ମାନବିକତା ଦେଖାଇଲେ ଆନନ୍ଦପୁର ଉପଜିଲାପାଳ

ଆନନ୍ଦପୁର, ୭/୧ : ମାନବିକତା ଦେଖାଇଲେ ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା । ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡରେ ପଡିଥିବା ଜଣେ ମହିଳାଙ୍କୁ ନିଜ ଗାଡିରେ ଆଣି ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି । ସୂଚନା ଅନୁସାରେ, କେନ୍ଦୁଝର ଜିଲା ଘଷିପୁରା ଥାନା ଶୌଲଙ୍ଗ ଗାଁର ମାମାଲି ସାହୁ ବୁଧବାର ସ୍କୁଟିରେ ସାନଭାଇକୁ ବସାଇ କୌଣସି କାର୍ଯ୍ୟରେ ଯାଉଥିଲେ । ଏହି ସମୟରେ ବଳରାମପୁର ହମ୍ସ ନିକଟରେ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟି ରାସ୍ତା କଡରେ ପଡିଯାଇଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କାଲିମେଳା,୭/୧: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ପାପୁଲୁରୁ, କାଲିମେଳା ବ୍ଲକ, ମାଲକାନଗିରିରେ ହୋଇଯାଇଛି। ଯେଉଁଥିରେ ଜିଲା ତରଫରୁ ବିଧାୟକ ମାଲକାନଗିରି ନରସିଂହ ମାଡ଼କାମୀ, ବିଧାୟକ ଚିତ୍ରକୋଣ୍ଡା ପ୍ରତିନିଧି, ଉପାଧ୍ୟକ୍ଷ ମାଲକାନଗିରି ନିରଞ୍ଜନ ହାଲଦାର, ଜିଲା ମୁଖ୍ୟ ପ୍ରକଳ୍ପ ଉନ୍ନୟନ ଅଧିକାରୀ ନରେଶ ଶବର, ଜିଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଭାଗୀରଥି ବେହେରା, […]

ସଂପୂର୍ଣ୍ଣ ପଢନ୍ତୁ

ଫରେଷ୍ଟର ଅଶୋକ କୁମାର ନାୟକ ଭିଜିଲାନ୍ସ ଜାଲରେ

ଟିଟିଲାଗଡ଼,୭/୧: ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଗୁଲ୍‌ମି ସେକ୍ସନ ଫରେଷ୍ଟର ଅଶୋକ କୁମାର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ଚାଷୀଙ୍କଠାରୁ ନାୟକ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ମଙ୍ଗଳବାର ଗିରଫ କରିଛି। ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗକୁ ନେଇ ଭିଜିଲାନ୍ସ ପକ୍ଷରୁ ନାୟକଙ୍କ ଦୁଇ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ବଲାଙ୍ଗୀର ଟାଉନସ୍ଥିତ ବାସଭବନ ଓ ଅଫିସ ଚାମ୍ବରରେ ଭିଜିଲାନ୍ସ ଅଧିକାରୀମାନେ ଅଧିକ ଯାଞ୍ଚ କରିଥିଲେ। ଏହି […]

ସଂପୂର୍ଣ୍ଣ ପଢନ୍ତୁ

ଏସସିବିରୁ ଛାତ ଖସି ରୋଗୀ ଆହତ

କଟକ, ୭/୧: ଏସସିବି ମେଡିକାଲ ଛାତର ସିଲିଂ ଜଣେ ରୋଗୀଙ୍କ ଉପରେ ଖସିପଡିବାରୁ ଆହତ ହୋଇଛନ୍ତି ରୋଗୀ ।ଖବର ଅନୁସାରେ ଏସସିବି ମେଡିକାଲର ପୁରୁଣା ମେଡ଼ିସିନ ୱାର୍ଡରେ ଏକ ଅଘଟଣ ଘଟିଛି । ଜଣେ ରୋଗୀ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ଉପରେ ଛାତର ସିଲିଂ ଖସି ପଡିଥିଲା । ସିଲିଂଟି ତାଙ୍କ ମୁଣ୍ଡ ଉପରେ ପଡିଥିଲା । ଫଳରେ ରୋଗୀ ଜଣକ ଆହତ ହୋଇଥିଲେ । ଆହତ ଅବସ୍ଥାରେ ରୋଗୀ ଜଣକୁ ଅନ୍ୟଏକ ବେଡ଼କୁ ସ୍ଥାନାନ୍ତର […]

ସଂପୂର୍ଣ୍ଣ ପଢନ୍ତୁ

୨୦୦୫ ମସିହା ବ୍ୟାଚ ର ଛାତ୍ରଛାତ୍ରୀ ଙ୍କ ବନ୍ଧୁମିଳନ

କଟକ ସଦର, ୬/୧: କଟକ ସଦର ୪୨ମୌଜା କଳପଡା ପଂଚାୟତ ଅନ୍ତଗତ ଦେଉଳି ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠ ର ୨୦୦୫ ମସିହା ବ୍ୟାଚ ର ଛାତ୍ରଛାତ୍ରୀ ମାନଙ୍କ ଏକ ବନ୍ଧୁମିଳନ ଦେଉଳି ଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ଅସୀମ ପତି, ସନ୍ତୋଷ ସାହାଣୀ, ପ୍ରବୀଣ ପରିଡା, ଯଶୋବନ୍ତ ନାୟକ,ଲୋକନାଥ ବେହେରା ଙ୍କ ସହିତ ୩୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ସହଯୋଗ କରିଥିଲେ I

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳାପୀଠରେ ସୃଜନୀର ସ୍ଵାଗତିକା ସମର୍ପଣ

ଝଙ୍କଡ଼, ୫/୧: ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ଉତ୍କଳଭାରତୀ ମା ସାରଳା ଠାକୁରାଣୀ ଙ୍କ ପଦପଙ୍କଜ ରେ ଅଞ୍ଜନା ମହାନ୍ତି ଙ୍କ ଦ୍ୱାରା ଲିଖିତ ” ସୃଜନୀ ର ସ୍ଵାଗତିକା ପୁସ୍ତକର ସମର୍ପଣ ଉତ୍ସବ ଗତ ସୋମବାରଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ଏହି ସାରସ୍ୱତ କାର୍ଯ୍ୟକ୍ରମ ରେ ପ୍ରକାଶକ ବାସୁଦେବ ପଟ୍ଟନାୟକ, ଝଙ୍କଡ଼ ସାହିତ୍ୟସଂସଦ ର ପ୍ରତିଷ୍ଠାତା ଗୋଲକ ବିହାରୀ ପଲାଇ, ପଣ୍ଡିତ ବାସବ ନନ୍ଦ, ଭାଗିରଥୀ ମହାନ୍ତି, ନିତ୍ୟାନନ୍ଦ ନାୟକ, ଝଙ୍କଡ଼ କନ୍ୟା ସବିତା […]

ସଂପୂର୍ଣ୍ଣ ପଢନ୍ତୁ

ଆସନ୍ତାକାଲି ବନକଲାଗି ନୀତି ପାଇଁ ୫ ଘଣ୍ଟା ସର୍ବାସାଧାରଣ ଦର୍ଶନ ବନ୍ଦ ରହିବ

ପୁରୀ, ୬/୧: ଆସନ୍ତାକାଲି ମାଘ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶୃଙ୍ଗାର କରିବେ। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ବୁଧବାର ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ଣ ପ୍ରାୟ ୫ଟାରୁ ବନକଲାଗି ନୀତି ଆରମ୍ଭ ହେବା ସହ ସର୍ବସାଧାରଣ ବନ୍ଦ […]

ସଂପୂର୍ଣ୍ଣ ପଢନ୍ତୁ

ହୋଟେଲ ଉପରକୁ ବୋମାମାଡ଼

ବ୍ରହ୍ମପୁର, ୬/୧: ବ୍ରହ୍ମପୁରରେ ବୋମାମାଡ଼ । ବୈଦ୍ୟନାଥପୁର ଥାନା ସୁବାରାଓ ଛକରେ ଥିବା ହୋଟେଲ ଉପରକୁ ବୋମାମାଡ଼ ହୋଇଛି। ଗତକାଲି ରାତି ୧୦ଟା ୩୦ରେ ବୋମାମାଡ଼ ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଗତକାଲି ରାତିରେ ଉକ୍ତ ରେଷ୍ଟରାଣ୍ଟ ଭିତରେ ଲୋକମାନେ ଖାଉଥିବା ବେଳେ ବାହାରେ ପ୍ରଚଣ୍ଡ ଶବ୍ଦ ହୋଇଥିବା ଶୁଣିବାକୁ ମିଳିଥିଲା। ରେଷ୍ଟରାଣ୍ଟ ମ୍ୟାନେଜର ଓ କର୍ମଚାରୀ ବାହାରକୁ ଆସି ଦେଖିବା ବେଳେ ଦୁଇଜଣ ଯୁବକ ବାଇକରେ ଆସି ବୋମା ଫିଙ୍ଗି ଚମ୍ପଟ […]

ସଂପୂର୍ଣ୍ଣ ପଢନ୍ତୁ

ଦୁର୍ଘଟଣାରେ ସାମ୍ବାଦିକାଙ୍କ ସମେତ ଦୁଇ ମୃତ

ପିପିଲି, ୬/୧ : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟ ଜମାଲପୁର ଗ୍ରାମ୍ୟଛକ ନିକଟରେ ରାସ୍ତାରେ ଯାଉଥିବା ଏକ ସ୍କୁଟି ଉପରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚଢିଯାଇଛି। ଏଥିରେ ସାମ୍ବାଦିକାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ସାମ୍ବାଦିକା ହେଲେ ଶିଲା ପଟ୍ଟନାୟକ, ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ।ରାସ୍ତାରେ ବାଲି ଗଦା ହୋଇଥିବାରୁ ସ୍କୁଟିଟି ସ୍ଲିପ୍‌ କରିବା ପରେ ଦୁଇ ଜଣ ରାସ୍ତାକୁ ଛିଟିକି ପଡିଥିଲେ । […]

ସଂପୂର୍ଣ୍ଣ ପଢନ୍ତୁ

ନାବାଳିକା ଦୁଷ୍କର୍ମୀକୁ ମୃତ୍ୟୁ ଦଣ୍ଡାଦେଶ

ବରଗଡ, ୬/୧: ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ଗତ ୨୦୨୪ ନଭେମ୍ବରରେ ହୋଇଥିବା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ପୋକ୍ସୋ ଅଦାଲତ ଏହାର ବିଚାର କରି ଆଜି ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ୩୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ପୀଡ଼ିତାଙ୍କ ପରିବାରକୁ ୧୫ ଲକ୍ଷ ସହାୟତା ଦେବାକୁ ଡିଏଲସିଏଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶରେ ଏସ୍‌ପି ତଦନ୍ତର ତଦାରଖ କରୁଥିଲେ।ସୂଚନା ଅନୁସାରେ […]

ସଂପୂର୍ଣ୍ଣ ପଢନ୍ତୁ