ହମ୍ପସରେ ଧଳା ପଟି, ପ୍ରଶାସନକୁ ଅଭିନବ ୪୨ମୌଜା ସଙ୍ଗଠନର କୃତଜ୍ଞତା

କଟକ ୮।୧୦ : କଟକ ସଦର ଅନ୍ତର୍ଗତ ୪୨ମୌଜା ଅଞ୍ଚଳର ବିଭିନ୍ନ ରାସ୍ତାରେ ନୂତନ ଭାବେ ନିର୍ମିତ ହମ୍ପସ ଗୁଡ଼ିକରେ ଦୃଶ୍ୟମାନ ଚିହ୍ନ ନଥିବାରୁ ରାତ୍ରି ସମୟରେ ଯାତାୟାତରେ ସମସ୍ୟା ଓ ଦୁର୍ଘଟଣାର ଆଶଙ୍କା ଦେଖାଦେଇଥିଲା। ଏହି ସମସ୍ୟାକୁ ନେଇ ଅଭିନବ ୪୨ମୌଜା ସଙ୍ଗଠନ ପକ୍ଷରୁ ସଚେତନତା ସୃଷ୍ଟି ସହ ହମ୍ପସ ଗୁଡ଼ିକରେ ରିଫ୍ଲେକ୍ଟର ଲଗାଯାଇଥିଲା | ପରବର୍ତ୍ତୀ ସମୟରେ ରାସ୍ତା ଓ ଗୃହନିର୍ମାଣ ବିଭାଗ ପକ୍ଷରୁ ହମ୍ପସଗୁଡ଼ିକରେ ଧଳାରଙ୍ଗର ପଟି ଲଗାଯାଇଛି। ଏହା ଫଳରେ ଦିନ […]

ସଂପୂର୍ଣ୍ଣ ପଢନ୍ତୁ

ବୋମାମାଡ଼ ପରେ ବ୍ୟାସନଗର କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ: ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା

ଯାଜପୁର: କ୍ୟାମ୍ପସରେ ବୋମାମାଡ଼ ପରେ ଯାଜପୁରସ୍ଥିତ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଆଇନଶୃଙ୍ଖଳା ବିଗିଡ଼ିବା ଆଶଙ୍କା କରି କଲେଜ କର୍ତ୍ତୃପକ୍ଷ ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ସ୍ଥଗିତ ରଖିବା ସହ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ (Sine die) ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି କଲେଜ ପରିସରରେ ହଠାତ୍ ବୋମାମାଡ଼ ହୋଇଥିଲା, ଯାହାକୁ ନେଇ କ୍ୟାମ୍ପସରେ ଭୟ ଓ ଉତ୍ତେଜନାପୂର୍ଣ୍ଣ ବାତାବରଣ ଦେଖାଦେଇଥିଲା। ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି କଲେଜ […]

ସଂପୂର୍ଣ୍ଣ ପଢନ୍ତୁ

ଜୀବନ ଜୀବିକା ସାଜିଥିବା ଅଟୋକୁ ଜାଳି ଦେଲେ ଦୁର୍ବୁତ୍ତ

ଝଙ୍କଡ଼ :  ଅଟୋ କୁ ଜାଳି ଦେଲେ ଦୁର୍ବୁତ୍ତ, ଯେଉଁ ଅଟୋ ଥିଲା ପରିବାର ପ୍ରତିପାଳନ ର ଏକମାତ୍ର ସାଧନ, ରାତି ଅଧ ରେ କେହି ଦୁର୍ବୁତ୍ତ ସେହି ଅଟୋ ରେ ନିଆଁ ଲଗେଇ ଦେଇଛନ୍ତି | ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ କୋଲର ପଞ୍ଚାୟତ ଅଧୀନ ପାଟକୁରା ଗ୍ରାମରେ | ଏହି ଗ୍ରାମର ଦିଲ୍ଲୀପ କୁମାର ହୋତା ଅଟୋ ଚଳାଇ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି, ଗତକାଲି ବିଳମ୍ବିତ ରାତ୍ରିରେ […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ସଫଳ ହୋଇଛି

ଝଙ୍କଡ଼  : ଜଗତସିଂପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ବ୍ଲକ ରେ ଆଜି କଂଗ୍ରେସ ଦଳ ତରଫରୁ ଚାରି ଦଫା ନେଇ ବାର ଘଣ୍ଟିଆ ଓଡ଼ିଶା ବନ୍ଦ କାର୍ଯ୍ୟକ୍ରମ ସଫଳ ହୋଇଛି। କିନ୍ତୁ କଂଗ୍ରେସ ଦଳ ର ଓଡ଼ିଶା ବନ୍ଦ ଡାକରା କୁ ସମ୍ପୂର୍ଣ୍ଣ ବିଫଳ କରିବା ପାଇଁ ତିର୍ତ୍ତୋଲ ପୋଲିସ ସମେତ କନକ ପୁର୍ ଫାଣ୍ଡି ଅଧିକାରୀ ମାନେ ଲାଗି ପଡ଼ିଥିଲେ ସଁଅରା ଛକ ଠାରେ ଆଜି ଶାନ୍ତି ପୂର୍ଣ୍ଣ ଭାବେ ଅଖ ଚକ ଠପ୍ କାର୍ଯ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

୩୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଜଗତସିଂହପୁର ଡିଇଓ କାର୍ଯ୍ୟାଳୟର ପ୍ରୋଗ୍ରାମର

ଜଗତସିଂହପୁର : ବକେୟା ବିଲ୍ ପାସ୍ କରାଇଦେବା ନାଁରେ ଲାଞ୍ଚ ନେବା ଜଣେ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ତଥା ଡିପିସି (ସମଗ୍ର ଶିକ୍ଷା ଅଭିଯାନ) କାର୍ଯ୍ୟାଳୟର ପ୍ରୋଗ୍ରାମର ଚନ୍ଦ୍ରଜିତ ପରିଜାଙ୍କୁ ଭିଜିଲାନ୍ସ ଟିମ୍ ରଙ୍ଗେହାତ ଗିରଫ କରିଛି। ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଡିଜିଟାଲ୍ ବ୍ଲାକ୍‌ବୋର୍ଡ ସ୍ଥାପନ କରିଥିବା ଜଣେ ଠିକାଦାର ନିଜର ବକେୟା ପ୍ରାପ୍ୟ ପାଇବା […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡ଼ା ଏକଲବ୍ୟ ସ୍କୁଲରେ CBI ରେଡ୍, ୧୨ ହଜାର ଲାଞ୍ଚ ନେଇ ପ୍ରିନ୍ସିପାଲ ଗିରଫ

ନୂଆପଡ଼ା ୮।୧୦: ନୂଆପଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ CBI ରେଡ୍ । ANMଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ପ୍ରିନ୍ସିପାଲଙ୍କୁ ଗିରଫ କଲା ସିବିଆଇ ଟିମ୍ । ଗିରଫ ପ୍ରିନ୍ସିପାଲ ହେଲେ କ୍ରିଷ୍ଣମୂର୍ତ୍ତି ନାଇଡ଼ୁ । ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ANMଙ୍କ ଠାରୁ ରିନୁଆଲ ପାଇଁ ୧୨ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା CBI । ANM ଜଣକ ସିବିଆଇର ଦ୍ୱାରସ୍ଥ ହେବା ପରେ ଚଢାଉ କରିଥିଲା ସିବିଆଇ ଟିମ୍ । ଆଜି ତାଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଦୁର୍ଗାପୂଜା ପାଇଁ BMCର ବଡ଼ ପ୍ରସ୍ତୁତି: ୭ ଦିନ ଭିତରେ ରାସ୍ତା ମରାମତି, କାର୍ଯ୍ୟକ୍ଷମ ହେବ ୪୦ଟି ନୂଆ ପାର୍କିଂ ସ୍ଥଳ

ଭୁବନେଶ୍ୱର: ପାର୍ବଣ ଋତୁ। ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରିବେ ମା ଦୁର୍ଗା। ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରଦାର ଚାଲିଛି। ଭିଡ଼ ପରିଚାଳନା ସହ ସୁରକ୍ଷା ସୁନିଶ୍ଚିତ କରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ। ତେଣୁ ଦୁର୍ଗାପୂଜାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଚଳିତ ବର୍ଷ ରାଜଧାନୀରେ ପ୍ରାୟ ୧୯୫ଟି ପୂଜା ମଣ୍ଡପରେ ପୂଜା ପାଇବେ ମା ଦୁର୍ଗା। ଏହାର […]

ସଂପୂର୍ଣ୍ଣ ପଢନ୍ତୁ
Odisha Govt 300x157

ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ୪ ବରିଷ୍ଠ ଅଧିକାରୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର :  ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ ହୋଇଛି। ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ର ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ନୂତନ ପଦବୀରେ ଅବସ୍ଥାପିତ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ଥିବା ଶ୍ରୀମତୀ ଗୀତାଞ୍ଜଳି ନାୟକ (ଓଏଏସ୍‌-ଏସ୍‌ଏଜି)ଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ବନ୍ଦର ପ୍ରଭାବ, ରାସ୍ତାକୁ ଓହ୍ଲାଇଲେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ନେତା ଓ କର୍ମୀ

ମାହାଙ୍ଗା  : ଇଣ୍ଡି ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ ମାହାଙ୍ଗା ଅଞ୍ଚଳରେ ଅନୁଭୂତ ହୋଇଛି। ବନ୍ଦ ସମର୍ଥନରେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ବିଭିନ୍ନ ଦଳର ନେତା ଓ କର୍ମୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ଏହାର ପ୍ରଭାବରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବଜାରରେ ଦୋକାନବଜାର ବନ୍ଦ ରହିଥିବା ବେଳେ,ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ଗୁରୁବାର ସକାଳୁ ବନ୍ଦ ସମର୍ଥକମାନେ ବିଭିନ୍ନ ସ୍ଥାନରେ ଏକତ୍ରିତ ହୋଇ ବଜାର ପରିକ୍ରମା କରିବା […]

ସଂପୂର୍ଣ୍ଣ ପଢନ୍ତୁ

ଦୁର୍ବିସହ ଜୀବନରେ ସାହାରାଖୋଜୁଛି, ସୁକାନ୍ତି ବାରିକ

ଝଙ୍କଡ଼  :  ତିର୍ତ୍ତୋଲବ୍ଲକ, କନକପୁର ପଞ୍ଚାୟତ ଅଧିନ କନକପୁରଶାସନ ଗ୍ରାମର ସୁକାନ୍ତି ବାରିକ ନାମକ ଜଣେ ସତୁରିବର୍ଷ ବୟସ୍କା ମହିଳା ଦୀର୍ଘବର୍ଷଧରି ରୋଗାକ୍ରାନ୍ତ ଅବସ୍ଥାରେ ପଡ଼ିରହିଛି l ତାଙ୍କର ବାଁ ଗୋଡ଼ର ପାଦ ପାଖରେ ଘାଆ ହୋଇ ଆଦୌ ଶୁଖୁନି l ଗତ ବୁଧବାରଦିନ ତାର ଝିଅ ଜ୍ୱାଇଁ ଖବରପାଇ, ତାଙ୍କୁ ଜଗତସିଂହପୁର ସଦର ମେଡିକାଲ କୁ ଚିକିତ୍ସା ପାଇଁ ନେଇଥିଲେ l ମାତ୍ର ଉଚ୍ଚତର ଚିକିତ୍ସା ପାଇଁ ରୋଗୀକୁ କଟକ ବଡ଼ମେଡିକାଲ କୁ ନେଇଯିବାକୁ ପରାମର୍ଶ […]

ସଂପୂର୍ଣ୍ଣ ପଢନ୍ତୁ