ସାରଦା ଏକାଡେମୀ 2003 ବ୍ୟାଚ ର ସହପାଠୀ ସମାବେଶ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼, ୨୪/୧୨: ବାଣୀକ୍ଷେତ୍ର ଝଙ୍କଡ଼ କନକପୁର ସ୍ଥିତ ପ୍ରାଚୀନ, ପ୍ରସିଦ୍ଧ ଓ ଆଦର୍ଶ ଶିକ୍ଷାନୁଷ୍ଠାନ, ସାରଦା ଏକାଡେମୀ 2003 ବ୍ୟାଚ ର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ ଓ ଭାବବିନିମୟ କାର୍ଯ୍ୟକ୍ରମ ଗତ ବୁଧବାର ଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ପ୍ରାତଃକାଳ ରେ ମା ସାରଳା ଙ୍କର ମାର୍ଜନା ଓ ପୂଜାର୍ଚ୍ଚନା କରାଯାଇଥିଲା l ଏକାଡେମୀ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ରଅତିଥି ଭାବେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଯୋଗଦେଇ ମଞ୍ଚପରିଚାଳନା କରିଥିଲେ l ପ୍ରାରମ୍ଭରେ ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ ଓ ସହପାଠୀ ମାନଙ୍କ ଆତ୍ମା ର ସଦଗତି କାମନା କରି ନିରବପ୍ରାର୍ଥନା କରିଥିଲେ l ଏଥିରେ ମୁଖ୍ୟଅତିଥି ଭାବେ ଏକାଡେମୀ ର ପ୍ରଧାନଶିକ୍ଷକ ସରୋଜ କୁମାର ମହାନ୍ତି ଯୋଗଦେଇ ପ୍ରାକ୍ତନ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଆୟୋଜିତ ଏହି ସହପାଠୀ ସମାରୋହ କାର୍ଯ୍ୟକ୍ରମ ର ଆୟୋଜକ ମାନଙ୍କୁ ଉଚ୍ଚପ୍ରଶଂସା କରିବା ସହିତ ଆଶୀର୍ବାଣୀ ପ୍ରଦାନ କରିଥିଲେ l ପରେପରେ ଦେବାଶିଷ ସାହୁ, ଚେତନ ଦାସ, ଶଙ୍କର୍ଷଣ ପଣ୍ଡା, ସୂର୍ଯ୍ୟଜିତ ଲେଙ୍କା, ଚନ୍ଦନ ସ୍ୱାଇଁ, ରବୀନ୍ଦ୍ର ରାଉଳ, ଜିତେଶ ବ୍ରହ୍ମ, ଆଶିଷ ରାଉଳ, ଅଶ୍ୱିନୀ ରାଉତ, ରଞ୍ଜିତ ସୁତାର, ଶୁଭେନ୍ଦୁ ରାଉଳ, ବିଶ୍ୱରଞ୍ଜନ ମହାନ୍ତି, ତପନ ସାହୁ, ବିଶ୍ୱଜିତ ରାଉଳ, ଇତିସ୍ମିତା ଭଟ୍ଟ , ରାଜଲକ୍ଷ୍ମୀ ରାଉଳ, ମାମାଲି ପଣ୍ଡା, ସୁଜାତା ଶୁକ୍ଳ , ମଧୁସ୍ମିତା ଦାସ, ଶାନ୍ତିଲତା ବାରିକ, ସ୍ବର୍ଣ୍ଣପ୍ରଭା ଦାସ, କଳ୍ପନା ସାହୁ, ସଂପ୍ରୀତି ବେହେରା, ସ୍ଵାଗତିକା ସ୍ୱାଇଁ,ଓ ଚିନ୍ମୟୀ ଦାସ ପ୍ରମ୍ମୁଖ ପ୍ରାକ୍ତନ ବିଦ୍ୟାର୍ଥୀ ମାନେ ମଞ୍ଚାସିନ ହୋଇ ନିଜନିଜର ଅଙ୍ଗେଲିଭାଇ ଥିବା ଅନୁଭବ ଅନୁଭୂତି କଥା କହିଲାବେଳେ ଭାବପ୍ରବଣ ହୋଇ ଉଠିଥିଲେ l କିଛିସମୟ ପାଇଁ ନାଚଗୀତ ର ଆସର ଭିତରେ ପରସ୍ପରକୁ ଆଲିଙ୍ଗନ ଓ କରମର୍ଦ୍ଦନ କରି ଆନନ୍ଦରେ ବିଭୋର ହୋଇ ଯାଇଥିଲେ l ତେବେ ପ୍ରତିବର୍ଷ ଏପରି ବନ୍ଧୁମିଳନ କାର୍ଯ୍ୟକ୍ରମ ଜାରିରହିବ ବୋଲି ସମସ୍ତେ ସହମତି ପ୍ରକାଶ କରିଥିଲେ l

Leave a Reply

Your email address will not be published. Required fields are marked *