ଝଙ୍କଡ଼ : ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ନିତ୍ୟସେବକ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ରାଉଳ ଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧଉତ୍ସବ, କନକପୁର ଦେଉଳି ସ୍ଥିତ ବାବା କନକେଶ୍ୱର ମହାଦେବ ଙ୍କ ପୀଠ ରେ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଗତ ସୋମବାର ଠାରୁ ଆରମ୍ଭହୋଇଥିବା ନାମଯଜ୍ଞ, ପରଦିନ ଶେଷ ହୋଇଥିବାବେଳେ ଏଥିରେ ଆଦିତ୍ୟ ଅଭିନନ୍ଦନ ରାଉଳ କର୍ତ୍ତା ଭାବେ ଦାୟିତ୍ୱନିର୍ବାହ କରିଥିଲେ | ପଣ୍ଡିତ ସୁଧୀର କୁମାର ଦାଶ ଙ୍କ ପୌରହିତ୍ୟ ରେ ପିତୃପୁରୁଷ ଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଇଥିଲା | ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ବ ରେ ଆୟୋଜିତ ସ୍ମୃତିଶ୍ରଦ୍ଧାଞ୍ଜଳି କାଯ୍ୟକ୍ରମ ରେ ରଞ୍ଜନ କୁମାର ରାଉଳ (ଅରକ୍ଷିତ ) ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ |
ରମେଶ ଚନ୍ଦ୍ର ରାଉଳ, ସମରେନ୍ଦ୍ର ରାଉଳ, ପ୍ରକାଶ ଚନ୍ଦ୍ର ଦାସ, କବିତା ଦାସ, ପ୍ରଭାତୀ ରାଉଳ, ନିରୁପମା ରାଉଳ, ମନୋରମା ରାଉଳ, ସସ୍ମିତା ରାଉଳ, ପ୍ରଦୀପ୍ତ କୁମାର ନାୟକ, ସବିତା ରାଉଳ, ସତ୍ୟଭୂଷଣ ଦାସ, ବିଜୟ କୁମାର ରାଉଳ, ଜ୍ୟୋସ୍ନାରାଣୀ ଦାସ, ସବିତା ଦାସ, ତ୍ରିଲୋଚନ ରାଉଳ, ପୂର୍ବତନ ପରିଚ୍ଛl ହାଡିବନ୍ଧୁ ପଣ୍ଡା, ବିଶ୍ୱରଂଜନ ରାଉଳ, ପଣ୍ଡିତ ସଦାଶିବ ଦାଶ ଓ ଶୁଭନାରାୟଣ ନାୟକ ପ୍ରମୁଖ ଏଥିରେ ଯୋଗଦେଇ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ତେବେ ଏହିସମସ୍ତ କାର୍ଯ୍ୟକ୍ରମ କୁ ଆଦିତ୍ୟ ନାରାୟଣ, ଆରିୟନ, ସ୍ମୃତି ରଞ୍ଜନ, ଆଦ୍ୟାଶା, ଅନନ୍ୟା ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ | ଶେଷରେ ପ୍ରଦୀପ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
