

ଅନ୍ନୁଗୁଳ, ୨୧/୧୦:ପାବଳିରେ ଅଘଟଣ । ବାଣ ଫୁଟି ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇ ଏସସିବିରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଘଟଣ ଘଟିଛି ଅନୁଗୁଳ ଜିଲା ସମଲ ଥାନା ସିପୁର ଗାଁରେ । ମୃତ ପୁଅ ହେଲେ ସରୋଜ ପ୍ରଧାନ, ଗୁରୁତର ବାପା ପ୍ରମୋଦ ପ୍ରଧାନ । ବାଣ ଫୁଟିବାରୁ ପ୍ରମୋଦଙ୍କ ହାତ ଛିଣ୍ଡି ଯାଇଛି । ଗଚରୁତର ଅବସ୍ଥାରେ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି । ସରୋଓ ଓ ତାଙ୍କ ଭାଇଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଭୁବନେଶ୍ଵର ବିମାନବନ୍ଦରରୁ ୨୫ ଲକ୍ଷ ଟଙ୍କାର ନିଶାଦ୍ରବ୍ୟ ଜବତ

ଭୁବନେଶ୍ଵର, ୨୧/୧୦: ଭୁବନେଶ୍ଵର ବିମାନ ବନ୍ଦରରୁ ପୁଣି ନିଶାଦ୍ରବ୍ୟ ଜବତ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ଖୋଳତାଡ଼ କରୁଛି କଷ୍ଟମ ବିଭାଗ। ଜବତ ହୋଇଥିବା ନିଶାଦ୍ରବ୍ୟର ମୂଲ୍ୟ ୨୫ ଲକ୍ଷରୁ ଅଧିକଟ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି। ଅଭିଯୁକ୍ତମାନେ ଦୁବାଇରୁ ଏହି ନିଶାଦ୍ରବ୍ୟ ସାଙ୍ଗରେ ଆସି ଭୁବନେଶ୍ଵର ଆସିଥିଲେ। ବିମାନବନ୍ଦରରେ ଯାଞ୍ଚ ସମୟରେ କଷ୍ଟମ ବିଭାଗ ତାହାକୁ ଜବତ କରିଥିଲେ। ଅଭିଯୁକ୍ତମାନେ ମୁମ୍ବଇର ବୋଲି ଜଣାପଡ଼ିଛି।

ସଂପୂର୍ଣ୍ଣ ପଢନ୍ତୁ

ସ୍କାଏଲାଇଟ ଭାଙ୍ଗି ଥାନାରୁ ଚମ୍ପଟ ମାରିଲା କୁଖ୍ୟାତ ଚୋର

କଟକ,୨୧/୧୦: ସ୍କାଇଲାଇଟ୍‌ ଭାଙ୍ଗି କୁଖ୍ୟାତ ଚୋର ଚମ୍ପଟ ମାରିଛି। ସେ ପୁଣି ଆଉ କୌଣସି ସ୍ଥାନ ନୁହେଁ, କମିଶନରେଟ ପୁଲିସର ଜଗତପୁର ଥାନା ଅଧିକାରୀଙ୍କ କୋଠାରୀ ଭିତରୁ। ଦିନ ଦ୍ବିପ୍ରହରରେ ଚାରି ଚାରି ଜଣ ପୁଲିସ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ସେ ଫେରାର ହୋଇଛି। ଅଭିଯୁକ୍ତ ନାଁରେ ୫ରୁ ଅଧିକ ମାମଲା ରହିଛି। ପୂର୍ବରୁ ଦୁଇ ଥର ଜେଲ ମଧ୍ୟ ଯାଇଛି। ଜାମିନ ପାଇବା ପରେ ପୁଣି ଅପରାଧରେ ଲିପ୍ତ ରହିଥିଲା।ଜଗତପୁର ଅଞ୍ଚଳର ଏକ ବଡ଼ […]

ସଂପୂର୍ଣ୍ଣ ପଢନ୍ତୁ

ଯାତ୍ରୀବାହୀ ବସ ଓ ବାଇକ ଧକ୍କା, ୨ ବାଇକ ଆରୋହୀ ଗୁରୁତର

ଠାକୁରମୁଣ୍ଡା, ୨୦/୧୦: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଅଖାପଲାଣ ଛକ ନିକଟରେ ଯାତ୍ରୀବାହୀ ବସ୍ ସହ ବାଇକ୍ ଧକ୍କା ହେବାରୁ ୨ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। କରଞ୍ଜିଆରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଶିବା ନାମକ ଯାତ୍ରୀବାହୀ ବସ ସୋମବାର ଦିନ ପ୍ରାୟ ୧୨ଟା ସମୟରେ ବାଇକ ସହିତ ଧକ୍କା ହୋଇଥିଲା। ଗୁରୁତରଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ […]

ସଂପୂର୍ଣ୍ଣ ପଢନ୍ତୁ

ବାଣ ବସ୍ଫୋରଣରେ ଚାଲିଗଲା ଯୁବକଙ୍କ ଜୀବନ

ଖଲ୍ଲିକୋଟ: ଗଞ୍ଜାମଜିଲ୍ଲା ଖଲ୍ଲିକୋଟ ଥାନା କୈଠଡ଼ା ଗ୍ରାମରେ ଅଭାବନୀୟ ଘଟଣା। ବାଣ ତିଆରି କରିବା ସମୟରେ ଅସାବଧାନତା ଯୋଗୁଁ ବିସ୍ଫୋରଣ। ବାଣ ବସ୍ଫୋରଣରେ ଚାଲିଗଲା ଜଣଙ୍କ ଜୀବନ। ବେଆଇନ ଭାବେ ଦୀପାବଳି ପାଇଁ ଭିଡୁଥିଲେ ବାଣ।ଯୁବକଙ୍କର ଗୋଟିଏ ଗୋଡ଼ ଓ ଗୋଟିଏ ହାତ ଉଡ଼ିଯାଇଥିଲାବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବିସ୍ପୋରଣରେ ଜଣେ ଯୁବକଙ୍କର ଗୋଟିଏ ଗୋଡ଼ ଓ ଗୋଟିଏ ହାତ ଉଡ଼ିଯାଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ […]

ସଂପୂର୍ଣ୍ଣ ପଢନ୍ତୁ

ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆମୋଡ଼: ୧୫ ଲକ୍ଷରେ ହୋଇଥିଲା ଡିଲ୍‌

ବ୍ରହ୍ମପୁର,୨୦/୧୦: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ଼। ବ୍ରହ୍ମପୁରର ଜଣେ କର୍ପୋରେଟର ଏହି ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ବିହାରୀ ଯୁବକ ନୁହଁ ବରଂ ଦିଗପହଣ୍ଡି ଥାନା ଇଲାକାର ପିଲା ହିଁ ସୁପାରି ନେଇ ପୀତବାସଙ୍କୁ ଗୁଳି କରିଛନ୍ତି। ଏଥିପାଇଁ ୧୫ ଲକ୍ଷରୁ ଡିଲ୍‌ ହୋଇଥିଲା ବୋଲି ଶୁଣିବାକୁ ମିଳିଛି। ହେଲେ କର୍ପୋରେଟରଙ୍କ ସଂପୃକ୍ତି ଜଣାପଡ଼ିବା ପରେ ଏହି ହତ୍ୟା ଘଟଣା ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ଆଡ଼କୁ ଅଙ୍ଗୁଳି […]

ସଂପୂର୍ଣ୍ଣ ପଢନ୍ତୁ

ଝିଅକୁ ଅସଦାଚରଣ କରିବାରୁ ଯୁବକକୁ ପିଟିପିଟି ମାରିଦେଲେ ବାପା

କାମାକ୍ଷାନଗର, ୨୦/୧୦: ଢେଙ୍କାନାଳ ଜିଲା କାମାକ୍ଷାନଗରରେ ଝିଅକୁ ଅସଦାଚରଣ ଅଭିଯୋଗରୁ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ଅଭିଯୁକ୍ତ ବାପା ପରଜଙ୍ଗ ଥାନା ଅନ୍ତର୍ଗତ ଦଦରାଘାଟି ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି। ମୃତ ଯୁବକ ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ଆଖୁଆପାଳ ପଞ୍ଚାୟତ ୧ ନଂ କଲୋନୀର ବାସିନ୍ଦା ଥିବା ବେଳେ ଅଭିଯୁକ୍ତ ହତ୍ୟାକାରୀ ଆଖୁଆପାଳ ପଞ୍ଚାୟତ ମୋହନପଶି ଗାଁରେ ରୁହନ୍ତି। ମୃତକଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ୧୦ ଜଣଙ୍କ ଏକ ଦଳ ମିଶି ସଂଘବଦ୍ଧ ଭାବେ ଏହି […]

ସଂପୂର୍ଣ୍ଣ ପଢନ୍ତୁ

ହେଜେକ୍ସ ଫଣ୍ଡ ଓଡ଼ିଶା ମୁଖ୍ୟ ଗିରଫ

ଭୁବନେଶ୍ୱର, ୧୯/୧୦: ଦେଶରୁ ୧୦୦୦ କୋଟି, ରାଜ୍ୟରୁ ୧୩୯ କୋଟି ଟଙ୍କା ଠକି ନେଇଥିବା ହେଜେକ୍ସ ଫଣ୍ଡ ଏଲ୍‌ଏଲ୍‌ପି ସଂସ୍ଥାର ଓଡ଼ିଶା ମୁଖ୍ୟକୁ ଅର୍ଥନୈତିକ ଅପରାଧ ଶାଖା ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା କଟକ ବୟାଳିଶ ମୌଜାର ପ୍ରତାପ କୁମାର ରାଉତ। ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମାମଲାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ଲାଗି ଇଓଡବ୍ଲ୍ୟୁ ତଦନ୍ତ ଜାରି ରଖିଛି।ଇଓଡବ୍ଲ୍ୟୁ ସୂତ୍ରରୁ ପ୍ରକାଶ, ହେଜେକ୍ସ […]

ସଂପୂର୍ଣ୍ଣ ପଢନ୍ତୁ

ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ସବୁଠୁ ଶକ୍ତିଶାଳୀ ଅସ୍ତ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮/୧୦: ସମାଜ ପାଇଁ ଆଜି ବଡ ଚ୍ୟାଲେଞ୍ଜ ହୋଇଥିବା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ ଶକ୍ତିଶାଳୀ ଅସ୍ତ୍ର ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ ଅବସରରେ କହିଛନ୍ତି । ଏହି ଅଭିଯାନରେ ଏକ ମାସବ୍ୟାପୀ ନୂଆପଡା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲା ଗୁଡିକରେ ସଚେତନତା ରଥ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସାଇବର ସୁରକ୍ଷା ସମ୍ପର୍କିତ […]

ସଂପୂର୍ଣ୍ଣ ପଢନ୍ତୁ

ପୀତବାସ ପଣ୍ଡା ହତ୍ୟା ଘଟଣାରେ ଜଣେ ପୂର୍ବତନ କର୍ପୋରେଟର ଓ ଛାତ୍ର ନେତା ଅଟକ

ବ୍ରହ୍ମପୁର, ୧୮/୧୦: ବହୁ ଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ବ୍ରହ୍ମପୁରର ଜଣେ ପୂର୍ବତନ କର୍ପୋରେଟର ଓ ଛାତ୍ର ନେତା ଅଟକ ଥିବା ସୂଚନା ମିଳିଛି । ଏହି ଦୁଇ ଜଣଙ୍କୁ ଗତ ୨ଦିନ ହେଲା ଅଟକ ରଖି ପୁଲିସ ପଚରାଉଚରା କରୁଛି । ଏମାନଙ୍କ ସହ ଦୁଇ ଜଣ କ୍ରିମିନାଲକୁ ଅଟକ ରଖି ପଚରାଉଚରା କରାଯାଉଛି । ଖୁବଶୀଘ୍ର ହତ୍ୟାକାଣ୍ଡ ଉପରେ ଖୁଲାସା […]

ସଂପୂର୍ଣ୍ଣ ପଢନ୍ତୁ