ପୁଣି ଏକ ଜୀବନ ନେଲା ଆମ ବସ

ଭୁବନେଶ୍ୱର : ପୁଣି ଜୀବନ ନେଲା ଆମ ବସ ।  ରସୁଲଗଡ଼ରେ ଦୁର୍ଘଟଣା ଘଟାଇଲା ଆମ ବସ୍ ।  ଦୁର୍ଘଟଣାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।  ୯୧ ନମ୍ବର ରୁଟ ଆମ ବସ ଘଟାଇଛି ଏହି ଦୁର୍ଘଟଣା ।  ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।  ଆମ ବସ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନାନୁଯାୟୀ, ରବିବାର ଭୁବନେଶ୍ୱରର ବାଣୀବିହାର-ସତ୍ସଙ୍ଗ ବିହାର ରାସ୍ତା ନିକଟରେ ଏକ ବାଇକକୁ ଆମ ବସ୍ […]

ସଂପୂର୍ଣ୍ଣ ପଢନ୍ତୁ

ମାଟ୍ରିକ ପରୀକ୍ଷା ଦେଇନାହାନ୍ତି ୮୩୬୪ ଛାତ୍ରଛାତ୍ରୀ, ରିପୋର୍ଟ ଦେବେ ଜିଲା ଶିକ୍ଷା ଅଧିକାରୀ

କଟକ: କିଏ ଗୋଟିଏ ବିଷୟରେ ପରୀକ୍ଷା ଦେଇଛି ତ ଆଉ କିଏ ଦୁଇଟି। ଏପରିକି ବହୁ ଛାତ୍ରଛାତ୍ରୀ ଫର୍ମପୂରଣ କରି ବି ପରୀକ୍ଷା ଦେଇନାହାନ୍ତି। ରାଜ୍ୟରେ ଚଳିତବର୍ଷ ଏହିଭଳି ଭାବେ ୮ ହଜାର ୩୬୪ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିବା ଜଣାପଡ଼ିଛି। ସମ୍ପୃକ୍ତ ଛାତ୍ରଛାତ୍ରୀ କେଉଁଥି ପାଇଁ ପରୀକ୍ଷା ଦେବାକୁ ଆସିଲେ ନାହିଁ ଏବଂ କ’ଣ ଅସୁବିଧା ରହିଲା ତାହା ଜାଣିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ବ ଦେଇଛି। ସବୁ ଜିଲା ଶିକ୍ଷା ଅଧିକାରୀଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦର

ଭୁବନେଶ୍ଵର: ରାଜ୍ୟରେ ମହାଙ୍ଗା ହେଲା ଓମ୍‌ଫେଡ୍ କ୍ଷୀର ଦର। ଦର ବୃଦ୍ଧି ପରେ ଖାଉଟି ଚିନ୍ତାରେ। ନିର୍ଦ୍ଧାରିତ ମୂଲ୍ୟ ଠାରୁ ପ୍ରତି ଲିଟର ପିଛା କ୍ଷୀର ଦର ୪ ଟଙ୍କା ବୃଦ୍ଧି ପାଇଛି। ଏନେଇ ଓମ୍‌ଫେଡ଼ ପକ୍ଷରୁ ସ୍ଵତନ୍ତ୍ର ନୋଟିସ ଜାରି କରିବା ସହ ଏଜେଣ୍ଟମାନଙ୍କୁ ମଧ୍ୟ ସୂଚିତ କରିଛି।ଓମ୍‌ଫେଡ୍ ପକ୍ଷରୁ ଜାରି ହୋଇଥିବା ନୂତନ ବର୍ଦ୍ଦିତ ଦର ସୂଚୀ ଅନୁଯାୟୀ, ଟୋନଡ ଦୁଗ୍ଧ ପ୍ରତି ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି। ଯାହା ୫୦ […]

ସଂପୂର୍ଣ୍ଣ ପଢନ୍ତୁ

ହେମରାଜ ଫାଉଣ୍ଡେସନ ଓ ନଗର ଖବର ପକ୍ଷରୁ ପଣା ବିତରଣ

କଟକ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ପ୍ରଚଣ୍ଡ ଖରାରେ ପଥଚାରୀ ଓ ଶ୍ରମଜୀବୀମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ‘ହେମରାଜ ଫାଉଣ୍ଡେସନ’ ଏବଂ ‘ନଗର ଖବର’ ପକ୍ଷରୁ ଏକ ମହତ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରସିଦ୍ଧ ଶକ୍ତିପୀଠ ମା’ ଦକ୍ଷିଣ କାଳିକାଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁ ଏବଂ ପଥଚାରୀମାନଙ୍କୁ ସୁଶୀତଳ ପଣା ବଣ୍ଟନ କରାଯାଇଛି। ବର୍ତ୍ତମାନର ଗୁଳୁଗୁଳି […]

ସଂପୂର୍ଣ୍ଣ ପଢନ୍ତୁ

ହଜିଲା ଜିନିଷ ଡାକିଲେ ମିଳେ ବୟାବାବାଙ୍କ ମହିମା, କାନଫୁଲ ଫେରିପାଇଲେ ମହିଳା

ଝଙ୍କଡ଼ : କେନ୍ଦ୍ରାପଡ଼ାଜିଲ୍ଲା, ପାଟକୁରା, ଦଳନ୍ତା ଗ୍ରାମର ପ୍ରଭାକର ଜେନା ଙ୍କ ପତ୍ନୀ କଳ୍ପନା ଜେନା, ନିଜ ପରିବାର ସହିତ ଗତମାସ ପଚିଶ ତାରିଖ ଶନିବାର ଦିନ, ଝଙ୍କଡ଼ ସାରଳା ମନ୍ଦିରକୁ ମାଆଙ୍କ ଦର୍ଶନ ପାଇଁ ଆସିଥିଲେ l ମାତ୍ର ସେଠାରେ ସେ ପିନ୍ଧିଥିବା ଏକ ସୁନା କାନଫୁଲ ହଜିଯାଇଥିଲା l ବହୁତ ଖୋଜାଖୋଜି କରି ନ ପାଇବାରୁ ତାଙ୍କୁ ଜଣେ ମାଆଙ୍କ ପୂଜକ କହିଲେ, ତମେ ବାୟାବାବା ଙ୍କୁ ଡାକ, ମାନସିକ କଲେ, ଅବଶ୍ୟ ମିଳିଯିବ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରମିକ ଦିବସରେ ଶ୍ରମଜୀବୀଙ୍କୁ ସମ୍ମାନ: ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଲି ଓ ରିକ୍ସା ଚାଳକଙ୍କୁ ବସ୍ତ୍ର ସହ ଶ୍ରମ କାର୍ଡ ପ୍ରଦାନ

କଟକ : ବିଶ୍ୱ ଶ୍ରମିକ ଦିବସ ଅବସରରେ ଶ୍ରମିକମାନଙ୍କ ସମ୍ମାନାର୍ଥେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ଅଭିନବ ତଥା ହୃଦୟସ୍ପର୍ଶୀ ପ୍ରୟାସ କରାଯାଇଛି। ସମାଜରେ ଅଣଦେଖା ହୋଇ ରହିଥିବା ପ୍ରକୃତ ଶ୍ରମଜୀବୀ ତଥା ଟ୍ରଲି ଓ ରିକ୍ସା ଚାଳକମାନଙ୍କୁ ସମ୍ମାନ ଜଣାଇବା ପାଇଁ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ଶାନ୍ତସାହି ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। “ଆମ […]

ସଂପୂର୍ଣ୍ଣ ପଢନ୍ତୁ

ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମିଳୁନି ପେନସନ: CDA କାର୍ଯ୍ୟାଳୟ ସମ୍ମୁଖରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଧାରଣା ୧୪ ଦିନରେ ପହଞ୍ଚିଲା

କଟକ :  ନିଜର ନ୍ୟାଯ୍ୟ ହକ ପାଇଁ କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA)ର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସଂଘର୍ଷ ଜାରି ରହିଛି। ବାଦାମବାଡ଼ି ସ୍ଥିତ ଅରୁଣ ଦେ ମାର୍କେଟ ପରିସରରେ ଥିବା ସିଡିଏ କାର୍ଯ୍ୟାଳୟ ସମ୍ମୁଖରେ ୫୦ରୁ ଉର୍ଦ୍ଧ୍ୱ ଅବସରପ୍ରାପ୍ତ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା ଆଜି ୧୪ ଦିନରେ ପହଞ୍ଚିଛି। ପେନସନ ପ୍ରଦାନରେ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ଏବଂ ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଅଭିଯୋଗ କରି ଏହି ଆନ୍ଦୋଳନ କରାଯାଉଛି। ସୂଚନାଯୋଗ୍ୟ ଯେ, ୧୯୯୦ ମସିହାରୁ […]

ସଂପୂର୍ଣ୍ଣ ପଢନ୍ତୁ

ଅସହାୟଙ୍କ ପାଇଁ ସାହାରା ହେବ ‘ଆନ୍ତର୍ଜାତିକ ମାନବାଧିକାର ମଞ୍ଚ’: କଟକରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କଟକ : କଟକ ଓଏମପି (OMP-IV) ଠାରେ ‘ଆନ୍ତର୍ଜାତିକ ମାନବାଧିକାର ମଞ୍ଚ ନ୍ୟାୟ ଓ ସାମାଜିକ ସ୍ୱତନ୍ତ୍ରତା’ର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ବୋମାଲିକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ। ଏହି ବୈଠକର ମୁଖ୍ୟ ଆଭିମୁଖ୍ୟ ଥିଲା ସମାଜର ଅତ୍ୟନ୍ତ ନିଷ୍ପେସିତ, ଅସହାୟ ଏବଂ ଆର୍ଥିକ ଅନାଟନ ମଧ୍ୟରେ ଥିବା ପୀଡ଼ିତଙ୍କୁ ସହାୟତାର ହାତ […]

ସଂପୂର୍ଣ୍ଣ ପଢନ୍ତୁ

ଚନ୍ଦନଯାତ୍ରା ଉପଲକ୍ଷେ ସାରଳା ପୀଠରେ, ସମର୍ପଣ ଭଜନସନ୍ଧ୍ୟା

ଝଙ୍କଡ଼ :  ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ରମଣୀୟ ଓ ଆକର୍ଷଣୀୟ ଚନ୍ଦନଯାତ୍ରା କୁ ସରସ ସୁନ୍ଦର ଓ ଉତ୍ସବମୁଖରିତ କରିବାପାଇଁ ଗତ ଶନିବାର ସଂଧ୍ୟା ରେ, ଝଙ୍କଡ଼ ସାରଳାପୀଠ କନକପୁର ର ସମର୍ପଣ ଭଜନସନ୍ଧ୍ୟା ର କଳାକାର ମାନଙ୍କ ଦ୍ୱାରା ଏକ ଭକ୍ତିସଙ୍ଗୀତ ର ଆସର ଅନୁଷ୍ଠିତ ହୋଇଯାଇଛି l ଯୁବସଙ୍ଗୀତ ନିର୍ଦ୍ଦେଶକ ପ୍ରହଲ୍ଲାଦ ନାୟକ ଙ୍କ ଉପସ୍ଥାପନା ରେ ଆୟୋଜିତ ଏହି ଭଜନସମାରୋହ ରେ ଯୁବକଣ୍ଠଶିଳ୍ପୀ ଅରୁଣ କୁମାର ଜେନା, […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ଗ୍ରାମୀଣ ପ୍ରଗତିର ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ର ଶୁଭାରମ୍ଭ, ୧୭୦୦ କୋଟିର ସଡ଼କ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର/ରାୟଗଡ଼ା : ଓଡ଼ିଶାର ଗ୍ରାମାଞ୍ଚଳ ବିକାଶ ଓ ଗମନାଗମନ ବ୍ୟବସ୍ଥାକୁ ଏକ ନୂତନ ଶିଖରରେ ପହଞ୍ଚାଇବା ଲକ୍ଷ୍ୟରେ ଆଜି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ର ଭବ୍ୟ ଶୁଭାରମ୍ଭ ହୋଇଯାଇଛି। ରାୟଗଡ଼ାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଯୋଗଦେଇ ରାଜ୍ୟ ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ […]

ସଂପୂର୍ଣ୍ଣ ପଢନ୍ତୁ