Odisha Govt 300x157

ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ଜେଲ୍ ବିଭାଗ ଡିଜି

ରାଜ୍ୟ
Spread the love

ଭୁବନେଶ୍ବର ୧।୧୧: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ୮ ଜଣ ଆଇପିଏସ୍ ଏବଂ ଜଣେ ଓପିଏସ୍‌ଙ୍କ ବଦଳି କରାଯାଇଛି । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବଦଳିଲେ ଜେଲ୍ ବିଭାଗ ଡିଜି । ଜେଲ୍ ବିଭାଗ ଡିଜି ସୁଶାନ୍ତ ନାଥ ହେଲେ ଗୃହ ବିଭାଗ OSD ।

ସେହିଭଳି SFSL ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ ଜେଲ୍ ବିଭାଗ ଏଡିଜି ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିଭଳି ଅମିତାଭ ଠାକୁର କଟକ ପରିବହନ କମିଶନର ଦାୟିତ୍ବରେ ରହିବେ । ରାଜେଶ କୁମାରଙ୍କୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

ସେହିଭଳି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସାରା ଶର୍ମା ହେଲେ ଭିଜିଲାନ୍ସ ବିଭାଗ DIG । ଝାରସୁଗୁଡା ଏସ୍‌ପି ଗୁଣ୍ଡଲା ରେଡ୍ଡି ରାଘବେନ୍ଦ୍ର ହେଲେ ପୋଲିସ ମୁଖ୍ୟାଳୟ AIG । ନୂଆପଡା SP ଅମ୍ରିତପାଲ ସିଂଙ୍କୁ ପୋଲିସ ମୁଖ୍ୟାଳୟ ଏସ୍‌ପି ଦାୟିତ୍ବ ଦିଆଯାଇଛି । ସୋନାଲି ସିଂ ପରମାରଙ୍କୁ ଝାରସୁଗୁଡା SP ଦାୟିତ୍ବ ମିଳିଛି । ତପନ ନାରାୟଣ ରଥ ହେଲେ ନୂଆପଡ଼ା ଏସ୍‌ପି।

Leave a Reply

Your email address will not be published. Required fields are marked *