ଚନ୍ଦନଯାତ୍ରା ଉପଲକ୍ଷେ ଶିବାଗ୍ନୀ ପରିବାର ତରଫରୁ ଭଜନ ସମାରୋହ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼  :  ପବିତ୍ର ଅକ୍ଷୟତୃତୀୟା ଚନ୍ଦନଯାତ୍ରା ଉପଲକ୍ଷେ, ଯାଜପୁର ଶିବାଗ୍ନୀ ପରିବାର ର ଖ୍ୟାତନାମା କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା, ସାରଳା ମନ୍ଦିର ସମ୍ମୁଖସ୍ଥ ଦୋଳମଣ୍ଡପରେ, ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ପ୍ରଯୋଜକ ସୁରେଶ କୁମାର ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଓ ମାଆଙ୍କ ସେବାୟତ ଅନନ୍ତ ଚରଣ ରାଉଳ ଙ୍କ ମାର୍ଗଦର୍ଶନ ରେ ଆୟୋଜିତ ଏହି ଭକ୍ତିସଙ୍ଗୀତ ଆସର ରେ କଣ୍ଠଶିଳ୍ପୀ ଯଶୋବନ୍ତ ପାଢ଼ୀ, ବତ୍ସାରାଣୀ ପ୍ରଧାନ, ଓ ସୁନାମଧନ୍ୟା କଣ୍ଠଶିଳ୍ପୀ ନିର୍ଲିପ୍ସା ଦାସ ଙ୍କ ସମେତ କୁନିଗାୟିକା ସୁହାନି ଅଂଶଗ୍ରହଣ କରିଥିବାବେଳେ ପ୍ରକାଶ କୁମାର ରାଉତ, ନିରାକାର ମଲ୍ଲିକ, ଶୁଭଙ୍କର ମଲ୍ଲିକ ଓ ରଞ୍ଜିତ କୁମାର ପ୍ରମୁଖ କଳାକାର ମାନେ ବାଦ୍ୟଯନ୍ତ୍ର ପରିଚାଳନା କରିଥିଲେ l

ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏହି ଭକ୍ତିସଂଗୀତ ର ଆସର ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା l

Leave a Reply

Your email address will not be published. Required fields are marked *