ସାହିତ୍ୟସଭାରେ ଅତିଥି ହେଉଥିଲା, ଜମି ଦେଖାଇ ୮କୋଟି ଟଙ୍କା ଚୂନ ଲଗାଇଥିଲା

କଟକ: ବିଭିନ୍ନ ସାହିତ୍ୟ ସଭାରେ ଅତିଥି ହେଉଥିଲା। ସାହିତ୍ୟ, ଶିକ୍ଷା ସମ୍ପର୍କରେ ସୁନ୍ଦର ଭାଷଣ ଦେଉଥିଲା। ନିଜର ପରିଚୟ ବିଇଓ ବୋଲି ଦେଉଥିଲା। ଜମି, ଚାକିରି ଦେବି ବୋଲି କହି ବିଭିନ୍ନ ଲୋକଙ୍କ ଠାରୁ ପ୍ରାୟ ୮ କୋଟି ଟଙ୍କା ଚୂନ ଲଗାଇଥିଲ। କେବଳ ଏହାନୁହେଁ ଅତି ଚତୁରତାର ସହକାରେ ପୁଲିସ ଆଖିରେ ଧୂଳି ଦେଇ ଖସିବୁଲୁଥିଲା। ଏଭଳି ଜଣେ ଠକକୁ ଆଜି ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଗିରଫ କରିଛି। ଗିରଫ ପରେ ସେ କରିଥିବା ଠକାମୀର […]

ସଂପୂର୍ଣ୍ଣ ପଢନ୍ତୁ

ଜଗଜ୍ଜନନୀ ଶ୍ରୀଶ୍ରୀ ବଡମାଙ୍କ ୧୩୩ତମ ଜନ୍ମଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ ତାରତୋଲ ଠାରେ ଥିବା ଅନନ୍ତ ବାସୁଦେବ ପୀଠରେ ତାରତୋଲ ଉପ ଯୋଜନା କେନ୍ଦ୍ର ଆଞ୍ଚଳିକ ସାପ୍ତାହିକ ସତସଙ୍ଗପରିକ୍ରମା ଆନୁକୂଲ୍ୟରେ ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଙ୍କ ଲୀଳା ସଙ୍ଗିନୀ ଜଗଜ୍ଜନନୀ ଶ୍ରୀଶ୍ରୀ ବଡମା ଙ୍କ ୧୩୩ତମ ଜନ୍ମଦିନଉପଲକ୍ଷେ ବିଶେଷ ସତସଙ୍ଗ ଆସନ୍ତା ଅଗଷ୍ଟ ୧୫ତାରିଖ ରେ ବିଭିଧ ମାଙ୍ଗଳିକ ଅନୁଷ୍ଠାନ ସହିତ ସାରା ଦିବାସ ବ୍ୟାପି ପାଳିତ ହେବ ବୋଲି ବରିଷ୍ଟ ରିତ୍ଵିକ ରତ୍ନାକର ନାୟକ ଙ୍କ ଅଧକ୍ଷତା ରେ ପ୍ରସ୍ତୁତି ବୈଠକ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ପୀଠ ଗୁରୁଚରଣ ଜେନାଙ୍କ ବିୟୋଗରେ ବିଭିନ୍ନମହଲରେ ଶୋକ

ଝଙ୍କଡ଼ : ପ୍ରସିଦ୍ଧ ଝଙ୍କଡ଼ ସାରଳାମନ୍ଦିର ସମ୍ମୁଖସ୍ଥ କନକପୁର ସ୍ଥିତ ବାସଭବନ ରେ ଗତ ରବିବାରଦିନ ବ୍ରାହ୍ମ୍ୟମୁହୂର୍ତ୍ତ ରେ ମା ସାରଳା ଙ୍କ ଭକ୍ତ ତଥା ପୂର୍ବତନମନ୍ତ୍ରୀ ସ୍ବର୍ଗତ ପ୍ରତାପଚନ୍ଦ୍ର ମହାନ୍ତି ଙ୍କ ଘନିଷ୍ଠସହଯୋଗୀ ଗୁରୁଚରଣ ଜେନା (81) ଙ୍କର ହୃଦଘାତ ରେ ପରଲୋକ ହୋଇଯାଇଛି l ସେ ଦୀର୍ଘବର୍ଷ ଧରି ସାରଳାଦାସ ଶ୍ରାଦ୍ଧଉତ୍ସବ କମିଟି ର ସାଧାରଣସମ୍ପାଦକ ଭାବରେ, ସାରଳାପୀଠରେ ସାରଳାଦାସ ଙ୍କ ଶ୍ରାଦ୍ଧଉତ୍ସବ ପାଳନର ପ୍ରମୁଖ ଦାୟିତ୍ୱ ବହନ କରିଥିଲେ l ତାଙ୍କର ପରଲୋକ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାହାଟରେ, ମା ସାରଳା ତେଲଗୁ ଦଳିତମହାସଂଘ ତରଫରୁ ଜଗନ୍ନାଥ ମେଳା

ଝଙ୍କଡ଼  :  ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସାରଳାହାଟ ସ୍ଥିତ ମାଉସୀମା ମନ୍ଦିରରେ, ମା ସାରଳା ତେଲଗୁ ଦଳିତ ମହାସଂଘ ତରଫରୁ, ମହାପ୍ରଭୁ ପତିତପାବନ, (ଶ୍ରୀ ଜଗନ୍ନାଥ ) ଆଡପମଣ୍ଡପ ରେ ବିଜେକରିଥିବା ଅବସରରେ, ମହାସଂଘ ର ସାଙ୍ଗଠନିକ ବୈଠକ ସଭାପତି ଗୌରାଙ୍ଗ ଚରଣ ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେବାସହିତ, ସନ୍ଧ୍ୟାସମୟରେ, ଜଗନ୍ନାଥମେଳା ର ଆୟୋଜନ କରାଯାଇଥିଲା l ମହାପ୍ରଭୁଙ୍କ ପୂଜାପଣ୍ଡା ଜ୍ଞ୍l ନ ରଞ୍ଜନ ପଣ୍ଡା, ରଶ୍ମୀ ରଞ୍ଜନ ପଣ୍ଡା ପୂଜାର୍ଚ୍ଚନା କରିଥିବା […]

ସଂପୂର୍ଣ୍ଣ ପଢନ୍ତୁ

କୁନିପିଲାଙ୍କ ରଥଯାତ୍ରାରେ ମନମୋହିଲା ଓଡିଶୀ ଓ ମାହାରୀ ନୃତ୍ୟ

ଝଙ୍କଡ଼ :  ଝଙ୍କଡ଼ ସାରଳାପୀଠ ର ଅନତିଦୂରରେ ମୂଳିସିଂହ ସିଂହସାହି ର ଏ ଅଞ୍ଚଳର ଖ୍ୟାତନାମା ଚିକିତ୍ସକ ସ୍ବର୍ଗତ ଡଃ ବୃନ୍ଦାବନ ସିଂହ ଙ୍କ ଦ୍ୱାରା ପ୍ରତିଷ୍ଠିତ ମହାପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା, କୁନିକୁନି ପିଲାମାନଙ୍କ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ରଥଯାତ୍ରା ସମୟରେ ରଥସମ୍ମୁଖରେ ପାରାଦ୍ୱୀପ ବ୍ଲାକ ସ୍ପାଇଡ଼ର ଡ୍ୟାନ୍ସ, ପ୍ରତିଷ୍ଠାନ ର ପ୍ରତିଷ୍ଠାତା ଦୀପାଲି ନାୟକ ଙ୍କ ନିର୍ଦ୍ଦେଶନା ରେ, ସାଇଶ୍ରୀ ସାହୁ, ମୋନାଲିସା ଭୂୟାଁ, ଶୁଭଲକ୍ଷ୍ମୀ ଓଝା, ଆଦ୍ୟାଶl ଜୟସିଂହ, ଓ […]

ସଂପୂର୍ଣ୍ଣ ପଢନ୍ତୁ

ପବିତ୍ର ରଥଯାତ୍ରାରେ ନାରୀ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସେବା କାର୍ଯ୍ୟ: ଶ୍ରଦ୍ଧାଳୁଙ୍କୁ ବଣ୍ଟାଗଲା ପାଣି ଓ ବିସ୍କୁଟ

ପୁରୀ: ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀକ୍ଷେତ୍ରକୁ ଆସିଥିବା ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସେବା ପାଇଁ ଆଗେଇ ଆସିଛି ଏକ ପ୍ରମୁଖ ନାରୀ ସ୍ୱେଚ୍ଛାସେବୀ ସଙ୍ଗଠନ। ରଥ ନିକଟରେ ସଙ୍ଗଠନର ପ୍ରତିନିଧି ଓ ସଦସ୍ୟମାନଙ୍କ ପକ୍ଷରୁ ମହତ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ପ୍ରବଳ ଗହଳି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସଙ୍ଗଠନ ପକ୍ଷରୁ ଭକ୍ତମାନଙ୍କୁ ବିଶୁଦ୍ଧ ପାନୀୟ ଜଳ, ବିସ୍କୁଟ ଏବଂ ଚକଲେଟ୍ ବଣ୍ଟନ କରାଯାଇଛି। ସଙ୍ଗଠନର ସଦସ୍ୟମାନେ ଅତ୍ୟନ୍ତ ଶ୍ରଦ୍ଧାର […]

ସଂପୂର୍ଣ୍ଣ ପଢନ୍ତୁ

ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ, ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’ ପୁରସ୍କୃତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରଠାରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଭାରତୀୟ ସିନେମା ଜଗତର ବିଭିନ୍ନ ଭାଷା ଓ ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଉତ୍କୃଷ୍ଟ କାର୍ଯ୍ୟକୁ ଏହି ପୁରସ୍କାର ମାଧ୍ୟମରେ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ଜାନୁଆରୀ ୧ ରୁ ଡିସେମ୍ବର ୩୧, ୨୦୨୪ ମଧ୍ୟରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ଦ୍ୱାରା ପ୍ରମାଣିତ ହୋଇଥିବା ସିନେମାଗୁଡ଼ିକୁ ପୁରସ୍କାର ପାଇଁ ବିଚାରକୁ […]

ସଂପୂର୍ଣ୍ଣ ପଢନ୍ତୁ
Vote

ଏକକାଳୀନ ହେବ ପଞ୍ଚାୟତ-ପୌର ନିର୍ବାଚନ, ମାର୍ଚ୍ଚ ମାସରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ବର ୧୮।୭: ପୌରାଞ୍ଚଳ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସୂଚନା ଦେଇ କହିଛନ୍ତି, ପୌରାଞ୍ଚଳ ପାଇଁ ୧୨ ହଜାର EVM ଅଛି । ଆଉ ୬ ହଜାର ନୂଆ EVM ଅର୍ଡର କରାହୋଇଛି । ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଡୋର୍ ଟୁ ଡୋର୍ ସର୍ଭେ କରାଯିବ । ଏନଏସିରେ ଗୋଟେ […]

ସଂପୂର୍ଣ୍ଣ ପଢନ୍ତୁ

ଆଡ଼ପ ମଣ୍ଡପରେ ବିରାଜିବେ ଚତୁର୍ଦ୍ଧା ବିଗ୍ରହ

ପୁରୀ: ରତ୍ନବେଦି ଛାଡ଼ି ଜନ୍ମବେଦିକୁ ବିରାଜିବେ ଚତୁର୍ଦ୍ଧା ବିଗ୍ରହ। ଆଡ଼ପ ମଣ୍ଡପରେ ମହାପ୍ରଭୁ ନିଜର ଭକ୍ତମାନଙ୍କୁ ଦର୍ଶନ ଦେବେ। ଭକ୍ତଙ୍କ ମେଳରେ ଦୁଇଦିନ ଲୀଳାଖେଳା କରିବା ପରେ ଭାଇଭଉଣୀଙ୍କ ସହ ଆଡ଼ପ ମଣ୍ଡପରେ ବିଜେ କରିବେ। ଗୋଟି ପହଣ୍ଡିରେ ଏହି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କର ଏହି ଅପୂର୍ବ ନୀତି ପାଇଁ ରଥ ଉପରେ ପ୍ରସ୍ତୁତି ଜୋର କରିଦିଆଯାଇଛି। ପ୍ରଥମେ ଶ୍ରୀବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଟାହିଆ ଲଗେଇ ଝୁଲିଝୁଲି ଗୁଣ୍ଡିଚା […]

ସଂପୂର୍ଣ୍ଣ ପଢନ୍ତୁ

ସବୁ ବର୍ଗର ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମ ସରକାର ଆସିବା ପରେ ସମାଜର ସବୁ ବର୍ଗର ଉନ୍ନତି ପାଇଁ ପଦକ୍ଷେପ ନେବା ସହିତ ଆଦିବାସୀମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ପଦକ୍ଷେପ ନିଆଯାଇଛି। ଆମ ପାଇଁ ରାଜନୀତି କ୍ଷମତା ଭୋଗ କରିବାର ମାଧ୍ୟମ ନୁହେଁ, ବରଂ ଅନ୍ତିମ ଧାଡିରେ ଥିବା ଗରିବ ଲୋକର ସେବା କରିବାର ମାଧ୍ୟମ, ଯାହାକୁ ଆମେ ଅନ୍ତ୍ୟୋଦୟ କହୁ। ତେଣୁ, ଆପଣମାନେ ଅନ୍ତିମ ଧାଡି ପର୍ଯ୍ୟନ୍ତ ପହଞ୍ଚି, ଲୋକଙ୍କ ପାଇଁ କାମ କରନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ […]

ସଂପୂର୍ଣ୍ଣ ପଢନ୍ତୁ