ଓଡ଼ିଆ ସିନେମା ‘ବୋଉ ବୁଟୁ ଭୁତ’ର ହିନ୍ଦୀ ରିମେକ କରିବେ କରନ ଜୋହର

ଭୁବନେଶ୍ୱର,୨୩/୯: ଶେଷରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି କଣ୍ଟେଣ୍ଟ ଉପରେ ପଡିଛି ବଲିଉଡ ନଜର। ଓଡ଼ିଆରେ ସର୍ବାଧିକ ଆୟ କରିଥିବା ସିନେମା ‘ବୋଉ ବୁଟୁ ଭୁତ’ର ରିମେକ ରାଇଟ୍ସ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ କିଣିବାର ପ୍ରକ୍ରିୟାରେ ଆରମ୍ଭ କରିଛି। କୋମଲ ନହଟାର ‘ଫିଲ୍ମ ଇନ୍ଫର୍ମେସନ୍’ ମ୍ୟାଗାଜିନରେ ପ୍ରକାଶିତ ନୋଟିସ୍‌ରେ ଧର୍ମାର ମୁଖ୍ୟ ଆଇନୀ ଅଧିକାରୀ ରଖୀ ବାଜପେୟୀ ତିୱାରୀ ଏହା ଘୋଷଣା କରିଛନ୍ତି। ୨୦୨୫ରେ ଜୁନ୍‌ ୧୨ରେ ରିଲିଜ୍‌ ହୋଇଥିବା ଏହି ହରର୍-ଥ୍ରିଲର୍-କମେଡି ସିନେମାରେ ବାବୁଶାନ ମହାନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ

ପେଟ୍ରୋଲ ପମ୍ପ ଉପରେ ଯୋଗାଣ ବିଭାଗର ଅଚାନକ ଚଢ଼ାଉ

ଭୁବନେଶ୍ୱର,୨୩/୯: ଜିଲ୍ଲା ଯୋଗାଣ ବିଭାଗର ସ୍କ୍ୱାର୍ଡ ଭୁବନେଶ୍ୱର ନୂଆଗାଁଠାରେ ଥିବା ଲିଙ୍ଗରାଜ ପେଟ୍ରୋଲ ପମ୍ପ ଉପରେ ଆଜି ଚଢ଼ାଉ କରିଛନ୍ତି । ଚଢ଼ାଉ ସମୟରେ ଅଧିକାରୀମାନେ ଡିଜେଲର ମାନରେ କିଛି ତ୍ରୁଟି ପରିଲକ୍ଷିତ ହେବାରୁ ଏହାର ନମୁନା ସଂଗ୍ରହ କରାଯାଇ ଫୋରେନ୍‌ସିକ୍‌ ଲାବୋରେଟୋରୀକୁ ପଠାଇଛନ୍ତି।ପମ୍ପରେ ଅନିୟମିତତା ଯଥା-ନିଆଁ ଲିଭା ଯନ୍ତ୍ର ନବୀକରଣ ନହେବା, ସ୍ୟାଣ୍ଡ ବକେଟ୍‌ରେ ବାଲି ନ ରହିବା, ଶୌଚାଳୟ କାର୍ଯ୍ୟକ୍ଷମ ନଥିବା ଓ ଆନୁସଙ୍ଗିକ ବ୍ୟବସ୍ଥା ଆଦିରେ ତ୍ରୁଟି ପରିଲକ୍ଷିତ ହେବାରୁ ପମ୍ପର ମାଲିକ […]

ସଂପୂର୍ଣ୍ଣ ପଢନ୍ତୁ

ସମ୍ବଲପୁରର ଶ୍ରୀମତୀ ସୀମା ମେହେର ଜାତୀୟ ସରସ ମେଳାରେ ପାଇଲେ ତୃତୀୟ ପୁରସ୍କାର୭ ଟି ଷ୍ଟଲରେ ୪୮୬୦ ଉତ୍ପାଦ ବିକ୍ରି ଓ ୧୫ ଲକ୍ଷରୁ ଉର୍ଦ୍ଧ୍ଵ ବ୍ୟବସାୟ

ଭୁବନେଶ୍ୱର,୨୩/୯: ନୂଆଦିଲ୍ଲୀରେ ଆୟୋଜିତ ଜାତୀୟସ୍ତରୀୟ ସରସ ମେଳା – ୨୦୨୫ର ଉଦଯାପନ ଅବସରରେ ହସ୍ତତନ୍ତ ଷ୍ଟଲ ବର୍ଗରେ ସମ୍ବଲପୁର ଜିଲ୍ଲାର ମା’ ଗଜଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଶ୍ରୀମତୀ ସୀମା ମେହେର ତୃତୀୟ ସ୍ଥାନ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଏହି ଜାତୀୟସ୍ତରୀୟ ଉପଲବ୍ଧି ପାଇଁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୋସିଆଲ ମିଡିଆ ମାଧ୍ୟମରେ ଶ୍ରୀମତୀ ମେହେରଙ୍କ ସହିତ ଗୋଷ୍ଠୀର ସମସ୍ତ ସଦସ୍ୟା, ମିଶନ ଶକ୍ତି ବିଭାଗ, ଓଡ଼ିଶା ଜୀବିକା ମିଶନ, […]

ସଂପୂର୍ଣ୍ଣ ପଢନ୍ତୁ

ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଉତ୍କର୍ଷ କେନ୍ଦ୍ର ଉଦଘାଟିତ ଓ ଉତ୍ତୀର୍ଣ୍ଣ ଉତ୍ସବ ଅନୁଷ୍ଠିତସ୍କିଲ୍‌ଡ ଇନ୍‌ ଓଡ଼ିଶା ବ୍ରାଣ୍ଡକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁଏହି ଛାତ୍ରଛାତ୍ରୀମାନେ ଆମ୍ବାସାଡର ଭାବେ କାର୍ଯ୍ୟ କରିବେ : ମନ୍ତ୍ରୀ ଶ୍ରୀ ସ୍ୱାଇଁ

ଭୁବନେଶ୍ୱର, ୨୩/୯: ଆଜି ଓଡ଼ିଶାର ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଦିବସ । ବିଶ୍ୱ ଦକ୍ଷତା କେନ୍ଦ୍ରରୁ ୧୦୮୮ ଜଣ ଛାତ୍ରଛାତ୍ରୀ ପାଠ୍ୟକ୍ରମ ଶେଷ କରି ଉତ୍ତୀର୍ଣ୍ଣ ହେବା ନିଶ୍ଚିତ ଭାବରେ ଆମର ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବେ ବୋଲି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି ।ଆଜି ୧୦୮୮ ଜଣ ଷଷ୍ଠ ବ୍ୟାଚ୍‌ର ଛାତ୍ରଛାତ୍ରୀ ଦୃଢ଼ ସଂକଳ୍ପ ଓ ଆତ୍ମବିଶ୍ୱାସର ସହ […]

ସଂପୂର୍ଣ୍ଣ ପଢନ୍ତୁ

ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ, ୧୩ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

ଭୁବନେଶ୍ୱର,୨୩/୯: ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ବାମନବିନ୍ଧା ସର୍ଭିସ ସମବାୟ ସମିତିର ପୂର୍ବତନ ସମ୍ପାଦକ ସୁଦର୍ଶନ ଖଟୁଆଙ୍କୁ ୧୩ ଲକ୍ଷ ୩୨ ହଜାର ୨୬୦ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ କରିଛି। ରିପୋର୍ଟ ଅନୁଯାୟୀ, ଖଟୁଆ ବିଭିନ୍ନ ଖାତାରେ ରେକର୍ଡ ମିଛରେ ପରିବର୍ତ୍ତନ କରି ଏହି ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଅନୁନତି ବିନା ସଦସ୍ୟମାନଙ୍କ ସଞ୍ଚୟ ଜମାରୁ ଅର୍ଥ ଉଠାଇ, ଦୈନିକ ଖାତାରେ ଜମା ରାଶି କମ ଦେଖାଇବା ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

୨୭ ରେ ଝାରସୁଗୁଡ଼ା ଆସିବେ ମୋଦୀ ଏକ ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ସେ ଝାରସୁଗୁଡ଼ାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଝାରସୁଗୁଡ଼ା ଗସ୍ତ ସ୍ଥିର ହେବା ପରେ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ରୂପରେଖ କ’ଣ ରହିବ, କେଉଁଠୁ ଲୋକେ ଆସିବେ, କେତେ ଲୋକ ସାମିଲ୍‌ ହେବେ, ସୁରକ୍ଷା ବ୍ୟବସ୍ଥା କ’ଣ ରହିବ, ପାର୍କିଂ ସ୍ଥଳ କେଉଁଠି ହେବ ଆଦି ଦିଗ ଉପରେ […]

ସଂପୂର୍ଣ୍ଣ ପଢନ୍ତୁ

ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ମୁଖପାତ୍ର ଷ୍ଟିଫେନ ଡୁଜାରିକ ଭାରତକୁ ପ୍ରଶଂସା: ପାକିସ୍ତାନ, ଚାଇନା ଏବଂ ତୁର୍କୀ ନୁହେଁ ଆମେରିକାକୁ ମଧ୍ୟ ସ୍ତବ୍ଧ

କାଲିଫର୍ନିଆ,୨୩/୯: ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ମୁଖପାତ୍ର ଷ୍ଟିଫେନ ଡୁଜାରିକ ଭାରତକୁ ପ୍ରଶଂସା କରିଛନ୍ତି। ଏହି ପ୍ରଶଂସା କେବଳ ପାକିସ୍ତାନ, ଚାଇନା ଏବଂ ତୁର୍କୀ ନୁହେଁ, ବରଂ ଆମେରିକାକୁ ମଧ୍ୟ ସ୍ତବ୍ଧ କରିଦେବ। ସେ ଜାତିସଂଘରେ ଭାରତର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି ଏକ ଭିନ୍ନ ମନୋଭାବ ଗ୍ରହଣ କରିଛନ୍ତି। ପ୍ରଥମେ, ସେ ଆମେରିକାରେ ବେଆଇନ ଭାବରେ ରହୁଥିବା ଶହ ଶହ […]

ସଂପୂର୍ଣ୍ଣ ପଢନ୍ତୁ

ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେଲା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର

ପୁରୀ, ୨୩/୯: ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ଆଜି ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାନାନ୍ତରିତ କରାଯାଇଛି। ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ମଙ୍ଗଳବାର ପୂର୍ବାହ୍‌ଣ ୧୦ଟା ୫୫ରେ ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟା ଅପରାହ୍‌ଣ ୨ଟା ୫୫ରେ ଶେଷ ହୋଇଛି। ଭିତର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କର ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହେଲା ପରେ ଏହାକୁ ସିଲ୍‌ କରିଦିଆଯାଇଛି। ତାପରେ ଦୁଇଟି ତାଲା ଲଗାଯାଇଛି। ଏହି ତାଲାଗୁଡ଼ିକର ଚାବି ଟ୍ରେଜେରିରେ ରଖାଯିବ। ସରକାରଙ୍କ ଏସ୍‌ଓପି ଅନୁଯାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର […]

ସଂପୂର୍ଣ୍ଣ ପଢନ୍ତୁ

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭାରେ ବଡ଼ ସୂଚନା

ଭୁବନେଶ୍ୱର,୨୨/୯: ବିଧାନସଭାର ମୌସୁମୀ ଅଧିବେଶନର ସୋମବାର ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ପୁରୀ ବଳଙ୍ଗା ପୀଡ଼ିତା ନିଜେ କିରୋସିନି ଢ଼ାଳି ଦେହରେ ନିଆଁ ଲଗାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୃହରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବଳଙ୍ଗା ପୀଡ଼ିତା ଦିଲ୍ଲୀ ଏମ୍ସରେ ଚିକିତ୍ସା ବେଳେ ମୃତ୍ୟୁକାଳୀନ ଜମାନବନ୍ଦୀରେ ଏହା କହିଥିଲେ। ଏପରିକି ଦିଲ୍ଲୀ କୋର୍ଟ ଏବଂ ଏମ୍ସ ଡାକ୍ତରଙ୍କ ଦ୍ବାରା […]

ସଂପୂର୍ଣ୍ଣ ପଢନ୍ତୁ

ନିଆରା ଶୈଳୀରେ ପିତୃପୁରୁଷଙ୍କୁ ତିଳ ତର୍ପଣ : ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ନଡ଼ିଆ ଗଛ ରୋପଣ କଲେ ଗ୍ରାମବାସୀ

ବରଗଡ଼, ୨୨/୯: ପବିତ୍ର ମହାଳୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରାଯାଉଥିବାବେଳେ ବରଗଡ଼ ଜିଲା କଳାପାଣି ପଞ୍ଚାୟତ ଅନ୍ତର୍ଗତ ବୁଦେଲପାଲି ଗ୍ରାମବାସୀ ନିଆରା ଶୈଳୀରେ ପିତୃପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗ୍ରାମର ବୋହୂ ଓ ଝିଅମାନେ ସମବେତ ହୋଇ ଗାଁ ମୁଣ୍ଡ ମହାଦେବ ମନ୍ଦିର ପୋଖରୀ ହୁଡାରେ ନଡିଆ ଗଛ ରୋପଣ କରିଛନ୍ତି। ଏହି ନିଆରା କାର୍ଯ୍ୟକ୍ରମରେ ବରଗଡ଼ କବି, କଳାକାର, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଶିକ୍ଷକ, ଖବରଦାତା ତଥା ବିଭିନ୍ନ ବର୍ଗର ବ୍ୟକ୍ତି ସାମିଲ ହୋଇଥିଲେ […]

ସଂପୂର୍ଣ୍ଣ ପଢନ୍ତୁ