ପୁଟିନଙ୍କ ସୁରକ୍ଷିତ କାର୍‌ରେ ମୋଦୀଙ୍କ ଯାତ୍ରା

ନୂଆଦିଲ୍ଲୀ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ସୁରକ୍ଷିତ ଲିମୋଜିନ୍‌ କାର୍‌ରେ ଯାତ୍ରା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାଜନୈତିକ ସମ୍ପର୍କର ଏକ ନୂଆ ଦୃଶ୍ୟ ଦେଖାଇଛନ୍ତି। ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନା ପରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ ପରିସରରେ ଆୟୋଜିତ ଇନୋପ୍ରମ୍‌ ପ୍ରଦର୍ଶନୀକୁ ଗୋଟିଏ କାର୍‌ରେ ଯାଇଥିଲେ। ୧୧ ସଦସ୍ୟ ବିଶିଷ୍ଟ ବ୍ରିକ୍ସ ଶିଖର ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଛି। ପୁଟିନ ବ୍ୟବହାର କରୁଥିବା ଆରୁସ୍‌ ସେନାଟ୍‌ ଲିମୋଜିନ୍‌ […]

ସଂପୂର୍ଣ୍ଣ ପଢନ୍ତୁ

କଟକ ଦୁର୍ଗାପୂଜା ପରିଚାଳନା ପାଇଁ ସିଙ୍ଗଲ୍‌ ୱିଣ୍ଡୋ ସିଷ୍ଟମ୍‌

କଟକ: କଟକ ସହରରେ ଦୁର୍ଗାପୂଜା-୨୦୨୬କୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଭାବେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଙ୍ଗଲ ୱିଣ୍ଡୋ ସିଷ୍ଟମ୍‌ (Single Window System) କାର୍ଯ୍ୟକ୍ଷମ କରାଯିବ। ପୂଜା କମିଟିଗୁଡ଼ିକୁ ତ୍ୱରିତ ଏନ୍‌ଓସି ଓ ଅନୁମତି ପ୍ରଦାନ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏନେଇ ଆଜି (ଶୁକ୍ରବାର) କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଟକ ମହାନଗର କମିସନର କିରଣଦୀପ କୌର ସହୋତା ଓ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କମଲଜିତ ଦାସଙ୍କ ସମେତ […]

ସଂପୂର୍ଣ୍ଣ ପଢନ୍ତୁ

ସାଇବର ଅପରାଧ କାର୍ଯ୍ୟକଳାପରେ କୁଜଙ୍ଗ ଲିଂକ୍‌, ସିମ୍‌ ଦୋକାନରେ ସିବିଆଇ ଚଢ଼ାଉ

କୁଜଙ୍ଗ : ମୋବାଇଲ୍‌ ସିମ୍‌ ଜାଲିଆତି ଓ ସାଇବର ଅପରାଧ ମାମଲାରେ ଆଜି (ଶୁକ୍ରବାର) ଦିଲ୍ଲୀ ଓ ଓଡ଼ିଶା ସିବିଆଇର ମିଳିତ ଟିମ୍‌ ଜଗତସିଂହପୁରର କୁଜଙ୍ଗର ଏକ ମୋବାଇଲ୍‌ ଦୋକାନରେ ଚଢ଼ାଉ କରିଛି। ଚଢ଼ାଉରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଉକ୍ତ ମୋବାଇଲ୍‌ ଦୋକାନରେ ଟିମ୍‌ ସଦସ୍ୟମାନେ ଦିନ ତମାମ ଯାଞ୍ଚ କରିଥିଲେ। ଚଢାଉରେ ଏହି ଦୋକାନରୁ ଆକେଟିଭେଟ ହୋଇଥିବା ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ସିମକାର୍ଡ ଠାବ କରାଯାଇଛି। ଏହାର ଏକ ତାଲିକା ପ୍ରସ୍ତୁତ କରି ସେମାନେ […]

ସଂପୂର୍ଣ୍ଣ ପଢନ୍ତୁ

ବରିଷ୍ଠ ସାମ୍ବାଦିକ ତଥା ଲେଖକ ଇଂ. ହରିହର ତ୍ରିପାଠୀଙ୍କୁ ‘ନଗର ଖବର’ ପକ୍ଷରୁ ସମ୍ବର୍ଦ୍ଧନା; ଝଙ୍କଡ଼ରେ ମାଆ ଶାରଳାଙ୍କ ଆଶୀର୍ବାଦ ନେଲେ

ଝଙ୍କଡ଼: ଓଡ଼ିଶାର ଜଣେ ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ଲେଖକ ଇଂ. ହରିହର ତ୍ରିପାଠୀଙ୍କୁ ସମ୍ବାଦପତ୍ର ‘ନଗର ଖବର’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଝଙ୍କଡ଼ ଅଞ୍ଚଳରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ନଗର ଖବର’ର ପ୍ରତିଷ୍ଠାତା ସମ୍ପାଦକ ପ୍ରଦୀପ ଦାସ ଏବଂ ବରିଷ୍ଠ ସାମ୍ବାଦିକ ରମାକାନ୍ତ ରାଉଳ ଉପସ୍ଥିତ ରହି ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସାମ୍ବାଦିକତା ଏବଂ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନକୁ ସମ୍ମାନ ଜଣାଇ ଏହି ପଦକ୍ଷେପ […]

ସଂପୂର୍ଣ୍ଣ ପଢନ୍ତୁ

ଯଶପଡା ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

କଟକ ସଦର : କଟକ ଜିଲ୍ଲା କଟକ ସଦର ଅନ୍ତର୍ଗତ ଯଶପଡା ପଞ୍ଚାୟତରେ ଶୁକ୍ରବାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ହୋଇଛି। କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଓ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏହି ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ଉଦ୍‌ଘାଟନ କରିଥିବା ଜଣାଯାଇଛି। ଉଦ୍‌ଘାଟିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଯଶପଡା କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ ଓ ହାଟ ପିଣ୍ଡି ରହିଥିବା ବେଳେ କୋସିଦା ଅଞ୍ଚଳରେ ଡ୍ରେନ୍ ଓ ସୁଭଦ୍ରା ଗୋଷ୍ଠୀ କେନ୍ଦ୍ର, ପାଇକ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତର ବଦଳିଲା ଛବି: ‘ସବୁଠାରୁ ଦୁର୍ବଳ’ରୁ ବ୍ରିକ୍ସର ଭରସାଯୋଗ୍ୟ ସଦସ୍ୟ

ନୂଆଦିଲ୍ଲୀ: ୨୦୧୨ରେ ବ୍ରିକ୍ସର ‘ସବୁଠାରୁ ଆକର୍ଷଣହୀନ’ ସଦସ୍ୟ ଭାବେ ଚର୍ଚ୍ଚିତ ହୋଇଥିବା ଭାରତ ଆଜି ଏହି ଗୋଷ୍ଠୀର ଅନ୍ୟତମ ଭରସାଯୋଗ୍ୟ ଓ ଶକ୍ତିଶାଳୀ ସଦସ୍ୟ ଭାବେ ଉଭା ହୋଇଛି। ୨୦୨୬ର ବ୍ରିକ୍ସ ଶିଖର ସମ୍ମିଳନୀ ଭାରତରେ ଆୟୋଜିତ ହେଉଥିବା ବେଳେ ଗତ ୧୪ ବର୍ଷରେ ଦେଶର ଅର୍ଥନୈତିକ ଓ କୂଟନୈତିକ ଯାତ୍ରାରେ ବଡ଼ ପରିବର୍ତ୍ତନ ଆସିଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ୨୦୧୨ରେ ଭାରତ ପ୍ରଥମଥର ପାଇଁ ବ୍ରିକ୍ସର ଅଧ୍ୟକ୍ଷତା କରିଥିଲା। ସେତେବେଳେ ୟୁରୋଜୋନ୍‌ ଋଣ ସଙ୍କଟ ଯୋଗୁଁ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ୟୁଏଇରେ ‘ଦୁବାଇ ରୋଡ୍‌ସୋ’, ୪୦୦ ନିବେଶକ ଓ ବ୍ୟବସାୟୀଙ୍କ ଯୋଗଦାନ

ଦୁବାଇ/ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ ପ୍ରତି ୟୁଏଇର ନିବେଶକଙ୍କୁ ଆକୃଷ୍ଟ କରିବାକୁ ଦୁବାଇ ରୋଡ୍‌ସୋର ଆୟୋଜନ କରାଯାଇଛି। ଦୁବାଇରେ ଆୟୋଜିତ ଓଡିଶା ନିବେଶକ ସମ୍ମିଳନୀ-ୟୁଏଇ- ୨୦୨୬ ରେ ପ୍ରାୟ ୪୦୦ ଜଣ ବ୍ୟବସାୟୀ, ନିବେଶକ ଓ ୟୁଏଇ ବ୍ୟବସାୟିକ ସମୁଦାୟର ପ୍ରତିନିଧି ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାକୃତିକ ସମ୍ପଦ, ପ୍ରତିଯୋଗିତାମୂଳକ ଶକ୍ତି, ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଓ ନିବେଶ ଅନୁକୂଳ ପରିବେଶକୁ ନିବେଶକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଏଲଏନଜି ଷ୍ଟୋରେଜ୍, ଗ୍ରୀନ୍ ଏନର୍ଜି, […]

ସଂପୂର୍ଣ୍ଣ ପଢନ୍ତୁ
Odisha Police

ଏଣିକି ହ୍ୱାଟ୍ସଆପ୍‌ରେ ମିଳିବ ୧୪ଟି ପୋଲିସ ସେବା: ଓଡ଼ିଶା ପୋଲିସର ନୂଆ ପଦକ୍ଷେପ ‘ଆମ ସାଥୀ’ ବଟ୍‌ର ଶୁଭାରମ୍ଭ

ଭୁବନେଶ୍ବର :  ଓଡ଼ିଶାରେ ଡିଜିଟାଲ ପୋଲିସିଂ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ପୋଲିସ ସେବାକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ନାଗରିକ-କେନ୍ଦ୍ରିକ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ ମାଧ୍ୟମରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ସେବାର ଶୁଭାରମ୍ଭ କରାଯାଇଛି। ଏଣିକି ସାଧାରଣ ଲୋକଙ୍କୁ ବିଭିନ୍ନ ଜରୁରୀ ସେବା ପାଇଁ ପୋଲିସ ଥାନା କିମ୍ବା କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ, ବରଂ ନିଜ ମୋବାଇଲ୍‌ ଫୋନ୍‌ ବ୍ୟବହାର କରି ଘରେ ବସି […]

ସଂପୂର୍ଣ୍ଣ ପଢନ୍ତୁ

କଟକ ସଦର କୃଷକ ମୋର୍ଚ୍ଚାର ସଭାପତି ହେଲେ ହୃଦାନନ୍ଦ ହୋତା

କଟକ :  କଟକ ସର୍କିଟ୍ ହାଉସ୍ ପରିସରରେ କୃଷକ ମୋର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମାନ୍ୟବର ବିଧାୟକଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ସାଙ୍ଗଠନିକ କାର୍ଯ୍ୟକ୍ରମ ତଥା ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ସମାବେଶରେ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଆଲୋକ ମହାନ୍ତି ଏବଂ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ଦାସଙ୍କ ସମେତ ଦଳୀୟ କୋଷାଧ୍ୟକ୍ଷ ତଥା ସମସ୍ତ ମଣ୍ଡଳର ସଭାପତିମାନେ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ମାଞ୍ଚେଷ୍ଟର :  ଓଡ଼ିଶା ସୋସାଇଟି ଅଫ୍ ୟୁନାଇଟେଡ୍ କିଙ୍ଗଡମ୍ (ଓସୁକ)ର ୪୭ତମ ବାର୍ଷିକ ମହୋତ୍ସବ ମାଞ୍ଚେଷ୍ଟରର ଡିଡ୍ସବରୀସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପାର୍ସ୍ ଉଡ୍ ସ୍କୁଲ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଡକ୍ଟର ସାଧନା ଭଟ୍ଟନାଗରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁରଶବଦ କୌର ଓ ପରବ୍ରହ୍ମ ସିଂହଙ୍କ ଦ୍ୱାରା ଉତ୍ସବସ୍ଥଳର ଭବ୍ୟ ସାଜସଜ୍ଜା ସମ୍ପନ୍ନ ହୋଇଥିଲା। ଏହି ଦୁଇ ଦିନିଆ ସମ୍ମିଳନୀରେ ଇଂଲଣ୍ଡ, ଆୟର୍ଲାଣ୍ଡ ତଥା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଏକ ହଜାର ପ୍ରବାସୀ ଓଡ଼ିଆ ସଦସ୍ୟ, କର୍ମକର୍ତ୍ତା, […]

ସଂପୂର୍ଣ୍ଣ ପଢନ୍ତୁ