ଫ୍ରାନ୍ସରେ ପୁଣି ଆନ୍ଦୋଳନର ନିଆଁ : ରାସ୍ତାକୁ ଓହ୍ଲାଇଲେ ୮ ଲକ୍ଷ ବିକ୍ଷୋଭକାରୀ, ୧୩୦୦ ଗିରଫ

ପ୍ୟାରିସ, ୨୬/୧୦ : ଫ୍ରାନ୍ସରେ ଦରଦାମ ବୃଦ୍ଧି, ଦୈନନ୍ଦିନ ଖର୍ଚ୍ଚ ବଢ଼ିବା, ସ୍କୁଲ ଗୁଡ଼ିକର ଶୋଚନୀୟ ଅବସ୍ଥା, ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଶନିବାର ଲକ୍ଷାଧକ ଲୋକେ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି। ପ୍ୟାରିସ ସମେତ ଅନେକ ସହରରେ ବିକ୍ଷୋଭକାରୀ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ବେଳେ ପୁଲିସ ସହ ଆନ୍ଦୋଳନକାରୀଙ୍କ ସଂଘର୍ଷ ହୋଇଛି। ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବା ସହ ବ୍ୟାରିକେଡ ଜାଳି ଦେଇଥିଲେ। ପୁଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିବା ସହ ଲୁହବୁହା […]

ସଂପୂର୍ଣ୍ଣ ପଢନ୍ତୁ

ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା ବୈଠକ, ଛୁଟି ବାତିଲ୍, ପ୍ରଭାବିତ ଜିଲ୍ଲାଗୁଡିକର ସ୍ୱାସ୍ଥ୍ୟସେବାକୁ ସଜାଗ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ। ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ମୁକାବିଲା ପାଇଁ ସ୍ଵାସ୍ଥ୍ୟ ବିଭାଗର ପ୍ରସ୍ତୁତିକୁ ଆଜି ସ୍ଵାସ୍ଥ୍ୟ ବିଭାଗ ଶାସନ ସଚିବ ତଥା କମିଶନର ଅଶ୍ଵତୀ ଏସ. ସମୀକ୍ଷା କରିଛନ୍ତି । ଏହି ବୈଠକରେ ଶାସନ ସଚିବ ବିଭାଗର ବରିଷ୍ଠ ଅଧିକାରୀ ଓ ଅଭାସି ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାମାନଙ୍କର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଖାରବେଳ ଭବନ ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଛନ୍ତି । ଦିଆଗଲା […]

ସଂପୂର୍ଣ୍ଣ ପଢନ୍ତୁ

ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଚାଲିଥିଲା ରାବଣ ପୋଡ଼ି, ଲ୍ୟାଣ୍ଡ କରୁଥିଲା ବିମାନ; ଟଳିଗଲା ବଡ଼ ଦୁର୍ଘଟଣା

ଭୁବନେଶ୍ଵର: ବିମାନ ପାଇଁ ବିପଦ ବାଣ । ଫ୍ଲାଇଟ୍ ଲ୍ୟାଣ୍ଡିଂ ପାଇଁ ଉଦ୍ୟମ ବେଳେ ମଝି ଆକାଶରେ ବାଣ ଫୁଟୁଥିବା ଦେଖି ଘାବରେଇ ଗଲେ ପାଇଲଟ । ଆଉ ଫ୍ଲାଇଟ୍କୁ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିସାରିବା ପରେ ଏୟାରପୋର୍ଟ ଅଥରିଟିଙ୍କୁ ଫେରାଦ୍ ହୋଇଥିଲେ । ଖୋଦ୍ ରାଜଧାନୀ ଭୁବନେଶ୍ବରରେ ଘଟିଛି ଏଭଳି ଘଟଣା । ଗତ ୨୧ ତାରିଖରେ ଦଶହରା ଦିନ ଯେତେବେଳେ ବରମୁଣ୍ଡା ପଡ଼ିଆରେ ରାବଣ ପୋଡ଼ି ଚାଲିଥିଲା, ଯେତେବେଳେ ରାବଣ ଷ୍ଟାଚ୍ୟୁରେ ଲଗାଯାଇଥିବା ବାଣଗୁଡ଼ିକ […]

ସଂପୂର୍ଣ୍ଣ ପଢନ୍ତୁ

ସାଧନାପୀଠ ମାଳିହତାରେ ଗଣକବିଙ୍କ ୧୪୪ ତମ ଜୟନ୍ତୀ ଉଦଘାଟିତ

ମାହାଙ୍ଗା, ୨୬/୧୦ (ଆପ୍ର): ପ୍ରଥିତଯଶା ସାରସ୍ୱତ ସାଧକ, ମୁକୁଟବିହୀନ ଗୀତିନାଟ୍ୟ ସମ୍ରାଟ ତଥା ଓଡ଼ିଆ ଅସ୍ମିତାର ମହାନାୟକ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ସମାରୋହ କବିଙ୍କ ସାଧନାପୀଠ ମାଳିହତାସ୍ଥିତ ମା’ କ୍ଷେତ୍ରପାଳିନୀଙ୍କ ପୀଠରେ ଉଦଘାଟିତ ହୋଇଯାଇଛି। ଏହି ସାରସ୍ୱତ ଉତ୍ସବକୁ ବିଶିଷ୍ଟ ସମାଜସେବୀ ରାଜକିଶୋର ସେନାପତି ମୁଖ୍ୟ ଉଦ୍‌ଘାଟକ ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ପ୍ରାଧ୍ୟାପକ ଡକ୍ଟର ଗିରିଜା ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାହିତ୍ୟ ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଡକ୍ଟର ଅଶୋକ କୁମାର […]

ସଂପୂର୍ଣ୍ଣ ପଢନ୍ତୁ

କୁମାରୋତ୍ସବ ସମିତିର ବାର୍ଷିକୋତ୍ସବ ମଞ୍ଚରେ ଝଙ୍କଡ଼ ସାହିତ୍ୟ ସଂସଦର ସାହିତ୍ୟ ଆସର

ଝଙ୍କଡ଼, ତା ୨୬/୧୦/୨୦୨୬: ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଝଙ୍କଡ଼ ସାହିତ୍ୟ ସଂସଦର ଏକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ଗତ ସୋମବାର ପୂର୍ବାହ୍ନରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ତିର୍ତ୍ତୋଲସ୍ଥିତ ଜୟପ୍ରକାଶ ମଇଦାନରେ ଥିବା କୁମାରୋତ୍ସବ ସମିତିର ମଞ୍ଚରେ ଆୟୋଜିତ ଏହି ସଭାରେ ସଂସଦର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ରାଜୀବ ଷଡ଼ଙ୍ଗୀ […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲ କୁମାରୋତ୍ସବ ସମିତିର ତେପନତମ ବାର୍ଷିକ ଉତ୍ସବ ଓ ପାଣିଜୟନ୍ତୀ ଉଦ୍‌ଘାଟିତ

ଝଙ୍କଡ଼, ତା ୨୫/୧୦/୨୦୨୬: ବାଣୀକ୍ଷେତ୍ର ଝଙ୍କଡ଼ ପ୍ରଗଣାର ତିର୍ତ୍ତୋଲସ୍ଥିତ ଜୟପ୍ରକାଶ ମଇଦାନରେ କୁମାରୋତ୍ସବ ସମିତିର ୫୩ ତମ ବାର୍ଷିକ ଉତ୍ସବ ଓ ପାଣିଜୟନ୍ତୀ-୨୦୨୬ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ବିମଳକାନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସଭାପତିତ୍ୱରେ ଏହି ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ମୁଖ୍ୟବକ୍ତା ଭାବେ ଜିଲ୍ଲା ବିଜେପିର ସଭାପତି ପ୍ରତାପ କୁମାର ମିଶ୍ର ଏବଂ ସମ୍ମାନିତ ଅତିଥି […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲ ପୋଲିସ ଦ୍ୱାରା ବେଆଇନ ଦେଶୀ ମଦ ଜବତ: ଜଣେ ଗିରଫ, ସ୍କୁଟି ଜବତ

ଝଙ୍କଡ଼   : ଚୋରା ନିଶା କାରବାର ବିରୋଧରେ ତିର୍ତ୍ତୋଲ ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ପାଟ୍ରୋଲିଂ ବେଳେ ଏକ ସ୍କୁଟିରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହେବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ତିର୍ତ୍ତୋଲ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଯେ ଜଣେ ବ୍ୟକ୍ତି ବେଆଇନ ଭାବେ ସ୍କୁଟି ଯୋଗେ ଜଇପୁର ଆଡ଼କୁ ଦେଶୀ ମଦ ଚାଲାଣ କରୁଛନ୍ତି। ଖବର ପାଇ […]

ସଂପୂର୍ଣ୍ଣ ପଢନ୍ତୁ

ଋତୁପର୍ଣ୍ଣା କଳାସାହିତ୍ୟ ସଂସଦର ଅଷ୍ଟମବାର୍ଷିକ ଲୋକକଳା ମହୋତ୍ସବ – 2026 ଓ ବନ୍ଧୁମିଳନ ପର୍ବ

ଝଙ୍କଡ଼ : ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲା, ତିର୍ତ୍ତୋଲ ର ଜୟପ୍ରକାଶ ମଇଦାନ ରେ, ତିର୍ତ୍ତୋଲ କୁମାରୋତ୍ସବ ସମିତି ମଞ୍ଚରେ, ଋତୁପର୍ଣ୍ଣା କଳାସାହିତ୍ୟ ସଂସଦ ର ଅଷ୍ଟମବାର୍ଷିକ ଲୋକକଳା ମହୋତ୍ସବ 2026 ଓ ବନ୍ଧୁମିଳନପର୍ବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଅକ୍ଷୟ କୁମାର ଦାସ ସଭାପତିତ୍ବ କରିଥିଲେ l ସମ୍ପାଦିକା ରଜଶ୍ରୀ ସ୍ୱାଇଁ ବିବରଣୀପାଠ ଓ ସ୍ୱାଗତଭାଷଣ […]

ସଂପୂର୍ଣ୍ଣ ପଢନ୍ତୁ

ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା: ୨୬ରୁ ୨୯ ଯାଏଁ ଫେରି ଓ ପର୍ଯ୍ୟଟକ ଡଙ୍ଗା ଚଳାଚଳ ବନ୍ଦ

ବ୍ରହ୍ମଗିରି: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି ଅକ୍ଟୋବର ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଫେରି ସେବା ଓ ପର୍ଯ୍ୟଟକ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ଆରବିଆଇ (RBI) ଡାଟା ସେଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ: ପ୍ରଯୁକ୍ତିବିଦ୍ୟା-ଚାଳିତ ଆର୍ଥିକ ଅର୍ଥନୀତିକୁ କରିବ ସୁଦୃଢ଼

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭୁବନେଶ୍ୱରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ୧୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ତାଲିମ ପ୍ରତିଷ୍ଠାନକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଜଟଣୀସ୍ଥିତ ଇନଫୋଭ୍ୟାଲି-୨ରେ ପ୍ରତିଷ୍ଠିତ ଆରବିଆଇର ଏହି ଅତ୍ୟାଧୁନିକ ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ତାଲିମ ପ୍ରତିଷ୍ଠାନଟି ପ୍ରାୟ ୧୮.୫୫ ଏକର ପରିମିତ ଜମିରେ ବିସ୍ତାରିତ ହୋଇ ରହିଛି। ସୂଚନାଯୋଗ୍ୟ ଯେ, ତତ୍କାଳୀନ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୨୦୨୩ […]

ସଂପୂର୍ଣ୍ଣ ପଢନ୍ତୁ