ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ଉଦ୍ଦଘାଟନ କଲେ ଭୁବନେଶ୍ୱର ସାଂସଦଙ୍କ ଅପରାଜିତା ଷଡ଼ଙ୍ଗୀ

ଜଟଣୀ, ୧୮/୯: ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଭୁବନେଶ୍ୱର ସାଂସଦଙ୍କ ଦ୍ୱାରା ଉଦ୍ଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଉଦ୍ଦଘାଟନ କରିଥିଲେ। ଏହି ଅବସରରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ନାରୀ ସୁସ୍ଥ ତଥା ନାରୀ ସଶକ୍ତ ରହିଲେ ତାହେଲେ ପରିବାର ସହ ରାଜ୍ୟ ଓ ଦେଶର ଉନ୍ନତି ହେବ। ତେଣୁ ମା’ ମାନେ ଡ଼ାକ୍ତରଖାନାକୁ ଆସି ମାଗଣାରେ ବିଭିନ୍ନ ପ୍ରକାରର ଚେକ୍ କରନ୍ତୁ […]

ସଂପୂର୍ଣ୍ଣ ପଢନ୍ତୁ

ବୁଲା ଗୋରୁ ବିପଦର ମୁକାବିଲା ପାଇଁ ଯୋଜନା, ଉଚ୍ଚସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା

ଭୁବନେଶ୍ୱର, ୧୮/୯: ନିରାପଦ ଯାତ୍ରା ଓ ସୁରକ୍ଷିତ ସଡକ ପ୍ରତି ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ରାଜପଥ ଏବଂ ରାସ୍ତାଘାଟରେ ବୁଲୁଥିବା ଗାଈଗୋରୁଙ୍କ ସମସ୍ୟାର ସମାଧାନ ପାଇଁ ଓଡ଼ିଶା ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇଛି।ରାଜ୍ୟରେ ସଡ଼କ ସୁରକ୍ଷା ବୃଦ୍ଧି କରିବା ସହିତ ମଣିଷ ଏବଂ ପଶୁ କଲ୍ୟାଣ ଉଭୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖିବ ଏକ ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଲାଗି ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ […]

ସଂପୂର୍ଣ୍ଣ ପଢନ୍ତୁ

ରାଜଭବନଠାରେ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର, ୧୮/୯: ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରକ୍ତଦାତାମାନଙ୍କ ଦ୍ୱାରା ଅନ୍ୟର ଜୀବନ ରକ୍ଷା ପାଇଁ ପ୍ରଦର୍ଶିତ କରୁଣା ଓ ନିଷ୍ଠା ଅତ୍ୟନ୍ତ ପ୍ରେରଣାଦାୟୀ ଏବଂ ଆଶ୍ୱାସଜନକ ବୋଲି ମତ ପ୍ରକାଶ କରିଛନ୍ତି । ଗୁରୁବାର ଦିନ ରାଜ ଭାବନର ନ୍ୟୁ ଅଭିଷେକ ହଲରେ ଆୟୋଜିତ ରକ୍ତଦାନ ଶିବିର ପରିଦର୍ଶନ ସମୟରେ ରାଜ୍ୟପାଳ ଏପରି ମନ୍ତବ୍ୟ ପ୍ରଦାନ କରିଥିଲେ। ଏହି ଶିବିର ରାଜଭବନ ଓ କ୍ୟାପିଟାଲ ହସ୍ପିଟାଲର ବ୍ଲଡ ବ୍ୟାଙ୍କର ମିଳିତ ସହଯୋଗରେ ଆୟୋଜିତ […]

ସଂପୂର୍ଣ୍ଣ ପଢନ୍ତୁ

ଲାଲ ବାହିନୀ ପକ୍ଷରୁ ଡାବୁଡ଼କା ଘାଟିରେ ଲାଗିଛି ଲାଲ ବେନର

ବାଲିଗୁଡା ଥାନା ସୁଡ୍ରା ପଂଚାୟତ ର ଡାବୁଡ଼କା ଘାଟି ରେ ଲାଗିଛି ଲାଲ ବେନର l ନାଡାପାଟଙ୍ଗ ରୁ 41 ନମ୍ବର ରାଜ୍ୟ ରାଜପଥ ରେ ଲଣ୍ଡାଗାଁ ମୁଖ୍ୟ ରାସ୍ତାରେ ଲାଲ ବାହିନୀ ପକ୍ଷରୁ ଏହି ବେନର ଲଗାଯାଇଛି l କେକେବିଏନ ଡିଭିଜନାଲ କମିଟି ପକ୍ଷରୁ ବେନର ଲଗାଯାଇଥିବା ନେଇ ସ୍ପଷ୍ଟ କରିଛି ଲାଲ ବାହିନୀ l ମାଓବାଦୀ ସଙ୍ଘଠନ କୁ ଶେଷ କରିବାକୁ ଶତ୍ରୁ ଦ୍ୱାରା ଚଲା ଯାଉଥିବା ଅପେରସନ ସିନ୍ଦୁର କୁ ହରେଇବା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

 ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପରେ ପାଇବେ ପେନସନ

ଭୁବନେଶ୍ବର,୧୮/୯ : ସୁଭଦ୍ରା ଉପରେ ପ୍ରଥମ ରାଜ୍ୟସ୍ତରୀୟ ପରିଚାଳନା ଏବଂ ତଦାରଖ କମିଟି ବୈଠକର ସମୀକ୍ଷା ପରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ,  ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ। ମଧୁ ବାବୁ ପେନସନ ଯୋଜନା (ଏମବିପିୱାଇ) ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି)ରେ ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସରକାରଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର,୧୮/୯ : ଗୁରୁବାରଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ । ଏହି ଅଧିବେଶନରେ ୭ଟି କାର୍ଯ୍ୟଦିବସ ରହିଛି। ସରକାର ସୁରୁଖୁରୁରେ ଅଧିବେଶନ ଚଳାଇବାକୁ ଚାହୁଁଥିବାବେଳେ କେତେକ ପ୍ରସଙ୍ଗରେ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି। ବୁଧବାର ସନ୍ଧ୍ୟା ସୁଦ୍ଧା କଂଗ୍ରେସ ଓ ବିଜେଡି ଏବଂ ଶାସକ ଭାଜପାର ବିଧାୟକଦଳ ବୈଠକ ଅନୁଷ୍ଠିତ ହୋଇସାରିଛି। ଗୁରୁବାର ବିଜେଡି ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ପରେ ଗୃହ ମୁଲତବୀ ହେବା ସ୍ଥିର ହୋଇଛି। ବିଧାନସଭାର […]

ସଂପୂର୍ଣ୍ଣ ପଢନ୍ତୁ

ମଙ୍ଗଳାଙ୍କ ନିକଟରେ ଦୀପ ଜାଳି ମୋଦୀଙ୍କ ଶୁଭ ମନାସିଲେ ପ୍ରଭାତୀ ପରିଡ଼ା ଏହି ଅବସରରେ ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନର ଶୁଭାରମ୍ଭ କଲେ

ନିମାପଡ଼ା, ୧୮/୯:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ସେବାକାର୍ଯ୍ୟରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସଫେଇ କାର୍ଯ୍ୟରୁ ଆରମ୍ଭ କରି ଦୀପଦାନ ଏବଂ ବୃକ୍ଷରୋପଣ ଆଦି ଜରିଆରେ ମୋଦୀଙ୍କ ଜନ୍ମଦିନକୁ ସ୍ୱତନ୍ତ୍ର କରିବାକୁ ସେ ପ୍ରୟାସ କରିଛନ୍ତି। ସେବାପକ୍ଷ ଆରମ୍ଭର ପ୍ରଥମ ଦିନରେ ପ୍ରଭାତୀ ନିମାପଡ଼ା ଏନ୍‌ଏସିର ୱାର୍ଡ ନମ୍ବର ୯ଠାରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ […]

ସଂପୂର୍ଣ୍ଣ ପଢନ୍ତୁ

୪୨ ଗୋଟି ଖଦି ସଂସ୍ଥାକୁ ଉପକରଣ ବଣ୍ଟନ କଲେ ମନ୍ତ୍ରୀ, ପ୍ରତି ଖଦି ଅନୁଷ୍ଠାନକୁ ୮୫ ହଜାର ଟସର କୋଷା ବଣ୍ଟନ

ଭୁବନେଶ୍ୱର,୧୮/୯: ଖଦି କେବଳ ବସ୍ତ୍ର ନୁହେଁ, ଏହା ସ୍ଵାବଲମ୍ବନ, ସ୍ୱାଧୀନତା, ସ୍ୱାଭିମାନ ଓ ସମୃଦ୍ଧିର ପ୍ରତୀକ । ଏହା ପରିବେଶ ଅନୁକୂଳ । ଗ୍ରାମୀଣ ରୋଜଗାରର ବଳିଷ୍ଠ ମାଧ୍ୟମ ଖଦି ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣିସମ୍ପଦ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ । କଟକ ଜିଲ୍ଲା ମାଣିଆବନ୍ଧ ବୁଦ୍ଧ ମଣ୍ଡପଠାରେ ଆଜି ୪୨ ଗୋଟି ଖଦି ସଂସ୍ଥାକୁ ଖଦି ସହାୟକ ଉପକରଣ ବଣ୍ଟନ ଅବସରରେ ସେ ଏହା […]

ସଂପୂର୍ଣ୍ଣ ପଢନ୍ତୁ

ଗୋଟିଏ ଦିନରେ ପାଖାପାଖି ୧.୫ କୋଟି ଚାରା ରୋପଣ କରି ଓଡିଶା ସାଉଁଟିଲା ସାରା ବିଶ୍ୱରୁ ପ୍ରଶଂସା

ଭୁବନେଶ୍ୱର,୧୮ା୯:: ଏକ ଅନନ୍ୟ ଇତିହାସ ଏବଂ ଏକ ଅସାଧାରଣ ଉଦାହରଣ ସୃଷ୍ଟି କରିଛି ଆଜି ଓଡିଶା । ମା ଓ ମାତୃଭୂମି, ପ୍ରକୃତି ଓ ପରିବେଶକୁ ଓଡିଆମାନେ କେତେମାତ୍ରାରେ ଭଲ ପାଆନ୍ତି ତାହା ଆଜି ପ୍ରମାଣିତ କରି ଦେଖେଇ ଦେଇଛନ୍ତି । ଓଡ଼ିଆମାନେ ଐକଵଦ୍ଧ ହେଲେ କୋଣାର୍କ ଗଢ଼ିପାରନ୍ତି, ଓଡ଼ିଆମାନେ ଐକଵଦ୍ଧ ହେଲେ କଳ୍ପନା ଠାରୁ ଅଧିକ କିଛି କରିପାରନ୍ତି – ମାତ୍ର ୧୨ ଘଣ୍ଟା ଭିତରେ ପାଖାପାଖି ୧.୫ କୋଟି ଚାରା ରୋପଣ କରି ପ୍ରମାଣିତ […]

ସଂପୂର୍ଣ୍ଣ ପଢନ୍ତୁ

ବି କେ ଟୁର ଆଣ୍ଡ ଟ୍ରାଭେଲସ ପକ୍ଷରୁ ବିଶ୍ଵକର୍ମା ପୂଜା

ଝଙ୍କଡ଼, ୧୭/୯: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ, ତେନ୍ତୁଳିପଦା , ଦଣ୍ଡାସାହି ଛକରେ , ଗତ ପବିତ୍ର ଶାରଦୀୟ ପାର୍ବଣ ପୂଜା, ସଂକ୍ରାନ୍ତି ଓ ବିଶ୍ଵକର୍ମା ପୂଜା ଦିନ, ଜିଲ୍ଲାର ନିର୍ଭରଯୋଗ୍ୟ ବି କେ ଟୁର ଏଣ୍ଡ ଟ୍ରାଭେଲସ, ଅନୁଷ୍ଠାନ ତରଫରୁ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସାରଳାସଂସ୍କୃତି ଗବେଷକ ତଥା ଅନୁଷ୍ଠାନର ଉପଦେଷ୍ଟା ରମାକାନ୍ତ ରାଉଳ ଙ୍କ ମାର୍ଗଦର୍ଶନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜାମଣ୍ଡପରେ ବିଶ୍ୱନିର୍ମାତା ଠାକୁର ବିଶ୍ଵକର୍ମା ଙ୍କ […]

ସଂପୂର୍ଣ୍ଣ ପଢନ୍ତୁ