ଟାକ୍ସି ଚାଳକଙ୍କୁ ଅପହରଣ ପରେ ହତ୍ୟା ମାମଲା

ଭୁବନେଶ୍ବର, ୨୨/୯: ଟାକ୍ସିଚାଳକ ବିଦ୍ୟାଧର ସାହୁ ଓରଫ ମଣ୍ଟୁଙ୍କୁ ଅପହରଣ ପରେ ହତ୍ୟାକରି ଫୋପାଡ଼ି ଦେଇଥିବା ଦୁର୍ବୃତ୍ତମାନଙ୍କୁ ଠାବ କରିବା ଲାଗି କମିସନରେଟ୍‌ ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ ଚଳାଇଛି। ଆଜି ପୁଲିସର ୨ଟି ଟିମ୍‌ ଯାଜପୁର ଓ ପାରଳାଖେମୁଣ୍ଡି ସମେତ ୫ଟି ଜାଗାରେ ଚଢ଼ଉ କରିଥିଲା। ଆଜି ପାରଳାଖେମୁଣ୍ଡିରୁ ୫ଜଣଙ୍କୁ ପୁଲିସ ଉଠାଇ ଆଣିଛି। ସେମାନେ ହେଲେ ରବୀନ୍ଦ୍ର ବେହେରା, କରୁଣା ସାଗର, ରମେଶ ବେହେରା, ଦୀପକ ସାହୁକାର ଓ ମୋହନ ବେହେରା। ପୂର୍ବରୁ ଜଣେ […]

ସଂପୂର୍ଣ୍ଣ ପଢନ୍ତୁ

ଏସିଆ କପ୍ ପାକିସ୍ତାନର ଗର୍ବ ଭା୍ଗିଲା, ଭାରତ ୬ ୱିକେଟ୍‌ରେ ବିଜୟୀ

ଦୁବାଇ, ୨୨/୯:ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଇଥିବା ଏସିଆ କପ ସୁପର-୪ର ଏକ ମ୍ୟାଚରେ ପାକିସ୍ତାନକୁ ୬ ଓ୍ବିକେଟରେ ହରାଇ ଦେଇଛି ଭାରତ । ୧୭୨ ରନର ଲକ୍ଷ୍ୟକୁ ଭାରତ ୧୮.୫ ଓଭରରେ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୭୪ ରନ, ଶୁବମନ ଗିଲ ୪୭ ରନ ଓ ତିଳକ ବର୍ମା ଅପରାଜିତ ୩୦ ରନ କରିଥିଲେ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । […]

ସଂପୂର୍ଣ୍ଣ ପଢନ୍ତୁ

ବ୍ୟାଙ୍କ ସେବା ଅପହଞ୍ଚ ଥିବା ଅଞ୍ଚଳରେ ୩୬୨୧ ସିଏସପି ବ୍ୟାଙ୍କିଙ୍ଗ୍ ଆଉଟଲେଟ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର , ୨୨/୯: ବ୍ୟାଙ୍କ ସେବା ଅପହଞ୍ଚ ଥିବା ଅଞ୍ଚଳରେ ୩୬୨୧ ସିଏସପି ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଦ୍ବାରା ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି। ୟଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପଶ୍ନ ପଚାରିଥିଲେ ଯେ, ରାଜ୍ୟରେ ଅଦ୍ୟାବଧି କେଉଁ କେଉଁ ବ୍ଲକର କେଉଁ କେଉଁ ଗ୍ରାମ ପଂଚାୟତରେ ବ୍ୟାଙ୍କ ସେବା ଅପହଞ୍ଚ ଥିବାରୁ ଲୋକମାନେ ତ୍ୱରିତ ସେବା ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାହାର […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦୁଝରର ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫

ଭୁବନେଶ୍ବର : ତୃଣମୂଳ ସ୍ତରରେ ଡିଜିଟାଲ୍ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ଗ୍ରାମ ପଞ୍ଚାୟତଗୁଡ଼ିକୁ ଆଜି ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର (ଏନଏଇଜି) ୨୦୨୫ ପ୍ରଦାନ କରାଯାଇଛି। ଓଡ଼ିଶାର କେନ୍ଦୁଝରଜିଲ୍ଲା ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜୁରି ପୁରସ୍କାର ମିଳିଛି । ମହାରାଷ୍ଟ୍ରର ଧୁଲେ ଜିଲ୍ଲା ରୋହିଣୀ ଗ୍ରାମ ପଞ୍ଚାୟତକୁ ସ୍ବର୍ଣ୍ଣ ପୁରସ୍କାର ମିଳିଥିବାବେଳେ ତ୍ରିପୁରାର ପଶ୍ଚିମ ମଜଲିଶପୁର ଗ୍ରାମ ପଞ୍ଚାୟତ ରୌପ୍ୟ ପୁରସ୍କାର ପାଇଛନ୍ତି । ଓଡ଼ିଶାର କେନ୍ଦୁଝର ଜିଲ୍ଲା ଶୁଆକାଟି ଗ୍ରାମ ପଞ୍ଚାୟତ ଓ […]

ସଂପୂର୍ଣ୍ଣ ପଢନ୍ତୁ

ମଗରବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ 

ନୟାଗଡ ,୨୨/୯ : ଓଡଗାଁ ବ୍ଲକ ଅନ୍ତର୍ଗତ ମଗରବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ପ୍ରଧାନ ମନ୍ତ୍ରୀ ଙ୍କର ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ର ଶୁଭାରମ୍ଭ ହୋଇଯାଇଛି ଆଖ ପାଖ ପଞ୍ଚାୟତର ପ୍ରାୟ ଅନେକ ମହିଳାଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇଥିବା ବେଳେ ସୁସ୍ତ ପରିବାର କିପରି ଗଠନ କରିପାରିବା ସେ ବିଷୟରେ ସ୍ୱାସ୍ଥ୍ୟକର୍ମୀ ମାନେ ସଚେତନ କରାଇଥିଲେ ,ଏହିକାର୍ଯ୍ୟକ୍ରମ ର ମୂଳ ଲକ୍ଷ ଥିଲା ସୁସ୍ଥ ଜୀବନଶୈଳୀ ,ସ୍ୱାସ୍ଥ୍ୟ ର ମାନଦଣ୍ଡକୁ ବଜାୟ ରଖିବା […]

ସଂପୂର୍ଣ୍ଣ ପଢନ୍ତୁ

ଭାରତରେ ପ୍ରାଣୀ ଖାଦ୍ୟ ପରିଚାଳନାର ଅଗ୍ରଗତି” ଶୀର୍ଷକ ପ୍ରଶିକ୍ଷଣ ଓ କର୍ମଶାଳା

ଭୁବନେଶ୍ୱର,୨୨/୯: “ଭାରତରେ ପ୍ରାଣି ଖାଦ୍ୟ ପରିଚାଳନାର ଅଗ୍ରଗତି” ଶୀର୍ଷକ ୫ ଦିନିଆ ପ୍ରଶିକ୍ଷଣ ଓ କର୍ମଶାଳା ଆଜିଠୁ ଆରମ୍ଭ ହୋଇଛି । ସ୍ଥାନୀୟ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରି ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ଦୀର୍ଘସ୍ଥାୟୀ ପ୍ରାଣିପାଳନର ମୂଳ ଆଧାର ହେଉଛି ପ୍ରାଣୀ ଖାଦ୍ୟ ବ୍ୟବସ୍ଥାର ସୁପରିଚାଳନା । ଜଳବାୟୁ-ଅନୁକୂଳ ପ୍ରାଣି ଖାଦ୍ୟର ଉତ୍ପାଦନ ଏବଂ ବର୍ଷ ସାରା ଉପଲବ୍ଧ ହେଉଥିବା ଉଚ୍ଚ-ଗୁଣମାନ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ l ଭୋଟିଂ ମେସିନ୍ , ଇ ଭି ଏମ୍ ଓ ଭି ଭି ପାଟ ର ପ୍ରଥମ ସ୍ତରୀୟ ତଦାରଖ ଆରମ୍ଭ

ନୂଆପଡା , ୨୨/୯: ନୂଆପଡା ବିଧାନ ସଭା ନିର୍ବାଚନ ମଣ୍ଡଳୀ (Assembly Constituency) ୭୧ ର ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ଅସମୟ ଦେହାନ୍ତ ପରେ ଏଠାରେ ଉପ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି l ଏହି କ୍ରମରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଇ ଭି ଏମ୍ ଓ ଭି ଭି ପାଟ ଗୋଦାମ ଗୃହ ରେ ସଂରକ୍ଷିତ ଥିବା ୟୁନିଟ ଗୁଡିକର ପ୍ରଥମ ସ୍ତରୀୟ ତଦାରଖ ଆରମ୍ଭ ହୋଇ ଯାଇଛି […]

ସଂପୂର୍ଣ୍ଣ ପଢନ୍ତୁ

ଜାତୀୟ ମେଡିଏସନ୍‌ କର୍ମଶାଳା ନେଇ ଆଇନ ମନ୍ତ୍ରୀଙ୍କ ସମୀକ୍ଷା – ଗଠନ ହେବ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର ୨୨/୯: ଅନେକ ବଡ଼ ବଡ଼ ଇଭେଣ୍ଟର ସଫଳ ପରିଚାଳନା କରିବାରେ ଓଡ଼ିଶା ଖୁବ୍‌ ଆଗରେ । ରାଜ୍ୟରେ କାର୍ଯ୍ୟରତ ଦକ୍ଷ ଅଧିକାରୀଙ୍କ ନିକଟରେ ଏଥି ନେଇ ଅନେକ ଅଭିଜ୍ଞତା ରହିଛି । ତେଣୁ ନିଜର ଅଭିଜ୍ଞତାକୁ ଆଧାର କରି ଆସନ୍ତା ସେପେଫମ୍ବର ୨୮ରେ ହେବାକୁ ଥିବା ଜାତୀୟ ମେଡ଼ିଏସନ୍‌ କର୍ମଶାଳାକୁ ସଫଳ କରିବା ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ […]

ସଂପୂର୍ଣ୍ଣ ପଢନ୍ତୁ

କର୍କଟ ହାରିବ, ଜୀବନ ଜିତିବ: ବିଧାନସଭାରେ ବାଚସ୍ପତିଙ୍କୁ ଭେଟିଲେ କର୍କଟ ଯୋଦ୍ଧା

ଭୁବନେଶ୍ୱର, ୨୨/୯: ଗୋଲାପ ଫୁଲକୁ ସ୍ନେହ ଓ ପ୍ରେମର ପ୍ରତୀକ ଭାବେ ଧରାଯାଏ । କ୍ୟାନ୍ସର ପରି ଏକ ମାରାତ୍ମକ ବ୍ୟାଧି ସହ ଲଢ଼ୁଥିବା ରୋଗୀଙ୍କୁ ଗୋଲାପ ଫୁଲଟିଏ ଦେଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ଜୀବନ ପ୍ରତି ନୂତନ ଆଶା ସଞ୍ଚାର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପେଫମ୍ବର ୨୨ ତାରିଖକୁ ‘ବିଶ୍ୱ ଗୋଲାପ ଦିବସ’ ଭାବେ ପାଳନ କରାଯାଏ । କର୍କଟ ରୋଗ ସହ ସଂଘର୍ଷ କରୁଥିବା ଲୋକଙ୍କୁ ଜିଇଁବା ପାଇଁ ପ୍ରେରଣା ଦେବା […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତୋଲ ବିଜେପି ତରଫରୁ ମେଗା ରକ୍ତଦାନ ଶିବିର

ଝଙ୍କଡ଼, ୨୧/୯:-ରକ୍ତ ହିଁ ଜୀବନର ଅଂଶ ! ରକ୍ତ ଦାନ କୁ ଜୀଵନ ଦାନ ବୋଲି କୁହାଯାଏ !ମେଡିକାଲ ର ବେଡ଼ ଉପରେ ଦୁର୍ଘଟଣା ପୀଡିତ ହେଉ ଅବା ଗର୍ଭବତୀ ମହିଳା ପାଇଁ ହେଉ, ଆବଶ୍ୟକ ସ୍ଥଳେ ସମୟେ ସମୟେ ରକ୍ତଭଣ୍ଡାରରେ ମିଳେ ନାହିଁ ରକ୍ତ !ତାର ଅଭାବ କୁ ପୂରଣ କରିବାକୁ ସ୍ବେଛାସେବୀ ଅନୁଷ୍ଠାନ ହେଉ କି ରାଜନୈତିକ ଦଳ ହେଉ ସ୍ୱଇଛାରେ ଦାନ କରୁଥିବା ରକ୍ତକୁ ସଂଗ୍ରହ କରି ରକ୍ତ ଭଣ୍ଡାର କୁ ପ୍ରଦାନ […]

ସଂପୂର୍ଣ୍ଣ ପଢନ୍ତୁ