ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ, ପର୍ଯ୍ୟଟକ ଙ୍କ ପାଇଁ ନାହିଁ, ଆବଶ୍ୟକୀୟ ସୁବିଧା ସୁଯୋଗ !!

ଝଙ୍କଡ଼, ୭/୧୨: ମନ୍ଦିର ମାଳିନୀ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡିଶା ର ପ୍ରାଚୀନ ପ୍ରସିଦ୍ଧ ଶକ୍ତିପୀଠ, ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ଦର୍ଶନଲାଭ ଓ ପୀଠ ପରିଭ୍ରମଣ ନିମନ୍ତେ ପ୍ରତିବର୍ଷ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ମାତ୍ରେ ବିପୁଳ ଜନସମାଗମ ରେ ଚଳଚଞ୍ଚଳ ହୋଇ ଉଠେ ମାଆଙ୍କର ପୀଠସ୍ଥଳି l କଟକ ପାରାଦ୍ୱୀପ ରାଜପଥ ର ଠିକ ମଧ୍ୟବର୍ତ୍ତୀ ସ୍ଥାନ ସାରଳାରୋଡ଼ ( ଦୋସଡିକ […]

ସଂପୂର୍ଣ୍ଣ ପଢନ୍ତୁ

ସାରଦା ଚରଣ ମହାନ୍ତିଙ୍କ ପରଲୋକ

ଝଙ୍କଡ଼, ୬/୧୨: କନକପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୋହନପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତି ଶ୍ରୀଯୁକ୍ତ ସାରଦା ଚରଣ ମହାନ୍ତିଙ୍କ ଗତକାଲି ସକାଳ ଘଟିକା ୦୬.୫୩ ମିନିଟ୍ ସମୟରେ ନିଜର ପୈତୃକ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିବାବେଳେ ସେ କିଛିଦିନ ହେବ ମତିଷ୍କାଘାତ ରୋଗରେ ପୀଡିତ ଥିଲେ। ଭୁବନେଶ୍ଵର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଦୀର୍ଘଦିନ ପର୍ଯ୍ୟନ୍ତ ଚିକିତ୍ସିତ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଘଟିନଥିଲା। ମୃତ୍ୟ ଶଯ୍ୟା ନିକଟରେ […]

ସଂପୂର୍ଣ୍ଣ ପଢନ୍ତୁ

ବାଖରପୁର ମାଆ ଭଗବତୀ ତୃତୀୟ ବାର୍ଷିକ ଗୀତା ମହାଯଜ୍ଞ ପୂର୍ଣ୍ଣାହୁତି

ଝଙ୍କଡ଼, ୪/୧୨: ତିର୍ତୋଲ ବ୍ଲକ ଅଧୀନ ଝଙ୍କଡ଼ ମଣ୍ଡଳ ବାଖରପୁର ଗ୍ରାମ ଭଗବତୀ ପୀଠ ରେ ରେ ଭଗବତ ଗୀତା ମହାଯଜ୍ଞ ଆଡ଼ମ୍ବର ସହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶେଷ ହୋଇଯାଇଛି..ଉକ୍ତ ଅନୁଷ୍ଠାନ ରେ ମୁଖ୍ୟ ଆଚାର୍ଯ୍ୟ ନିକୁଞ୍ଜ ବିହାରୀ ଦାଶ, ପଣ୍ଡିତ ଶିବ ପ୍ରସାଦ ଦାଶ, ପଣ୍ଡିତ ଜ୍ଞାନ ରଞ୍ଜନ ନନ୍ଦ, ପଣ୍ଡିତ ଗୋପାଳ ନନା, ପଣ୍ଡିତ ଗୌରାଙ୍ଗ ନନ୍ଦ, ସର୍ବଶ୍ରୀ ନାରାୟଣ ପ୍ରସାଦ ନନ୍ଦ ବେଦ ମନ୍ତ୍ର ଉଚ୍ଚାରଣ ସହ ଯଜ୍ଞ କର୍ମ ସମ୍ପନ୍ନ […]

ସଂପୂର୍ଣ୍ଣ ପଢନ୍ତୁ

କନକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫ ଙ୍କ ଅନୁପସ୍ଥିତ

ଝଙ୍କଡ଼, ୪/୧୨: ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି l ଗତ ବୁଧବାରଦିନ ଏଠାରେ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫ ଙ୍କ ଅନୁପସ୍ଥିତ ଯୋଗୁଁ ଶହଶହ ରୋଗୀ ଆଶୁଚିକିତ୍ସା ରୁ ବଞ୍ଚିତ ହୋଇ ନିରାଶ ହେବାକୁ ପଡିଛି l ଯେଉଁ ଫାର୍ମାସିଷ୍ଟ ଦୀର୍ଘ ବର୍ଷବର୍ଷ ଧରି ନିରନ୍ତର ସେବା ଯୋଗାଇ ଆସୁଥିଲେ, କେତେକ ଜନପ୍ରତିନିଧି ଙ୍କ ମିଥ୍ୟା ଆରୋପ କୁ ଭିତ୍ତିକରି ତାଙ୍କୁ ବଦଳି ଓ ପରେପରେ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତର ମୁକ୍ତିସଂଗ୍ରାମ ରେ ରମାଦେବୀ ଙ୍କ ଅବଦାନ ଅତୁଳନୀୟ : 126 ତମ ଜୟନ୍ତୀ ରେ ମତପ୍ରକାଶ

ଝଙ୍କଡ଼, ୩/୧୨: ଦେଶଭକ୍ତ, ତ୍ୟାଗ, ସେବା ଓ ସମର୍ପଣ ର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ସ୍ୱାଧୀନତାସଂଗ୍ରାମୀ ମା ରମାଦେବୀ ସେ ଗାନ୍ଧିଜୀ ଙ୍କ ଆହ୍ୱାନ କ୍ରମେ ଆଇନିଅମାନ୍ୟ ଆନ୍ଦୋଳନ, ଲବଣସତ୍ୟାଗ୍ରହ, ହରିଜନସମାବେଶ ଓ ବିନୋବା ଭାବେ ଙ୍କ ଭୁଦାନ ଆନ୍ଦୋଳନରେ ସାମିଲ ହୋଇ ବହୁବାର କରାବରଣ କରିଥିଲେ ବୋଲି, ଗତ ବୁଧବାର ଦିନ ମୂଳିସିଂହ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ରେ ଆୟୋଜିତ ମା ରମାଦେବୀ ଙ୍କ 126ତମ ଜୟନ୍ତୀ ପାଳନ ଉତ୍ସବ ରେ ଯୋଗଦେଇ […]

ସଂପୂର୍ଣ୍ଣ ପଢନ୍ତୁ

ଜାମିଆ ଅଲ ହବିବ ରେ ଜସନେ ଇଦ ମିଲାଦୁନ ନବୀ 2025 ପାଳିତ

ଝଙ୍କଡ଼, ୨/୧୨: ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ ରସୁଲପୁର ସ୍ଥିତ, ଜିଲ୍ଲାର ସର୍ବୋତ୍ତମ, ଆଦର୍ଶ, ଆବାସିକ ଶିକ୍ଷାନୁଷ୍ଠାନ, ଜାମିଆ ଅଲ ହବିବ ର ସତରତମ ଜସନେ ଇଦ ମିଲାଦୁନ 2025 ବାର୍ଷିକ ଉତ୍ସବ, ଗତ ମଙ୍ଗଳବାର, ସନ୍ଧ୍ୟାରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଶେଖ ରିୟାଜତ ହସେନ ଅଜହରି ଙ୍କ ସଭାପତିତ୍ବ ରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଓ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ, […]

ସଂପୂର୍ଣ୍ଣ ପଢନ୍ତୁ

ଜଇନାବାଦ ତରାଦେଇ ମନ୍ଦିରରୁ ଚୋରି, ତିର୍ତ୍ତୋଲ ଅଞ୍ଚଳରେ ବଢ଼ିଚାଲିଛି ମନ୍ଦିର ଚୋରି : କାର୍ଯ୍ୟାନୁଷ୍ଠାନ ଶୂନ

ଝଙ୍କଡ଼, ୧/୧୨: ଗତ କୋଡିଏଦିନ ମଧ୍ୟରେ ତିର୍ତ୍ତୋଲ ଅଞ୍ଚଳ ରେ କ୍ରମାଗତ ଭାବରେ ମନ୍ଦିରରୁ ଚୋରି ହୋଇଚାଲିଥିବା ବେଳେ ପୋଲିସ ପ୍ରଶାସନ ଏହି ଚୋରି ଘଟଣା ରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଧରିବା ଓ ଚୋରିଜିନିଷ ଉଦ୍ଧାର କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ, ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଗତ ରବିବାର ବିଳମ୍ବିତ ରାତିରେ, କୋଷ୍ଟିମଲ୍ଲିକାପୁର ପଞ୍ଚାୟତ ଅଧିନ ଜଇନାବାଦ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ତରାଦେଇ ଙ୍କ ମନ୍ଦିରର କବାଟ ତାଲାଭାଙ୍ଗି, […]

ସଂପୂର୍ଣ୍ଣ ପଢନ୍ତୁ

ସ୍ମିତା ପଟ୍ଟନାୟକ ଙ୍କ ଏକାଦଶାହ ରେ ଶ୍ରଦ୍ଧାଞ୍ଜଳି

ଝଙ୍କଡ଼, ୩୦/୧୧: ଝଙ୍କଡ଼ ସାରଳା ପୀଠ, କନକ ପୁର ପଞ୍ଚାୟତ ଅଧୀନ ବଡ଼ସାରୋଳ ଗ୍ରାମର ତିର୍ତ୍ତୋଲ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ, ଆଦିକବି ସାରଳାଦାସ କଲେଜର ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ପ୍ରତାପ ଚନ୍ଦ୍ର ମହାନ୍ତି ଙ୍କ ଘନିଷ୍ଠ ସହଯୋଗୀ ସ୍ବର୍ଗତ ଡଃ ହରିଚରଣ ଦାସ ଙ୍କ ପୁତ୍ରବଧୂ ଓ ଅଭୟ ପଟ୍ଟନାୟକ ଙ୍କ କନ୍ୟା ସ୍ମିତା ପଟ୍ଟନାୟକ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି […]

ସଂପୂର୍ଣ୍ଣ ପଢନ୍ତୁ

ଚର୍ଚ୍ଚିକା ମନ୍ଦିରରୁ ଲୁଟ୍

ଜଗତସିଂହପୁର, ୨୮/୧୧: ଜଗତସିଂହପୁର ସହର ଚର୍ଚ୍ଚିକା ବଜାରସ୍ଥିତ ମା ଚର୍ଚ୍ଚିକାଙ୍କ ମନ୍ଦିରରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି | ଦୁର୍ବୃତ୍ତ ବିଗ୍ରହଙ୍କ ସୁନା ଆଖି, ହାର, ଚିତା ଆଦି ଲୁଟି ନେଇଛନ୍ତି | ଲୁଟ୍ ଅଳଙ୍କାରର ମୂଲ୍ୟ ୫ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ପୂଜକ ସସସ୍ତ ନୀତି ସାରିବା ପରେ ପହୁଡ଼ ପକାଇ ଘରକୁ ଯାଇଥିଲେ। ଆଜି ସକାଳୁ ପୂଜକ ପହଡ଼ ଖୋଲିବା ପରେ ଚୋରି ହୋଇଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଆଉମାତ୍ର ଦୁଇମାସ ପରେ ମାଘସପ୍ତମୀ, ଏଯାଏଁ ନିର୍ମାଣ ହେଲାନି, ସାରଳାଦାସ ଙ୍କ ସ୍ମୃତିସ୍ତମ୍ଭ ଓ ପ୍ରତିମୂର୍ତ୍ତି !!!

ଝଙ୍କଡ଼, ୨୮/୧୧: ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ସିଂହଦ୍ୱାର ସମ୍ମୁଖରେ 1948 ମସିହାରେ ଓଡିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ, ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବ ଙ୍କ ଦ୍ୱାରା, ବାଣୀବିହାର ନାମକ ସାହିତ୍ୟ ଅନୁଷ୍ଠାନ ଆନୁକୂଲ୍ୟରେ ଯେଉଁ ଆଦିକବି ଶୁଦ୍ରମୁନି ସାରଳା ଦାସ ଙ୍କ ସ୍ମୃତିସ୍ତମ୍ଭ ଓ ଦୀର୍ଘବର୍ଷ ପରେ ରାଜ୍ୟ ବିଧାନସଭା ର ବାଚସ୍ପତି ସ୍ବର୍ଗତ ଶରତ କୁମାର କର ଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସାରଳାଦାସ ଙ୍କ ପ୍ରତିମୂର୍ତ୍ତି କୁ କିଛିମାସ […]

ସଂପୂର୍ଣ୍ଣ ପଢନ୍ତୁ