ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲା: ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ଭୀମସେନ୍ ଟୁଡୁ ଚାକିରିରୁ ବହିଷ୍କୃତ

ରାଜ୍ୟ
Spread the love

କଟକ/ଭୁବନେଶ୍ବର: ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ପ୍ରେମିକ ଭୀମସେନ୍ ଟୁଡୁଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ୪୮ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭବିଷ୍ୟତରେ ଭୀମସେନ୍ ଟୁଡୁ ଆଉ ସରକାରୀ ଚାକିରି କରିପାରିବେ ନାହିଁ।
ସୂଚନାଯୋଗ୍ୟ, ପ୍ରେମିକ ଭୀମସେନ୍ ଟୁଡୁଙ୍କ ପାଇଁ ଚନ୍ଦ୍ରିକାଙ୍କର ମୃତ୍ୟୁ ହୋଇଛି ବୋଲି କଟକ ଡିସିପି ଋଷିକେଶ ଖିଲାରୀ ପ୍ରକାଶ କରିଛନ୍ତି। ତ୍ରିକୋଣୀୟ ପ୍ରେମରେ ଉବୁଟୁବୁ ଯୁବ ଓଏଏସ ଅଧିକାରୀ ପ୍ରେମ ଆଳରେ ଦୀର୍ଘ ୧୫ବର୍ଷ ଧରି ଚନ୍ଦ୍ରିକାଙ୍କ ସହ ସମ୍ପର୍କ ରଖିଆସୁଥିବା ବେଳେ ଶେଷରେ କଳା ବର୍ଣ୍ଣ କହି ତାକୁ ଆକ୍ଷେପ କଲେ। କଥା କଥା କେ ସମ୍ପର୍କ କାଟିବାକୁ ଚନ୍ଦ୍ରିକାଙ୍କୁ ଭୀମସେନ ଧମକ ଦେଉଥିଲେ। ମୃତ୍ୟୁ ପୂର୍ବରୁ ନିଜ ଫୋନ୍ ରୁ ଏବଂ ଅନ୍ୟ ଲୋକଙ୍କୁ ଫୋନରୁ ଚନ୍ଦ୍ରିକା ବିକଳ ହୋଇ ଭୀମସେନଙ୍କୁ ବହୁ କଲ୍ କରିଥିଲେ। ହେଲେ ଅନ୍ୟ ଯୁବତୀ ପ୍ରେମରେ ଅନ୍ଧ ଭୀମସେନ୍ ବିବାହ ପାଇଁ ଚନ୍ଦ୍ରିକାଙ୍କୁ କଥା ଦେଇ ଧୋକା ଦେଇଥିଲେ।
ଚନ୍ଦ୍ରିକାଙ୍କ ମରିବା ପାଇଁ ଏଭଳି ପରିସ୍ଥିତି ଭୀମସେନ ସୃଷ୍ଟି କରିଥିଲେ ଯେ ଶେଷରେ ଚନ୍ଦ୍ରିକା ଜୀବନ ହରାଇଥିଲେ। ଚନ୍ଦ୍ରିକାଙ୍କ ମୃତ୍ୟୁ ପରଠାରୁ ପୁଲିସ୍ ସହ ଲୁଚକାଳି ଖେଳିବାର କିଛିଦିନ ପରେ ଫେରାର ଭୀମସେନ୍ ଗିରଫ ହୋଇଥିଲେ। ମୟୂରଭଞ୍ଜଜିଲ୍ଲା ବିଷୋୟୀ ଥାନାରୁ ଭୀମସେନକୁ ଗିରଫ କରି ବାରଙ୍ଗ ଥାନାକୁ ପୁଲିସ ଆଣିଥିଲା। ଆତ୍ମସମର୍ପଣ କରିଥିବା ଧୋକାବାଜ ପ୍ରେମିକ ଭୀମସେନଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଥିବାରୁ ବିଏନଏସ ଦଫା ୧୦୮ ଓ ୩(୫) ଲାଗୁ କରାଯାଇଛି। ଭୀମସେନ ବିରୋଧରେ ପୁଲିସ୍ ନିକଟରେ ଠୋସ ପ୍ରମାଣ ରହିଛି। ସେପଟେ ଭୀମସେନ ନିକଟରୁ ମୋବାଇଲ, ଲ୍ୟାପଟପ୍ ସହ ଅନେକ ଇଲେକ୍ଟ୍ରିକ ସାମଗ୍ରୀ ଓ ଦସ୍ତାବିଜ୍ ପୁଲିସ ଜବତ କରିଛି।

Leave a Reply

Your email address will not be published. Required fields are marked *