ଗ୍ରାମାଞ୍ଚଳ ଗମନାଗମନରେ ଆସିବ ବୈପ୍ଳବିକ ପରିବର୍ତ୍ତନ: ୫.୪୬ କୋଟି ଟଙ୍କାର ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ପ୍ରକାଶ ସେଠୀ

କଟକ ସଦର :  କଟକ ସଦର ନିର୍ବାଚନ ମଣ୍ଡଳୀରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୫.୪୬ କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେବାକୁ ଥିବା ‘ଦିଘି-ପାଇକସାହି-ଚାଞ୍ଚପଡା’ ରାସ୍ତାର ଶିଳାନ୍ୟାସ ହୋଇଯାଇଛି। କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ […]

ସଂପୂର୍ଣ୍ଣ ପଢନ୍ତୁ

ଜାତୀୟ ସବ୍ ଜୁନିୟର ଖୋ-ଖୋ ଚମ୍ପିୟାନ ଓଡ଼ିଶା ଦଳର ସଦସ୍ୟ ରୋହନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଝଙ୍କଡ଼, ୧୧/୦୨/୨୦୨୬ : ହରିଆନାର କୁରୁକ୍ଷେତ୍ରଠାରେ ଅନୁଷ୍ଠିତ ଜାତୀୟ ସ୍ତରର ସବ୍ ଜୁନିୟର ଖୋ-ଖୋ ପ୍ରତିଯୋଗିତାରେ ଓଡ଼ିଶା ଦଳ ଚମ୍ପିୟାନ  ହୋଇ ରାଜ୍ୟ ପାଇଁ ଗୌରବ ଆଣିଛି। ଏହି ବିଜୟୀ ଦଳର ଅଂଶବିଶେଷ ଥିବା ତିର୍ତ୍ତୋଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ର ପି.ଆର. ରୋହନ କୁରୁକ୍ଷେତ୍ରରୁ ନିଜ ଅଞ୍ଚଳକୁ ଫେରିବା ପରେ ଆଜି ତାଙ୍କୁ ବିଦ୍ୟାଳୟ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କଟକ-ପାରାଦୀପ ରାସ୍ତାର ନେହେରୁ […]

ସଂପୂର୍ଣ୍ଣ ପଢନ୍ତୁ

ଯଶିପୁରରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ: ୧୧୬ ଲିଟର ମହୁଲି ମଦ ଜବତ, ୭ ଗିରଫ

ଯଶିପୁର  :  ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକର ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ପ୍ରାୟ ୧୧୬ ଲିଟର ମହୁଲି ମଦ ଜବତ କରାଯାଇଥିବା ବେଳେ ଏହି ବେଆଇନ କାରବାରରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ପ୍ରଥମେ ନିମସାହି ଗ୍ରାମରେ ଚଢ଼ାଉ କରି ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣର ମଦ ଜବତ କରିଛି। ଗିରଫ […]

ସଂପୂର୍ଣ୍ଣ ପଢନ୍ତୁ

ଦୀର୍ଘ ୪୯ ବର୍ଷର ନିରବଚ୍ଛିନ୍ନ ସେବା ପରେ ଅବସର ନେଲେ ଡାକ ସେବକ ଭବେଶ ନନ୍ଦୀ: କନକପୁର ଉପଡାକ ଘରେ ଭବ୍ୟ ସମ୍ବର୍ଦ୍ଧନା

ଝଙ୍କଡ଼ : ଝଙ୍କଡ଼ ସାରଳାପୀଠ ନିକଟସ୍ଥ କନକପୁର ଉପଡାକ ଘରେ ଗ୍ରାମୀଣ ଡାକ ସେବକ (ପ୍ୟାକର) ଭାବେ ଦୀର୍ଘ ୪୯ ବର୍ଷ କାଳ ନିରବଚ୍ଛିନ୍ନ ଓ ନିଷ୍ଠାପର ସେବା ପ୍ରଦାନ କରିବା ପରେ ଭବେଶ କୁମାର ନନ୍ଦୀ ଅବସର ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ଗତ ବୁଧବାର ଦିନ ତାଙ୍କୁ ଏକ ଭବ୍ୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କନକପୁର ଉପଡାକ ଘରର ଡାକ ସହାୟକ ସତ୍ୟଜିତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ […]

ସଂପୂର୍ଣ୍ଣ ପଢନ୍ତୁ

ପରମହଂସନାଥ ପୀଠରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ: ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ଓ ସେବାୟତଙ୍କ ସମନ୍ୱୟ ବୈଠକ

କଟକ ସଦର : କଟକ ପୂର୍ବାଞ୍ଚଳ ତଥା ସଦର ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ପରମହଂସନାଥଙ୍କ ଆଗାମୀ ମହାଶିବରାତ୍ରି ଓ ଜାଗର ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଆସନ୍ତା ୧୫ ତାରିଖ ରବିବାର ଠାରୁ ଆରମ୍ଭ ହେବାକୁ ଥିବା ଏହି ୫ ଦିନିଆ ମହୋତ୍ସବର ସଫଳତା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିର ପରିସରରେ ତୃତୀୟ ତଥା ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପରମହଂସ ସରପଞ୍ଚ ଅଶୋକ ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ […]

ସଂପୂର୍ଣ୍ଣ ପଢନ୍ତୁ

ଏଆଇ (AI) କଣ୍ଟେଣ୍ଟକୁ ନେଇ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ ମିଡିଆରେ ଏଣିକି ସବୁଥିରେ ଲାଗିବ ‘ଲେବଲ୍’

ଦେଶରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ଅପବ୍ୟବହାର ରୋକିବା ପାଇଁ କେନ୍ଦ୍ର ସରକାର ଏକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ପାଇଁ ସରକାର ନୂଆ ନିୟମ ଜାରି କରିଛନ୍ତି, ଯାହାଦ୍ୱାରା ଏଆଇ ଦ୍ୱାରା ପ୍ରସ୍ତୁତ ବିଭ୍ରାନ୍ତିକର ତଥ୍ୟ ବା ‘ଡିପଫେକ୍’ ଉପରେ ରୋକ୍ ଲଗାଯାଇପାରିବ। ​ନୂଆ ନିୟମ ଅନୁଯାୟୀ: ​୧. ସୋସିଆଲ ମିଡିଆ ପାଇଁ ବାଧ୍ୟତାମୂଳକ ଲେବଲ୍: ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ (ଯେପରିକି ଫେସବୁକ, ଇନଷ୍ଟାଗ୍ରାମ, ଏକ୍ସ) […]

ସଂପୂର୍ଣ୍ଣ ପଢନ୍ତୁ

ବୃତ୍ତି ପରୀକ୍ଷାରେ କୃତିତ୍ୱ : ପୁଟିଙ୍ଗ ସରକାରୀ ବିଦ୍ୟାଳୟର ଛାତ୍ର ସ୍ୱୟଂ ସ୍ୱାଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ପୁଟିଙ୍ଗ ଜୟସିଂହପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ସ୍ୱୟଂ ସ୍ୱାଇଁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଚଳିତ ୨୦୨୫-୨୬ ଶିକ୍ଷାବର୍ଷର ବୃତ୍ତି ପରୀକ୍ଷାରେ ସ୍ୱୟଂ ପ୍ରଥମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଥିବାରୁ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦ୍ୟାଳୟ ପରିସରରେ […]

ସଂପୂର୍ଣ୍ଣ ପଢନ୍ତୁ

ଜେଏସଡବ୍ଲୁ ଫାଉଣ୍ଡେସନର ‘ସମର୍ଥ ଯୁବ ବିକାଶ କେନ୍ଦ୍ର’: ଗ୍ରାମୀଣ ଯୁବକ-ଯୁବତୀଙ୍କ ସ୍ୱପ୍ନକୁ ମିଳୁଛି ନୂଆ ପରିଚୟ

ପାରାଦୀପ, ଜଗତସିଂହପୁର :  ପାରାଦୀପ ଅଞ୍ଚଳର ଗ୍ରାମୀଣ ଯୁବକ-ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ସମର୍ଥ କରିବା ପାଇଁ ଜେଏସଡବ୍ଲୁ ଫାଉଣ୍ଡେସନ (JSW Foundation) ପକ୍ଷରୁ ଏକ ଅଭିନବ ପ୍ରୟାସ ଜାରି ରହିଛି। ପାରାଦୀପ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ (ISP) ପରିଧି ଅଞ୍ଚଳ ଅନ୍ତର୍ଗତ ନୁଆଗାଁରେ ଅକ୍ଟୋବର ୨୦୨୩ରୁ ‘ସମର୍ଥ ଯୁବ ବିକାଶ କେନ୍ଦ୍ର’ (ପୂର୍ବରୁ ଜେଏସଡବ୍ଲୁ ଫାଉଣ୍ଡେସନ ଇ-ଲର୍ଣ୍ଣିଂ ଆଣ୍ଡ ପର୍ସନାଲିଟି ଡେଭଲପମେଣ୍ଟ ସେଣ୍ଟର) ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପର ଏକାଡେମିକ୍ […]

ସଂପୂର୍ଣ୍ଣ ପଢନ୍ତୁ

ମାତୃଭୂମି ଓ ମାତୃଭାଷା ପରିବାରର ଷଷ୍ଠ ବାର୍ଷିକ ମିଳନପର୍ବ ଅନୁଷ୍ଠିତ: ସମ୍ବର୍ଦ୍ଧିତ ହେଲେ ମାଟି ଓ ଭାଷାର ଅସଲ ପ୍ରହରୀ

ଭୁବନେଶ୍ୱର: ଏକ ସୁନ୍ଦର ପୃଥିବୀ ଗଠନ ପାଇଁ ସୁବିଚାର, ସୁସମ୍ପର୍କ ଏବଂ ସୁସମନ୍ଵୟର ଏକାନ୍ତ ଆବଶ୍ୟକତା ରହିଛି। ଏହି ମହତ ଉଦ୍ଦେଶ୍ୟକୁ ପାଥେୟ କରି ସଭିଙ୍କ ଭିତରେ ଆତ୍ମୀୟତା ଓ ସମ୍ପର୍କର ସେତୁ ସଦୃଶ ଉଭା ହୋଇଥିବା ‘ମାତୃଭୂମି ଓ ମାତୃଭାଷା ପରିବାର’ର ଷଷ୍ଠ ବାର୍ଷିକ ମିଳନପର୍ବ ଗତ ଫେବୃଆରୀ ୮ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE) ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ପ୍ରାୟ […]

ସଂପୂର୍ଣ୍ଣ ପଢନ୍ତୁ

ମା ସାରଳାଙ୍କ ପରିଚ୍ଛl ପଣ୍ଡିତ ସୁଦାମ ଚରଣ ପଣ୍ଡାଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧଉତ୍ସବ                   

ଝଙ୍କଡ଼  :   ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ପରିଚ୍ଛା, ସମସ୍ତ ପଣ୍ଡାସେବକ ମାନଙ୍କ ପ୍ରତିନିଧି, ନୈଷ୍ଠୀକ ଓ ସମର୍ପିତ ସେବକ, ପଣ୍ଡିତ ସୁଦାମ ଚରଣ ପଣ୍ଡା ଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧଉତ୍ସବ, ଗତ ସୋମବାର ଦିନ, ତାଙ୍କର ଜନ୍ମମାଟି, ମାଆଙ୍କ ପ୍ରାଚୀନ ପୀଠସ୍ଥଳି, ବଡ଼ସରୋଳ ଗ୍ରାମର ଲଣ୍ଡାଦେଉଳ ନିକଟରେ ପାଳିତ ହୋଇଯାଇଛି | ସାରଳାଙ୍କ ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସ୍ମୃତିଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟଅତିଥି […]

ସଂପୂର୍ଣ୍ଣ ପଢନ୍ତୁ