Odisha Police

ଅପରାଧ ଓ ବେଆଇନ କାରବାର ବିରୋଧରେ ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍‌

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା : ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ, ଅସ୍ତ୍ର ଓ ଯାନବାହନ ଜବତ କଟକ :  ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ମେ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୋଲିସ ରେଞ୍ଜ୍‌ ଅନ୍ତର୍ଗତ ଜିଲ୍ଲା ଏସପି ଏବଂ ପୋଲିସ କମିଶନରଙ୍କ ନେତୃତ୍ବରେ “ସ୍ପେଶାଲ ଡ୍ରାଇଭ୍” ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା । ୫ ଦିନ ଧରି ଚାଲିଥିବା […]

ସଂପୂର୍ଣ୍ଣ ପଢନ୍ତୁ

ନୂଆ ପୁଲିସ ମହାନିର୍ଦେଶକ ପଦ ପାଇଁ ୧୧ ନାମ ସୁପାରିସ

ଭୁବନେଶ୍ବର: ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦେଶକ (ଡିଜିପି) ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରାଜ୍ୟ ସରକାର ୧୯୯୦ରୁ ୧୯୯୬ ବ୍ୟାଚ ମଧ୍ୟରେ ଥିବା ୧୧ ଆଇପିଏସ୍ ଅଧିକାରୀଙ୍କ ନାମ ୟୁପିଏସ୍‌ସିକୁ ସୁପାରିସ କରିଛନ୍ତି। ଏଥିମଧ୍ୟରୁ ୟୁପିଏସ୍‌ସି ତିନୋଟି ନାମକୁ ସୁପାରିସ କରିବେ ଏବଂ ସେଥିମଧ୍ୟରୁ ଜଣଙ୍କ ନାମ ଉପରେ ସରକାର ମୋହର ମାରିବେ। ସୂଚନା ଯେ, ଓଡ଼ିଶା ପୁଲିସ ମହାନିର୍ଦେଶକ ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କ ଆସନ୍ତା […]

ସଂପୂର୍ଣ୍ଣ ପଢନ୍ତୁ

ଡଲି ହତ୍ୟାକାଣ୍ଡ ଘଟଣାରେ ସୂପରି କିଲର ଲଲ୍ଲୁ କୁମାରକୁ ଗିରଫ କଲା ଜଗତସିଂହପୁର ପୁଲିସ

ଜଗତସିଂହପୁର:ବହୁ ଚର୍ଚ୍ଚିତ ଡଲି ହତ୍ୟାକାଣ୍ଡ ଘଟଣାରେ ଜଗତସିଂହପୁର ପୋଲିସକୁ ମିଳିଛି ବଡ ସଫଳତା। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କାଠିଆପଡ଼ା ସ୍ଥିତ ବିଲରେ ପ୍ରମୋଦ ଦାସଙ୍କ ଝିଅ ସସ୍ମିତା ଦାସ ଓରଫ ଡଲି ହତ୍ୟାକାଣ୍ଡ ଘଟଣାରେ ପୁଲିସ ସୂପରି କିଲର ଲଲ୍ଲୁ କୁମାରଙ୍କୁ ବିହାରରୁ ଗିରଫ କରିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସ୍ୱାଇଁ ସହ ଲଲ୍ଲୁ ଗତ ୧୮ତାରିଖରେ ଜଗତସିଂହପୁର ଆସିଥିଲା । ୧୯ ତାରିଖରେ ଡଲିର ନିର୍ବନ୍ଧକୁ ମଧ୍ୟ ଯାଇଥିଲା।୨୦ ତାରିଖରେ ସେମାନେ ଡଲିକୁ […]

ସଂପୂର୍ଣ୍ଣ ପଢନ୍ତୁ
Supremecourt

କେତେକ ବେକାର ଯୁବକ, ଯୁବତୀ ଅସରପା ଭଳି: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କେତେକ ବେକାର ଯୁବକ ଓ ଯୁବତୀଙ୍କୁ ‘ଅସରପା’ ଭଳି ପତଙ୍ଗ ସହ ତୁଳନା କରିଛନ୍ତି। ଶୁକ୍ରବାର ଏକ ଆବେଦନର ଶୁଣାଣି କାଳରେ ପ୍ରଧାନ ବିଚାରପତି କହିଥିଲେ ଯେ କେତେକ ବେକାର ଯୁବକ ଓ ଯୁବତୀ ଗଣମାଧ୍ୟମ ପ୍ରତିନିଧି, ସୋସିଆଲ ମିଡିଆ ବ୍ୟବହାରକାରୀ, ଆରଟିଆଇ କର୍ମୀ କିମ୍ବା ସାମାଜିକ କର୍ମୀ ସାଜି ସମସ୍ତଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରୁଛନ୍ତି। ସେମାନେ ଦେଶର ଗୋଟିଏ ଗୋଟିଏ ବ୍ୟବସ୍ଥାକୁ ନିନ୍ଦିତ କରୁଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ
Krushna Chandra Patra

ଲମ୍ବା ଲାଇନରେ ଛିଡ଼ା ହୋଇ ତେଲ କିଣିବାର ଆବଶ୍ୟକତା ନାହିଁ

ଭୁବନେଶ୍ବର: ରାଜ୍ୟରେ ପେଟ୍ରୋଲ ସଙ୍କଟ ଭିତରେ ଆଇଓସିଏଲ ଓ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସହ ବୈଠକ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଏହି ବୈଠକ ପରେ ବଡ଼ ସୂଚନା ଦେଇଛନ୍ତି ଆଇଓସିଏଲ ସିଜିଏମ କମଲ ସିଲ୍‌ । ସେ କହିଛନ୍ତି, ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ରହିଛି। ଭୟଭୀତ ହୋଇ ଅତ୍ୟଧିକ ପରିମାଣରେ ତେଲ କିଣିବାରୁ ଏଭଳି ସ୍ଥିତି ଉପୁଜିଛି। ଏଥିରେ ଧୀରେ ଧୀରେ ଏବେ ସୁଧାର ଆସିଲାଣି। ସମସ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଖର୍ଚ୍ଚକାଟ ପରାମର୍ଶବଳୀ; ସରକାରୀ ଗାଡ଼ିର ‘ରାଇଡ୍ ସେୟାରିଂ’ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ବର୍ତ୍ତମାନର ବିଶ୍ୱ ଆର୍ଥିକ ଅନିଶ୍ଚିତତା ଏବଂ ପ୍ରଚଳିତ ଆନ୍ତର୍ଜାତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଯାନବାହାନର ସଚେତନ ଏବଂ ସଂଯମୀ ବ୍ୟବହାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଆଦେଶ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ସମ୍ବଳ, ବିଶେଷକରି ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ଓ ପୋଷଣୀୟ […]

ସଂପୂର୍ଣ୍ଣ ପଢନ୍ତୁ

ଏନଏମଏମଏସ (NMMS) ପରୀକ୍ଷାରେ ବୀଣାପାଣି ଷ୍ଟଡି ସର୍କଲର ୩ ଜଣ ମେଧାବୀ ଛାତ୍ରୀଙ୍କ ସଫଳତା

କଟକ  : କଟକ ସଦର ୪୨ ମୌଜା ଅନ୍ତର୍ଗତ କୂଳସରିଚୁଆଁର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ବୀଣାପାଣି ଷ୍ଟଡି ସର୍କଲ’ର ତିନି ଜଣ ମେଧାବୀ ଛାତ୍ରୀ ଚଳିତ ବର୍ଷର ଜାତୀୟ ଆୟ ଭିତ୍ତିକ ମେଧା ବୃତ୍ତି (NMMS) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସଫଳତା ପାଇଥିବା ଏହି ତିନି ଜଣ ଛାତ୍ରୀ ହେଉଛନ୍ତି ଜୟନ୍ତୀଦେବୀ ବିଦ୍ୟାପୀଠର ନବମ ଶ୍ରେଣୀର ଛାତ୍ରୀ ଶ୍ରଦ୍ଧା ସୁମନ ପୃଷ୍ଠି, ଆରକ୍ଷୀ ବେହେରା ଓ ସ୍ନେହାଶ୍ରୀ ମୁଦୁଲି। ସେମାନେ ସମସ୍ତେ ଖଲର୍ଦା ଗ୍ରାମପଞ୍ଚାୟତର […]

ସଂପୂର୍ଣ୍ଣ ପଢନ୍ତୁ

ବୁଦ୍ଧିଜୀବୀ ସାରସ୍ୱତ ସେବା ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା  :  ମାହାଙ୍ଗା ବୁଦ୍ଧିଜୀବୀ ସାରସ୍ୱତ ସେବା ସଂଗଠନ ଆନୁକୂଲ୍ୟରେ ଶହୀଦ ଭବନ ମଣିଯୋରୀ ଠାରେ ଦୁଇ ଦିବଂଗତ ପୁରୁଷ ଶତାୟୁ ଧର୍ମପ୍ରାଣ ମଧୁସୂଦନ ଦାସ ଏବଂ ବିଶିଷ୍ଟ ଶିକ୍ଷାବିତ ଚିତ୍ତରଞ୍ଜନ ରାଉତଙ୍କ ସ୍ମୁତିରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ମହିମାଧର୍ମର ଗବେଷକ ଡକ୍ଟର ଏକାଦଶୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଶିକ୍ଷାବିତ ଡକ୍ଟର ଭାବଗ୍ରାହୀ ରାଉତ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଜନାର୍ଦନ ରାଉତ, ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ନାୟକ, ଶିକ୍ଷାବିତ ଅକ୍ଷୟ […]

ସଂପୂର୍ଣ୍ଣ ପଢନ୍ତୁ

ବସ୍ ଯାତ୍ରୀଙ୍କୁ ଝଟକା ! କିଲୋମିଟର ପିଛା ବଢ଼ିବ ୨ ପଇସା

ଭୁବନେଶ୍ୱର: ଖାଉଟିଙ୍କ ଉପରେ ଆରମ୍ଭ ହୋଇଗଲା ମହଙ୍ଗା ମାଡ଼ । ତେଲ ଦର ବୃଦ୍ଧିର ପ୍ରଥମ ଝଟକା ଲାଗିଛି । କାଲିଠାରୁ ସାରା ଓଡିଶାରେ ବସ୍ ଭଡା ବଢିବ । ବସ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ହେବ ବୋଲି ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି । ସେ କହିଛନ୍ତି, ଡିଜେଲ ୩ ଟଙ୍କା ବଢିଲା, ଆମେ ଆଉ କ୍ଷତି ସହିପାରିବୁନି । ସରକାରଙ୍କ ସହ […]

ସଂପୂର୍ଣ୍ଣ ପଢନ୍ତୁ

ଗୋଟିଏ ଅଫିସ୍‌ରେ ୩ ବର୍ଷରୁ ଅଧିକ ରହିଲେ ହେବ ବଦଳି, ରାଜସ୍ୱ କର୍ମଚାରୀଙ୍କ ବଦଳି ଓ ରୋଟେସନ୍ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର ୧୫।୫: ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ରୋଟେସନ୍ ପ୍ରକ୍ରିୟାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି l ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି l ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ […]

ସଂପୂର୍ଣ୍ଣ ପଢନ୍ତୁ