ଏସସିବିରୁ ଛାତ ଖସି ରୋଗୀ ଆହତ

କଟକ ରାଜ୍ୟ
Spread the love

କଟକ, ୭/୧: ଏସସିବି ମେଡିକାଲ ଛାତର ସିଲିଂ ଜଣେ ରୋଗୀଙ୍କ ଉପରେ ଖସିପଡିବାରୁ ଆହତ ହୋଇଛନ୍ତି ରୋଗୀ ।ଖବର ଅନୁସାରେ ଏସସିବି ମେଡିକାଲର ପୁରୁଣା ମେଡ଼ିସିନ ୱାର୍ଡରେ ଏକ ଅଘଟଣ ଘଟିଛି । ଜଣେ ରୋଗୀ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ଉପରେ ଛାତର ସିଲିଂ ଖସି ପଡିଥିଲା । ସିଲିଂଟି ତାଙ୍କ ମୁଣ୍ଡ ଉପରେ ପଡିଥିଲା । ଫଳରେ ରୋଗୀ ଜଣକ ଆହତ ହୋଇଥିଲେ । ଆହତ ଅବସ୍ଥାରେ ରୋଗୀ ଜଣକୁ ଅନ୍ୟଏକ ବେଡ଼କୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *