ପାର୍କରେ ୨୦ ହଜାର ଲାଞ୍ଚ ନେଉଥିବାବେଳେ ଯନ୍ତ୍ରୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର,୨୫/୯ : ଜଣେ ବୈଦ୍ୟୁତିକ ଠିକାଦାରଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଭୁବନେଶ୍ୱରର ଟିପିସିଓଡିଏଲର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଗୁଣବତ୍ତା) ତୁଷାରକାନ୍ତ ରାୟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ନିର୍ଦ୍ଦେଶାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଠିକାଦାର ତାଙ୍କ କାମ ପାଇଁ ଦେୟ ପାଇବା ପାଇଁ ଯାଇଥିଲେ। ତେ‌ବେ ଅଭିଯୁକ୍ତ ନିର୍ବାହୀ ଯନ୍ତ୍ରୀ ବାରମ୍ବାର ଲାଞ୍ଚ ଦାବି କରିବା ପରେ ଠିକାଦାର ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ।

ସଂପୂର୍ଣ୍ଣ ପଢନ୍ତୁ

ଲାଞ୍ଚ ନେବା ବେଳେ ରାଜସ୍ୱ ନିରୀକ୍ଷକଙ୍କୁ ଧରିଲା ଭିଜିଲାନ୍ସ

ଧାମନଗର,୨୫/୯: ଭଦ୍ରକଜିଲ୍ଲା ଧାମନଗର ତହସିଲ ଅଧିନସ୍ଥ ରାଧାବଲ୍ଲଭପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟଳୟରେ ଭଦ୍ରକ ଭିଜିଲାନ୍ସ ବିଭାଗ ପକ୍ଷରୁ ଲାଞ୍ଚ ନେବା ଅଭିଯୋଗରେ ଆର.ଆଇ ନଗେନ୍ଦ୍ର କୁମାର ଦାସଙ୍କୁ ଗିରଫ କରିଛି। ପ୍ରକାଶ ଥାଉକି ଧାମନଗର ତହସିଲ ଅଧିନ ରାଧାବଲ୍ଲଭପୁର ରାଜସ୍ୱ ନିରୀକ୍ଷକ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ବ ହେବ ଭଣ୍ଡାରିପୋଖରୀ ତହସିଲରୁ ବଦଳି ହୋଇ କାର୍ଯ୍ୟ କରି ଆସୁଥିଲେ। ରାଜସ୍ୱ ନିରୀକ୍ଷକ ଶ୍ରୀ ଦାସ ଭଗବାନପୁର ପଞ୍ଚାୟତର ପଳିକିରୀ ଗ୍ରାମର ଦୟାନିଧି ମାଝୀଙ୍କ ଠାରୁ ଜମିଜମା ସମ୍ବନ୍ଧୀୟ […]

ସଂପୂର୍ଣ୍ଣ ପଢନ୍ତୁ

ବିରଜାଙ୍କ ପୀଠରେ ଶାରଦୀୟ ଦୁର୍ଗାତ୍ସୋବ

ଯାଜପୁର,୨୫/୯: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ରୀ ପୂଜାର ଧୁମ। ଶାରଦୀୟ ଦୁର୍ଗ‌ାତ୍ସୋବ ଅବସରରେ ଗୋଟିଏ ପଟେ ସକାଳେ ମାଙ୍କ ପାଦ ସ୍ପର୍ଶ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଓ ଅନ୍ୟ ପଟେ ଅପରାହ୍ନରେ ମାଙ୍କ ରଥଟାଣିବାକୁ ଭକ୍ତଙ୍କ ଆଗ୍ରହ ପୂରା ଅଞ୍ଚଳକୁ ଆଧ୍ୟାତ୍ମିକ ପରିବେଶ ଭିତରେ ହଜାଇ ଦେଇଛି। ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ ଭିତରେ ମାଙ୍କ ଦୁର୍ଗାତ୍ସୋବକୁ ସମସ୍ତେ ଉପଭୋଗ କରିବାକୁ ଧାଇଁ ଆସୁଛନ୍ତି। ମାଆଙ୍କ ଦୁର୍ଗାତ୍ସୋବର […]

ସଂପୂର୍ଣ୍ଣ ପଢନ୍ତୁ

ହନିଟ୍ରାପ୍‌ ରାକେଟ୍‌: ବନ୍ଧାହେଲେ ସାମ୍ବାଦିକ, ଖସିଗଲା ପୁଲିସ

ଯାଜପୁର,୨୫/୯: ବଡ଼ଚଣା ଥାନାରେ ବ୍ୟବସାୟୀଙ୍କୁ ବେଆଇନ ଭାବେ ଥାନାରେ ଅଟକ ରଖିବା ଘଟଣାରେ ହନିଟ୍ରାପ୍‌ ରାକେଟ୍‌ର ସମ୍ପୃକ୍ତି ରହିଥିଲା। ଗତକାଲି କଟକ ପୁଲିସ ଏହାର ପର୍ଦ୍ଦାଫାସ କରିବା ସହ ରାକେଟ୍‌ରେ ସାମିଲ ଥିବା ଶୁଭାଶିଷ ସାମନ୍ତରାୟ ନାମକ ଜଣେ ସାମ୍ବାଦିକ, ହିମାଂଶୁ ଶେଖର ଲେଙ୍କା ନାମକ ଜଣେ ଚା ଦୋକାନୀ ଓ ସେମାନଙ୍କ ସହଯୋଗୀ ଭାବେ ଇତିଶ୍ରୀ ମହାନ୍ତି ନାମକ ମହିଳାଙ୍କୁ ଗିରଫ କରିଛି। ଆଜି ମଧ୍ୟ ଘଟଣାର ଅନ୍ୟତମ ଅଭିଯୁକ୍ତ ଭାବେ ଆଉ ଜଣେ ସାମ୍ବାଦିକ […]

ସଂପୂର୍ଣ୍ଣ ପଢନ୍ତୁ

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର

ବ୍ରହ୍ମପୁର,୨୫/୯: ଏମ୍‌କେସିଜି ବଡ଼ଡାକ୍ତରଖାନାରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି ଗଞ୍ଜାମଜିଲ୍ଲା ବଡ଼ଗଡ଼ ଅଞ୍ଚଳର ଶାନ୍ତି ମହାରଣା। ପିଏମ୍‌ଏସ୍‌ଏସ୍‌ୱାଇ କୋଠାରେ ନ୍ୟୁରୋସର୍ଜରି ବିଭାଗର ମୁଖ୍ୟ ଡା. ରବିନାରାୟଣ ପଣ୍ଡାଙ୍କ ନେତୃତ୍ବରେ ଏହି ବିରଳ ଅସ୍ତ୍ରୋପଚାର ଦ୍ବାରା ମସ୍ତିଷ୍କରୁ ବାହାର କରାଯାଇଛି ୨୦୦ଗ୍ରାମ ଓଜନର ଏକ ଟ୍ୟୁମର୍‌। ସୂଚନା ଅନୁଯାୟୀ, ଶାନ୍ତିଙ୍କ ଶରୀରରେ ରହିଥିବା ଏହି ଟ୍ୟୁମର କାରଣରୁ ସେ ଅନ୍ୟମାନଙ୍କୁ ଠିକ୍‌ ରୂପେ ଚିହ୍ନି ପାରୁନଥିଲେ। ଅନେକ ସମୟରେ ଶୁଣିବାରେ ସମସ୍ୟା ହେଉଥିଲା। ବିକୃତ ମସ୍ତିଷ୍କରେ ଆକ୍ରାନ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଯୌତୁକ ପାଇଁ ବଧୂ ହତ୍ୟା ମାମଲା: ସ୍ଵାମୀକୁ ଆଜୀବନ କାରାଦଣ୍ଡ

ଦେବଗଡ଼,୨୫/୯: ୨୦୧୮ରେ କୁଣ୍ଢେଇଗୋଳା ଥାନାଚଂଳର ସିଆରିମାଳିଆ ଗ୍ରାମରେ ଯୌତୁକ ପାଇଁ ବଧୂ ହତ୍ୟା ମାମଲାର ବିଚାର କରି ଆଜି ଜିଲ୍ଲା ତଥା ଦୌରାଜଜ ଦେବାଶିଷ ରାଉତ ଅଭିଯୁକ୍ତ ସ୍ୱାମୀ ଯୋଗେଶ୍ୱର ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାର ବିଚାର କରି ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଜିଲ୍ଲା ଓ ଦୌରା ଜଜ୍ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦାୟେ ତାଙ୍କୁ ୬ ମାସ ସଶ୍ରମ କାରାଦଣ୍ଡରେ […]

ସଂପୂର୍ଣ୍ଣ ପଢନ୍ତୁ

ଅପହରଣ ବେଳେ ଅଟୋରୁ ଡେଇଁପଡ଼ି ଯୁବତୀ ଗୁରୁତର

ଭୁବନେଶ୍ବର,୨୫/୯: ରାଜଧାନୀରେ ପୁଣି ଏକ ଅପହରଣ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି, ମଙ୍ଗଳବାର ରାତି ପାଖାପାଖି ୭.୪୫ ମିନିଟ୍‌ ସମୟରେ ଯୁବତୀଜଣଙ୍କ ଆଚାର୍ଯ୍ୟବିହାରରୁ ନୂଆପଲ୍ଲୀ ଆସୁଥିଲେ। ଅଟୋଚାଳକ ଜଣଙ୍କ ସର୍ଭିସ୍‌ ରୋଡ୍‌ରେ ଯିବା ବଦଳରେ ଫ୍ଲାଏଓଭର୍‌ ଉପରେ ଦ୍ରୁତଗତିରେ ଆଗକୁ ମାଡ଼ିଚାଲିଥିଲା। ଯୁବତୀଜଣକ, ଚାଳକକୁ ବାଟ ବଦଳାଇବାର କାରଣ ପଚାରିବାରୁ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ହଠାତ୍ ତାଙ୍କ ମୁହଁକୁ ରୁମାଲ୍‌ରେ ଚାପି ଧରିଥିଲେ। ଫଳରେ ଯୁବତୀଜଣକ ପାଟି କରିପାରିନଥିଲେ। ସେ ଛାଟିପିଟି ହେବାରୁ ଦୁର୍ବୃତ୍ତଜଣକ […]

ସଂପୂର୍ଣ୍ଣ ପଢନ୍ତୁ

ଜଳିଲା ଲଦାଖ, ୪ ମୃତ, ୭୨ ଆହତ

ଲେହ,୨୫/୯: ଲଦାଖକୁ ରାଜ୍ୟ ମାନ୍ୟତା ଓ ସମ୍ବିଧାନର ଷଷ୍ଠ ତାଲିକାରେ ଅନ୍ତର୍ଭୁକ୍ତ ଦାବିରେ ଚାଲିଥିବା ଆନ୍ଦୋଳନ ଆଜି ହିଂସାତ୍ମକ ରୂପ ନେଇଛି। ଲେହରେ ‘ଲେହ ଏପେକ୍ସ ବଡି’ (ଏଲ୍‌ଏବି) ଯୁବ ଶାଖା ଦ୍ୱାରା ଆହ୍ୱାନ କରାଯାଇଥିବା ବନ୍ଦ ସମୟରେ ଆନ୍ଦୋଳନକାରୀମାନେ ବିଜେପି କାର୍ଯ୍ୟାଳୟ ପୋଡ଼ି ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଛାତ୍ର ଓ ପୁଲିସ ବାହିନୀ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୨ ଜଣ ଆହତ ହୋଇଛନ୍ତି। ପୁଲିସ ଲୁହବୁହା […]

ସଂପୂର୍ଣ୍ଣ ପଢନ୍ତୁ

ଢେଙ୍କାନାଳର ଅମୃତଭଣ୍ଡା ସହ ସାରୁ ଆୟରଲ୍ୟାଣ୍ଡକୁ ରପ୍ତାନୀ

ଢେଙ୍କାନାଳ, ୨୪/୯: ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଆଗରୁ ବିଦେଶୀ ଜିନିଷ ଆମଦାନୀ ହେଉଥିବା ବେଳେ ଏବେ ଓଡ଼ିଶାର ପନିପରିବା ବିଦେଶକୁ ରପ୍ତାନୀ ହେଉଛି ଏବଂ ବିଦେଶରେ ଏହାର ଚାହିଦା ମଧ୍ୟ ଖୁବ୍ ରହୁଛି । ଢେଙ୍କାନାଳ ମାଟିରୁ ୧୦୦ କିଲୋ ସାରୁ ଏବଂ ୩୨୦ କିଲୋ ସବୁଜ ଅମୃତଭଣ୍ଡା ନେତାଜୀ ସୁବାସ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦର, କଲିକତା ଦେଇ ସୁଦୂର ଆୟରଲ୍ୟାଣ୍ଡକୁ ରପ୍ତାନୀ ହୋଇଛି । କୃଷି ଓ […]

ସଂପୂର୍ଣ୍ଣ ପଢନ୍ତୁ

୬ଜଣ ପେଷାଦାର ଲୁଟେରାକୁ ଗିରଫ

ଜଟଣୀ, ୨୪/୯: ସ୍ଥାନୀୟ ଥାନାଞ୍ଚଳରେ ଲୁଟ୍ ପାଟ୍ କରୁଥିବା ୬ଜଣ ପେଷାଦାର ଲୁଟେରାଙ୍କୁ ଗିରଫ କରିଛି ଜଟଣୀ ପୋଲିସ। ଗିରଫ ଅଭିଯୁକ୍ତଙ୍କ ପାଖରୁ ଚୋରି ବାଇକ, ଲୁହା କଟୁରୀ, ଛୁରୀ ଓ ଦୁଇଟି ମୋବାଇଲ ଫୋନ୍ ଜବତ ବି କରିଛି ପୋଲିସ। ସୂଚନାନୁସାରେ ଗତ ସେପ୍ଟେମ୍ବର ୧୭ତାରିଖରେ ଅଭିଯୋଗକାରୀ ସମରେଶ କୁମାର ଲେଙ୍କା ରାଜା ବଜାରର ମୁଣ୍ଡିଆ ସାହି ଛକ ନିକଟରେ ହୋଇଥିଲେ। ଏହି ସମୟରେ ୪ଜଣ ଅଭିଯୁକ୍ତ ଆସି ତାଙ୍କୁ ପଛରୁ ଧକ୍କା ଦେଇ ମୋବାଇଲ୍ ଫୋନ୍ […]

ସଂପୂର୍ଣ୍ଣ ପଢନ୍ତୁ