ସାରଳାଙ୍କ ନିତ୍ୟସେବକ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ରାଉଳଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧଉତ୍ସବ

ଝଙ୍କଡ଼ :  ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ନିତ୍ୟସେବକ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ରାଉଳ ଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧଉତ୍ସବ, କନକପୁର ଦେଉଳି ସ୍ଥିତ ବାବା କନକେଶ୍ୱର ମହାଦେବ ଙ୍କ ପୀଠ ରେ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଗତ ସୋମବାର ଠାରୁ ଆରମ୍ଭହୋଇଥିବା ନାମଯଜ୍ଞ, ପରଦିନ ଶେଷ ହୋଇଥିବାବେଳେ ଏଥିରେ ଆଦିତ୍ୟ ଅଭିନନ୍ଦନ ରାଉଳ କର୍ତ୍ତା ଭାବେ ଦାୟିତ୍ୱନିର୍ବାହ କରିଥିଲେ | ପଣ୍ଡିତ ସୁଧୀର କୁମାର ଦାଶ ଙ୍କ ପୌରହିତ୍ୟ ରେ […]

ସଂପୂର୍ଣ୍ଣ ପଢନ୍ତୁ

ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଚଢ଼ଉ : କଂଗ୍ରେସ ନେତାଙ୍କ ଘରୁ ୧୦୯ ସିଲିଣ୍ଡର୍ ଜବତ

ପାରାଦୀପ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ କାରଣରୁ ଜିଲ୍ଲାରେ ରନ୍ଧନ ଗ୍ୟାସ୍ ସଂକଟ ପରିସ୍ଥିତି ଉପୁଜିଥିବା ବେଳେ କଂଗ୍ରେସ ନେତାଙ୍କ ଘରି ୧୦୯ ସିଲିଣ୍ଡର ଜବତ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।ବ୍ଳକ୍ ଏନ୍‌ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ବାଲିତୁଠ ଅଞ୍ଚଳରେ ଅତର୍କିତ ଚଢ଼ଉ କରି ବିପୁଳ ପରିମାଣର ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ କରାଯାଇଛି।ଏହି କାରବାରରେ ସଂପୃକ୍ତି ରହିଥିବା ନେଇ ପୁଲିସ ବଡ଼ବୁଦାର ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ସବୁଠୁ ଗୁରୁତ୍ବପୂର୍ଣ ହେଲା ଏହି ଗ୍ୟାସ୍ ସିଲିଣ୍ଡର […]

ସଂପୂର୍ଣ୍ଣ ପଢନ୍ତୁ

ନବ ନିଯୁକ୍ତ କୁଳପତି ପ୍ରଫେସର ମହେନ୍ଦ୍ର ମହାନ୍ତିଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ

ମାହାଙ୍ଗା  : ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କୁ ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି l ମାହାଙ୍ଗା ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭଗବତୀ ବିଦ୍ୟାପୀଠ ଶୁକ୍ଳେଳେଶ୍ୱରର ପୁରାତନ ଛାତ୍ର ଅଟନ୍ତି l ଆଇଆଇଟି ଖଡ଼କପୁରରୁ ସଫଳତାର ସହିତ ଉତ୍ତୀର୍ଣ୍ଣ ହେବାପରେ ଓୟୁଏଟି ରେ ପ୍ରଫେସର ଭାବେ ସଫଳତାର ସହିତ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ l ଜଣେ ସୁନାମଧନ୍ୟ ସାଇଣ୍ଟିସ ଭାବେ ତାଙ୍କର ବେଶ ସୁଖ୍ୟାତି ରହିଛି | […]

ସଂପୂର୍ଣ୍ଣ ପଢନ୍ତୁ

ଇରାନରେ ଥିବା ଭାରତୀୟଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ମିଳିତ ସାମରିକ ଆକ୍ରମଣ ପରେ ପଶ୍ଚିମ ଏସିଆର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସମୟସୀମା ଶେଷ ହେବା ପରେ ଇରାନର ବିଭିନ୍ନ ପ୍ରାନ୍ତରେ ହୋଇଥିବା ବୋମାମାଡ଼ ଏବଂ ଏହାର ପାଲଟା ଜବାବରେ ଇରାନର ମିସାଇଲ ଆକ୍ରମଣ ସମଗ୍ର ଅଞ୍ଚଳକୁ ଏକ ଭୟାନକ ଯୁଦ୍ଧକ୍ଷେତ୍ରରେ ପରିଣତ କରିଛି। ଏହି ପରିପ୍ରେକ୍ଷୀରେ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତୁରନ୍ତ ହସ୍ତକ୍ଷେପ କରି ଇରାନରେ ରହୁଥିବା ହଜାର ହଜାର […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟସ୍ତରୀୟ ବଜେଟ ସଚେତନତା କର୍ମଶାଳା

ଭୁବନେଶ୍ୱର: ବଜେଟ କେବଳ ଆୟ-ବ୍ୟୟର ତାଲିକା ନୁହେଁ, ବରଂ ଏହା ଓଡ଼ିଶାର ସମଗ୍ର ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣର ଏକ ସୁଦୃଢ଼ ରୋଡମ୍ୟାପ୍ ବୋଲି ରାଜ୍ୟସ୍ତରୀୟ ବଜେଟ ସଚେତନତା କର୍ମଶାଳା ‘ଆମେ ଜାଣିବା, ଆମ ବଜେଟ୍‌’ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଲୋକସେବା ଭବନ କନଭେନ୍‌ସନ୍ ସେଣ୍ଟରରେ ଆୟୋଜିତ ଏହି କର୍ମଶାଳାରେ ସେ କହିଥିଲେ ଯେ, ଦେଶର ଭିଜନ୍ ସହିତ ତାଳ ମିଳାଇ ଆମ ସରକାର ୨୦୪୭ ସୁଦ୍ଧା ମୁଣ୍ଡପିଛା […]

ସଂପୂର୍ଣ୍ଣ ପଢନ୍ତୁ
Manmohan 300x166

ଜିଲ୍ଲା ବୁଲିବା ଦରକାର ନବୀନ ବାବୁ, ଦିଲ୍ଲୀରୁ ଫେରି ବର୍ଷିଲେ ମନମୋହନ

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟନାୟକ ଜିଲ୍ଲା ବୁଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ବିରୋଧୀ ଦଳ ନେତା ହିସାବରେ ନବୀନ ବାବୁ ଜିଲ୍ଲା ବୁଲିବା ଦରକାର । ମନମୋହନ କହିଛନ୍ତି ନବୀନ ବୁଲି ସମୀକ୍ଷା କଲେ ଜାଣିପାରିବେ । ଲୋକମାନେ କେମିତି ଅଛନ୍ତି ଓ ତାଙ୍କ ସରକାର କଣ କରିଛନ୍ତି ସେ ସବୁ ଜାଣିପାରିବେ । କାରଣ ବିରୋଧୀ ଦଳ […]

ସଂପୂର୍ଣ୍ଣ ପଢନ୍ତୁ

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସଂଘ ସହ ଆଲୋଚନା

ଭୁବନେଶ୍ୱର: ରାଜ୍ୟରେ ସବୁ ସମୟରେ ଖାଉଟିମାନଙ୍କ ପାଇଁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ଓ ଯୋଗାଣ ଶୃଙ୍ଖଳକୁ ଅବ୍ୟାହତ ରଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଵ୍ୟବସାୟୀ ସଂଘର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ଯୋଗାଣ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଭିନ୍ନ ଜିଲ୍ଲାର ଵ୍ୟବସାୟୀ ସଂଘର ପ୍ରତିନିଧି ମାନେ ଯୋଗ […]

ସଂପୂର୍ଣ୍ଣ ପଢନ୍ତୁ

ଅବଦୁଲ ରହିମ ଉଚ୍ଚବିଦ୍ୟାଳୟ ୧୯୯୭ ବ୍ୟାଚର ଗୁରୁପୂଜନ ଓ ବନ୍ଧୁ ମିଳନ

ଝଙ୍କଡ଼ :  ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ ରସୁଲପୁର ସ୍ଥିତ ଅବଦୁଲରହିମ ସରକାରୀ ଉଚ୍ଚ ବିଦ୍ୟାଳୟ ର 1997 ମସିହା ବ୍ୟାଚ ର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ ବିପୁଳଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉପଲକ୍ଷେ ଉତ୍ସବରେ ତତ୍କାଳୀନ ଶିକ୍ଷକ ପଣ୍ଡିତ ବ୍ରଜରାଜ ମିଶ୍ର, କମଳାକାନ୍ତ ପରିଜା, ନରୋତ୍ତମ ଭୂୟାଁ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ରାମଚନ୍ଦ୍ର ଦାସ, ରଞ୍ଜନ କୁମାର ପ୍ରଧାନ, କାନନବାଳା ମହାନ୍ତି ଓ […]

ସଂପୂର୍ଣ୍ଣ ପଢନ୍ତୁ

ଧର୍ମପ୍ରାଣା ସତ୍ୟଭାମା ରାଉଳଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

ଝଙ୍କଡ଼ :  ଝଙ୍କଡ଼ ସାରଳାପୀଠର ସର୍ବଶ୍ରେଷ୍ଠ ସାରଳାଘଟନୃତ୍ୟ ର ନୃତ୍ୟଶିଳ୍ପୀ ତଥା ନିତ୍ୟସେବକ ରବୀନ୍ଦ୍ର କୁମାର ରାଉଳ ଙ୍କ ସହଧର୍ମିଣୀ ସ୍ବର୍ଗତା ସତ୍ୟଭାମା ରାଉଳ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗତ ରବିବାରସନ୍ଧ୍ୟାରେ, ତାଙ୍କର କନକପୁର ସ୍ଥିତ ବାସଭବନ ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଶ୍ୱରଞ୍ଜନ ରାଉଳ, ଆଇନୀଜୀବି ମହେଶ ମହାନ୍ତି, ସ୍ମୃତିସ୍ୱରୂପ ନାୟକ, କୈଳାଶ ଚନ୍ଦ୍ର ରାଉଳ, ଶତ୍ରୁଘ୍ନ ଦାସ, ପ୍ରଭାତ କୁମାର ଦାସ, ସତ୍ୟଭୂଷଣ ଦାସ, ଆୟୁଷ୍ମାନ ମହାନ୍ତି, ଦେବୀପ୍ରସାଦ […]

ସଂପୂର୍ଣ୍ଣ ପଢନ୍ତୁ
Car, Bus

ଓଡ଼ିଶାରେ ପଶିପାରିବନି ବାହାର ରାଜ୍ୟର ଗାଡ଼ି, ୧୦ ବର୍ଷରୁ ଅଧିକ ହେଲେ ମିଳିବନି ପରମିଟ୍

କଟକ ୬।୪: ଓଡ଼ିଶାରେ ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା । ନୂତନ ପରମିଟ୍ ପ୍ରଦାନ କରାଯିବ ନାହିଁ । ମାଲିକାନା ହସ୍ତାନ୍ତର କିମ୍ବା କୌଣସି କର ଗ୍ରହଣ ଉପରେ ମଧ୍ୟ ଅଙ୍କୁଶ । ୧୯ ଜୁଲାଇ ୨୦୨୩ ଏସଟିଏ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ । ଏ ନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବାଣିଜ୍ୟ […]

ସଂପୂର୍ଣ୍ଣ ପଢନ୍ତୁ