ଡେମ୍ବେଲେ, ବୋନମାତିଙ୍କୁ ବର୍ଷର ଶ୍ରେଷ୍ଠ ଫୁଟ୍‌ବଲର ପୁରସ୍କାର

ନୂଆଦିଲ୍ଲୀ, ୧୯/୧୨: ଫ୍ରାନ୍‌ସ ତଥା ପ୍ୟାରିସ ସେଣ୍ଟ ଜର୍ମାନ ଫରୱାର୍ଡ ଓସୁମେନେ ଡେମ୍ବେଲେ ପୁରୁଷ ଓ ସ୍ପେନ ତଥା ବାର୍ସିଲୋନାର ମିଡଫିଲଡର ଆଇଟାନେ ବୋନମାତି ମହିଳାରେ ଫିଫା ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ମଙ୍ଗଳବାର ରାତିରେ ଦୋହାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଫିଫା ପକ୍ଷରୁ ଡେମ୍ବେଲେ ଓ ବୋନମାତିଙ୍କୁ ଏହି ପୁରସ୍କାର ମିଳିଛି। ୨୮ ବର୍ଷୀୟ ଡେମ୍ବେଲେ ଚମତ୍କାର ପ୍ରଦର୍ଶନ ବଳରେ ପିଏସ୍‌ଜି ପ୍ରଥମ ଥର ପାଇଁ ୨୦୨୫ରେ ଚମ୍ପିଆନ୍‌ସ ଲିଗ୍‌ ଚମ୍ପିଅା ନ ହୋଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ: କ୍ରାଇମ୍ ସିନ୍ ରିକ୍ରିଏସନ୍‌ କଲା ପୁଲିସ୍‌

ଭୁବନେଶ୍ଵର, ୧୯/୧୨: ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାତୀକୁ ନେଇ ପୁଲିସ୍‌ ଆଜି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି। ଗତକାଲି ସ୍ପେଶାଲ ସ୍କ୍ୱାର୍ଡ ଓ ଧଉଳି ଥାନା ପୁଲିସ ଜୋକର ହାପି ହାତୀକୁ ଗଞ୍ଜାମରୁ ଗିରଫ କରିଥିଲା। ପୂର୍ବରୁ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ ।ଧଉଳି ଗଣଦୁଷ୍କର୍ମ ମାମଲାକୁ ରେଡଫ୍ଲାର୍ଗ ଅନ୍ତର୍ଭୁକ୍ତ କରାଯାଇଛି । […]

ସଂପୂର୍ଣ୍ଣ ପଢନ୍ତୁ

ପୁଲିସ ଏସ୍‌ଆଇ ନିଯୁକ୍ତିରେ ଜାଲିଆତି ଘଟଣା: ଆଜିଠୁ ୪ଦିନିଆ ରିମାଣ୍ଡରେ ଶଙ୍କର, ସୁରେଶ ଓ ସାଗର

ଭୁବନେଶ୍ବର, ୧୯/୧୨: ପୁଲିସ ସବ୍‌ ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା ଜାଲିଆତି ଘଟଣାର ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ସିବିଆଇ। ଏହି ଘଟଣାର ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟି, ସିଲିକନ ଟେକ୍‌ଲାବ୍‌ ନିର୍ଦେଶକ ସୁରେଶ ନାୟକ ଓ ସାଗର ଗୌଡ଼କୁ ଶୁକ୍ରବ‌ାରଠାରୁ ୪ଦିନିଆ ରିମାଣ୍ଡରେ ନେବାକୁ ସ୍ବତନ୍ତ୍ର ସିବିଆଇ ଅଦାଲତ ଅନୁମତି ଦେଇଛନ୍ତି। ଝାରପଡ଼ା କାରାଗାରରୁ ୩ଜଣଙ୍କୁ ନେଇ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା‌। ଏହି ୩ ଅଭିଯୁକ୍ତ ଏସ୍‌ଆଇ ଅନିୟମିତତାର ମୁଖ୍ୟ ଖଳନାୟକ। ବିଶେଷକରି ଶଙ୍କରଠାରୁ […]

ସଂପୂର୍ଣ୍ଣ ପଢନ୍ତୁ

ମେଡିସିନ୍‌ ଫୋପାଡିବା ଘଟଣା: ଦୁଇ ଏଏନଏମ ନିଲମ୍ବିତ

ବାଲେଶ୍ୱର, ୧୯/୧୨: ବାଲେଶ୍ୱର ଜିଲା ସୋରରେ ରାସ୍ତାକଡରେ ମେଡିସିନ୍‌ ଫୋପାଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣା ପାଇଁ ଦୁଇ ଜଣ ଏଏନଏମ୍‌ କର୍ମୀଙ୍କୁ ନିଲମ୍ବିତ କରିଛନ୍ତି ବାଲେଶ୍ୱର ସିଡିଏମଓ । କୁଲିଗାଁ ଏଏନଏମ ତନୁସ୍ମିତା ନାୟକ ଓ ଇଞ୍ଚୁଡି ସବସେଣ୍ଟର ଏଏନଏମ କବିତା ବେହେରା ନିଲମ୍ବିତ ହୋଇଛନ୍ତି । ରେମୁଣା ମେଡିକାଲ ଇନଚାର୍ଜ ଡା.ରାମଚନ୍ଦ୍ର କିସ୍କୁ ଏନେଇ ସୂଚନା ଦେଇଛନ୍ତି । ଗତ ୧୧ ତାରିଖରେ ରେମୁଣା ନିମିକି ଛକ ରାସ୍ତାରେ ପଡିଥିଲା […]

ସଂପୂର୍ଣ୍ଣ ପଢନ୍ତୁ

ପିତାମାତାଙ୍କୁ ହତ୍ୟା କରିଥିବା ପୁଅ ଗିରଫ

ଉତ୍ତର ପ୍ରଦେଶ, ୧୯/୧୨: ଉତ୍ତର ପ୍ରଦେଶର ଜଉନପୁରରେ ଜଣେ ବ୍ୟକ୍ତି ନିଜର ବୃଦ୍ଧ ପିତାମାତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ କରତରେ କାଟି ଖଣ୍ଡ ବିଖଣ୍ଡିତ ଅଂଶଗୁଡିକୁ ନଦୀରେ ଫୋପାଡିଥିବା ଜଣାପଡିଛି। ପାରିବାରିକ ଗଣ୍ଡଗୋଳରୁ ଏଭଳି ହତ୍ୟା କରାଯାଇଥିବାବେଳେ ପୁଲିସ ହତ୍ୟାକାରୀ ପୁଅକୁ ଗିରଫ କରିଛି। ସୂଚନା ମୁତାବକ ଅମ୍ବେଶ ନାମକ ଏହି ଅଭିଯୁକ୍ତ ଇଞ୍ଜିନିୟର ଭାବେ କାର୍ଯ୍ୟରତ। ପାଞ୍ଚ ବର୍ଷ ପୂର୍ବେ ଅମ୍ବେଶ ଏକ ମୁସଲମାନ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ତାଙ୍କ ପିତା ଶ୍ୟାମ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରବଳ ବିରୋଧ ଭିତରେ ସରିଲା ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୧୯/୧୨: ବିରୋଧୀଙ୍କ ପ୍ରବଳ ଭିତରେ ସରିଲା ସଂସଦର ଶୀତକାଳୀନ ଅଧିବେଶନ । ଗତକାଲିଠୁ ମନରେଗା ଯୋଜନାର ନାମ ବଦଳାଇ “ଭିବି-ଜି ରାମ ଜି” ପରିବର୍ତ୍ତନକୁ ବିରୋଧୀ ସାଂସଦ ବିରୋଧ କରି ଆସୁଛନ୍ତି । ବିଲ୍ ବିରୋଧରେ ବିରୋଧି ସଦସ୍ୟ ରାତିସାରା ଗୃହ ବାହାରେ ୧୨ ଘଣ୍ଟା ଧାରଣା ଦେଇଥିଲେ ।ଆଜି ଶେଷଦିନ ଗୃହକାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ, ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିଲା । ରାଜ୍ୟସଭାରେ ସଦସ୍ୟ ମାନେ କାଗଜପତ୍ର ରଖି […]

ସଂପୂର୍ଣ୍ଣ ପଢନ୍ତୁ

କଟକ ପୋତାପୋଖରୀ ନୂଆବଜାର ରେ ନବମବାର୍ଷିକ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର

ଝଙ୍କଡ଼, ୧୮/୧୨: ଜଗନ୍ନାଥ ଭକ୍ତସମାଜ ଆନୁକୂଲ୍ୟରେ, କଟକ ପୋତାପୋଖରୀ, ନୂଆବଜ଼ାର ସ୍ଥିତ ନେତାଜୀ ଖେଳପଡିଆ ରେ ଗତ 15 ତାରିଖ ସୋମବାର ଠାରୁ ଆରମ୍ଭ ହୋଇଥିବା, ନବମବାର୍ଷିକ ଜଗନ୍ନାଥ ପାଞ୍ଚରାତ୍ର ମହୋତ୍ସବ ଓ ମହାପ୍ରଭୁ ଜଗନ୍ନାଥଙ୍କ ଚବିଶବେଶ ପ୍ରଦର୍ଶନ, ଓ ପ୍ରତ୍ୟେହ ପ୍ରାତଃ ସମୟରେ ପ୍ରଶିକ୍ଷଣ ଶିବିର ଆଦି ଆଧ୍ୟାତ୍ମିକ, ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହେଉଅଛି l ଏହି ଅବସରରେ ଆୟୋଜିତ ତୃତୀୟ ସନ୍ଧ୍ୟାରେ ଅନୁଷ୍ଠାନର ମାର୍ଗଦର୍ଶକ ତଥା ଧାରାବାହିକ […]

ସଂପୂର୍ଣ୍ଣ ପଢନ୍ତୁ

ଏରକଣାରେ ସଂସ୍କାରକ ବୈରାଗୀ ମିଶ୍ରଙ୍କ ଜୟନ୍ତୀ ସମାରୋହ

ମାହାଙ୍ଗା, ୧୮/୧୨: ମାହାଙ୍ଗା ସାରସ୍ୱତ ସେବାମଞ୍ଚ ପକ୍ଷରୁ ସଂସ୍କାରକ ବୈରାଗୀ ମିଶ୍ରଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ଏରକଣା ଠାରେ ଶିକ୍ଷାବିତ ଡକ୍ଟର ଭାବଗ୍ରାହୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l କୁସଂସ୍କର ଓ ଅନ୍ଧ ବିଶ୍ୱାସ ବିରୁଦ୍ଧରେ ଜନମତ ସୃଷ୍ଟି କରିବାରେ ସଂସ୍କାରକ ବୈରାଗୀ ମିଶ୍ର ଜଣେ ନିର୍ଭିକ ଓ କ୍ରାନ୍ତିଦ୍ରଷ୍ଟା ପୁରୁଷ ଥିଲେ ବୋଲି ଜୟନ୍ତୀ ସଭାରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରିଥିଲେ l ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି […]

ସଂପୂର୍ଣ୍ଣ ପଢନ୍ତୁ

ଓମାନରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆ ଦିଲ୍ଲୀ, ୧୮/୧୨: ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଓମାନରେ ପହଞ୍ଚିଛନ୍ତି। ଏହି ଅବସରରେ ତାଙ୍କୁ ଓମାନ ତରଫରୁ ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ନାନିତ କରାଯାଇଛି। ଏହି ଗସ୍ତ ସମୟରେ ଭାରତ ଏବଂ ଓମାନ ମଧ୍ୟରେ ଏକ ବାଣିଜ୍ୟିକ ରାଜିନାମା ସ୍ବାକ୍ଷରିତ ହୋଇଛି। ଏହି ରାଜନାମା ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବ।ପ୍ରଧାନମନ୍ତ୍ରୀ ପ୍ରଥମେ ଜୋର୍ଡାନ ଗସ୍ତ କରିଥିଲେ। ସେଠାରୁ ଇଥିଓପିଆ ଯାଇଥିଲେ। ଗୁରୁ ଗସ୍ତର ଶେଷ ଦିବସରେ […]

ସଂପୂର୍ଣ୍ଣ ପଢନ୍ତୁ

ସିରିଜ ଦୁର୍ଘଟଣାରେ ୨୦ ଗୁରୁତର

ଭୂବନେଶ୍ଵର, ୧୮/୧୨: ସିରିଜ ଦୁର୍ଘଟଣାରେ ୨୦ ଗୁରୁତର ଆହତ। କେନ୍ଦୁଝର ଜିଲା କୋଳିମାଟି ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଘଟିଛି ଏହି ଦୁର୍ଘଟଣା। ଏକ ଟୁରିଷ୍ଟ ବସ ଏବଂ କାରକୁ ଗୋଟିଏ ଲୁହାପଥର ବୋଝେଇ ଟ୍ରକ ଧକ୍କା ଦେବାରୁ ଏହି ସିରିଜ ଦୁର୍ଘଟଣା ଘଟିଥିଲା।ସୂଚନା ଅନୁସାରେ, ପୁରୁ ରାମଚଣ୍ଡୀ ଅଞ୍ଚଳରୁ ଏକ ଟୁରିଷ୍ଟ ବସ ଘଟଗାଁ ଯାଉଥିଲା। କୋଳିମାଟି ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ଉକ୍ତ ଟୁରିଷ୍ଟ ବସ ଏବଂ ଅନ୍ୟ ଏକ […]

ସଂପୂର୍ଣ୍ଣ ପଢନ୍ତୁ