ଧର୍ମପ୍ରାଣା ସୁଲୋଚନା ଦାଶଙ୍କ ଦ୍ଵାଦଶାହରେ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା: ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗଭୀର ଶ୍ରଦ୍ଧାସୁମନ

ରାଜ୍ୟ
Spread the love

ଝଙ୍କଡ଼, ୧୧/୧୧/୨୦୨୬: ତିର୍ତ୍ତୋଲ ଅଞ୍ଚଳର ତେନ୍ତୁଳିପଦା ଗ୍ରାମର ବିଶିଷ୍ଟ କର୍ମକାଣ୍ଡ ପଣ୍ଡିତ ସ୍ବର୍ଗତ ଆନନ୍ଦ ଦାଶଙ୍କ ପରିବାରର କୁଳବଧୂ, ଧର୍ମପ୍ରାଣା ମହିୟସୀ ମହିଳା ସ୍ୱର୍ଗତା ସୁଲୋଚନା ଦାଶଙ୍କ ଦ୍ଵାଦଶାହ ଉପଲକ୍ଷେ ଏକ ଭାବପୂର୍ଣ୍ଣ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ତିର୍ତ୍ତୋଲ ନିଶାମଣି ସରଣୀ ସ୍ଥିତ ଆନନ୍ଦମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗତ ବୁଧବାର ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତୃବୃନ୍ଦ, ଜନପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି ତଥା ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଦିବଙ୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ବରିଷ୍ଠ ଉପସଭାପତି ଅଶ୍ୱିନୀ ଦାସ, ବିଜେପି ନେତା ରାଜକିଶୋର ବେହେରା, ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ଯୁବନେତା ଅରବିନ୍ଦ ହୋତା, ବିଜୟ ନାଥ, ବିଶିଷ୍ଟ ସମାଜସେବୀ ଯୁଧିଷ୍ଠିର ସେଠୀ, ପ୍ରମୋଦ କୁମାର ଚୌଧୁରୀ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ସରପଞ୍ଚ ସୂର୍ଯ୍ୟନାରାୟଣ ବେହେରା, ସମିତିସଭ୍ୟ ପ୍ରବୀର ରାୟ, ଦେବବ୍ରତ ମହାନ୍ତି, ସନ୍ତୋଷ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବେହେରା, ବିଜେଡି ନେତା ପୀତବାସ ଗୋଛାୟତ, ତିର୍ତ୍ତୋଲ ବିଧାୟକ ପ୍ରଫେସର ଡାକ୍ତର ରମାକାନ୍ତ ଭୋଇ, ସାରଳା ମନ୍ଦିର ବରିଷ୍ଠ ସେବାୟତ ବିଶ୍ୱରଞ୍ଜନ ରାଉଳ, ସମ୍ବିତ ମଧୁସୂଦନ ପଣ୍ଡା, ଜୟନ୍ତ ପରିଜା, ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ପୂର୍ବତନ ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ଏବଂ ଜଡ଼ତିରା ସରପଞ୍ଚ ବିକ୍ରମ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତା ସୁଲୋଚନା ଦାଶଙ୍କ ଧର୍ମପରାୟଣତା, ସ୍ନେହୀ ସ୍ୱଭାବ, ସରଳ ଜୀବନଶୈଳୀ ତଥା ନିଷ୍ଠାପର କାର୍ଯ୍ୟର ସ୍ମୃତିଚାରଣ କରିଥିଲେ। ସଭାର ପ୍ରାରମ୍ଭରେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପବିତ୍ର ଭଗବଦ୍‌ଗୀତା ପାଠ କରିବା ସହ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଇଥିଲେ ଏବଂ ସମଗ୍ର ମଞ୍ଚ ସଞ୍ଚାଳନ ଦାୟିତ୍ଵ ନିର୍ବାହ କରିଥିଲେ।

ଏହି ସମସ୍ତ ସ୍ମୃତିସଭା କାର୍ଯ୍ୟକ୍ରମକୁ ପରିବାର ତରଫରୁ ଶରତ କୁମାର ଦାଶ, ପ୍ରଶାନ୍ତ କୁମାର ଦାଶ, ସୁବ୍ରତ କୁମାର ଦାଶ (ଦିଲୁ ନନା), ସୁଶାନ୍ତ କୁମାର ଦାଶ, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାସ, ଗୋପାଳ ଚନ୍ଦ୍ର ମହାନ୍ତି, ନୃସିଂହ ଚରଣ ପରିଜା ଓ ସୁମନ୍ତ କୁମାର ପରିଜା ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ ଏବଂ ସମସ୍ତ ନିମନ୍ତ୍ରିତ ଅତିଥି ତଥା ଭଦ୍ରବ୍ୟକ୍ତିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟକ୍ରମର ଶେଷ ଭାଗରେ ‘ବ୍ରହ୍ମା ସାବିତ୍ରୀ ଭଜନ ସନ୍ଧ୍ୟା’ର ପ୍ରତିଭାବାନ କଳାକାରମାନଙ୍କ ଦ୍ୱାରା ଅତ୍ୟନ୍ତ ଭକ୍ତିଭାବମୟ ସଙ୍ଗୀତ ପରିବେଷଣ କରାଯାଇଥିଲା, ଯାହା ସମଗ୍ର ପରିବେଶକୁ ଶାନ୍ତ ଏବଂ ଆଧ୍ୟାତ୍ମିକ ଭାବନାମୟ କରିଦେଇଥିଲା।

Leave a Reply

Your email address will not be published. Required fields are marked *