ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲେଇଙ୍କୁ ନୋବେଲ୍, ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ କରିଥିଲେ ଲଢେଇ

ନୂଆଦିଲ୍ଲୀ: ନୋବେଲ୍ ଶାନ୍ତି ପାଇଁ ଶୁକ୍ରବାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ ଆଇନ ବିଶାରଦ ଏବଂ ମାନବାଧିକାର କର୍ମୀ ନଭନେଥେମ୍ “ନାଭି” ପିଲ୍ଲେଇଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ୨୦୨୬ର ବିଜେତା ଭାବରେ ଘୋଷଣା କରାଯାଇଛି । ନୋବେଲ୍ ଶାନ୍ତି କମିଟି ନଭାନେଥେମ୍ ନାଭି ପିଲ୍ଲାଇଙ୍କୁ ଅନ୍ତର୍ଜାତୀୟ ଆଇନରେ ତାଙ୍କ ଅବଦାନ ପାଇଁ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଛି । ନୋବେଲ ଜୁରି ଶୁକ୍ରବାର ନରୱେର ଓସଲୋରେ ଏହି ପୁରସ୍କାର ଘୋଷଣା […]

ସଂପୂର୍ଣ୍ଣ ପଢନ୍ତୁ

୧୨ ବିଲିଅନ ଡଲାର ହ୍ରାସ ପାଇଲା ବିଦେଶୀ ମୁଦ୍ରା ଭଣ୍ଡାର, କମୁଛି ଗଚ୍ଛିତ ସୁନା !

ମୁମ୍ବାଇ : ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର (ଫରେକ୍ସ ରିଜର୍ଭ)ରେ ଲଗାତାର ହ୍ରାସ ଦେଖିବାକୁ ମିଳିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଶୁକ୍ରବାର ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଅକ୍ଟୋବର ୨ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୧୨.୯୫ ବିଲିୟନ ଡଲାର ହ୍ରାସ ପାଇ ୭୩୪.୬୦ ବିଲିୟନ ଡଲାରକୁ ଖସିଆସିଛି। ମୁଖ୍ୟତଃ ବିଦେଶୀ ମୁଦ୍ରା ସମ୍ପତ୍ତି (ଏଫ୍‌ସିଏ) ଏବଂ ସ୍ୱର୍ଣ୍ଣ ଭଣ୍ଡାର ମୂଲ୍ୟରେ ହ୍ରାସ ଯୋଗୁଁ ଏହି ସ୍ଥିତି ଉପୁଜିଛି। […]

ସଂପୂର୍ଣ୍ଣ ପଢନ୍ତୁ

କ୍ୟାମ୍ପସ୍‌ରେ ନିର୍ବାଚନୀ ତାତି : ଦିନରେ ଚାଲିଛି ଭୋଜିଭାତ, ହଷ୍ଟେଲରେ ପ୍ରାର୍ଥୀଙ୍କ ଡିନର୍ ପଲିଟିକ୍ସ !

ଭୁବନେଶ୍ବର ୯।୧୦: ଛାତ୍ର ସଂସଦ ନିର୍ବାଚନ ପାଇଁ ସରିଲା ନୋମିନେସନ । କ୍ୟାମ୍ପସ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ପ୍ରାର୍ଥୀ । ଶୁକ୍ରବାର ଦିନ ୧୦ଟାରୁ ୧ଟା ଯାଏ ନାମାଙ୍କନ ଦାଖଲ ହୋଇଥିଲା । ଦିନ ୨ଟାରୁ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୪ଟା ଯାଏଁ ଯାଞ୍ଚ ହେବ । ଏହାପରେ ସଂଧ୍ଯା ୫ଟାରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଶନିବାର ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ଯାଏ ପ୍ରାର୍ଥୀପତ୍ର ପ୍ରତ୍ୟାହାର […]

ସଂପୂର୍ଣ୍ଣ ପଢନ୍ତୁ

ନୂଆ ନୀତି ଆଣିବେ ସରକାର, ବାର୍ଷିକ ୫୦୦ କୋଟି ଅଣ୍ଡା ଉତ୍ପାଦନର ଲକ୍ଷ୍ୟ

ଭୁବନେଶ୍ୱର ୦୯।୧୦ : ୨୦୨୯ ସୁଦ୍ଧା ବାର୍ଷିକ ୫୦୦ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ରହିଛି । ଆଉ ୨୦୩୬ ସୁଦ୍ଧା ହଜାରେ କୋଟି ଅଣ୍ଡା ଉତ୍ପାଦାନ ଲକ୍ଷ୍ୟ ରହିଛି । ବଡ଼ ଅଣ୍ଡା ଚାଷୀଙ୍କ ପାଇଁ ବ୍ୟବସାୟିକ କୁକୁଡ଼ା ପାଳନ ଯୋଜନାର ଶୁଭାରମ୍ଭ କରାଯାଇଛି । ଏଣିକି ୮ ରୁ ୧୦ କୋଟି ଯାଏଁ ସବସିଡି ମିଳିବ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ ଆହୁରି ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଭୁବନେଶ୍ୱର, ସୁନ୍ଦରଗଡ଼ ଓ କଟକର ୮ଟି ସ୍ଥାନରେ ଏକକାଳୀନ ଖାନତଲାସୀ

ସୁନ୍ଦରଗଡ଼   : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ପ୍ରସନ୍ନ କୁମାର ପାତ୍ରଙ୍କ ବିଭିନ୍ନ ଠିକଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ଭୁବନେଶ୍ୱର, ସୁନ୍ଦରଗଡ଼ ଏବଂ କଟକର ମୋଟ ୮ଟି ସ୍ଥାନରେ ଏହି ଖାନତଲାସୀ ଅଭିଯାନ ଆରମ୍ଭ ହୋଇଛି। ଏହି ଚଢ଼ାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସ୍‌ପି, […]

ସଂପୂର୍ଣ୍ଣ ପଢନ୍ତୁ

ବିଶିଷ୍ଟ ପଣ୍ଡିତ ଦେବେନ୍ଦ୍ର ମିଶ୍ରଙ୍କ ପରଲୋକ

କଟକ ସଦର  : କଟକ ସଦର ଅନ୍ତର୍ଗତ ପାଇକସାହି ଗ୍ରାମର ବିଶିଷ୍ଟ ପଣ୍ଡିତ ଦେବେନ୍ଦ୍ର ମିଶ୍ରଙ୍କର ହୃଦଘାତ ଯୋଗୁଁ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ଦୀର୍ଘ ୪୦ ବର୍ଷ ଧରି ସେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଆୟୋଜିତ ଯଜ୍ଞ ଓ ଧାର୍ମିକ ଅନୁଷ୍ଠାନରେ ପୌରୋହିତ୍ୟ କରି ନିଜର ଅଗାଧ ପାଣ୍ଡିତ୍ୟ ପ୍ରଦର୍ଶନ କରିବା ସହ ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ […]

ସଂପୂର୍ଣ୍ଣ ପଢନ୍ତୁ
Naveen 1

ଡବଲ ଇଞ୍ଜିନ ସରକାର, ଅଢେଇ ବର୍ଷରେ ଓଡ଼ିଶାର ଛବିକୁ ମଳିନ କରିସାରିଲେଣି: ନବୀନ

ଭୁବନେଶ୍ୱର: ଡବଲ୍ ଇଞ୍ଜିନ୍ ସରକାର ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ‘ଜନସମ୍ପର୍କ ପଦଯାତ୍ରା’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ଯୋଗୁଁ ଓଡ଼ିଶା ସମଗ୍ର ଦେଶରେ […]

ସଂପୂର୍ଣ୍ଣ ପଢନ୍ତୁ

ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଜରିଆରେ ସାମାଜିକ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୈଠକ- ‘ପ୍ରୟାସ’

ଭୁବନେଶ୍ୱର: ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସାମାଜିକ କ୍ଷେତ୍ରର ସମସ୍ୟା ସମାଧାନ ଏବଂ ଉନ୍ନତି (Social Sector Development) ନିମନ୍ତେ ଏକ ଉଚ୍ଚସ୍ତରୀୟ ‘ପ୍ରୟାସ’ (PRAYASS) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାମାଜିକ କ୍ଷେତ୍ରର ବିଭିନ୍ନ ଜଟିଳ ସମସ୍ୟାଗୁଡ଼ିକୁ ତୃଣମୂଳ ସ୍ତରରେ ଅନୁଧ୍ୟାନ କରି ସେଗୁଡ଼ିକର ସ୍ଥାୟୀ ତଥା ତ୍ୱରିତ ସମାଧାନ ପାଇଁ ଏକ ସୁଦୃଢ଼ ଓ ଗଠନମୂଳକ ପ୍ଲାଟଫର୍ମର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହି ବୈଠକରେ […]

ସଂପୂର୍ଣ୍ଣ ପଢନ୍ତୁ

ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଅବଢ଼ା ଯୋଜନାରେ ୬୫୮ କୋଟି ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବଢ଼ା ଯୋଜନା ଅଧୀନରେ ପୁରୀରେ କାର୍ଯ୍ୟକାରୀ ହେଉଥିବା ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପାଇଁ ୬୫୮.୦୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହା ଦ୍ୱାରା ପ୍ରକଳ୍ପ ପାଇଁ ପୂର୍ବ ଅପେକ୍ଷା ଅଧିକ ୧୦୦.୮୩ କୋଟି ଟଙ୍କା ବିନିଯୋଗ ହେବ। ଏହି ଅର୍ଥ ମଞ୍ଜୁର କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ଯେତେ ଅର୍ଥ ଆବଶ୍ୟକ ନିଶ୍ଚୟ […]

ସଂପୂର୍ଣ୍ଣ ପଢନ୍ତୁ

ବାଣଭିଡ଼ିଲା ବେଳେ ବିସ୍ଫୋରଣ ଘଟି ବାପ-ପୁଅଙ୍କ ମୃତ୍ୟୁ

ଝଙ୍କଡ଼: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧୀନ ପଟିଲୋ ପଞ୍ଚାୟତର ମହିଳୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗୁରୁବାର ମଧ୍ୟାହ୍ନରେ ଘଟିଥିବା ଏକ ଶକ୍ତିଶାଳୀ ବିସ୍ଫୋରଣରେ ବାପ-ପୁଅଙ୍କ ଜୀବନ ଯାଇଥିବା ବେଳେ ଜଣେ ଭଡ଼ାଟିଆ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ୱୟ ହେଲେ ମନୋରଞ୍ଜନ ସ୍ୱାଇଁ (୫୧) ଓ ତାଙ୍କ ପୁଅ ସୋନୁ (୨୨)। ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ମଧ୍ୟାହ୍ନରେ ଉଭୟ ବାପ-ପୁଅ ଘରେ ବାଣ ଭିଡୁଥିବା ବେଳେ ହଠାତ୍ ଭୟଙ୍କର ବିସ୍ଫୋରଣ […]

ସଂପୂର୍ଣ୍ଣ ପଢନ୍ତୁ