ଭଟ୍ଟଗାଁରେ ରାମଲୀଳା ମଣ୍ଡପ ଆଲୋକୀକରଣ ଓ ନଳକୂପ ଉଦ୍‌ଘାଟିତ

ଝଙ୍କଡ଼ :  ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଭଟ୍ଟଗାଁ ସ୍ଥିତ ପ୍ରାଚୀନ ରାମଲୀଳା ମଣ୍ଡପ ପରିସରରେ ଶାରଦୀୟ ପାର୍ବଣ ଉପଲକ୍ଷେ ଆଲୋକୀକରଣ ବ୍ୟବସ୍ଥା ଓ ଏକ ନଳକୂପ ଉଦ୍‌ଘାଟିତ ହୋଇଯାଇଛି। ଦୀର୍ଘ ଦିନ ଧରି ଏହି ଐତିହାସିକ ମଣ୍ଡପ ଚତୁଃପାର୍ଶ୍ୱ ଅନ୍ଧକାରମୟ ହୋଇ ରହିଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସରପଞ୍ଚ ଶୁଭଶ୍ରୀ ନାୟକଙ୍କ ପ୍ରଚେଷ୍ଟା ଏବଂ ବିଶିଷ୍ଟ ସମାଜସେବୀ ଭାସ୍କର ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଠାରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଛି। ଏଥିସହ […]

ସଂପୂର୍ଣ୍ଣ ପଢନ୍ତୁ

ରବିବାର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ ପୂରା କାର୍ଯ୍ୟସୂଚୀ

ଭୁବନେଶ୍ବର, ୨୩।୧୦: ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ୨ ଘଣ୍ଟା ୨୫ ମିନିଟ୍ ଓଡ଼ିଶାରେ ରହିବେ। ରବିବାର ଅପରାହ୍ଣ ୪ଟା ୧୦ ମିନିଟରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ହଜାର ହଜାର କାର୍ଯ୍ୟକର୍ତ୍ତା ସ୍ୱାଗତ କରିବେ। ଏହାପରେ ସେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଖୋର୍ଦ୍ଧା ହେଲିପ୍ୟାଡ଼୍ ଅଭିମୁଖେ ଯିବେ ଏବଂ ସେଠାରେ ଅପରାହ୍ଣ ୪ଟା ୩୫ ମିନିଟରେ ପହଞ୍ଚିବେ। ଏହାପରେ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାକୁ ନୂଆ ପୁଞ୍ଜିନିବେଶ ଆଣିବାକୁ ଉଦ୍ୟମ, L&T ସହ ଶିଳ୍ପ ଆଲୋଚନା ଉପରେ ନଜର

ଭୁବନେଶ୍ବର ୨୩।୧୦: ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଦୁଇଦିନିଆ ମୁମ୍ବାଇ ଗସ୍ତର ଆଜି ଶେଷ ଦିନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଲ୍ ଆଣ୍ଡ ଟି (L&T) କମ୍ପାନୀ ପରିଦର୍ଶନ କରିବେ। ଶୁକ୍ରବାର L&T କମ୍ପାନୀ ପରିଦର୍ଶନ ସହିତ ଶିଳ୍ପପତିମାନଙ୍କ ସହ ନିବେଶ ସମ୍ପର୍କିତ ଆଲୋଚନା ଉପରେ ମୁଖ୍ୟ ଫୋକସ୍ ରହିବ। ଶିଳ୍ପପତି ତଥା ଶିଳ୍ପ ନେତୃବୃନ୍ଦଙ୍କ ସହ ଏକାନ୍ତ ବୈଠକ ଜାରି ରହିଥିବା ବେଳେ ଓଡ଼ିଶାରେ ନୂଆ ଶିଳ୍ପ ପ୍ରତିଷ୍ଠା, ପୁଞ୍ଜିନିବେଶ ବୃଦ୍ଧି ଓ ନିଯୁକ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ତିବ୍ଦତରେ ବଡ଼ ଧରଣର ଭୂମିକମ୍ପ : ଝଟକାରେ ୧୬ ମୃତ, ୩୨ ଆହତ

ନୂଆଦିଲ୍ଲୀ, ୨୩/୧୦: ଥରିଲା ତିବ୍ଦତ। ଲାଗିଲା ଜୋରଦାର ଭୂମିକମ୍ପର ଝଟକା। ଗୁରୁବାର ବିଳମ୍ବିତ ରାତିରେ ତିବ୍ଦତର ଅନେକ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏଥିରେ ୧୬ ଜଣ ପ୍ରାଣ ହରାଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁସାରେ, ହିମାଳୟ କ୍ଷେତ୍ର ତିବ୍ଦତରେ ଶକ୍ତିଶାଳୀ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୭.୦ ବୋଲି ରେକର୍ଡ କରାଯାଇଛି। ଭାରତର ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜି ଅନୁସାରେ, ଭାରତୀୟ ସମୟ […]

ସଂପୂର୍ଣ୍ଣ ପଢନ୍ତୁ

ଦେଶର ସବୁଠୁ ବଡ଼ ନ୍ୟୁକ୍ଲିୟର ପ୍ଲାଣ୍ଟରୁ ହଟିଲା ସଫ୍ଟୱେର, ଏବେ ବ୍ୟବହାର ହେବ ହାର୍ଡୱେର ଆଧାରିତ ଟେକ୍ନୋଲଜି

ନୂଆଦିଲ୍ଲୀ: ନ୍ୟୁକ୍ଲିୟର ପ୍ଲାଣ୍ଟରେ ସଫ୍ଟୱେର୍ କ୍ରାସ୍ ଓ ସାଇବର୍ ଆକ୍ରମଣ ଭଳି ବିପଦରୁ ବର୍ତ୍ତିବା ଲାଗି ଭାରତରେ ଏକ ନୂତନ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରାଯାଉଛି। ରୁଷିଆରେ ନିର୍ମିତ ଏହି ହାର୍ଡୱେର୍-ଆଧାରିତ ପ୍ରଯୁକ୍ତି ଏବେ ତାମିଲନାଡୁସ୍ଥିତ ନ୍ୟୁକ୍ଲିୟର ପ୍ଲାଣ୍ଟରେ ସ୍ଥାପନ କରାଯାଉଛି। ରୁଷିଆର ପରମାଣୁ ଶକ୍ତି କମ୍ପାନୀ ‘ରୋସାଟମ୍’ ନିକଟରେ କୁଡାନକୁଲମ ପରମାଣୁ ବିଦ୍ୟୁତ୍ ପ୍ଲାଣ୍ଟ ପାଇଁ ଏହି ନୂଆ ପ୍ରଯୁକ୍ତି ଆଧାରିତ ସୁରକ୍ଷା ଉପକରଣ ଯୋଗାଇ ଦେଇଛି। ଏହି ପ୍ରଯୁକ୍ତି ଜରୁରୀକାଳୀନ ପରିସ୍ଥିତିରେ ବିନା ମାଇକ୍ରୋପ୍ରୋସେସର୍ ଓ […]

ସଂପୂର୍ଣ୍ଣ ପଢନ୍ତୁ

SIR ବିରୋଧରେ ଜନତା ଆନ୍ଦୋଳନ : ଦେଶବ୍ୟାପୀ ରାସ୍ତାକୁ ଓହ୍ଲାଇବେ ଛାତ୍ର-ଚାଷୀ ଏବଂ ଶ୍ରମିକ ସଙ୍ଗଠନ

ନୂଆଦିଲ୍ଲୀ, ୨୩/୧୦: ଏସଆଇଆରକୁ ବିରୋଧ ସହ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଅନ୍ୟ କେତେକ ଦାବିରେ ଶୁକ୍ରବାର ‘ପିପୁଲ ଏଗେନଷ୍ଟ ଏସଆଇଆର’ ମଞ୍ଚ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ କରାଯିବ। ଗତ ସପ୍ତାହରେ ଏହି ମଞ୍ଚ ଗଠନ ହେବା ପରେ ପ୍ରଥମ ଥର ଲାଗି ପ୍ରଦର୍ଶନ କରିବାକୁ ଯାଉଛି। ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସମେତ ଗଣସଙ୍ଗଠନ, ନାଗରିକ ସମାଜ, ଚାଷୀ, ଶ୍ରମିକ, ମହିଳା ଓ ଯୁବ ସଙ୍ଗଠନ ଏବଂ ଛାତ୍ର […]

ସଂପୂର୍ଣ୍ଣ ପଢନ୍ତୁ

ପୁଣି ତେଜିଲା ଶୁକପାଇକା ବଞ୍ଚାଅ ଆନ୍ଦୋଳନ ପ୍ରତିବାଦ ସଭା ଓ ପଦଯାତ୍ରାରେ ଯୋଗଦେଲେ ଶତାଧିକ ଅଞ୍ଚଳବାସୀ ଶୁକପାଇକାକୁ ପ୍ରାକୃତିକ ଜଳପ୍ରବାହ ଉପରେ ଗୁରୁତ୍ୱ

ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ପରେ ଦୀର୍ଘ ୭୪ ବର୍ଷ ଧରି ମୃତ ଅବସ୍ଥାରେ ପଡ଼ିରହିଥିବା ମହାନଦୀର ଶାଖା ନଦୀ ଶୁକପାଇକାର ପୁନରୁଦ୍ଧାର କାର୍ଯ୍ୟ ୨୦୨୩ ମସିହା ନଭେମ୍ବର ୧୦ ତାରିଖରେ ଆରମ୍ଭ ହୋଇଥିଲା। ଏହାପରେ ୨୦୨୫ ମସିହା ଜୁଲାଇ ୨୩ ତାରିଖରେ ସ୍ଲୁଇସ୍ ଗେଟ୍ ଦେଇ ମହାନଦୀର ବନ୍ୟା ଜଳ ପ୍ରଥମ କରି ପରୀକ୍ଷାମୂଳକ ଭାବେ ଶୁକପାଇକାକୁ ଛଡ଼ାଯାଇ ନଦୀର ପୁନରୁଦ୍ଧାର ସଫଳ ହେଲା ବୋଲି ପ୍ରଚାର କରାଯାଇଥିଲା। ତେବେ ସେହି ସମୟରେ ନଦୀରେ କିଛି […]

ସଂପୂର୍ଣ୍ଣ ପଢନ୍ତୁ

‘୩୦ ବର୍ଷ ଯାଏଁ କଂଗ୍ରେସର ନମ୍ୱର ଆସିବନି’, ଭୋଟ୍ ଚୋରି ପ୍ରସଙ୍ଗରେ ରାହୁଲଙ୍କ ଉପରେ ବର୍ଷିଲେ ଶାହ

ନୂଆଦିଲ୍ଲୀ: ବିରୋଧୀଙ୍କ ଭୋଟ ଚୋରି ଅଭିଯୋଗ ଉପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସାହ ପାଲଟା ଜବାବ ଦେଇଛନ୍ତି । ଶାହ କହିଛନ୍ତି ଯେ ରାହୁଲ ଗାନ୍ଧୀ ସ୍ୱପ୍ନ ଦେଖୁଛନ୍ତି ଏବଂ କିଛି ବି ଅଭିଯୋଗ ଲଗାଉଛନ୍ତି । ଆଗାମୀ ୩୦ ବର୍ଷ ଯାଏ ଆପଣଙ୍କ ନମ୍ୱର ଆସିବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଅମିତ୍ ଶାହ ଗୁରୁବାର ଯମୁନା ନଦୀର ସଫେଇ ପାଇଁ ୮୯୪୧ କୋଟି ଟଙ୍କା ପରିଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ […]

ସଂପୂର୍ଣ୍ଣ ପଢନ୍ତୁ

କେବଳ ବିବାହ ପାଇଁ ‘ଧର୍ମ ପରିବର୍ତ୍ତନ’କୁ ଅନୁମତି ଦିଆଯାଇପାରିବ ନାହିଁ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ବିବାହ ଲାଗି ଧର୍ମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କେବଳ ବିବାହ ଉଦ୍ଦେଶ୍ୟରେ ଧର୍ମ ପରିବର୍ତ୍ତନକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି। ତେବେ କୋର୍ଟ, ନାଗରିକଙ୍କ ସ୍ବେଚ୍ଛାକୃତ ଧର୍ମ ପରିବର୍ତ୍ତନ ସ୍ବାଧୀନତାକୁ ସ୍ବୀକାର କରିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ନୂଆ ଧର୍ମାନ୍ତରୀକରଣ ବିରୋଧୀ ଆଇନର ସାମ୍ବିଧାନିକ ବୈଧତାକୁ ନେଇ ଦାୟର ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ‘ଧର୍ମ ପରିବର୍ତ୍ତନ’ ଉପରେ ଏହି […]

ସଂପୂର୍ଣ୍ଣ ପଢନ୍ତୁ

ଆଜିଠୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି : ରାଧାଦାମୋଦର ବେଶରେ ଦର୍ଶନ ଦେବେ ମହାବାହୁ

ପୁରୀ, ୨୨/୧୦: ଗୁରୁବାର ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀରୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତିର ଶୁଭାରମ୍ଭ ହେବ। ଏହି ଅବସରରେ ଶ୍ରୀବିଗ୍ରହମାନେ ରାଧାଦାମୋଦର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଠାକୁରଙ୍କୁ ସ୍ୱତନ୍ତ୍ର ବାଳଭୋଗ ଅର୍ପଣ କରାଯିବ। ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁସାରେ ପ୍ରାତଃ ସାଢ଼େ ୬ଟାରୁ ସାଢ଼େ ୭ଟା ମଧ୍ୟରେ ଶ୍ରୀବିଗ୍ରହଙ୍କ ରାଧାଦାମୋଦର ବେଶ ସମ୍ପନ୍ନ ହେବ। ସେହିଭଳି ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୦ଟା ମଧ୍ୟରେ ଠାକୁରଙ୍କ ବାଳଧୂପ ନୀତି ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ […]

ସଂପୂର୍ଣ୍ଣ ପଢନ୍ତୁ