ଏରସମା: ଜଗତସିଂହପୁରଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତରେ ଥିବା ଓଡ଼ିଶା ପ୍ରସିଦ୍ଧ ସିଆଳି ବେଳାଭୂମିରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଡ.ଦାମୋଦର ରାଉତଙ୍କ ପ୍ରତିମ୍ରୁତିର ଉନ୍ମୋଚନ ପୂର୍ବରୁ ଜଙ୍ଗଲ ବିଭାଗ ତରଫରୁ ଭାଙ୍ଗି ଦିଆଯିବା ମାମଲାରେ ଜନାକ୍ରୋଶ ଦେଖାଯାଇଛି।
ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଦାମ ରାଉତଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥାନ୍ତା। କିନ୍ତୁ ଏହାର ଦିନକ ପୂର୍ବରୁ ଅର୍ଥାତ ଏପ୍ରିଲ ୨୪ ତାରିଖରେ ଜଙ୍ଗଲ ବିଭାଗ ଜଙ୍ଗଲ ଜମିରେ ବିନା ଅନୁମତିରେ ମୂର୍ତ୍ତି ନିର୍ମାଣ କରାଯାଉଅଛି ଦର୍ଶାଇ ଏହାକୁ ଭାଙ୍ଗି ଦେଇଥିଲା। ଏହାର ପ୍ରତିବାଦରେ ଭଙ୍ଗା ହୋଇଥିବା ଜାଗାରେ ଫଟୋ ରଖି ପୁଷ୍ପମାଲ୍ୟ ଦେଇ ସାଂସଦ ବିଭୁ ପ୍ରସାଦ ତରାଇ ପୁଜ୍ୟପୁଜାକୁ ଜଙ୍ଗଲ ବିଭାଗ ସମ୍ମାନ ଦେଇ ନାହିଁ। ବରଂ ଅସମ୍ମାନ ଦେଇଛି। ଏହା ଉପରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ।
ଏରସମାବାସୀଙ୍କ ମନରେ ପ୍ରଶ୍ନ ରହୁଛି ସରକାରୀ ଦଳର କର୍ମୀମାନେ ଗଢ଼ିବା ସହ ପ୍ରତିମୂର୍ତ୍ତି ଉନ୍ମୋଚନ ସଭାରେ ମଧ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତେ। କିନ୍ତୁ ସରକାରୀ ପ୍ରଶାସନ ତଥା ଜଙ୍ଗଲ ବିଭାଗ ଜାଣିକି ମଧ୍ୟ କିପରି ଭାଙ୍ଗିଲା। ମୂର୍ତ୍ତି ଲଗାଯିବାକୁ ଥିବା ଫଳକରେ ବିଜେପି ନେତାଙ୍କ ସହିତ କଂଗ୍ରେସ ନେତା, ବିଜେଡି ନେତାଙ୍କ ନାମ ମଧ୍ୟ ରହିଥିଲା।
ଫଳକ ଲେଖାସରିଛି। ୧ ମାସ ହେବ ଏହି ପ୍ରତିମ୍ରୁତି ପେଣ୍ଡାଲ କାମ କରାଯାଇଥିଲା। ପ୍ରତିମ୍ରୁତି ବସିସାରିଥିଲା। କେବଳ ରଙ୍ଗ ଦିଆଯାଇଥାନ୍ତା। କିନ୍ତୁ ପ୍ରଶାସନର ଏପରି କାର୍ଯ୍ୟକୁ ଏରସମାବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଦାମୋଦର ରାଉତଙ୍କ ଭଙ୍ଗା ପ୍ରତି ମୂର୍ତ୍ତି ପାଖରେ ଫୋଟ ରଖି ପ୍ରତିବାଦ ମଧ୍ୟ କରିଥିଲେ। ପରେ ଏରସମା ତହସିଲ ସମ୍ମୁଖରେ ସ୍ବାଭିମାନ ମଞ୍ଚ ତରଫରୁ ବିଜେଡ଼ି ନେତା ପାର୍ଥ ସାରଥି ରାଉତଙ୍କ ନେତୃତ୍ଵରେ ପୂର୍ବତନ ବିଧାୟକ ସମ୍ବିତ ରାଉତଙ୍କ ସହ ଶତାଧିକ ଦାମ ପ୍ରେମୀ ଏକାଠି ହୋଇ ତୁରନ୍ତ ଦାମ ବାବୁଙ୍କ ମୂର୍ତ୍ତି ସ୍ଥାପନ କରିବା ସହିତ ପ୍ରଶାସନ ପୂଜ୍ୟପୂଜାକୁ ସମ୍ମାନ କରୁ ବୋଲି ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେବା ସହ ମୁଖ୍ୟମନ୍ତ୍ରାଙ୍କୁ ତହସିଲଦାର ମାଧ୍ୟମରେ ଦାବି ପତ୍ର ଦେଇଥିଲେ। ୭ ଦିନ ମଧ୍ୟରେ ଯଦି ମୂର୍ତ୍ତି ସ୍ଥାପନ ନ କରାଯାଏ ଏରସମାରେ ନିଆଁ ଜଳିବ ବୋଲି ଏରସମାବାସି ଧମକ ଦେଇଛନ୍ତି।
