ପୁଟସିଲ୍‌ରେ ପର୍ଯ୍ୟଟକ ପାଇଁ କଟେଜର ରହଣି ସୁବିଧା

କୋରାପୁଟ, ୧୬/୧୧: କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତସ୍ଥିତ ପୁଟସିଲ ଠାରେ ଇକୋ ରିଟ୍ରିଟକୁ ଆଭାସୀ ମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଡା ଉଦ୍‌ଘାଟନ କରିଛନ୍ତି। ଇକୋ ରିଟ୍ରେଟ୍‌ରେ ୨୦ ଗୋଟି ଡିଲକ୍ସ ଓ ୫ ଗୋଟି ପ୍ରିମିୟମ କଟେଜ୍‌ର ସୁବିଧା ରହିଛି। ଏଥି ପାଇଁ ସ୍ବତନ୍ତ୍ର ବଜେଟ୍‌ର ବ୍ୟବସ୍ଥା ରହିଛି। ପୁଟସିଲ୍‌ସ୍ଥିତ ଏହି ଇକୋ ରିଟ୍ରିଟ୍‌ରେ ପର୍ଯ୍ୟଟକଙ୍କ ମନରଂଜନ ପାଇଁ କିଡସ୍ ଜୋନ୍, ଆରଚେରି, ଡାରଟିଂ, ରେଷ୍ଟୁରାଣ୍ଟ, ଇଟିଭି ଭେଇକେଲ, କ୍ରିକେଟ୍, ଭଲିବଲ, ବ୍ୟାଡ୍‌ମିଣ୍ଟନ […]

ସଂପୂର୍ଣ୍ଣ ପଢନ୍ତୁ

ପୁତ୍ରସନ୍ତାନ ଜନ୍ମ ନ ହେବାରୁ ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲା ସ୍ଵାମୀ

ଭୁବନ, ୧୬/୧୧: ଏବେ ବି ରହିଛି ତୁଛ ମାନସିକତା। ଅଲୋଡ଼ା ହୋଇଯାଉଛି କନ୍ୟାସନ୍ତାନ। ଢେଙ୍କାନାଳଜିଲ୍ଲା ଭୁବନ ଅଞ୍ଚଳର ଜଣେ ମହିଳାଙ୍କ ପୁତ୍ର ସନ୍ତାନ ଜନ୍ମ ନ ହେବାରୁ ତାଙ୍କ ସ୍ବାମୀ ମାଡ଼ମାରି ଘରୁ ତଡ଼ି ଦେଇଛନ୍ତି। ମହିଳା ଜଣକ ନିଜର ୫ଝିଅ ସହ ଭୁବନ ଡାକ୍ତରଖାନା ବାରଣ୍ଡାରେ ଆଶ୍ରୟ ନେଇଥିବା ଦେଖାଯାଇଛି। ଶୁକ୍ରବାର ସନ୍ଧ୍ୟାରେ କୋଳରେ ୪୦ ଦିନର ଶିଶୁକନ୍ୟା ସମେତ ୫ ଜଣ କନ୍ୟାସନ୍ତାନଙ୍କୁ ଧରି ସୁଲୋଚନା ନାୟକ (୩୨ବର୍ଷ) ଭୁବନ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତର […]

ସଂପୂର୍ଣ୍ଣ ପଢନ୍ତୁ

ଜାତୀୟ ପ୍ରେସ୍‌ ଦିବସ

ସମାଜର ଦୁଃଖୀ ଦରିଦ୍ର ବର୍ଗଙ୍କ ଦୁଃଖ ଦୁର୍ଦଶାରୁ ଆରମ୍ଭ କରି ସଂଘର୍ଷ ଓ ବିଜୟ ପର୍ଯ୍ୟନ୍ତ ସବୁ ସ୍ଥିତିରେ ଲୋକଙ୍କ ସହିତ ଠିଆ ହେଉଥିବା ବ୍ୟକ୍ତିଟି ହେଉଛି ସାମ୍ବାଦିକ। ବ୍ୟକ୍ତି, ଅନୁଷ୍ଠାନ, ପ୍ରଶାସନକୁ ସହଯୋଗ କରି ଆସୁଥିବା ସାମ୍ବାଦିକ ସହିତ କେହି ଠିଆ ହୁଅନ୍ତି ନାହିଁ। ଆଜି ପ୍ରଶାସନରୁ ଆରମ୍ଭ କରି ଶିଳ୍ପସଂସ୍ଥା ପର୍ଯ୍ୟନ୍ତ ନିଜ ପ୍ରଚାର ପ୍ରସ​‌ାର ପାଇଁ ସାମ୍ବାଦିକଙ୍କୁ ଖୁବ୍ ଭଲଭାବେ ଉପଯୋଗ କରନ୍ତି। କୌଣସି ସମସ୍ୟାକୁ ଅଙ୍ଗୁଳି ନିର୍ଦେଶ କଲେ ବିରୋଧ କରିବା […]

ସଂପୂର୍ଣ୍ଣ ପଢନ୍ତୁ

ରୋଗୀ ଦେଖୁଥିବା ବେଳେ ଚାଲିଗଲା ଡାକ୍ତରଙ୍କ ଜୀବନ

ନୀଳଗିରି, ୧୬/୧୧: ରୋଗୀଙ୍କୁ ଓପିଡିରେ ଦେଖୁଥିବା ଜଣେ ଡାକ୍ତରଙ୍କ ଅକାଳ ମୃତ୍ୟୁ ଘଟିଛି। ନୀଳଗିରି ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତଥା ବ୍ଲଡ଼ ବ୍ୟାଙ୍କ ଇନଚାର୍ଜ ଡାକ୍ତର ତ୍ରିନାଥ ପାଲ ଆଜି ସକାଳେ ଓପିଡି ରେ ରୋଗୀ ଦେଖୁଥିଲେ। ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ୱାସ ରୁମ ଭିତରକୁ ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସରେ ବାଲେଶ୍ୱର ଡାକ୍ତରଖାନା ନିଆଯାଇଥିଲା। ବାଟରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ବାଲେଶ୍ୱର […]

ସଂପୂର୍ଣ୍ଣ ପଢନ୍ତୁ

ଆଜିଠୁ ସଡ଼କ ସୁରକ୍ଷା ପକ୍ଷ : ନିୟମ ଭାଙ୍ଗିଲେ କଡ଼ା ଦଣ୍ଡ

ଭୁବନେଶ୍ବର, ୧୬/୧୧: ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜିଠୁ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଶୂନ୍ୟ ମୃତ୍ୟୁ ପକ୍ଷ ପାଳନ କରାଯାଉଛି । ଏହି ଅଭିଯାନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହାର କମାଇବାକୁ ଲକ୍ଷ୍ୟ ରଖି ଆୟୋଜନ କରାଯାଇଛି । ୧୫ ଦିନ ଧରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ଚଢ଼ଉ, ସଡ଼କ ସୁରକ୍ଷା ଆଦି କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଛି।ପରିବହନ ବିଭାଗ ସହିତ ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ, ପଞ୍ଚାୟତିରାଜ, ଶିକ୍ଷା, ନଗର […]

ସଂପୂର୍ଣ୍ଣ ପଢନ୍ତୁ

ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ବୈଠକ

ଭୁବନେଶ୍ୱର,୧୬/୧୧: କେନ୍ଦ୍ରାପଡା ଜିଲା ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ନେଇ ବୈଠକ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବୈଠକରେ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଣ୍ଡାମେଣ୍ଟ କମିଶନର ପ୍ରମୁଖ ଉପସ୍ଥିତ ରହିଛନ୍ତି । ପ୍ରକଳ୍ପର ରୂପରେଖ ଏବଂ କାର୍ଯ୍ୟନ୍ୱୟନ ନେଇ ଚାଲିଛି ଆଲୋଚନା । ତେବେ ବୈଠକ ପରେ ଆଇନମନ୍ତ୍ରୀ କହିଛନ୍ତି ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ୧୦୦କୋଟି ଅଟକଳ ବ୍ୟୟ ବରାଦ ହୋଇଛି । […]

ସଂପୂର୍ଣ୍ଣ ପଢନ୍ତୁ

ଭତ୍ତା ଟଙ୍କା ପାଇଁ ବାପାକୁ ହତ୍ୟା ପୁଅ !

କବିସୂର୍ଯ୍ୟନଗର, ୧୬/୧୧: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ. ବରିଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଜନ୍ମକଲା ବାପାକୁ ହତ୍ୟା କଲା ପୁଅ। ମୃତକ ପଦ୍ମନାଭ ସାହୁ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମଝିଆ ପୁଅ ରମେଶ ଚନ୍ଦ୍ର ସାହୁ ବାପା ପଦ୍ମନାଭଙ୍କ ସହ ଭତ୍ତା ଟଙ୍କା ଏବଂ ଦ୍ଵିତୀୟ ବିବାହକୁ କେନ୍ଦ୍ର କରି ବଚସା ହୋଇଥିଲା। ପରେ ତାହା ଉଗ୍ରରୂପ ନେଇଥିଲା।ପୁଅ ରମେଶ ଛୁରୀ ଭୁସି ଓ ପିଟିପିଟି ନିଜ ବାପାକୁ […]

ସଂପୂର୍ଣ୍ଣ ପଢନ୍ତୁ

ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି

ଫୁଲବାଣୀ, ୧୬/୧୧ : ଆତ୍ମସମର୍ପଣ କଲେ ଦୁଇ ମାଓବାଦୀ । କନ୍ଧମାଳ ଏସ୍‌ପିଙ୍କ ଅଫିସରେ ଦକ୍ଷିଣାଞ୍ଚଳ ଆଇଜିଙ୍କ ଉପସ୍ଥିତିରେ ଉଭୟ ଆତ୍ମସମର୍ପଣ କରିଛନ୍ତି। ଦୁଇ ମାଓବାଦୀ ଛତିଶଗଡର ଉନ୍‌ଗା କାଲମୁ ଏବଂ ମାସେ ମାଡଭି ବୋଲି ଜଣାପଡିଛି। ଉଭୟେ ସ୍ଵାମୀ ଏବଂ ସ୍ତ୍ରୀ ହୋଇଥିବାବେଳେ ୨୦୧୮ ମସିହାରୁ ସିପିଆଇ ମାଓବାଦୀ ସଂଗଠନରେ କାମ କରୁଥିଲେ। ଉଭୟଙ୍କ ନାଁରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଥିଲା। ସେମାନଙ୍କ ନିକଟରୁ ଅନେକ ମାଓ ସାମଗ୍ରୀ ମିଳିଛି।

ସଂପୂର୍ଣ୍ଣ ପଢନ୍ତୁ

ଚାଞ୍ଚଲ୍ୟକର ତଥ୍ୟ, ନିଲମ୍ବନ ପରେ ପୁନଃନିଯୁକ୍ତି

କଟକ, ୧୬/୧୧: ଚୌଦ୍ଵାର ଜେଲରୁ କଏଦୀ ଚମ୍ପଟ ମାରିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଜେଲ ବିଭାଗର କଳା କାରନାମା ଉପରୁ ପରଦା ହଟାଇଛି ଏହି ଘଟଣା। କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କୁ ଜେଲ ବିଭାଗ କିପରି ଅହେତୁକ ଅନୁକମ୍ପା ଦେଖାଇଛି ତାହା ସାମ୍ନାକୁ ଆସିଛି।ସୂଚନା ଅନୁସାରେ, ଚୌଦ୍ଵାର ଜେଲରୁ ୨ କଏଦୀ ଚମ୍ପଟ ମାରିବା ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ମୁଖ୍ୟ ଓ୍ବାର୍ଡର ଭଗତ ଚରଣ ରାମଙ୍କୁ ଗତ ଅକ୍ଟୋବର ୩ ତାରିଖରେ ନିଲମ୍ବନ […]

ସଂପୂର୍ଣ୍ଣ ପଢନ୍ତୁ

ପରିବେଶବିତ୍‌ ପଦ୍ମଶ୍ରୀ ଥିମକ୍କାଙ୍କର ୧୧୪ ବର୍ଷରେ ପରଲୋକ

ବେଙ୍ଗାଲୁରୁ, ୧୫/୧୧: ପ୍ରଖ୍ୟାତ ପରିବେଶବିତ୍‌ ତଥା ପ୍ରଦ୍ମଶ୍ରୀ ପୁରସ୍କାର ବିଜେତା ସାଲୁମରଦା ଥିମକ୍କାଙ୍କର ୧୧୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଥିମକ୍କା ହଜାର ହଜାର ଚାରାରୋପଣ କରିବା ଓ ତା’ର ରକ୍ଷଣାବେକ୍ଷଣ କରି ପୂରା ଦେଶରେ ଚର୍ଚ୍ଚାକୁ ଆସିଥିଲେ। ବୃକ୍ଷଗୁଡ଼ିକ ସେ ନିଜର ସନ୍ତାନ ଭଳି ସୁରକ୍ଷା ଦେଉଥିବାରୁ ତାଙ୍କୁ ବୃକ୍ଷଙ୍କ ମା’ ବୋଲି କୁହାଯାଇଥାଏ।ଥିମକ୍କାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ