ଜଗତସିଂହପୁର/ ଝଙ୍କଡ଼ : ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠ କୁ ପ୍ରତିଦିନ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ, ଯାତ୍ରୀ ଓ ପର୍ଯ୍ୟଟକ ମାନେ ଆସିଥାନ୍ତି। ବିଶେଷ କରି ବାଲେଶ୍ଵର ଓ ପଶ୍ଚିମବଙ୍ଗ ରୁ ଦ୍ଵିତଳ ଟୁରିଷ୍ଟ ବସ ଗୁଡ଼ିକ ଆସିଲା ବେଳେ ଏହି ବିପଦଶଙ୍କୁଳ ବିଦ୍ୟୁତ୍ ଖୁଣ୍ଟ ରୁ ଯାଇଥିବା ରୋଡକ୍ରସ ଲାଇନ୍ ତାର ଟି ପ୍ରତିବନ୍ଧକ ହୋଇଥାଏ।
ବିଶେଷ କରି ଏହି ଖୁଣ୍ଟର ମୂଳ ଖାଇଯାଇ ଥିବାରୁ, କେତେବେଳେ ବି ଭାଙ୍ଗିଯିବାର ଆଶଙ୍କା ରହିଛି। ଭାଇ ଭାଇ ନାମକ ଏକ ଭୋଗଭଣ୍ଡାରର ପାର୍ଶ୍ୱରେ ଏହି ବିପଦପୂର୍ଣ୍ଣ ବିଦ୍ୟୁତ୍ ଖୁଣ୍ଟ କୁ ଉଚ୍ଚତମ କଂକ୍ରିଟ ଖୁଣ୍ଟ ବସାଗଲେ , ହୁଏତ ଏହି ଆସନ୍ନବିପଦ ରୁ ରକ୍ଷା ମିଳିପାରନ୍ତା।
ତେଣୁ ଯେତେ ଶୀଘ୍ର ବିଦ୍ୟୁତ୍ ବିଭାଗର ଅଧିକାରୀ ମାନେ ଏହାର ସଠିକ୍ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।
