09ad35b4 7670 43af Bdde E8b235929809

ମୂଳିସିଂ ସହରହାଟରେ କର୍ମବୀର ଗୌରୀଶଙ୍କର ରାୟଙ୍କୁ ସ୍ମରଣ, ୧୮୭ତମ ଜୟନ୍ତୀ ପାଳିତ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ : ଓଡ଼ିଆ ଭାଷା, ସାହିତ୍ୟ ଓ ସାମ୍ବାଦିକତାର ପ୍ରବାଦ ପୁରୁଷ, କର୍ମବୀର ଗୌରୀଶଙ୍କର ରାୟଙ୍କ ୧୮୭ତମ ପବିତ୍ର ଜନ୍ମ ଜୟନ୍ତୀ ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି। ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୂଳିସିଂ ପଞ୍ଚାୟତର ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଶିକ୍ଷାବିତ୍ ଯୋଗ ଦେଇ କର୍ମବୀରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍କୁଲର ଚେୟାରମ୍ୟାନ୍ ଶ୍ରୀ ବିକ୍ରମ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଜଣାଶୁଣା ସ୍ତମ୍ଭକାର ତଥା ପରିଷଦର ସଭାପତି ଶ୍ରୀ ହିମାଂଶୁ ଆଚାର୍ଯ୍ୟ କହିଥିଲେ, “ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଯେଉଁ କେତେଜଣ ମହାନ ବ୍ୟକ୍ତିଙ୍କ ଭୂମିକା ଅତୁଳନୀୟ ଥିଲା, ସେମାନଙ୍କ ମଧ୍ୟରେ କର୍ମବୀର ଗୌରୀଶଙ୍କର ରାୟ ଥିଲେ ଅନ୍ୟତମ ବିନ୍ଧାଣି।”

ସ୍କୁଲର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା ନିଜ ବକ୍ତବ୍ୟରେ କର୍ମବୀରଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ‘ଉତ୍କଳ ଦୀପିକା’ କେବଳ ଏକ ସମ୍ବାଦପତ୍ର ନଥିଲା, ବରଂ ଏହା ଓଡ଼ିଆ ଜାତିର ଜାଗରଣର ପ୍ରତୀକ ଥିଲା ଏବଂ ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ମୁଖ୍ୟ ଉତ୍ସ ପାଲଟିଥିଲା।

ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ନିର୍ଦ୍ଦେଶକ ବିକ୍ରମ ଜେନା ଏବଂ ଶିକ୍ଷୟିତ୍ରୀ ସୋନାଲି ମହାରଣା, ମୋନାଲିସା ଭଟ୍ଟ, ଓ ଶୁଭସ୍ମିତା ସିଂହ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସ୍ବର୍ଗତଃ ରାୟଙ୍କ ବହୁମୁଖୀ ପ୍ରତିଭା, ସମାଜ ସଂସ୍କାର ଏବଂ ନିଷ୍ଠାପର କାର୍ଯ୍ୟଶୈଳୀ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ।

କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟିତ୍ରୀ ସୁଦେଷ୍ଣା ଦାସ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *