କଳପଡା ରେ ମହାସତସଙ୍ଗ ଉତ୍ସବ

କଟକ ସଦର ,୪/୧: କଟକ ସଦର ୪୨ ମୌଜା କଳପଡା ସ୍ଥିତ ଶ୍ରୀ କଦମ୍ୱେଶ୍ୱର ମହାଦେବଙ୍କ ପୀଠ ସ୍ଥଳି ରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମହାସତସଙ୍ଗ ଲୀଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ (ଶ୍ରୀଗୁରୁ ପରମହଂସ ସ୍ୱାମୀ ଶ୍ରୀ ରାଧା ମୋହନ ଦେବ ମହାରାଜ )ସ୍ୱାଧି ପ୍ରଜ୍ଞା ପାରମିତା ଦେବୀ, ମାନସୀ ଦେବୀ,ଦେବାଶିଷ ପରିଡ଼ା, ଅସିତ ପ୍ରଧାନ, ପ୍ରମୋଦ ନାୟକ, ଅଶ୍ୱନୀ ମହାନ୍ତି,ପ୍ରଫୁଲ୍ଲ ବାବୁ,ବ୍ରଜ ବାବୁ, ଟୁଲୁ ବାବୁ,ଧକନ, ସୂର୍ଯ୍ୟକାନ୍ତ, […]

ସଂପୂର୍ଣ୍ଣ ପଢନ୍ତୁ

ଟାରିଫ୍ ଧମକ ସହ ମୋଦୀଙ୍କୁ ଏମିତି କହିଲେ ଟ୍ରମ୍ପ

ନୂଆଦିଲ୍ଲୀ, ୫/୧ : ପୁଣି ଭାରତକୁ ଟାରିଫ୍ ଭୟ ଦେଖାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ସମ୍ପର୍କରେ ଏକ କଡ଼ା ବୟାନ ଦେଇଛନ୍ତି। ସେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ କିନ୍ତୁ ଚେତାବନୀ ମଧ୍ୟ ଦେଇଥିଲେ ଯେ ଯଦି ଭାରତ ରୁଷରୁ ତେଲ କିଣିବା ଜାରି ରଖେ, ତେବେ ଆମେରିକା ଭାରତ ଉପରେ ଶୁଳ୍କ ବୃଦ୍ଧି କରିପାରେ। “ଯଦି ଭାରତ ତୈଳ ପ୍ରସଙ୍ଗରେ ରୁଷକୁ ସହଯୋଗ […]

ସଂପୂର୍ଣ୍ଣ ପଢନ୍ତୁ

ଟି୨୦ ବିଶ୍ବକପ୍‌ ପାଇଁ ଭାରତ ଆସିବାକୁ ମନାକଲା ବାଂଲାଦେଶ

ନୂଆଦିଲ୍ଲୀ ୫/୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ ବିଦା ପରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଫଳରେ ବାଂଲାଦେଶ ଟି୨୦ ବିଶ୍ବକପ-୨୦୨୬ର ଭାରତରେ ମ୍ୟାଚ ଖେଳିବାକୁ ଅନିଚ୍ଛା ପ୍ରକାଶ କରିଛି। ଭାରତକୁ ଦଳ ନପଠାଇବାକୁ ବିସିବି ନିଷ୍ପତ୍ତି ନେଇଛି। ମୁସ୍ତାଫିଜୁରଙ୍କୁ ଆଇପିଏଲରୁ ବିଦା ପରେ ଟି୨୦ ବିଶ୍ୱକପ ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବାଂଲାଦେଶ କ୍ରିକେଟ ବୋର୍ଡର ରବିବାର ଏକ ଜରୁରୀକାଳୀନ ବୈଠକ ବସିଥିଲା। ବୈଠକରେ ବିଶ୍ବକପ […]

ସଂପୂର୍ଣ୍ଣ ପଢନ୍ତୁ

ଦୁଇ ଲାଞ୍ଚୁଆ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର, ୫/୧: ମୟୂରଭଞ୍ଜ ଜିଲା ଉଦଳା ଉଠା ଜଳସେଚନ ବିଭାଗର ଦୁଇ ଅଧିକାରୀ ଶ୍ରୀ ହରେକୃଷ୍ଣ ସିଂହ ଏବଂ ଶ୍ରୀ ସୁବ୍ରତ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌ । ଠିକାଦାରଙ୍କ ଠାରୁ ତାଙ୍କର ବାକି ବିଲ୍‌ ପରିଶୋଧ କରିବା ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଛି ।ସହକାରୀ ନିର୍ବାହ ଯନ୍ତ୍ରୀ ହରେକୃଷ୍ଣ ସିଂହ ୩୨ହଜାର ଲାଞ୍ଚ ଏବଂ ଜୁନିଅର ଇଞ୍ଜିନିୟର ସୁବ୍ରତ ମହାନ୍ତି ୨୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖବର ପାଇ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରମିଳାଙ୍କ ଘରେ ବିଜେଡି ନେତାଙ୍କ ବଡ ବୈଠକ

ଭୁବନେଶ୍ୱର, ୫/୧: ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁରର ତୁଙ୍ଗ ନେତା ଓ ନେତ୍ରୀଙ୍କକୁ ନେଇ ଏକ ବଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାକୁ ନେଇ ପ୍ରମିଳା କହିଛନ୍ତି କୌଣସି ମେଳି ନୁହେଁ ଜିଲ୍ଲା ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ହୋଇଛି । ଜିଲାରେ କିଭଳି ସଂଗଠନ ଆଗକୁ ବଢିବ, ଜିଲା ସଭାପତି କିଏ ହେବ, ଯୁବ ସଭାପତି କିଏ ହେବ, ଛାତ୍ର ସଭାପତି କିଏ ହେବ ଏବଂ ଜିଲା କମିଟିରେ […]

ସଂପୂର୍ଣ୍ଣ ପଢନ୍ତୁ

ସରକାରଙ୍କ ସହ ମିଲର୍ସ ଆସୋସିଏସନର ବୈଠକ ବିଫଳ

ଭୁବନେଶ୍ୱର, ୫/୧: ସରକାରଙ୍କ ସହ ମିଲର୍ସ ଆସୋସିଏସନର ବୈଠକ ବିଫଳ ହୋଇଛି । ଫଳରେ ଜାରି ରହିବ ମିଲର୍ସ ଆସୋସିଏସନ୍ ଆନ୍ଦୋଳନ । ଅଲ୍ ଓଡିଶା ରାଇସ ମିଲର୍ସ ଆସୋସିଏସନ୍ ସଭାପତି, ସମ୍ପାଦକ ସୂଚନା ଦେଇ କହିଛନ୍ତି ଯେ ସରକାର ଆମର ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନଦେବା ଯାଏଁ ଆନ୍ଦୋଳନ କରିବୁ’ । ରାଜ୍ୟର ସବୁ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରଖିବୁ ।ଆଜି ବିଭିନ୍ନ ଦାବି ନେଇ ଯୋଗାଣ ବିଭାଗ ଏମଡିଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

୪ ଓଡ଼ିଆଙ୍କୁ ମିଳିବ ସି ଭି ରମଣ ପୁରସ୍କାର

ଭୁବନେଶ୍ୱର, ୫/୧: ୨୦୨୬ ବର୍ଷ ପାଇଁ ସି ଭି ରମଣ ସମ୍ମାନ ଚୟନ ପରିଷଦ ପକ୍ଷରୁ ସି ଭି ରମଣ ପୁରସ୍କାର ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରୁ ପଦାର୍ଥ ବିଜ୍ଞାନ ର ଗବେଷଣା କ୍ଷେତ୍ରରେ ମୁମ୍ବାଇ ସ୍ଥିତ ଭାବା ଆଣବିକ ଗବେଷଣା କେନ୍ଦ୍ର ର ପୂର୍ବତନ ବରିଷ୍ଠ ବୈଜ୍ଞାନିକ ପ୍ରଫେସର ଅଶୋକ ଦାସ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଭୁବନେଶ୍ୱର ଏମସ ର ପ୍ରଫେସର ତୁଷାର ସୁଭଦର୍ଶନ ମିଶ୍ର , ଇଂନିଜିୟରିଂ ଶିକ୍ଷା କ୍ଷେତ୍ରରେ ୱାରାଙ୍ଗଲ ସ୍ଥିତ […]

ସଂପୂର୍ଣ୍ଣ ପଢନ୍ତୁ

ମହୋଦଧିରେ ବୁଡ଼ ପକାଇ ପାପ ଧୋଇଲେ କଂସ ମହାରାଜ

ପୁରୀ, ୪/୧: କଂସ ଭୂମିକାରେ ଅଭିନୟ କରିଥିବା ସୁଶୀଲ ମେହେର ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାଥନା କରିଛନ୍ତି । ବରଗଡ଼ରେ ଚାଲିଥିବା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଶେଷ କରି କଂସ ମହାରାଜ ପ୍ରାୟଶ୍ଚିତ ପାଇଁ ଶ୍ରୀକ୍ଷେତ୍ର ଆସିଛନ୍ତି । କଂସ ଭୂମିକାରେ ଅଭିନୟ କରିଥିବା ସୁଶିଲ ମେହେର ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଅଭିନୟରେ କଟୁ ବାକ୍ୟ ପ୍ରୟୋଗ କରିଥିବାରୁ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ କଂସ ମହାରାଜା […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥାକୁ ନେଇ ଠେଲାପେଲା

ପୁରୀ, ୪/୧: ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥାକୁ ନେଇ ଠେଲାପେଲା ପରିସ୍ଥିତି ଉପୂଜିଛି । ସେବକ ଓ ସୁରକ୍ଷାକର୍ମୀଙ୍କ ମାଧରେ ଠେଲାପେଲା ହୋଇଥିବା ସୂଚନା ରହିଛି ।ପୁଣି ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥାକୁ ନେଇ ଠେଲାପେଲା ପରିସ୍ଥିତି ଉପୁଜିଛି । ଶ୍ରୀମନ୍ଦିର ସୁରକ୍ଷା ସ୍ଵତନ୍ତ୍ର ବଳ ଓ ସେବକଙ୍କ ମଧ୍ୟରେ ଏହି ଠେଲାପେଲା ହୋଇଛି । ସାତ ପାହାଚ ତଳେ ପ୍ରୋଟୋକଲ ବ୍ୟବସ୍ଥାକୁ ନେଇ ଏହି ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି । ଖବର ଅନୁସାରେ ସାତପାହାଚ ତଳେ ଗୋଟିଏ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆବର୍ଷରେ ସମ୍ବଲପୁର ରେ ୭କୋଟିରୁ ଅଧିକ ଟଙ୍କାର ମଦ ବିକ୍ରି

ସମ୍ବଲପୁର ୪/୧: ନୂଆବର୍ଷରେ ସମ୍ବଲପୁର ଜିଲ୍ଲାରେ ୭ କୋଟି ୨୦ ଲକ୍ଷ ୨୭ ହଜାର ୭୨୦ ଟଙ୍କାର ମଦ ବିକ୍ରି ହୋଇଛି। ଯାହାକି ଗତ ନୂଆବର୍ଷ ଏବଂ ସାଧାରଣ ଦିନଠାରୁ ଅଧିକ ବୋଲି କହିଛନ୍ତି ଅବକାରୀ ନିରୀକ୍ଷକ ଭୈରବ ସାହୁ। ପୁଷପୁନି ଅବସରରେ ଡିସେମ୍ବର ୩ରେ ମଧ୍ୟ ବ୍ୟାପକ ପରିମାଣରେ ମଦ ବିକ୍ରି ହୋଇଛି ଅବକାରୀ ବିଭାଗର ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାରେ ଲାଇସେନ୍ସପ୍ରାପ୍ତ ୩୧ଟି ଦୋକାନ ରହିଛି। ଡିସେମ୍ବର ୨୫ରୁ ୩୧ ତାରିଖ ମଧ୍ୟରେ ୪.୯୯ […]

ସଂପୂର୍ଣ୍ଣ ପଢନ୍ତୁ