Image 61

ଗୁପ୍ତଚର ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ଲିଙ୍କ୍: ପୁରୀ ଛାଡ଼ି ନଯିବାକୁ ଯୁବତୀଙ୍କୁ ନିର୍ଦ୍ଦେଶ

ରାଜ୍ୟ
Spread the love

ପୁରୀ: ବର୍ଷ ବର୍ଷ ଧରି ଶତ୍ରୁରାଷ୍ଟ୍ର ପାକିସ୍ତାନ ପାଇଁ ଗୁପ୍ତଚୋର କରୁଥିବା ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାକୁ ହରିୟାଣା ପୋଲିସ ଗିରଫ କରିବା ପରେ ଗୋଟେ ପରେ ଗୋଟେ ଗୁମର ଖୋଲିବାରେ ଲାଗିଛି। ଏହାରି ଭିତରେ ପୁରୀ କାଳିକାଦେବି ସାହିର ପ୍ରିୟଙ୍କା ସେନାପତି ସହ ବନ୍ଧୁତ୍ୱ ସ୍ଥାପନ ହୋଇଥିଲା ଏବଂ ଉଭୟ ଅନେକ ସ୍ଥାନକୁ ବୁଲିବା ସହ ବ୍ଲଗ ମଧ୍ୟ କରିଥିଲେ। ଜ୍ୟୋତି ମାଲହୋତ୍ରାଙ୍କ ସହିତ ସମ୍ପର୍କ ରଖି ଅଡୁଆରେ ପଡ଼ିଛନ୍ତି ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତି। ଉଭୟଙ୍କ ଲିଙ୍କ୍‌ ଥିବା ସାମ୍ନାକୁ ଆସିବା ପରେ ଗୁଇନ୍ଦା ଅଧିକାରୀ ଏବଂ ପୋଲିସ ପ୍ରିୟଙ୍କାଙ୍କୁ ଶନିବାର ଜେରା କରିଛି। ମାମଲାର ତଦନ୍ତ ଚାଲିଥିବାରୁ ପ୍ରିୟଙ୍କାଙ୍କୁ ପୁରୀ ଛାଡ଼ି ନ ଯିବାକୁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ହରିୟାଣା ପୋଲିସ ତଥ୍ୟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସପି ଭିନିତ ଅଗ୍ରଓ୍ବାଲ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପଟେ ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମରେ ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି, ୟୁଟ୍ୟୁବ ମାଧ୍ୟମରେ ମୁଁ ଜ୍ୟୋତିଙ୍କୁ ଚିହ୍ନିଥିଲି। ତାଙ୍କ ସମ୍ପର୍କରେ ମୁଁ ଏତେ ମାତ୍ରାରେ ଅବଗତ ନଥିଲି। ସେ ପାକିସ୍ତାନ ଗୁପ୍ତଚର ଭାବେ କାମ କରୁଛନ୍ତି ବୋଲି ମୁଁ ଜାଣିଥିଲେ କେବେ ବି ତାଙ୍କ ସହ ଯୋଗାଯୋଗରେ ଆସିନଥାନ୍ତି। ତାଙ୍କ ସମ୍ପର୍କରେ ଏସବୁ ଜାଣିବା ପରେ ଏବେ ମୋତେ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି। ତଦନ୍ତକାରୀ ସଂସ୍ଥାକୁ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି।

ପ୍ରିୟଙ୍କା ବାପା ମଧ୍ୟ ସମାନ ପତିକ୍ରିୟା ଦେଇ କହିଛନ୍ତି ପୋଲିସଙ୍କୁ ଆମେ ପୂର୍ଣ୍ଣ ସହଯୋଗ କରିବୁ। ଜ୍ୟୋତି ପାକିସ୍ତାନ ଗୁପ୍ତଚର ବୋଲି ଆମେ ଜାଣିଥିଲେ ଝିଅ ପୋଲିସକୁ ପୂର୍ବରୁ ଖବର ଦେଇସାରନ୍ତାଣି।ପ୍ରିୟଙ୍କାଙ୍କ ବଡ଼ବାପା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଗ ଦେଶ, ଝିଅ ପଛ। ଆମ ଝିଅ ଉପରେ ପୂରା ବିଶ୍ଵାସ ରହିଛି। ସେ ସେଭଳି ଝିଅ ନୁହେଁ। ତଥାପି ଯଦି ସେ ଭୁଲ କରିଥିବ କାର୍ଯ୍ୟାନୁଷ୍ଠାନ ହେଉ।

Leave a Reply

Your email address will not be published. Required fields are marked *