୪୨ ମୌଜା ରେ ସ୍ୱାଧ୍ୟାୟ ଭକ୍ତିଫେରୀ

କଟକ ଜିଲା ଖବର ରାଜ୍ୟ
Spread the love

କଟକ,୧୬/୧୦: ମହାରାଷ୍ଟ୍ରର ମହାନ ସନ୍ଥ ପାଣ୍ଡୁରଙ୍ଗ ଶାସ୍ତ୍ରୀ ଆଠୱଲେ ଙ୍କ ପ୍ରଣୋଦିତ୍ତ ସ୍ୱାଧ୍ୟାୟ ପରିବାର ପକ୍ଷରୁ ଭକ୍ତିଫେରୀରେ ଯୋଗ ଦେଇଛନ୍ତି ଅନେକ ସ୍ୱାଧ୍ୟାୟୀ ଦମ୍ପତ୍ତି।କଟକ, ଚୌଦ୍ଵାର , ଗୋପାଳପୁର ଓ ଭୁବନେଶ୍ୱରରୁ ଆସିଥିବା ଏହି ଦମ୍ପତିମାନେଗତ ୬-ଦିନ ଧରି ୪୨-ମୌଜାର ବ୍ରହ୍ମପୁର, ବେଣ୍ଟକାର, ଝାରକଟା ଆଦି ପଞ୍ଚାୟତର ବିଭିନ୍ନ ଗାଁରେ ରହି ବୈଦିକ ବିଚାର ବାଣ୍ଟୁଥିବା ଦେଖା ଯାଇଥିଲା। ତେବେ ମାନବ-ଈଶ୍ୱର ଓ ନିସର୍ଗ ର ସମ୍ବନ୍ଧ ବିଷୟରେ ଘରକୁ ଘର ବାର୍ତ୍ତା ଦେବା ଲକ୍ଷ୍ୟରେ ବୁଲୁଥିବା ଏହି ବୈଦିକ ସଂସ୍କୃତି ର ବାହକମାନଙ୍କୁ ଅପୂର୍ବ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଲା ଆଜିର ସମାଜରେ ନୈତିକ ମାନବୀୟ ଜୀବନ ବଞ୍ଚିବାର କଳା ଶିଖାଉଥିଲା ଏହି ଭାଇ ଭଉଣୀ ମାନେ ନିଜସ୍ୱ ଖର୍ଚ୍ଚ ରେ ପ୍ରତିବର୍ଷ ଭକ୍ତି ଫେରି କରି ଶେଷରେ ୪୨-ମୌଜା ଶ୍ରୀରାମ ଗାଁରେ ସ୍ଥାନୀୟ ଅଞ୍ଚଳର ଶତାଧିକ ସ୍ୱାଧ୍ୟାୟ ଅନୁଗାମୀଙ୍କୁ ନେଇ ଏକ ଭାବ ସମାରୋହ ଅନୁଷ୍ଠିତ ହୋଇଥିଲା। ୧୯-ଅକ୍ଟୋବର କୁ ପାଣ୍ଡୁ ରଙ୍ଗ ଶାସ୍ତ୍ରୀଙ୍କ ଜନ୍ମ ତିଥିକୁ ମନୁଷ୍ୟ ଗୌରବ ଦିବସ’ ରୂପେ ପାଳନ କରି ଥାନ୍ତି। ବିଶ୍ବରେ ଏବେ ଶୁଦ୍ଧା ପ୍ରାୟ ୭-କୋଟି ସ୍ୱାଧ୍ୟାୟ ଅନୁଗାମୀ ଅଛନ୍ତି।

Leave a Reply

Your email address will not be published. Required fields are marked *