କଟରା ରାଧାକାନ୍ତ ହାଇସ୍କୁଲର ୫୦ତମ ବାର୍ଷିକ କ୍ରୀଡା ଉତ୍ସବ

ଜଗତସିଂହପୁର
Spread the love

ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ, କଟରା ପଞ୍ଚାୟତ ସ୍ଥିତ, ରାଧାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ର 50 ତମ ବାର୍ଷିକ, ଦୁଇଦିନିଆଁ କ୍ରୀଡାଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ସେଠି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ଓ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ କ୍ରୀଡାସଙ୍ଗଠକ ପ୍ରିୟନାଥ ରାୟ, ମୁଖ୍ୟବକ୍ତା ପ୍ରାକ୍ତନ ଶିକ୍ଷକ ଧୀରେନ୍ଦ୍ର ନାଥ ବିଶ୍ୱାଳ ଓ ସମ୍ମାନିତଅତିଥି ଭାବେ ପୂର୍ବତନ ଏନ, ସି, ସି ଶିକ୍ଷକ ସାରଦା ପ୍ରସାଦ ଚଇନି, ଯୋଗଦେଇ କ୍ରୀଡାପତାକା ଉତ୍ତୋଳନ କରିବା ସହିତ କ୍ରୀଡାର ମହତ୍ତ୍ୱ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଶିକ୍ଷାବିତ ବିଜୟ କୁମାର ରଥ, ମୁଖ୍ୟବକ୍ତା ପ୍ରାକ୍ତନ ପ୍ରଧାନଶିକ୍ଷକ ଶଙ୍କର୍ଷଣ ନାୟକ ଓ ସମ୍ମାନିତ ଅତିଥି ଭାବେ ଧୀରେନ୍ଦ୍ରନାଥ ବିଶ୍ୱାଳ ଯୋଗଦେଇଥିବା ବେଳେ ମଞ୍ଚପରିଚାଳନା କରିଥିଲେ ଶିକ୍ଷକ ପୁଲିନ କୁମାର ପରିଜା ଓ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ ବାର୍ଷିକ କ୍ରୀଡାବିବରଣୀ ପାଠ କରିଥିଲେ ।

କ୍ରୀଡା ଶିକ୍ଷୟିତ୍ରୀ ପ୍ରିୟଙ୍କା ବେହେରା , 15 ଗୋଟି କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ, ଏଥିରେ ବିଦ୍ୟାଳୟ ର ସମସ୍ତ ବିଦ୍ୟାର୍ଥୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ରାକେଶ କୁମାର ବେହେରା, ପ୍ରକାଶ ଚନ୍ଦ୍ର ରାଉତ, ସିଗ୍ନଧାପ୍ରଜ୍ଞ୍ୟା ନାୟକ, ଶୁଭଶ୍ରୀ ଶୁଭସ୍ମିତା ଦାସ, ବିଜୟଲକ୍ଷ୍ମୀ ଜେନା, ଅଞ୍ଜନାରାଣୀ ଦାସ ପ୍ରମ୍ମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହିତ ଶିକ୍ଷାକର୍ମୀ ଦୁର୍ଗାପ୍ରସାଦ ସେଠୀ । ତେବେ ଏହି ସମସ୍ତ ପ୍ରତିଯୋଗିତା ରେ ଚମ୍ପିୟାନ ହୋଇଥିବା ଅଂଶୁମାନ ସାହୁ ଓ ସନ୍ତୋଷୀ ସ୍ୱୟଂପ୍ରଭା ସାହୁ ଙ୍କ ସମେତ ବିଭିନ୍ନବିଭାଗ ରେ କୃତ୍ତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପ୍ରଶଂସାପତ୍ର, ଶୀଲ, କପ ଓ ଉପଢୌକନ, ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କ୍ରୀଡାପତାକା ଅବତରଣ କରାଯାଇ କାର୍ଯ୍ୟକ୍ରମ ର ସମାପ୍ତ ହୋଇଥିଲା ।

Leave a Reply

Your email address will not be published. Required fields are marked *