ରାଜ୍ୟରେ ମହଙ୍ଗା ହେଲା ବସ୍ ଯାତ୍ରା: ଅର୍ଡିନାରୀରୁ ସୁପର ପ୍ରିମିୟମ ପର୍ଯ୍ୟନ୍ତ ବଢ଼ିଲା ଭଡ଼ା

ରାଜ୍ୟ
Spread the love

ଭୁବନେଶ୍ୱର: ରାଜ୍ୟବାସୀଙ୍କ ଉପରେ ପୁଣି ଥରେ ମହଙ୍ଗା ମାଡ଼ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବର୍ଗର ବସ୍ ଭଡ଼ା ବୃଦ୍ଧି କରାଯାଇଛି। ସାନି ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ବା ଅର୍ଡିନାରୀ ବସ୍ ଭଡ଼ା କିଲୋମିଟର ପିଛା ୯୨ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୧୮ ପଇସାରେ ପହଞ୍ଚିଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୯୬ ପଇସାରୁ ବୃଦ୍ଧି କରାଯାଇ ୧ ଟଙ୍କା ୨୪ ପଇସା ଧାର୍ଯ୍ୟ କରାଯାଇଛି।

ଅନ୍ୟପକ୍ଷରେ ଆରାମଦାୟକ ଯାତ୍ରା ପାଇଁ ଉଦ୍ଦିଷ୍ଟ ସେମି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୩୦ ପଇସା ଏବଂ ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୪୧ ପଇସାକୁ ବୃଦ୍ଧି କରାଯାଇଛି। ଏହାସହିତ ଶୀତତାପ ନିୟନ୍ତ୍ରିତ ବା ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୯୯ ପଇସା ଏବଂ ସୁପର ପ୍ରିମିୟମ ବସ୍ ଭଡ଼ା ୩ ଟଙ୍କା ୨୧ ପଇସାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ନୂତନ ଭଡ଼ା ଦର ଲାଗୁ ହେବା ଫଳରେ ଦୈନନ୍ଦିନ ବସ୍‌ରେ ଯାତାୟାତ କରୁଥିବା ସାଧାରଣ ଯାତ୍ରୀଙ୍କ ପକେଟ୍ ଉପରେ ସିଧାସଳଖ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବା ନିଶ୍ଚିତ ହୋଇଛି।

Leave a Reply

Your email address will not be published. Required fields are marked *