ଏସ୍‌ପି ଅଫିସ୍‌ ନିକଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ରାଜ୍ୟ
Spread the love

କେନ୍ଦ୍ରାପଡ଼ା : କେତେବେଳେ ପୁଲିସ ଉପସ୍ଥିତିରେ ଭିଡ଼ ହତ୍ୟା ହେଉଛି ତ କେତେବେଳେ ଚିକିତ୍ସାଳୟ ମଧ୍ୟରେ ପୁଲିସ ନିସ୍ତୁକ ମାଡ଼ ଖାଉଛି। କେତେବେଳେ ଟ୍ରାଫିକ୍‌ ପୁଲିସର କଟକଣାକୁ ଖାତିର ନକରି ରାଜଧାନୀରେ ନିଶାଡ଼ିଙ୍କ ଗାଡ଼ିରେ ଦବଙ୍ଗଗିରି ତ କେତେବେଳେ ଜେଲ୍‌ରୁ ଅପରାଧି ଫେରାର୍‌ ହୋଇଯାଉଛନ୍ତି। ସୁପ୍ରିମକୋର୍ଟରୁ ଜାମିନରେ ଆସି ମଧ୍ୟ ଅପରାଧୀ ଅପରାଧ ଘଟାଇ ଚାଲିଯାଉଛନ୍ତି। ଏଭଳି ସ୍ଥିତିରେ ପୁଲିସର ଏନ୍‌କାଉଣ୍ଟର ଭୟକୁ ମଧ୍ୟ ଅପରାଧିଙ୍କ ଖାତିର ନାହିଁ। ପୁଲିସକୁ ଖୋଲା ଚାଲେଞ୍ଜ୍‌ ଦେବା ଭଳି ଆଉ ଏକ ଘଟଣା ଘଟିଛି। କେନ୍ଦ୍ରାପଡ଼ା ଏସ୍‌ପି ଅଫିସ୍‌ ନିକଟରେ ଜଣେ ଛତିଶଗଡ଼ ଯୁବତୀଙ୍କୁ ଗଣଦୁର୍ଷ୍କମ କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନାନୁସାରେ, ଏସ୍‌ପି କାର୍ଯ୍ୟାଳୟ ଠାରୁ ମାତ୍ର ୧୦୦ ମିଟର ଦୂରରେ ରହୁଥିବା ଜଣେ ଯୁବତୀଙ୍କୁ ବିଳମ୍ବିତ ରାତିରେ ଦୁଇଜଣ ଦୁର୍ବୃତ୍ତ ଅପହରଣ କରିନେଇ ଦୁଷ୍କର୍ମ କରିଛନ୍ତି। ଏନେଇ ସଦର ଥାନାରେ ପୀଡ଼ିତାଙ୍କ ମା’ଏତଲା ଦେଇଛନ୍ତି। ଅଭିଯୋଗ ଭିତ୍ତିରେ ପୁଲିସ ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ଅଭିଯୋଗ ମୁତାବକ ଛତିଶଗଡ଼ ବିଳାଶପୁର ଅ˚ଚଳର ଦୁଇ ପରିବାର ଗଲା ଦୁଇ ମାସ ହେବ ଜଜାଙ୍ଗ ଗ୍ରାମସ୍ଥିତ ଏସ୍‌ପି ଅଫିସ୍‌ ଓ ସର୍କିଟ୍‌ ହାଉସ୍‌ର ମଝି କାଳୀ ମନ୍ଦିର ନିକଟରେ ତମ୍ବୁ ମାରି ରହୁଛନ୍ତି। ଏସ୍‌ପି ଅଫିସ୍‌ଠୁ ପୀଡ଼ିତା ରହୁଥିବା ସ୍ଥାନର ଦୂରତା ମାତ୍ର ଶହେ ମିଟର‌୍‌ ଭିତରେ ହେବ। ସେମାନେ ଝାଡ଼ୁ ବେପାର କରି ପରିବାର ପ୍ରତିପୋଷଣ କରୁଛନ୍ତି। ସୋମବାର ବିଳମ୍ବିତ ରାତି ପ୍ରାୟ ସାଢେ଼ ୧ଟା ବେଳେ ନାବାଳିକା ଜଣକ ଶୌଚ ହେବାକୁ ଘର ପାଖ ପଡ଼ିଆକୁ ଯାଇଥିଲେ। ଏହି ସମୟରେ ଦୁଇ ଦୁର୍ବୃତ୍ତ ବେକରେ ଛୁରି ଲଗାଇ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ଚିତ୍କାର ଶୁଣି ବାପା-ମା’ ଉଠିପଡ଼ିବାରୁ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଦୁର୍ବୃତ୍ତଙ୍କ ମଦ ବୋତଲ ଓ ଚପଲ ଘଟଣାସ୍ଥଳରେ ପଡ଼ିଥିବା ଦେଖିବାକୁ ମିଳିଛି। ପୀଡ଼ିତାଙ୍କୁ ସ˚ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରିଛି। ପୀଡ଼ିତାଙ୍କ ମା’ ଦେଇଥିବା ଏତଲାରେ ଆକାଶ ଓ ତାର ସା˚ଗ ମଦ ପିଇ ନିଶାସକ୍ତ ଅବସ୍ଥାରେ ଝିଅ ସହିତ ଏପରି କରିଥିବା ଦର୍ଶାଇଛନ୍ତି।
କେନ୍ଦ୍ରାପଡ଼ା ଏସ୍‌ଡିପିଓ ଜ୍ୟୋତିର˚ଜନ ଗୌଡ଼ କହିଛନ୍ତି ଯେ ଅଭିଯୋଗ ପାଇବାର ମାତ୍ର ଘଣ୍ଟାଏ ଭିତରେ ତରାଣ୍ତୋ ଅ˚ଚଳରୁ ଦୁଇ ଯୁବକଙ୍କୁ ଉଠାଇ ଆଣି ପଚରାଉଚରା କରାଯାଉଛି। ସେମାନଙ୍କ ସ˚ପୃକ୍ତି ଜଣାପଡ଼ିଲେ ଗିରଫ କରାଯିବ। ଅନ୍ୟପକ୍ଷରେ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଥିବା ବେଳେ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ବୟାନ ରେକର୍ଡ କରାଯିବ।
ମହାକାଳପଡ଼ା ପ୍ରଶାସନ ସହିତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ବିବାଦ ଘଟଣାରେ ପୁଲିସର ମାତ୍ରାଧିକ ପଦକ୍ଷେପକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ଚାଲିଥିବା ବେଳେ ସୋମବାର ରାତିରେ ଏସ୍‌ପି ଅଫିସ୍‌ଠୁ ମାତ୍ର ଶହେ ମିଟର‌୍‌ ଭିତରେ ପଡେ଼ାଶୀ ରାଜ୍ୟର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣା ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ପଦାରେ ପକାଇ ଦେଇଛି।

Leave a Reply

Your email address will not be published. Required fields are marked *