ଦେଶରେ ଲାଗୁ ହେଲା ନୂଆ ଲେବର କୋଡ୍

ନୂଆଦିଲ୍ଲୀ, ୨୩/୧୧: କେନ୍ଦ୍ର ସରକାର ଦେଶରେ ୨୯ଟି ପୁରୁଣା ଶ୍ରମ ଆଇନ ବଦଳରେ ୪ଟି ନୂତନ ଶ୍ରମ ସଂହିତା (Labour Codes) କାର୍ଯ୍ୟକାରୀ କରିଛନ୍ତି। ଏହି ବ୍ୟାପକ ସଂସ୍କାର ଦ୍ୱାରା ଦରମା, ଛୁଟି, କାର୍ଯ୍ୟ ସମୟ ଓ ସାମାଜିକ ସୁରକ୍ଷା ଭଳି ଅନେକ ନିୟମରେ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି, ଯାହା ପ୍ରାୟ ସବୁ କ୍ଷେତ୍ରର କର୍ମଚାରୀଙ୍କୁ ପ୍ରଭାବିତ କରିବ।କର୍ମଚାରୀଙ୍କ ପାଇଁ ୧୦ଟି ମୁଖ୍ୟ ପରିବର୍ତ୍ତନ:୧. ୧ ବର୍ଷରେ ମିଳିବ ଗ୍ରାଚୁଇଟି: ସ୍ଥାୟୀ କର୍ମଚାରୀଙ୍କ ସମେତ ଫିକ୍ସଡ୍-ଟର୍ମ (Fixed-Term) […]

ସଂପୂର୍ଣ୍ଣ ପଢନ୍ତୁ

ପଞ୍ଚଭୂତରେ ଲୀନହେଲା ଶତାୟୁ ଗୌରୀ ଦେବୀଙ୍କ ପାର୍ଥିବ ଶରୀର

ମାହାଙ୍ଗା, ୨୩ /୧୧: ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୁହୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ଶତାୟୁ ମହିଳା ଗୌରୀ ଦେବୀଙ୍କ ରବିବାର ଦିନ ଦେହାନ୍ତ ହୋଇଯାଇଛି l ସେ ଜଣେ ପରୋପକାରୀ, ସ୍ନେହିଁ, ମିଷ୍ଟଭାଷୀ ତଥା ଧର୍ମପ୍ରାଣା ମହିଳା ଥିଲେ l ସ୍ବର୍ଗୀୟ ବେନୁ ବେହେରାଙ୍କ ପତ୍ନୀ ଗୌରୀ ଦେଵୀଙ୍କ ମୃତ୍ୟୁ ଖବର ମିଳିବା ମାତ୍ରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ବାସଭବନରେ ପହଂଚି ଗୌରୀ ଦେବୀଙ୍କ ଅନ୍ତିମ ଦର୍ଶନ କରି ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ […]

ସଂପୂର୍ଣ୍ଣ ପଢନ୍ତୁ

ଜି-୨୦ ଶିଖର ସମ୍ମିଳନୀ ୨୦୨୫ରେ ମୋଦୀ

ଜୋହାନ୍ସବର୍ଗ, ୨୩/୧୧: ପ୍ରଥମ ଥର ପାଇଁ ଆଫ୍ରିକା ମାଟିରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ ଅନେକ କାରଣରୁ ସମଗ୍ର ବିଶ୍ବର ଫୋକସ୍‌ରେ ରହିଛି। ଆମେରିକାର ଅସହଯୋଗ ପଦକ୍ଷେପ ଏବଂ ମିଳିତ ଘୋଷଣାପତ୍ର ଜାରି ନକରିବା ପାଇଁ ଦିଆଯାଇଥିବା ସଙ୍କେତକୁ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ପ୍ରତ୍ୟାଖ୍ୟାନ କରିଛନ୍ତି। ରାମାଫୋସାଙ୍କ ନେତୃତ୍ୱରେ ସମ୍ମିଳନୀ ସବୁଦିଗରୁ ସଫଳ ହୋଇଛି ଏବଂ ଏକ ବିସ୍ତୃତ ଘୋଷଣାପତ୍ର ଗୃହୀତ ହୋଇଛି। ଏହି ଘୋଷଣାପତ୍ରରେ ଋଣଗ୍ରସ୍ତ ଦେଶମାନଙ୍କ ପାଇଁ ତୁରନ୍ତ ଋଣ ମୁକ୍ତି, […]

ସଂପୂର୍ଣ୍ଣ ପଢନ୍ତୁ

ବାଲି ଦର ଧାର୍ଯ୍ୟ କରିବେ ସରକାର: ଲାଗୁ ହେବ ଏମ୍‌ଏସ୍‌ପି

ଭୁବନେଶ୍ବର, ୨୩/୧୧: ସାରା ରାଜ୍ୟରେ ବାଲି ଦର ସମାନ ରହିବ। ଏଥିପାଇଁ ରାଜ୍ୟ ସରକାର ବାଲି ପାଇଁ ଏମ୍‌ଏସ୍‌ପି (ସର୍ବାଧିକ ବିକ୍ରୟ ମୂଲ୍ୟ) ଲାଗୁ କରିବେ। ଏଣିକି ସରକାର ଯେଉଁ ଦାମ୍ ଧାର୍ଯ୍ୟ କରିବେ, ବାଲିଘାଟ ଲିଜ୍‌ଧାରୀ ସେହି ଦାମ୍‌ରେ ଲୋକଙ୍କୁ ବାଲି ବିକ୍ରି କରିବେ। ଯିଏ ଅଧିକ ଦାମ୍‌ରେ ବାଲି ବିକିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ଶୁକ୍ରବାର କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ଲଘୁ ଖଣିଜ […]

ସଂପୂର୍ଣ୍ଣ ପଢନ୍ତୁ

ଜି-୨୦ ସମ୍ମିଳନୀରେ ଟ୍ରମ୍ପଙ୍କୁ ଝଟ୍‌କା

ଦକ୍ଷିଣ ଆଫ୍ରିକାରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏକ ଝଟକା ଲାଗିଛି । ଡୋନାଲ୍ଡ ଟ୍ରମ୍ପ ସମ୍ମିଳନୀକୁ ବର୍ଜନ କରିଥିଲେ। ଶନିବାର ଦିନ, ଜି-୨୦ ସଦସ୍ୟ ନେତାମାନେ ଜଳବାୟୁ ସଙ୍କଟ ଏବଂ ଅନ୍ୟାନ୍ୟ ବିଶ୍ୱ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଦକ୍ଷିଣ ଆଫ୍ରିକା ଦ୍ୱାରା ପ୍ରସ୍ତୁତ ଏକ ଘୋଷଣା ପତ୍ରକୁ ଅନୁମୋଦନ କରିଥିଲେ। ଆମେରିକା ଏହି ସମ୍ମିଳନୀକୁ ବର୍ଜନ କରିବା ସତ୍ୱେ ଘୋଷଣା ପତ୍ର ମଞ୍ଜୁର ହୋଇଛି । ଆମେରିକା ଜି-୨୦ର ଆୟୋଜକ […]

ସଂପୂର୍ଣ୍ଣ ପଢନ୍ତୁ

ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଟିମ୍ ଟି-୨୦ ବିଶ୍ଵକପ୍ ରେ ଭାରତ ଚାମ୍ପିଅନ୍

ନୂଆଦିଲ୍ଲୀ, ୨୩/୧୧: ପୁଣି ଇତିହାସ ରଚିଲେ ଭାରତୀୟ ମହିଳା। ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଟିମ୍ ଟି-୨୦ ବିଶ୍ଵକପ୍ ରେ ଭାରତ ଚାମ୍ପିଅନ୍ ହୋଇଛି । କଲମ୍ବୋରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ନେପାଳକୁ ୭ ଓ୍ବିକେଟ୍‌ ରେ ହରାଇ ଭାରତ ଚାମ୍ପିଅନ୍ ହୋଇଛି। ଭାରତ ପ୍ରଥମଥର ପାଇଁ ଦୃଷ୍ଟିବାଧିତ ମହିଳା ଟି-୨୦ ବିଶ୍ଵକପ୍‌ ଜିତି ଇତିହାସ ରଚିଛି। ଟସ୍‌ ଜିତି ଭାରତ ପ୍ରଥମେ ବୋଳିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନେପାଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ପିକେଟ୍ ହରାଇ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀ ପ୍ରସଙ୍ଗ : ଦେବୀ ମିଶ୍ରଙ୍କ ବଡ ବୟାନ

ଭୁବନେଶ୍ଵର, ୨୩/୧୧: ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ବଡ ବୟାନ ରଖିଛନ୍ତି। ସେ କହିଛନ୍ତି ଯଦି ସେମିତି କରିବାର ଅଛି , ତେବେ ଏହି ଦଳର ସଭାପତି ଯେତେବେଳେ ଘୋଷଣା କରିବେ ସେବେ ଜଣାପଡିବ। ଯଦି ଦଳର ସେଭଳି କିଛି ବିଧିବଦ୍ଧ ନିଷ୍ପତ୍ତି ହୁଏ ବା ସଭାପତି ନିର୍ଦେଶ ଦିଅନ୍ତି , ତେବେ ସମସ୍ତେ ଜାଣିପାରିବେ। କିନ୍ତୁ ତାପୂର୍ବରୁ ଚାଲିଥିବା ଚର୍ଚ୍ଚା ଆଲୋଚନାକୁ ନେଇ କିଛି କହିହେବନାହିଁ। ଆସନ୍ତା […]

ସଂପୂର୍ଣ୍ଣ ପଢନ୍ତୁ

ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗିରଫ

ଭୁବନେଶ୍ଵର, ୨୩/୧୧: ଭୁବନେଶ୍ଵର ବୁଦ୍ଧ ପାର୍କ ନିକଟରେ ଅଭାବନୀୟ ଘଟଣା ଘଟିଛି। ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପାର୍କ ନିକଟରେ ଜଣେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ସାମାନ୍ୟ ଝଗଡାକୁ ନେଇ ବଚସା ହୋଇଥିଲା। ଝଗଡା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ଯୁବକ ଜଣକ ଉତକ୍ଷିପ୍ତ ହୋଇ ଛୁରୀରେ ଯୁବତୀଙ୍କ ବେକ କାଟିବାକୁ ଉଦ୍ୟମ କରିଥିଲା।ପରେ କିଛି ସ୍ଥାନୀୟ ଲୋକ ଯୁବକ ଜଣଙ୍କୁ କାବୁ କରି ଚନ୍ଦ୍ରଶେଖରପୁର […]

ସଂପୂର୍ଣ୍ଣ ପଢନ୍ତୁ

ଆସନ୍ତା ୯ରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଓସିଏ ପକ୍ଷରୁ ଜୋରଦାର ପ୍ରସ୍ତୁତି

କଟକ, ୨୩/୧୧: କଟକ ବାରବାଟୀ ଷ୍ଟାଡିୟମରେ ଡ଼ିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ୨୦-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଓସିଏ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ବାରବାଟୀ ରେ ଏହା ହେବ ଚତୁର୍ଥ ଅନ୍ତରଜାତୀୟ ୨୦-୨୦ ମ୍ୟାଚ୍ । ପୂର୍ବରୁ ଏଠାରେ ତିନୋଟି ୨୦-୨୦ ମ୍ୟାଚ୍ ଖେଳାଯାଇଛି । ଭାରତ ତିନୋଟି ଯାକ ମ୍ୟାଚ୍ ଖେଳି ଗୋଟିଏ ଜିତିଥିବାବେଳେ ଦୁଇଟି ପରାଜିତ ହୋଇଛି। ଦକ୍ଷିଣ ଆଫ୍ରିକା […]

ସଂପୂର୍ଣ୍ଣ ପଢନ୍ତୁ

ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

ନୟାଗଡ,୨୩/୧୧: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଟାଉନ୍ ଥାନା ବୃନ୍ଦାବନପୁର ଗାଁରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତକ ପିଣ୍ଟୁ ମାଝୀ ବୋଲି ଜଣାପଡିଛି।ଟାଉନ୍ ଥାନା ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ଅଧିକ ଛାନଭିନ୍ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତ ଥିବା କିଛି ଅଭିଯୁକ୍ତ ଫେରାର୍‌ ଥିବାବେଳେ ପୁଲିସ୍‌ ଦୁଇ ଜଣଙ୍କୁ ଅଟକ ରଖି […]

ସଂପୂର୍ଣ୍ଣ ପଢନ୍ତୁ