ଗାର୍ଲଫ୍ରେଣ୍ଡକୁ ଜନ୍ମଦିନରେ ଆଇଫୋନ ଗିଫ୍ଟ ଦେବାକୁ ଗଞ୍ଜେଇ ବେପାର !

କାଲିମେଳା, ୧୫/୧୧ : ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ ଦୁଇ ଯୁବକ। ମାଲକାନଗିରି ପୁଲିସକୁ ବଡ ସଫଳତା ମିଳିଛି। ଲାଚିପେଟା ଛକରେ ପାଟ୍ରୋଲିଂ ବେଳେ ସନ୍ଦେହ ହେବାରୁ ପୁଲିସ୍‌ ସ୍କୁଟିକୁ ଅଟକାଇ ତଦନ୍ତ କରିଥିଲା । ସେଥିରୁ ମୋଟ ୨୨ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡିଛି । ଅଭିଯୁକ୍ତମାନେ ଗଞ୍ଜେଇକୁ ବିକ୍ରି କରିବାକୁ ତେଲଙ୍ଗାନାକୁ ନେଉଥିଲେ। ଗଞ୍ଜେଇ ବିକ୍ରି ଟଙ୍କାରେ […]

ସଂପୂର୍ଣ୍ଣ ପଢନ୍ତୁ

୫ରୁ ପୁରୀରେ ବିଶ୍ୱ ଶକ୍ତିନେତାଙ୍କ ସମ୍ମିଳନୀ

ଭୂବନେଶ୍ଵର, ୧୪/୧୧: ୫ରୁ ପୁରୀରେ ବିଶ୍ୱ ଶକ୍ତିନେତାଙ୍କ ସମ୍ମିଳନୀଟୋନି ବ୍ଲେୟାର୍‌ ଇନ୍‌ଷ୍ଟିଚ୍ୟୁଟ୍‌, ଆଇଆଇଟି କାନପୁର ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ମି ୫ରୁ ପୁରୀରେ ବିଶ୍ୱ ଶକ୍ତିନେତାଙ୍କ ସମ୍ମିଳନୀନୂଆଦିଲ୍ଲୀ/ଭୁବନେଶ୍ବର: ଟୋନି ବ୍ଲେୟାର୍‌ ଇନ୍‌ଷ୍ଟିଚ୍ୟୁଟ୍‌, ଆଇଆଇଟି କାନପୁର ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ମିଳିତ ସହଭାଗିତାରେ ଆସନ୍ତା ମାସ ୫ରୁ ୭ ତାରିଖ ପର୍ଯ୍ୟନ୍ତ ପୁରୀରେ ବିଶ୍ୱ ଶକ୍ତିନେତାଙ୍କ ସମ୍ମିଳନୀ (ଜିଇଏଲ୍‌ଏସ୍‌) ୨୦୨୫ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମର ଲୋଗୋ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ […]

ସଂପୂର୍ଣ୍ଣ ପଢନ୍ତୁ

ପୁଲିସକୁ ଆକ୍ରମଣ କରି ଅଭିଯୁକ୍ତକୁ ଛଡ଼ାଇ ନେଲେ

ହାଟଡିହି, ୧୪/୧୧: ଶାଳଣିଆଁ ନିକଟରେ ପୁଲିସକୁ ମାଡ଼ ମାରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ସମ୍ପର୍କୀୟ। ଏକ ଠକେଇ ମାମଲାରେ କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଶାଳଣିଆଁର ଯୋଗେନ୍ଦ୍ର ବେହେରାଙ୍କୁ ଉଠାଇ ନେଉଥିବା ବେଳେ ଘଟିଛି ଏହି ଘଟଣା। ୧୦ ରୁ ୧୨ ଜଣ ଯୁବକ ସଂଘବଦ୍ଧ ଭାବେ ପୁଲିସକୁ ଆକ୍ରମଣ କରି ଆସାମୀଙ୍କୁ ଛଡ଼ାଇ ନେଲେ। ୨ ଜଣ ପୁଲିସ ଆହତ ହୋଇଥିବା ସୂଚନା। ନନ୍ଦିପଦା ପୁଲିସ ପକ୍ଷରୁ ଗତକାଲି ରାତି ଠାରୁ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡ଼ା ଓ ବିହାରରେ ଇତିହାସ ସୃଷ୍ଟି ହୋଇଛି: ମୋହନ ମାଝି

ଭୁବନେଶ୍ବର, ୧୪/୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆଜି ଏକ ଐତିହାସିକ ଦିନ। ଏକ ଐତିହାସିକ ମୁହୂର୍ତ୍ତ। ବିହାର ବିଧାନସଭା ନିର୍ବାଚନ ଏବଂ ନୂଆପଡ଼ା ଉପନିର୍ବାଚନରେ ଇତିହାସ ସୃଷ୍ଟି ହୋଇଛି। ନୂଆପଡ଼ା ଉପନିର୍ବାଚନରେ ଅଂଶଗ୍ରହଣ କରି ଯେଉଁମାନେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ବିପୁଳ ସମର୍ଥନ ଜଣାଇଛନ୍ତି, ସେହିମାନଙ୍କୁ ଧନ୍ୟବାଦ ଜଣାଉଛି। ଏହି ନିର୍ବାଚନ ଓଡ଼ିଶା ରାଜନୀତି ପାଇଁ ଐତିହାସିକ। ଏହା ଆଗାମୀ ଦିନରେ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ପାଇଁ ସହଯୋଗ କରିବ। […]

ସଂପୂର୍ଣ୍ଣ ପଢନ୍ତୁ

ବିହାର ରେ ଜଙ୍ଗଲରାଜ ବିରୋଧରେ ଜନାଦେଶ: ମୋଦୀ

ନୂଆଦିଲ୍ଲୀ, ୧୪/୧୧ : ବିହାର ନିର୍ବାଚନରେ ଏନଡିଏର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ବିହାରବାସୀ ବିକାଶ ପାଇଁ ଭୋଟ ଦେଇଛନ୍ତି । ବିହାର ଫଳାଫଳ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହି ବିପୁଳ ବିଜୟ, ଏହି ଅଟଳ ବିଶ୍ୱାସ… ବିହାରର ଲୋକମାନେ ବଜ୍ରପାତକୁ ଉଡ଼ାଇ ଦେଇଛନ୍ତି। ଆମେ, NDA, ଲୋକଙ୍କ ସେବକ। ଆମେ ଆମର କଠିନ ପରିଶ୍ରମରେ ଲୋକମାନଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ବିହାରରେ ଏନଡିଏର ବିପୁଳ ବିଜୟ

ପାଟନା, ୧୪/୧୧ : ବିହାର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କର ସମସ୍ତ ମେଣ୍ଟ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଜନତା ଆମ ସରକାର ଉପରେ ସେମାନଙ୍କର ବିଶ୍ୱାସ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, “୨୦୨୫ ବିହାର ବିଧାନସଭା ନିର୍ବାଚନରେ ଆମକୁ ବିପୁଳ ସଂଖ୍ୟାଗରିଷ୍ଠତା ଦେଇ ରାଜ୍ୟବାସୀ ଆମ ସରକାର ଉପରେ ସେମାନଙ୍କର […]

ସଂପୂର୍ଣ୍ଣ ପଢନ୍ତୁ

ଜମ୍ମୁ-କାଶ୍ମୀର ନାଗ୍ରୋଟାରେ ଜିତିଲା ବିଜେପି

ଜମ୍ମୁ, ୧୪/୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି ୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮ଟି ବିଧାନସଭା ଆସନର ଉପନିର୍ବାଚନର ଫଳାଫଳ ମଧ୍ୟ ଘୋଷଣା ହେଉଛି । ଏହି ରାଜ୍ୟ ଗୁଡିକ ମଧ୍ୟରେ ଜମ୍ମୁ ଏବଂ କାଶ୍ମୀରର ବଡଗାମ ଏବଂ ନାଗ୍ରୋଟା ଆସନରେ ଭୋଟ ଗଣତି ଚାଲିଛି । ପ୍ରାରମ୍ଭିକ ସୂଚନା ଅନୁସାରେ ନାଗ୍ରୋଟାରେ ବିଜେପି ବିଜୟୀ ହାସଲ କରିଛି । ଦିବଯାନୀ ରାଣା ଏଠାରେ ବିଜୟୀ ହୋଇଥିବା ସୂଚନା ମିଳିଛି ।ଏହାସହିତ ରାଜସ୍ଥାନ, […]

ସଂପୂର୍ଣ୍ଣ ପଢନ୍ତୁ

ବିହାର ହାର୍ ପାଇଁ କଂଗ୍ରେସ ନୁହେଁ, ଆରଜେଡି ଦାୟୀ: ଶଶି ଥରୁର

ନୂଆଦିଲ୍ଲୀ, ୧୪/୧୧: ବିହାର ବିଧାନସଭା ନିର୍ବାଚନ ୨୦୨୫ରେ ମହାମେଣ୍ଟ ଦଳ ମଧ୍ୟରେ ଫାଟ ନଜର ଆସୁଛି। ତିରୁବନନ୍ତପୁରମରେ କଂଗ୍ରେସ ସାଂସଦ ଶଶି ଥରୁର ବିହାର ବିଧାନସଭା ନିର୍ବାଚନ ୨୦୨୫ର ଗଣତିର ଫଳାଫଳ ଦେଖି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏନଡିଏ ବହୁତ ଆଗରେ ରହିଛି, କିନ୍ତୁ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ ଯେଉଁ ପର୍ଯ୍ୟନ୍ତ ଫଳାଫଳ ଜାରି କରି ନାହାଁନ୍ତି ସେ ପର୍ଯ୍ୟନ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ନୁଆପଡ଼ାରେ ଜୟ ଢୋଲକିଆଙ୍କ ବଡ ବିଜୟ

ନୁଆପଡ଼ା, ୧୪/୧୧: ବିଜେବି ର ବଡ଼ ବିଜୟ ସହିତ ଜୟ ଢୋଲକିଆ ନୂଆପଡ଼ାର ନୂଆ ନେତା ହୋଇଛନ୍ତି। ଜୟ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କଠାରୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି। ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ ମିଳିଥିବାବେଳେ ଘାସିରାମଙ୍କୁ ୪୦ ହଜାର ୧୨୧ ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮ ହଜାର ୪୦୮ ଖଣ୍ଡ ଭୋଟ […]

ସଂପୂର୍ଣ୍ଣ ପଢନ୍ତୁ

ସେଣ୍ଟ ଜାଭିଅର୍ସ ପବ୍ଲିକ ସ୍କୁଲ ରେ ଶିଶୁ ଦିବସ ପାଳିତ

ଝଙ୍କଡ଼, ୧୪/୧୧: ତିର୍ତ୍ତୋଲ ବ୍ଲଜ ମୁଳିସିଂହ ସହର ହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଗତ ଶୁକ୍ରବାର ଦିନ ପୂର୍ବାହ୍ନ ରେ ଶିଶୁଦିବସ – 2025 ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା ଙ୍କ ସଭାପତିତ୍ବ ରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଅନୁଷ୍ଠାନ ର ନିର୍ଦ୍ଦେଶକ ବିକ୍ରମ ଜେନା ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷକ ଅଶୋକ କୁମାର ବେହେରା ଯୋଗଦେଇ, […]

ସଂପୂର୍ଣ୍ଣ ପଢନ୍ତୁ