ଅନ୍ତ୍ୟୋଦୟ ଗୃହ ଯୋଜନାରେ ୨,୯୧,୬୬୬ ଲୋକଙ୍କୁ ମିଳିବ ଘର

ଭୁବନେଶ୍ୱର  :  ରାଜ୍ୟରେ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ଆଉ ୨,୯୧,୬୬୬ଟି ନୂତନ ପକ୍କା ଘର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏଥିସହ ଏହି ଯୋଜନାର କାର୍ଯ୍ୟକାଳକୁ ଆଉ ୨ ବର୍ଷ ବୃଦ୍ଧି କରାଯାଇ ୨୦୨୭ ପରିବର୍ତ୍ତେ ୨୦୨୯ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ରାଜ୍ୟରେ ‘ସମସ୍ତଙ୍କ ପାଇଁ ପକ୍କା ଘର’ ସଂକଳ୍ପ […]

ସଂପୂର୍ଣ୍ଣ ପଢନ୍ତୁ

ଲୋକଭବନରେ ୧୪୪ଟି ଆବାସିକ କ୍ବାର୍ଟର୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର

ଭୁବନେଶ୍ୱର  : ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ୧୪୪ଟି ନୂତନ ଆବାସିକ କ୍ୱାର୍ଟର୍ସ ନିର୍ମାଣ ନିମନ୍ତେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ୪ଟି ବ୍ଲକ୍‌ରେ ୯୬ଟି ‘ଇ-ଟାଇପ୍‌’ ଏବଂ ୨ଟି ବ୍ଲକ୍‌ରେ ୪୮ଟି ‘ଏଫ୍-ଟାଇପ୍‌’ କ୍ୱାର୍ଟର୍ସ ନିର୍ମାଣ କରାଯିବ। ଷ୍ଟିଲ୍‌ଟ୍‌ (ପାର୍କିଂ ସୁବିଧା) ସହିତ ୬ ମହଲା ବିଶିଷ୍ଟ ଏହି ଆବାସିକ କୋଠାଗୁଡ଼ିକର ନିର୍ମାଣ କାର୍ଯ୍ୟ ‘ଟର୍ଣ୍ଣକି’ ଭିତ୍ତିରେ କରାଯାଉଛି। ଆସନ୍ତା ୨୦୨୮ ମସିହା […]

ସଂପୂର୍ଣ୍ଣ ପଢନ୍ତୁ

୧୮ରେ ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ; ଆସିବେ ୩୦୦ ଅତିଥି

ଭୁବନେଶ୍ୱର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆସନ୍ତା ଅକ୍ଟୋବର ୧୮ ତାରିଖରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ଏଥିପାଇଁ ଲୋକସେବା ଭବନ ପରିସରରେ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଚାଲିଛି। ୧୮ ତାରିଖ ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନର ନୂତନ ଅଭିଷେକ ହଲ୍‌ରେ ଆୟୋଜିତ ଭବ୍ୟ ସମାରୋହରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ନୂତନ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

ସଂପୂର୍ଣ୍ଣ ପଢନ୍ତୁ

୪୨ମୌଜା ରୋନକ ମୋଟର୍ସ ୟାମା ଶୋ’ ରୁମ୍ ପକ୍ଷରୁ ଧମାକା ଅଫର

କଟକ : କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ମୌଜା ବ୍ରହ୍ମପୁର ସ୍ଥିତ କ୍ରିଷ୍ଣା ମଣ୍ଡପ ନିକଟରେ ରୋନକ ମୋଟର୍ସ ୟାମା ଶୋ’ ରୁମ୍ ରେ ମା” ଦୂର୍ଗାଙ୍କ ଦଶହରା ଉପଲକ୍ଷେ ନବରାତ୍ରୀରେ ପୂଜାଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ରୋନକ ମୋଟର୍ସ ୟାମା ଶୋ’ ରୁମ୍ ର ମୁଖ୍ୟ ପରିଚାଳକ ବସନ୍ତ କୁମାର ଦେବତା ଉପସ୍ଥିତ ରହି ପରିଚାଳନା କରିଥିଲେ। ଏଥିରେ ଅନ୍ୟତମ […]

ସଂପୂର୍ଣ୍ଣ ପଢନ୍ତୁ

ରାହୁଲ ଗାନ୍ଧୀଙ୍କ ଉପରେ ଭଡକିଲେ ସୋନା ମହାପାତ୍ର, କହିଲେ- ‘ପ୍ରଥମେ ହିମାଚଳ ସୁଧାରନ୍ତୁ’

ନୂଆଦିଲ୍ଲୀ ୧୪।୧୦; ଗଣତନ୍ତ୍ର ସୁଧାରିବା ପୂର୍ବରୁ… ନିଜ ଶାସିତ ରାଜ୍ୟର ସ୍ଥିତି ସୁଧାରନ୍ତୁ! କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏମିତି ପ୍ରଶ୍ନ କରିଛନ୍ତି ଗାୟିକା ସୋନା ମହାପାତ୍ର। ନଅ ବର୍ଷ ପରେ ହିମାଚଳ ପ୍ରଦେଶ ଫେରି ସେଠାକାର ପାହାଡ଼ରେ ଆବର୍ଜନା ଏବଂ ନଦୀର ଦୟନୀୟ ସ୍ଥିତି ଦେଖି କ୍ଷୋଭ ପ୍ରକାଶ କରିଛନ୍ତି ସୋନା। ଏନେଇ ‘ଏକ୍ସ’ରେ ରାହୁଲଙ୍କୁ ଟ୍ୟାଗ୍ କରି ସେ ରଖିଛନ୍ତି ନିଜ ମତ। ତାଙ୍କର ଏହି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା। ନଅ ବର୍ଷ ପରେ […]

ସଂପୂର୍ଣ୍ଣ ପଢନ୍ତୁ

ରେଲୱେ କର୍ମଚାରୀଙ୍କୁ କେନ୍ଦ୍ରର ଭେଟି, ୭୮ ଦିନର ବୋନସ୍ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଦଶହରା ପୂର୍ବରୁ ରେଲୱେ କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର କ୍ୟାବିନେଟ୍ ବୁଧବାର ରେଲୱେ କର୍ମଚାରୀଙ୍କ ପାଇଁ ୭୮ ଦିନର ଦରମା ସମାନ ବୋନସ୍ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ରେଲୱର ୧୧.୪୦ ଲକ୍ଷରୁ ଅଧିକ ରେଳ କର୍ମଚାରୀଙ୍କୁ ଅତିରିକ୍ତ ୭୮ ଦିନର ଦରମା ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରଡକ୍ଟିଭିଟି ଲିଙ୍କ୍ଡ ବୋନସକୁ ମଞ୍ଜୁରି ଦିଆଯାଇଛି । କେନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ

ବହୁଚର୍ଚ୍ଚିତ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲା, ସାହିଲ- ମୁସ୍କାନକୁ ମିଳିଲା ମୃତ୍ୟୁ ଦଣ୍ଡ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବା ଉତ୍ତର ପ୍ରଦେଶ ମେରଠର ବହୁଚର୍ଚ୍ଚିତ ‘ନୀଳ ଡ୍ରମ୍ କାଣ୍ଡ’ (Blue Drum Case) ମାମଲାରେ ଆସିଛି ବଡ଼ ରାୟ। ମେରଠ ଜିଲ୍ଲା ଅଦାଲତର ବିଚାରପତି ଅରବିନ୍ଦ କୁମାର ମିଶ୍ରା ଏହି ମାମଲାର ରାୟ ଶୁଣାଇଛନ୍ତି । ବୁଧବାର ଅର୍ଥାତ୍ ୨୦୨୬ ଅକ୍ଟୋବର ୧୪ରେ ମେରଠ ଜିଲ୍ଲା ଅଦାଲତ ଏହି ବର୍ବରୋଚିତ ହତ୍ୟାକାଣ୍ଡରେ ମୃତ ସୌରଭ ରାଜପୁତଙ୍କ ପତ୍ନୀ ମୁସ୍କାନ୍ ରସ୍ତୋଗୀ ଏବଂ ତା’ର ପ୍ରେମିକ ସାହିଲ୍ ଶୁକ୍ଲାଙ୍କୁ ମୃତ୍ୟୁଦଣ୍ଡ (ଫାଶୀ) ଶୁଣାଇଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ଜର୍ମାନୀରେ ୩ ଭାରତୀୟଙ୍କୁ ହତ୍ୟା ! ଆବାସିକ କୋଠାରେ ନିଆଁ ଲାଗିବାରୁ ଜଳିଗଲେ

ଜର୍ମାନୀର ବୋଚୁମ୍  ସହରରେ ଥିବା ଏକ ଆବାସିକ କୋଠାରେ ନିଆଁ ଲାଗିଯିବାରୁ ତିନିଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ବୁଧବାର ଏନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବୋଚୁମ୍ ପୋଲିସ ସୂତ୍ରରୁ ସୂଚନା ନେଇ ଜର୍ମାନୀର ସରକାରୀ ଗଣମାଧ୍ୟମ WDR ଏହି ଖବର ପ୍ରକାଶ କରିଛି। ମିଡିଆ ରିପୋର୍ଟ ଅନୁସାରେ ମୃତ ଭାରତୀୟଙ୍କ ମଧ୍ୟରେ ୨୫ ଓ ୨୭ ବର୍ଷର ଦୁଇ ଜଣ ମହିଳା ଥିବା ବେଳେ ଜଣେ ୨୬ ବର୍ଷୀୟ ପୁରୁଷ ଅଛନ୍ତି। ତେବେ […]

ସଂପୂର୍ଣ୍ଣ ପଢନ୍ତୁ

ଚିଲିକା ଦିଶୁଛି ଗୋଲାପୀ-ଗୋଲାପୀ ! ଶୀତ ପୂର୍ବରୁ ଚିଲିକାରେ ଆଗମନ ହେଲେଣି ବିଦେଶୀ ଅତିଥି

ଟାଙ୍ଗୀ: ଶୀତ ଆସିନି ସତ, ହେଲେ ଚିଲିକାକୁ ଆସିଲେଣି ବିଦେଶୀ ଅତିଥି। ଓଡିଶାର ଗର୍ବ ଚିଲିକା ହ୍ରଦ ପୁଣି ଥରେ ଗୋଲାପୀ ରଙ୍ଗରେ ରଙ୍ଗେଇ ହୋଇଛି । ସାଧାରଣତଃ ନଭେମ୍ବର-ଡିସେମ୍ବର ମାସରେ ଚିଲିକାକୁ ଆସୁଥିବା ବିଦେଶୀ ଫ୍ଲେମିଙ୍ଗୋ ପକ୍ଷୀ ଚଳିତ ବର୍ଷ ଖରା ଓ ଗୁଳୁଗୁଳି ଭିତରେ ହିଁ ଆଗୁଆ ଆସିଛନ୍ତି, ଯାହା ପକ୍ଷୀ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି। କେତେକ ପକ୍ଷୀପ୍ରେମୀ ଚିଲିକା ଭ୍ରମଣରେ ଆସି ଏହି ବିଦେଶୀ ଫ୍ଲେମିଙ୍ଗୋ ପକ୍ଷୀ ଙ୍କୁ ତାଙ୍କର […]

ସଂପୂର୍ଣ୍ଣ ପଢନ୍ତୁ

ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦିଅ: ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଯାଜପୁର ରୋଡ୍ ୧୪।୧୦: ରାଜ୍ୟର ଶିଳ୍ପ ଅଭିବୃଦ୍ଧିରେ ନୂଆ ଅଧ୍ୟାୟ । ଯାଜପୁର କଳିଙ୍ଗନଗରରେ ୩୯ ହଜାର ୩୮୩ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ୧୪ ଜିଲ୍ଲାରେ ୪୬ଟି ପ୍ରକଳ୍ପ ରହିଛି । ପ୍ରକଳ୍ପ ହେଉଥିବା ସ୍ଥାନରେ ଆଞ୍ଚଳିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଶିଳ୍ପପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କଳିଙ୍ଗନଗରରେ ୩୯,୩୮୩ କୋଟିର ପ୍ରକଳ୍ପ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

ସଂପୂର୍ଣ୍ଣ ପଢନ୍ତୁ