7a82d627 D2b9 4f8a 83d9 7b13a38d9aa4

ଝଙ୍କଡ଼ ସାରଳା ପୀଠରେ ଜଗନ୍ନାଥ ପଞ୍ଚରାତ୍ରରେ ଯୋଗଦେବେ, ଗଜପତି ମହାରାଜା ଦିବ୍ୟସିଂହ ଦେବ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ଦ୍ୱାଦଶ ବାର୍ଷିକ ଜଗନ୍ନାଥ ପଞ୍ଚରାତ୍ର ପାଳନ ଉପଲକ୍ଷେ ଆସନ୍ତା ମାର୍ଚ୍ଚ ୫ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଜଗନ୍ନାଥ ମହୋତ୍ସବ ୨୦୨୫ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ, ପ୍ରଥମ ଦିନ ସଂଧ୍ୟା ୭ ଟା ବେଳେ, ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକ ଠାକୁରରାଜା ଗଜପତି ମହାରାଜ ଦିବ୍ୟସିହ ଦେବ, ସଦୟ ସ୍ବୀକୃତି ପ୍ରଦାନ କରିଥିବାରୁ, ତାଙ୍କର ଶୁଭା ଗମନ କୁ ସ୍ଵାଗତ କରିବା ପାଇଁ, ଗତ ଶନିବାର ଦିନ ପୂର୍ବାହ୍ନରେ, ସାରଳା ମନ୍ଦିର ବେଢ଼ା ସଭାଗୃହରେ ଏକ ଚୁଡାନ୍ତ ପ୍ରସ୍ତୁତି ବୈଠକ ଶ୍ରୀଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ମହୋତ୍ସବ କମିଟିର ଅଧ୍ୟକ୍ଷ ଇଂ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀ ରେ ସତ୍ୟାନନ୍ଦ ମହାରାଜ କହିଲେଯେ, ଶ୍ରୀ ଜଗନ୍ନାଥଙ୍କ କଥା ଓ ଗାଥାର ପ୍ରଚାର ପ୍ରସାର ପାଇଁ  ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଜପତି ମହାରାଜାଙ୍କ ଯୋଗଦାନକୁ ଝଙ୍କଡ଼ମାଟି ରୁ ବିପୁଳ ସ୍ଵାଗତ କରିବା ସହିତ ଏହି ଉପଲକ୍ଷେ ବିଶ୍ଵଶାନ୍ତି ମହାଯଜ୍ଞ, ଜଗନ୍ନାଥ ଙ୍କ ୨୪ ବେଶ ଓ ଛପନ ଭୋଗ ମଣ୍ଡପ ପ୍ରଦର୍ଶନ କରାଯିବ।

ଏକ ସ୍ମରଣିକା ଉନ୍ମୋଚନ, ଜଗନ୍ନାଥ ପୁସ୍ତକମେଳା, ପ୍ରତ୍ୟେହ ସଂଧ୍ୟାରେ, ସ୍କନ୍ଧ ପୁରାଣ ବର୍ଣ୍ଣିତ, ଜଗନ୍ନାଥ ତତ୍ତ୍ୱଦର୍ଶନ ଉପରେ ଦିବ୍ୟପ୍ରବଚନ, ଭାରତବର୍ଷର ବହୁ ସାଧୁ ସନ୍ଥ ମହାତ୍ମା ମାନଙ୍କ ଯୋଗଦାନ, ଶାସ୍ତ୍ରୀୟ ନୃତ୍ୟସଙ୍ଗୀତ ପରିବେଷଣ ଓ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ଭଗବତପ୍ରେମୀଙ୍କ ପାଇଁ ସମୁହ ପ୍ରସାଦ ସେବନର ଆୟୋଜନ କରାଯିବ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରିବା ପାଇଁ ଆମ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କର ସହଯୋଗ କାମନା କରିବା ସହିତ, ଏହି କାର୍ଯ୍ୟକ୍ରମ କୁ ସରସ ସୁନ୍ଦର ଓ ସଫଳ କରିବା ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ ର ଆବଶ୍ୟକତା ରହିଛି ବୋଲି, ସେ ଆହ୍ବାନ ଦେଇଥିଲେ।  ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ କ୍ଷୀରୋଦ କୁମାର ରାଉଳ, କୋଷାଧ୍ୟକ୍ଷ ବିଶ୍ୱରଂଜନ ରାଉଳ, ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା , ପରିଛା ପଣ୍ଡିତ ସୁଦାମ ଚରଣ ପଣ୍ଡା , ମହୋତ୍ସବ କମିଟି କାର୍ଯ୍ୟକାରିଣୀ ସଭ୍ୟl ସ୍ନେହମୟୀ ଆଚାର୍ଯ୍ୟ , ବିଳାସ ଚନ୍ଦ୍ର ବେହେରା, ନୃସିଂହ ଚରଣ ରାଉଳ, ପତିତ ପାବନ ରାଉଳ, ହରେକୃଷ୍ଣ ରାଉଳ , ରମେଶ ଚନ୍ଦ୍ର ରାଉଳ, ହରେ କୃଷ୍ଣ ନାୟକ , ଶୁଭକାନ୍ତ ରଣା, ସର୍ବେଶ୍ଵର ଭଟ୍ଟ, ରୁପକ୍ ଖୁଣ୍ଟିଆ , ରଶ୍ମୀ ରଞ୍ଜନ କୁଅଁର, ପ୍ରିତମ ମହନ୍ତି , ପଣ୍ଡିତ ରଘୁନାଥ ପଣ୍ଡା, ପ୍ରମୋଦ କୁମାର ପୁଜାପଣ୍ଡା, ଲକ୍ଷ୍ମୀଧର ମହାପାତ୍ର, ସୁଦାମ ଚରଣ ରାଉଳ, ବସନ୍ତ କୁମାର ସାହୁ, ପଣ୍ଡିତ ଅଭୟ କୁମାର ଦାଶ , ଦେବୀପ୍ରସାଦ ରାଉଳ, ଦେବୀପ୍ରସନ୍ନ ତ୍ରିପାଠୀ , ଦୁର୍ଗାଚରଣ ରାଉଳ, ବିଜୟ କୁମାର ରାଉଳ ପ୍ରମୁଖ ଏହି ପ୍ରସ୍ତୁତି ବୈଠକ ରେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଆଇନଜୀବୀ ବିର ନାରାୟଣ ପାତ୍ର ଓ ଆଇନିଜିବୀ ଅମର ଜ୍ୟୋତି ସାହୁ କାର୍ଯକ୍ରମ ପରିଚାଳନା କରିଥିବା ବେଳେ , ପରିଶେଷରେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *