ଭୋଟ ଦେଉଛି ନୂଆପଡା: ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି

ନୂଆପଡ଼ା, ୧୧/୧୧: ଆଜି ଭୋଟ ଦେଉଛନ୍ତି ନୂଆପଡାବାସୀ । କଡା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ମୋଟ ୩୫୮ବୁଥରେ ଚାଲିଛି ମତଦାନ। ୩୧୧ଟି ବୁଥରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ । ଅନ୍ୟ ୪୭ଟି ବୁଥେୀ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ ଭୋଟିଂ। ଆଜି ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ନୂଆପଡା ବାସୀ । ୩୫୮ବୁଥରେ ମତଦାନ ସାବ୍ୟସ୍ତ କରିବେ ୨ଲକ୍ଷ ୫୩ହଜାର ୬୨୪ଭୋଟର […]

ସଂପୂର୍ଣ୍ଣ ପଢନ୍ତୁ

ରାଜଧାନୀରେ ରାତି ୮ଟାେର ବୁଲିଲା ଖଣ୍ଡା, ଭୁଜାଲି

ଭୁବନେଶ୍ବର, ୧୦/୧୧: ରବିବାର ରାତି ପାଖାପାଖି ସାଢ଼େ ୮ଟା। ହଠାତ୍‌ ୪/୫ ବାଇକ୍‌ରେ ୧୦ରୁ ଊର୍ଧ୍ବ ଯୁବକ ଆସି ଖଣ୍ଡା, ଭୁଜାଲି ଦେଖାଇ ଆତଙ୍କ ଖେଳାଇଲେ। ଯାହାକୁ ପାଇଲେ, ତାକୁ ଗାଳିମନ୍ଦ କଲେ। ସାମ୍ନାରେ ଯାହା ପଡ଼ିଲା ଭଙ୍ଗାରୁଜା କଲେ। ସେମାନଙ୍କ ଏଭଳି ଆତଙ୍କରାଜ୍‌ ଦେଖି ଭୟରେ ଯିଏ ଯୁଆଡ଼େ ପାରିଲେ ଜୀବନ ବିକଳରେ ଦୌଡ଼ିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ଅଞ୍ଚଳରେ। ସ୍ଥାନୀୟ ଅଞ୍ଚଳର ଦୁଇ ଗୋ‌ଷ୍ଠୀ ମଧ୍ୟରେ ଆକ୍ରମଣ […]

ସଂପୂର୍ଣ୍ଣ ପଢନ୍ତୁ

ଉପକୂଳରୁ ୨ ସନ୍ଦିଗ୍ଧ ଟ୍ରଲର, ୪ କଣ୍ଟେନର ଜବତ: ଜଣେ ଅଟକ

ବାଲେଶ୍ବର, ୧୦/୧୧: ବାଲେଶ୍ବର ଜିଲ୍ଲା କଷାଫଳ ମେରାଇନ ଥାନା ଅଧୀନ ସମୁଦ୍ର ଉପକୂଳରୁ ଶନିବାର ବିଳମ୍ବିତ ରାତିରେ ୨ଟି ସନ୍ଦିଗ୍ଧ ଟ୍ରଲର ଓ ୪ଟି କଣ୍ଟେନର ଜବତ କରାଯାଇଛି। ସୂଚନା ଅନୁଯାୟୀ ରାତିରେ ବାହାବଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରଠାରୁ ଅନତି ଦୂରରେ ଏହି ଟ୍ରଲର ଦୁଇଟି ଲଙ୍ଗର ପକାଇଥିଲା। ଟ୍ରଲର୍‌ରେ ଆସିଥିବା ସାମଗ୍ରୀ ୪ଟି କଣ୍ଟେନର ଯୋଗେ ଚାଲାଣ ପାଇଁ ଉଦ୍ୟମ ହେଉଥିଲା। ମତ୍ସ୍ୟ ଅବତରଣ କେନ୍ଦ୍ର ନିକଟରେ କେବଳ ମାଛଧରା ଟ୍ରଲର ଲାଗିବାର ନିୟମ ଥିବାରୁ […]

ସଂପୂର୍ଣ୍ଣ ପଢନ୍ତୁ

ଉଦ୍‌ଘାଟନ ପୂର୍ବରୁ ଉଜୁଡ଼ିଲାଣି ଆଦିବାସୀ ସଂଗ୍ରହାଳୟ

ଘଟଗାଁ, ୧୦/୧୧: ଉଦ୍‌ଘାଟନ ପୂର୍ବରୁ ଉଜୁଡ଼ିଗଲାଣି ଘଟଗାଁରେ ନିର୍ମିତ ଆଦିବାସୀ ସଂଗ୍ରହାଳୟ। କେନ୍ଦୁଝର ଜିଲ୍ଲାର ଆଦିବାସୀ ପରମ୍ପରା ଓ ଐତିହ୍ୟକୁ ପର୍ଯ୍ୟଟକ ତଥା ଗବେଷକଙ୍କ ସାମନାରେ ଉପସ୍ଥାପନ ପାଇଁ ଏହାର ପରିକଳ୍ପନା କରାଯାଇଥିଲା। ପ୍ରାୟ ୨କୋଟି ୨ଲକ୍ଷ ଟଙ୍କା ବ୍ୟୟରେ ୫ବର୍ଷ ତଳୁ ଏହାର ନିର୍ମାଣ ସରିଥିଲେ ମଧ୍ୟ ଏହା କେବେ ଖୋଲିବ, ତାହାର ଉତ୍ତର ମିଳୁନାହିଁ। ଅବ୍ୟବହୃତ ହୋଇ ପଡ଼ିରହିଥିବାରୁ ଦୁର୍ବୃତ୍ତମାନେ ଏହାର ଝରକା ଗ୍ରିଲ୍‌, କାଚ ଭାଙ୍ଗିସାରିଲେଣି। ଏସବୁ ଚୋରି ହୋଇଯିବାର ମଧ୍ୟ ଆଶଙ୍କା […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରକ୍‌କୁ ପଛରୁ ପିଟିଲା ବସ୍‌; କଣ୍ଟକ୍ଟର ମୃତ, ଯାତ୍ରୀ ସୁରକ୍ଷିତ

ରେଢାଖୋଲ, ୧୦/୧୧: ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥରେ ରବିବାର-ସୋମବାର ରାତିରେ ପୁଣି ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ଲୁହାପଙ୍କରେ ପର୍ଯ୍ୟଟକଙ୍କୁ ନେଇ ଆଗକୁ ବଢୁଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଯାତ୍ରୀବାହୀ ବସ୍‌ର କଣ୍ଟକ୍ଟରଙ୍କ ମୃତ୍ୟୁ ଘଟିଛି। ମୃତକଙ୍କର ପରିଚୟ ମିଳି ନାହିଁ। ସୂଚନା ଅନୁସାରେ ଏକ ଯାତ୍ରୀବାହୀ ବସ୍‌ ଗତକାଲି ସମ୍ବଲପୁର ଜିଲ୍ଲା ସାହାସପୁର ଓ ସମ୍ବଲପୁରର ସହରର କିଛି ପର୍ଯ୍ୟଟକଙ୍କୁ ନେଇ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ […]

ସଂପୂର୍ଣ୍ଣ ପଢନ୍ତୁ

ଏମ୍ସ କର୍ମଚାରୀ ହତ୍ୟା ଘଟଣାରେ ମାଷ୍ଟର ମାଇଣ୍ଡ ଗିରଫ

ଭୁବନେଶ୍ଵର : ୨୮ ଦିନର ଲୁଚକାଳି ଶେଷ ପରେ ଧରାପଡିଲା ଅଭିଯୁକ୍ତ। ଭୁବନେଶ୍ଵର ଉପକଣ୍ଠ ସରକନ୍ତରାରେ ଏମ୍ସ କର୍ମଚାରୀ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ସଦାଶିବ ପ୍ରଧାନ (ଶିବା)କୁ କମିଶନରେଟ୍ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତଠାରୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି। ଭୁବନେଶ୍ୱରର ଏକ ହୋଟେଲ କଡ଼ରୁ ଉଠାଇ ଆଣିଲା ଖଣ୍ଡଗିରି ପୁଲିସ୍‌। ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଅକ୍ଟୋବର ୧୩ ତାରିଖରେ ହତ୍ୟା କରାଯାଇଥିଲା। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଡ଼ବାପା ପୁଅକୁ ହତ୍ୟା କରିଥିଲା। ପୂର୍ବରୁ […]

ସଂପୂର୍ଣ୍ଣ ପଢନ୍ତୁ

ବୁଥକୁ ହେଲିକପ୍ଟରରେ ଗଲେ ପୋଲିଂ ଟିମ୍

ନୂଆପଡା, ୧୦/୧୧ : ନୂଆପଡ଼ା ଉପନିର୍ବାଚନ ପାଇଁ ୩୫୮ଟି ବୁଥ୍ ମତଦାନ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୧୦୧ଟି ସମ୍ବେଦନଶୀଳ, ୫୭ଟି ଅତି ସମ୍ବେଦନଶୀଳ ବୁଥ୍ ରହିଛି। ୮ ଟି ସୁନାବେଡ଼ା ଜଙ୍ଗଲ ଭିତରେ ଥିବା ସୋସେଙ୍କ ପଞ୍ଚାୟତ ଓ ସୁନାବେଡ଼ା ପଞ୍ଚାୟତର ୮ ଟି ବୁଥ୍ ରେ ମତଦାନ ହେବ । ଘଞ୍ଚ ଜଙ୍ଗଲ ଭିତରେ ଥିବା ଏହି ବୁଥ୍ ଗୁଡିକ ମାଓ ଉପଦ୍ରୁତ। ଏଠାରେ ମାଓବାଦୀଙ୍କ ଚଳପ୍ରଚଳ ଓ ପ୍ରଭାବ ଥିବାରୁ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଲାଲ୍‌ କିଲ୍ଲା ନିକଟରେ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଦିଲ୍ଲୀ, ୧୦/୧୧: ଦିଲ୍ଲୀ ଲାଲ କିଲ୍ଲା ନିକଟରେ ସୋମବାର ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏଥିରେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପୁଲିସ ଏବଂ ଅଗ୍ନିଶମ ବାହିନୀ ପଦକ୍ଷେପ ନେଇଛନ୍ତି। ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ଜଣାପଡ଼ି ନ ଥିବାବେଳେ ଦିଲ୍ଲୀ ଏବଂ ମୁମ୍ବଇରେ ହାଇଆଲର୍ଟ ଜାରି କରାଯାଇଛି।ପୁରୁଣା ଦିଲ୍ଲୀର ଲାଲ୍‌ କିଲ୍ଲା ନିକଟ ମେଟ୍ରୋ ଷ୍ଟେସନ ୧ […]

ସଂପୂର୍ଣ୍ଣ ପଢନ୍ତୁ

ବାଲିଆପାଳରୁ ବାଲେଶ୍ଵର : ଯୁବ କଂଗ୍ରେସ ପଦଯାତ୍ରା

ବାଲିଆପାଳ, ୧୦/୧୧: ବାଲିଆପାଳ ଏନଏସିରୁ ବାଦ ପଡ଼ିବା, ସୁବର୍ଣ୍ଣରେଖା ନଦୀରେ ଆସୁଥିବା ପ୍ରଳୟଙ୍କରୀ ବନ୍ୟାରୁ ବାଲିଆପାଳ ବ୍ଲକର ୧୦ଟି ପଞ୍ଚାୟତର ୬୦ହଜାର ଲୋକଙ୍କ ଜୀବନ ଜୀବିକାକୁ ରକ୍ଷା କରିବା ପାଇଁ ଯଥାଶୀଘ୍ର ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବା ଏବଂ ବାଲିଆପାଳରେ ଥିବା ଦୁଇଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବାଲିଆପାଳ ଓ ପ୍ରତାପପୁରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପ୍ରଭୃତି ପ୍ରମୁଖ ଦାବି ନେଇ ବାଲିଆପାଳ ବ୍ଲକ ଯୁବ କଂଗ୍ରେସ ଡାକରାରେ ଏକ ବିଶାଳ ପଦଯାତ୍ରା ଆରମ୍ଭ ହୋଇଛି।କଂଗ୍ରେସ […]

ସଂପୂର୍ଣ୍ଣ ପଢନ୍ତୁ

ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର କଲେ ପିଇଓ

ଝାରସୁଗୁଡା, ୧୦/୧୧: ପୁଣି ଅଲୋଡା ହେଲା ଶିଶୁ କନ୍ୟା। ଝାରସୁଗୁଡା ଜିଲ୍ଲା ବାଗଦେହି ଅଞ୍ଚଳରେ ଥିବା ଏକ ଜଙ୍ଗଲରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପରିତ୍ୟକ୍ତ ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏବଂ କିଏ ନବଜାତ ଶିଶୁକୁ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ।ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଝାରମୁଣ୍ଡର ପିଇଓ ବାଗଦେହିର କାଦୋବାହଲ ଜଙ୍ଗଲ ଦେଇ ଯାଉଥିବା ସମୟରେ ଏକ ଶିଶୁର […]

ସଂପୂର୍ଣ୍ଣ ପଢନ୍ତୁ