ପମ୍ପସେଟ ବ୍ଲାଷ୍ଟରେ ଦୁଇ ଗୁରୁତର

ବାସୁଦେବପୁରର, ୩୦/୧୨: ବାଂଶଡା ଥାନା ବାଲିଘାଇ ସ୍ଥିତ ପଞ୍ଚୁ ଟିକ୍ରି ଗାଁରେ ଅଘଟଣ ଘଟିଛି। ପାଣି ପମ୍ପ ସେଟ ସଜାଡୁଥିବା ବେଳେ ବ୍ଲାଷ୍ଟ ହୋଇ କାରିଗର ସମେତ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବସୁଦେବପୁରର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ପରେ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

ସଂପୂର୍ଣ୍ଣ ପଢନ୍ତୁ

ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଯାଜପୁର, ୩୦/୧୨: ଯାଜପୁର ମେଡିକାଲ ଛକରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଅପରେସନ ପରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ପ୍ରସୂତିଙ୍କର କଟକରେ ମୃତ୍ୟୁ ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହିତ ଚିକିତ୍ସାରେ ଅବହେଳା ଅଭିଯୋଗରେ ପରିବାର ଲୋକେ ଉକ୍ତ ଡାକ୍ତରଖାନା ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି।ସୂଚନା ଅନୁସାରେ, ଗତ ୨୪ ତାରିଖରେ ପ୍ରସୂତିଙ୍କୁ ଯାଜପୁରର ମେଡିକାଲ ଛକରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରସବ ପାଇଁ ତାଙ୍କର ଅପରେସନ କରାଯାଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ମନାଲିରେ ଅନୁଷ୍ଠିତ ଆନ୍ତଃରାଜ୍ୟ କ୍ରୀଡ଼ାରେ ଓଡ଼ିଆ କ୍ରୀଡ଼ାବିତଙ୍କ ସଫଳତା

ଫୁଲବାଣୀ, ୨୯/୧୨: ରାଜ୍ୟ ଦୁଃସାହସିକ ସଂଘ ଫୁଲବାଣୀ ଓ ୟୁଥ୍‌ ଆଡ଼ଭେଞ୍ଚର ଏବଂ ମାଉଣ୍ଟେନିୟରିଂ ଆସୋସିଏସନ୍‌, ହରିୟାଣାର ମିଳିତ ଆନୁକୂଲ୍ୟରେ ଏକ ଆନ୍ତଃରାଜ୍ୟ ଦୁଃସାହାସିକ କ୍ରୀଡ଼ା ଉତ୍ସବ ହିମାଚଳ ପ୍ରଦେଶର ମନାଲିଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଦୁଃସାହସିକ ସଂଘ, ଫୁଲବାଣୀ ତରଫରୁ ୬୨ ଜଣ କ୍ରୀଡ଼ାବିତ୍‌ ଏଥିରେ ଯୋଗଦାନ କରିଥିଲେ। ଉକ୍ତ ଆନ୍ତଃରାଜ୍ୟ ଦୁଃସାହିକ କ୍ରୀଡ଼ା ଉତ୍ସବରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଦୁଃସାହସିକ କ୍ରୀଡ଼ା ଯଥା ପର୍ବତାରୋହଣ, କମାଣ୍ଡେ ଅବଷ୍ଟ୍ରାକଲ୍‌, ରକ୍‌କ୍ଲାଇଂମ୍ବିଂ ରେପଲିଂ, ମଙ୍କିକ୍ରାଉଲିଂ, ଜିପ୍‌ଲାଇନ୍‌ ଇତ୍ୟାଦିରେ […]

ସଂପୂର୍ଣ୍ଣ ପଢନ୍ତୁ

ନକଲି ବିଦେଶୀ ମଦ କାରଖାନା ଠାବ

କୋରାପୁଟ, ୨୯/୧୨: କୋରାପୁଟ ଜିଲା କୋଟପାଡ଼ ଥାନା ଅନ୍ତର୍ଗତ ବଣ୍ଡାଗୁଡ଼ାରେ ସୋମବାର ଏକ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଏକ ଘରେ ଦୁଇ ଜଣ ବ୍ୟକ୍ତି ଏହି ନକଲି ମଦ କାରଖାନା ଚଳାଉଥିଲେ। ବିଭିନ୍ନ ରସାୟନିକ ସାମଗ୍ରୀ ମିଶ୍ରଣ କରି ନାମୀଦାମୀ ବ୍ରାଣ୍ଡର ମଦ ପ୍ରସ୍ତୁତ କରି ବାହାରକୁ ଚାଲାଣ କରୁଥିଲେ। ଏ ନେଇ ଖବରପାଇ କୋରାପୁଟ ଅବକାରୀ ବିଭାଗ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା।ଚଢ଼ାଉ ସମୟରେ ସେଠାରୁ ବିପୁଳ ପରିମାଣର ନକଲି ମଦ […]

ସଂପୂର୍ଣ୍ଣ ପଢନ୍ତୁ

ବିଷ ପିଇ ଦମ୍ପତି ଆତ୍ମହତ୍ୟା କରିବା ଘଟଣା: ଶିଶୁପୁତ୍ରର ଲୋମ ଟାଙ୍କରା ବୟାନ

କଟକ, ୨୯/୧୨: ଶ୍ଵଶୁର ଘରୁ ଫେରିବା ବାଟରେ ବିଷ ପିଇ ଦମ୍ପତି ଆତ୍ମହତ୍ୟା କରିବା ଘଟଣାରେ ଜୀବିତ ଥିବା ଶିଶୁର ଅବସ୍ଥା ସ୍ଥିର ରହିଛି। ଏହି ୫ବର୍ଷର ଶିଶୁ ବାପା-ମା’ଙ୍କ କଳି ନିଜ ଆଖିରେ ଦେଖିଥିଲା। ବର୍ତ୍ତମାନ ସେ କଟକ ଶିଶୁଭବନରେ ଚିକିତ୍ସାଧୀନ ରହିଛି। ତା’ର ଅବସ୍ଥା ସ୍ଥିର ରହିଥିବା ଶିଶୁଭବନ ଅଧୀକ୍ଷକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶିଶୁଟିର ଚିକିତ୍ସା ପାଇଁ ଡାକ୍ତରୀ ଟିମ୍ ମୁତୟନ ହୋଇଛନ୍ତି। ତେବେ ଶିଶୁଟିକୁ ତା’ର ମା’ ଜବରଦସ୍ତି ବିଷ ଦେବାକୁ […]

ସଂପୂର୍ଣ୍ଣ ପଢନ୍ତୁ

ପାଣିଦୋଳ ଗ୍ରାମରେ ଗଣ୍ଡଗୋଳ, ୨ ଆହତ

ପିପିଲି, ୨୯/୧୨: ପିପିଲି ଥାନା ଅନ୍ତର୍ଗତ ପାଣିଦୋଳ ଗ୍ରାମରେ ସୋମବାର ଅପରାହ୍ନରେ ଗଣ୍ଡଗୋଳ ଘଟି ୨ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦିପ୍ତିରଞ୍ଜନ ପଲେଇ (୨୫)ଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ ଚିକିତ୍ସା ଲାଗି ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଅଧିକ ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କ୍ୟାପିଟାଲ ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ସୁକାନ୍ତି ସ୍ୱାଇଁ (୪୨) ନାମ୍ନୀ ମହିଳା ଆହତ ହୋଇ ପିପିଲି […]

ସଂପୂର୍ଣ୍ଣ ପଢନ୍ତୁ

ଗୀତା ସଙ୍ଗମ ପ୍ରସ୍ତୁତି ବୈଠକ

ବେଲେଶ୍ୱର, ୨୯/୧୨: ମହାଶୟ /ମହାଶୟା ଆସନ୍ତା 04/01/2026(ରବିବାର )ନୂଆବଜ଼ାର ବେଲେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ହେବାକୁ ଥିବା ଗୀତା ସଙ୍ଗମ କାର୍ଯ୍ୟକ୍ରମ ର ଏକ ପ୍ରସ୍ତୁତି ବୈଠକ ବେଲେଶ୍ୱର ମନ୍ଦିରରେ 28/12/25(ରବିବାର )ରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛନ୍ତି l ପ୍ରୋକ୍ତ ବୈଠକ ରେ ଅନୁଷ୍ଠାନ ର ଆବାହକ, ଶ୍ରୀ ସୁଧୀର ପ୍ରସାଦ ନନ୍ଦ, ସର୍ବ ବ୍ୟବସ୍ଥା ପ୍ରମୁଖ ଶ୍ରୀ ଶଙ୍କର୍ଷଣ ରାଉତ, ସହ ବ୍ୟବସ୍ଥା ପ୍ରମୁଖ ବିଶ୍ୱଜିତ ବାରିକ, ସାଗର ନାୟକ, କର୍ମକର୍ତା […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାଭକ୍ତ ବରଦା ପ୍ରସାଦ ଦାସଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା

ଝଙ୍କଡ଼, ୨୯/୧୨: ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର ପଞ୍ଚାୟତ ଅଧିନ କଣ୍ଟାପଡା ଗ୍ରାମର ଜଣାଶୁଣା ଜମିଦାର ସ୍ବର୍ଗତ ସାରଦା ଚରଣ ମହାନ୍ତି ଙ୍କ ପୁତ୍ର ମା ସାରଳା ଙ୍କ ନିତ୍ୟ ସେବକ ଓ ପରମଭକ୍ତ ବରଦା ପ୍ରସାଦ ଦାସ (ପଙ୍ଖା ବାବୁ ) ଙ୍କ ଏକାଦଶାହ ଉପଲକ୍ଷେ ଗତ ସୋମବାର ଦିନ ଏକ ଶୋକାକୁଳ ପରିବେଶ ମଧ୍ୟରେ ସ୍ମୃତିଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଟ ସମାଜସେବୀ ବିବେକାନନ୍ଦ ସାମନ୍ତରାୟ ଙ୍କ ସଭାପତିତ୍ବ ରେ ଆୟୋଜିତ […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲ ରେ କୃଷକ ପ୍ରଶିକ୍ଷଣ ଶିବିର

ଝଙ୍କଡ଼, ୨୯/୧୨: ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲବ୍ଲକ କନକପୁର ପଞ୍ଚାୟତ ଅଧିନ, କଣ୍ଟାପଡା ସ୍ଥିତ ପତିତପାବନ ମନ୍ଦିର ପରିସରରେ, ଆଇ ସି ଏ ଆର – ଜାତୀୟ ଧାନଗବେଷଣା ଅନୁଷ୍ଠାନ, କଟକ ଦ୍ୱାରା ଆୟୋଜିତ ଓ ରାଷ୍ଟ୍ରୀୟ କୃଷିବିକାଶ ଯୋଜନା, କୃଷି କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାର ଙ୍କ ପ୍ରାୟୋଜିତ ଏକ କୃଷି ପ୍ରଶିକ୍ଷଣ ଶିବିର, ଗତ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଜଳବାୟୁ ପ୍ରତିରୋଧକ ଧାନ ପ୍ରଜାତିର ଗୁଣାତ୍ମକ ବୀଜ ଉତ୍ପାଦନ ମାଧ୍ୟମରେ କୃଷକ […]

ସଂପୂର୍ଣ୍ଣ ପଢନ୍ତୁ

ମା ଶାରଳା ଡ୍ରାମାଟିକ୍ କ୍ଲବର ବାର୍ଷିକ ଉତ୍ସବ

କଟକ ସଦର,୨୮/୧୨: କଟକ ସଦର ୪୨ ମୌଜା ଅନ୍ତର୍ଗତ ବଉଳକୁଦ ଗ୍ରାମର ମା ଶାରଳା ଡ୍ରାମାଟିକ୍ କ୍ଲବର ବାର୍ଷିକ ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇ ଅଛି। ଏହି ଉପଲକ୍ଷେ ଦୁଇଦିନ ଧରି ଦୁଇଟି ସାମାଜିକ ନାଟକ କହିବାକୁ “ଲାଜ ଶୁଣିଲେ ପାପ”ଏବଂ ହେ ମଣିଷ କାନ୍ଦିବ ଆସ ନାଟକ ଶିଵ ପ୍ରସାଦ ସ୍ୱାଇଁ ଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ କରାଯାଇଥିଲା। ପ୍ରଥମ ଦିଵସରେ ବଉଳକୁଦ ଗ୍ରାମ୍ୟ କମିଟି ସଭାପତି ସୁବୋଧ କୁମାର ଦେବତାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ […]

ସଂପୂର୍ଣ୍ଣ ପଢନ୍ତୁ